Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏଚ୍ଆଇଭି ଓ ଏଡ୍ସ(ପ୍ରତିଷେଧକ ଓ ନିୟନ୍ତ୍ରଣ) ବିଲ୍-2014ର ସଂଶୋଧନକୁ କେବିନେଟ୍ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (05.10.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏଚ୍ଆଇଭି ଓ ଏଡ୍ସ(ପ୍ରତିଷେଧକ ଓ ନିୟନ୍ତ୍ରଣ) ବିଲ୍-2014ରେ ସଂଶୋଧନକୁ ଅନୁମୋଦନ ମିଳିଛି ।

ଏଚ୍ଆଇଭି ଓ ଏଡ୍ସ(ପ୍ରତିଷେଧକ ଓ ନିୟନ୍ତ୍ରଣ) ବିଲ୍-2014ରେ ଏଚ୍ଆଇଭି ଓ ଏଚ୍ଆଇଭି ପ୍ରଭାବିତ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ବିଲର ଏହି ବ୍ୟବସ୍ଥା ଜରିଆରେ ଏଚ୍ଆଇଭି ସଂକ୍ରାନ୍ତ ଭେଦଭାବ ଦୂରକରିବା, ପ୍ରଚଳିତ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ଆଇନଗତ ଉତ୍ତରଦାୟିତ୍ୱ, ଅଭିଯୋଗ ଓ ସାଧାରଣ ଅଭିଯୋଗର ତଦନ୍ତ ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ସୃଷ୍ଟିର ପ୍ରାବଧାନ ରହିଛି । ଏହି ବିଲରେ ଏଚ୍ଆଇଭି ଓ ଏଡ୍ସ ବ୍ୟାପିବା ଉପରେ ନିୟନ୍ତ୍ରଣ ଓ ପ୍ରତିଷେଧକ, ଏଚ୍ଆଇଭି ଓ ଏଡ୍ସ ସଂକ୍ରମିତ ବ୍ୟକ୍ତିଙ୍କ ସହ ଭେଦଭାବ ଉପରେ କଟକଣା, ସେମାନଙ୍କର ଚିକିତ୍ସା ପାଇଁ ସହମତି ଓ ଗୋପନୀୟତା, ସଂକ୍ରମିତ ବ୍ୟକ୍ତି ରହୁଥିବା ସ୍ଥାନରେ ସେମାନଙ୍କର ଅଧିକାରର ସୁରକ୍ଷା ଓ ଅଭିଯୋଗର ସମାଧାନ ବ୍ୟବସ୍ଥା ଆଦି ରହିବ । ବିଲରେ ଏଚ୍ଆଇଭି ସଂକ୍ରାନ୍ତ ପରୀକ୍ଷା, ଚିକିତ୍ସା ଓ କ୍ଲିନିକାଲ ଗବେଷଣା ପାଇଁ ସେମାନଙ୍କ ସହମତି ଓ ଗୋପନୀୟତାକୁ ସୁନିଶ୍ଚିତ କରାଇ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବା ମଧ୍ୟ ବିଲର ମୂଳ ଲକ୍ଷ୍ୟ ରହିଛି ।

ଏହି ବିଲର ପ୍ରାବଧାନ ଅନୁସାରେ 18 ବର୍ଷ ବୟସରୁ କମ୍ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ନିଜ ପରିବାର ସହ ରହିବାର ଅଧିକାର ରହିଛି ଓ ସେ ପରିବାରିକ ସୁବିଧା ଉପଭୋଗ କରିପାରିବ । ନାବାଳକଙ୍କ ଅଭିଭାବକତ୍ଵ ପାଇଁ ମଧ୍ୟ ଏହି ବିଲରେ ପ୍ରାବଧାନ ରହିଛି । ବିଲରେ 12 ରୁ 18 ବର୍ଷ ବୟସର ବ୍ୟକ୍ତି ଯିଏକି ନିଜକଥା ବୁଝିବା ପାଇଁ ସାମର୍ଥ୍ୟ ଥିବ ସିଏ 18 ବର୍ଷରୁ କମ୍ ବୟସର ନିଜର ସମ୍ପର୍କୀୟଙ୍କ ଅଭିଭାବକ ଭାବେ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା, ବ୍ୟାଙ୍କ ଏକାଉଂଟ ପରିଚାଳନା, ସମ୍ପତି ପରିଚାଳନା, ସେବା ଓ ଚିକିତ୍ସା ଆଦି କରିପାରିବେ ।

ଜଣେ ଏଚ୍ଆଇଭି ବ୍ୟକ୍ତିର ସହମତି ବିନା କୌଣସି ବ୍ୟକ୍ତି ତାଙ୍କର ଏଚ୍ଆଇଭି ସ୍ଥିତିକୁ ଉଜାଗର କରିପାରିବେ ନାହିଁ କେବଳ କୋର୍ଟ ନିର୍ଦ୍ଦେଶ ବିନା । ଏହି ବିଲର ପ୍ରାବଧାନ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିମ୍ନଲିଖିତ ପଦକ୍ଷେପ ନେବେ

(A) ଏଚଆଇଭି ଅବା ଏଡ୍ସ ବ୍ୟାପିବାକୁ ରୋକିବେ

(B) ଏଚଆଇଭି ଅବା ଏଡ୍ସ ସଂକ୍ରମିତ ବ୍ୟକ୍ତିଙ୍କ ସଂକ୍ରମଣ ପରିଚାଳନା ଓ ନିରୋଗଚିକିତ୍ସା

(C) ବିଶେଷକରି ମହିଳା ଓ ଶିଶୁଙ୍କ ପାଇଁ କଲ୍ୟାଣମୂଳକ ଯୋଜନା
(D) ଏଚ୍ଆଇ ଅବା ଏଡ୍ସ ଶିକ୍ଷା ପ୍ରଣୟନ ପାଇଁ ଯୋଗାଯୋଗ କାର୍ଯ୍ୟକ୍ରମ ଯାହାକି ଯଥାର୍ଥ ବୟସ, ଲିଙ୍ଗଗତ ସମ୍ବେଦନଶୀଳତା ରହିବ