Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଋଣ ଗ୍ରହୀତା ମାନଙ୍କର ନିର୍ଦ୍ଦିଷ୍ଟ ଖାତାଗୁଡିକୁ ଛଅ ମାସ ନିମନ୍ତେ ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ଥିବା ପାର୍ଥକ୍ୟର ଅନୁଗ୍ରହ ଅର୍ଥ ପ୍ରଦାନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ୯୭୩.୭୪ କୋଟି ଟଙ୍କାର ଅନୁଗ୍ରହ ରାଶି ପ୍ରଦାନକୁ ମଞ୍ଜୁରି ପ୍ରଦାନ କରିଛି, ଯାହା ନିର୍ଦ୍ଦିଷ୍ଟ ଋଣ ଖାତାଗୁଡିକୁ (୧.୩.୨୦୨୦ରୁ ୩୧.୮.୨୦୨୦ ପର୍ଯ୍ୟନ୍ତ) ଋଣ ଗ୍ରହୀତାମାନଙ୍କୁ ଛଅ ମାସ ନିମନ୍ତେ ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ରହିଥିବା ପାର୍ଥକ୍ୟର ଅନୁଗ୍ରହ ଅର୍ଥ ପ୍ରଦାନର ଯୋଜନା ଅନୁସାରେ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ଦ୍ୱାରା ପ୍ରସ୍ତୁତ ଅବଶିଷ୍ଟ ଦାବି ସହିତ ସମ୍ବନ୍ଧିତ ଅଟେ ।

ଲାଭ ସମୂହ : ଏହି ଯୋଜନା ସଙ୍କଟଗ୍ରସ୍ତ/ ଦୁର୍ବଳ ଶ୍ରେଣୀର ଋଣ ଗ୍ରହୀତାମାନଙ୍କୁ ଛଅ ମାସର ଋଣ ସ୍ଥଗିତ ଅବଧି ସମୟରେ ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ରହିଥିବା ପାର୍ଥକ୍ୟର ଅନୁଗ୍ରହ ଅର୍ଥକୁ ପ୍ରଦାନ କରି, କ୍ଷୁଦ୍ର ଋଣ ଗ୍ରହୀତାମାନଙ୍କୁ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ସଙ୍କଟକୁ ସହିବା ଏବଂ ନିଜ ଗୋଡରେ ନିଜେ ଠିଆ ହେବା କ୍ଷେତ୍ରରେ ସମାନ ଭାବେ ସାହାଯ୍ୟ କରିବ, ଋଣ ଗ୍ରହୀତାମାନେ ଋଣ ଆଦାୟର ଅବଧି ଘୁଂଚିବାର ଫାଇଦା ପାଇ ଥାଆନ୍ତୁ ବା ନଥାନ୍ତୁ ।

କ୍ୟାବିନେଟ୍‌ର ମଞ୍ଜୁରି ଲାଭ କରି ଯୋଜନାର ସଂଚାଳନ/କାର୍ଯ୍ୟକାରୀ ନିମନ୍ତେ ମାର୍ଗଦର୍ଶିକା ପୂର୍ବରୁ ଜାରି କରା ଯାଇସାରିଛି । ଉକ୍ତ କାର୍ଯ୍ୟକାରୀ  ମାର୍ଗଦର୍ଶିକା ଅନୁସାରେ ୯୭୩. ୭୪ କୋଟି ଟଙ୍କାର ଉପରୋକ୍ତ ଧନ ରାଶି ବଂଟନ କରାଯିବ ।

 

1

23.3.2021

1,019

1406,63,979

4,626.93

4,626.93

2

23.7.2021 & 22.9.2021

492

499,02,138

1,316.49

873.07

443.42

3

30.11.2021

379

400,00,000

216.32

0

216.32

4

Resubmitted by SBI

101

83,63,963

314.00

314.00

Total

 

1,612

2389,30,080

6,473.74

5,500.00

973.74

S No Date of Clam Submission by SBI No. of lending Institutions No. of Beneficiaries Amount of Claim Received Amount Disbursed Pending Disbursement

 

 

 

 

 

 

 

 

ପୃଷ୍ଠଭୂମି: କୋଭିଡ୍ – ୧୯ ମହାମାରୀ ପରିପ୍ରେକ୍ଷୀରେ, “ନିର୍ଦ୍ଦିଷ୍ଟ ଋଣ ଖାତାଗୁଡିକୁ (୧.୩.୨୦୨୦ରୁ ୩୧.୮.୨୦୨୦ ପର୍ଯ୍ୟନ୍ତ) ଋଣ ଗ୍ରହୀତାମାନଙ୍କୁ ଛଅ ମାସ ନିମନ୍ତେ ଚକ୍ରବୃଦ୍ଧି ସୁଧ ଏବଂ ସରଳ ସୁଧ ମଧ୍ୟରେ ରହିଥିବା ପାର୍ଥକ୍ୟର ଅନୁଗ୍ରହ ଅର୍ଥ ପ୍ରଦାନର ଯୋଜନା”କୁ ଅକ୍ଟୋବର, ୨୦୨୦ରେ କ୍ୟାବିନେଟ୍ ଦ୍ୱାରା ମଞ୍ଜୁରୀ ପ୍ରଦାନ କରା ଯାଇଥିଲା, ଯେଉଁଥିପାଇଁ ୫,୫୦୦ କୋଟି ଟଙ୍କାର ପରିବ୍ୟୟ ଅର୍ଥରାଶି ନିର୍ଦ୍ଧାରିତ କରା ଯାଇଥିଲା । ଏହି ଯୋଜନା ଅନୁସାରେ ନିମ୍ନଲିଖିତ ବର୍ଗର ଋଣ ଗ୍ରହୀତାମାନେ ଅନୁଗ୍ରହ ରାଶି ପାଇବା ନିମନ୍ତେ ଯୋଗ୍ୟ ଥିଲେ:

(୧)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ଏମ୍‌ଏସ୍‌ଏମ୍‌ଇ ଋଣ

(୨)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ

(୩)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ

(୪)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ଉପଭୋକ୍ତା ଉତ୍ପାଦ ଋଣ

(୫)      ୨ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ କାର୍ଡ ବକେୟା ଋଣ

(୬)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ଅଟୋ/ ଯାନବାହନ ଋଣ

(୭)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ପେସାଦାରମାନଙ୍କ ନିମନ୍ତେ ବ୍ୟକ୍ତିଗତ ଋଣ

(୮)      ୨ କୋଟି ଟଙ୍କା ପର୍ଯ୍ୟନ୍ତ ଉପଭୋଗ ଋଣ

୨୦୨୦- ୨୦୨୧ ଆର୍ôଥକ ବର୍ଷର ଯୋଜନା ନିମନ୍ତେ ୫,୫୦୦ କୋଟି ଟଙ୍କାର ବଜେଟ୍‌ରେ ଅନୁଦାନ ବ୍ୟବସ୍ଥା କରାଯାଇଥିଲା । କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୫,୫୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ଧନରାଶି, ଯୋଜନା ଅନୁସାରେ ନୋଡାଲ୍ ଏଜେନ୍ସି ଏସ୍‌ବିଆଇକୁ, ଋଣ ଦେଉଥିବା ସଂସ୍ଥା ଗୁଡିକୁ ଶୁଝିବା ନିମନ୍ତେ ପ୍ରଦାନ କରା ଯାଇଥିଲା ।

ଉପରୋକ୍ତ ଶ୍ରେଣୀକୁ ଋଣ ଛାଡ କରିବା ରାଶି ନିମନ୍ତେ ଏସ୍‌ବିଆଇ ଏବଂ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ଭାଗକୁ ଆକଳନ କରି ୫,୫୦୦ କୋଟି ଟଙ୍କାର ଆନୁମାନିକ ଧନରାଶି ନିର୍ଦ୍ଧାରିତ କରା ଯାଇଥିଲା । କ୍ୟାବିନେଟ୍‌କୁ ଏହି ତଥ୍ୟ ସମ୍ପର୍କରେ ମଧ୍ୟ ଅବଗତ କରା ଯାଇଥିଲା ଯେ ପ୍ରକୃତ ଧନରାଶିର ଆକଳନ ସେତେବେଳେ ଠିକ୍ ଭାବରେ ଜାଣିହେବ, ଯେତେବେଳେ ପ୍ରତ୍ୟେକ ଋଣ ପ୍ରଦାନକାରୀ ସଂସ୍ଥା ଖାତା/ ଆକାଉଂଟ ଅନୁସାରେ ସେମାନଙ୍କର ପୂର୍ବରୁ ଅଡିଟ୍ ହୋଇଥିବା ଦାବି ଦାଖଲ କରିବେ ।

ବର୍ତମାନ ଏସ୍‌ବିଆଇ ସୂଚନା ପ୍ରଦାନ କରିଛି ଯେ, ଏହା ଋଣ ପ୍ରଦାନକାରୀ ସଂସ୍ଥା ଗୁଡିକଙ୍କ ନିକଟରୁ ପ୍ରାୟ ୬,୪୭୩.୭୪ କୋଟି ଟଙ୍କାର ସମ୍ମିଳିତ ଦାବି ମିଳିଛି । ଯେହେତୁ ଏସ୍‌ବିଆଇକୁ ପୂର୍ବରୁ ୫,୫୦୦ କୋଟି ଟଙ୍କା ଦିଆ ଯାଇସାରିଛି, ତେଣୁ ଏବେ ୯୭୩.୭୪ କୋଟି ଟଙ୍କାର ବକେୟା  ଅର୍ଥ ପ୍ରଦାନ ନିମନ୍ତେ କ୍ୟାବିନେଟ୍‌ର ମଞ୍ଜୁରୀ ପ୍ରାପ୍ତ କରାଯାଇଛି ।

SSP