Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ଏକାଡେମିକ ଯୋଗ୍ୟତାର ପାରସ୍ପରିକ ମାନ୍ୟତା” ସନ୍ଦର୍ଭରେ ଭାରତ, ଫ୍ରାନ୍ସ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ “ଏକାଡେମିକ ଯୋଗ୍ୟତାର ପାରସ୍ପରିକ ମାନ୍ୟତା” ସନ୍ଦର୍ଭରେ ଏବଂ ଉଭୟ ଦେଶରେ ସ୍ୱୀକୃତ ତଥା ମାନ୍ୟତାପ୍ରାପ୍ତ ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଅବଧି ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆଗାମୀ ଭାରତ ଗସ୍ତ ଅବସରରେ ଏହି ପ୍ରସ୍ତାବ ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ।

ବୁଝାମଣା ସ୍ୱାକ୍ଷରିତ ହେଲେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଶିକ୍ଷାଗତ ସମ୍ପର୍କ ଆହୁରି ସୁଦୃଢ଼ ହେବାରେ ସହାୟତା ମିଳିପାରିବ ଏବଂ ଦୀର୍ଘସମୟ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ମଧ୍ୟରେ ଶୈକ୍ଷିକ ସମ୍ପର୍କକୁ ପ୍ରୋତ୍ସାହନ ମିଳିବ । ବୁଝାମଣା ଦ୍ୱାରା ଦୁଇ ଦେଶର ଛାତ୍ରଛାତ୍ରୀଙ୍କୁ ପରସ୍ପରର ଦେଶକୁ ଯିବା ଆସିବା ଲାଗି ପ୍ରୋତ୍ସାହନ ମିଳିପାରିବ ଏବଂ ଛାତ୍ରଛାତ୍ରୀ ଅନ୍ୟ ଦେଶରେ ଅଧ୍ୟୟନ ଜାରି ରଖିବାର ସମ୍ଭାବନା ଖୋଜିପାରିବେ । ଏହାଦ୍ୱାରା ନୂତନ ଭାଗୀଦାରୀ/ସହଯୋଗ ଏବଂ ଅନୁସନ୍ଧାନ ଗତିବିଧି ଜରିଆରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତାକୁ ପ୍ରୋତ୍ସାହନ ମିଳିବ, ଯାହାଦ୍ୱାରା ଭାରତରେ ଶିକ୍ଷାର ଗୁଣବତ୍ତାରେ ଉନ୍ନତି ଆସିବ ।

 

**********