ପିଏମଇଣ୍ଡିଆ
ନମସ୍କାର!
ଆଦରଣୀୟ ରାଷ୍ଟ୍ରପତି ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ସଞ୍ଜୟ ଧୋତ୍ରେ ମହାଶୟ, ଏହି ସମ୍ମେଳନରେ ଭାଗ ନେଇଥିବା ସମସ୍ତ ମାନନୀୟ ରାଜ୍ୟପାଳ, ଉପ-ରାଜ୍ୟପାଳ, ରାଜ୍ୟଗୁଡ଼ିକର ଶିକ୍ଷାମନ୍ତ୍ରୀ, ରାଷ୍ଟ୍ରୀୟ ଶିକ୍ଷାନୀତିକୁ ସ୍ୱରୁପ ଦେବାରେ ମୁଖ୍ୟ ଭୂମିକା ତୁଲାଇଥିବା ଡକ୍ଟର କସ୍ତୁରୀରଙ୍ଗନ ମହାଶୟ ଏବଂ ତାଙ୍କର ଟିମ୍, ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ୍ତ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ ।
ସର୍ବପ୍ରଥମେ, ମୁଁ ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରୁଛି । ରାଷ୍ଟ୍ରୀୟ ଶିକ୍ଷାନୀତି ସନ୍ଦର୍ଭରେ, ଏହି ଆୟୋଜନ ହେଉଛି ବହୁତ ହିଁ ପ୍ରାସଙ୍ଗିକ, ବହୁତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାଜଗତର ଶହ-ଶହ ବର୍ଷର ଅନୁଭବ, ଏକା ସହିତ ଏଠାରେ ଏକତ୍ରିତ ହୋଇଛନ୍ତି । ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।
ମାନ୍ୟବର,
ଦେଶର ଆଶା-ଆକାଂକ୍ଷାକୁ ପୂରଣ କରିବାର ବହୁତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥାଏ ଶିକ୍ଷାନୀତି ଏବଂ ଶିକ୍ଷା ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱବୋଧ ଦ୍ୱାରା କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା, ସମସ୍ତେ ଯୋଡ଼ି ହୋଇ ଥାଆନ୍ତି । କିନ୍ତୁ ଏହା ମଧ୍ୟ ଠିକ୍ ଯେ ଶିକ୍ଷାନୀତିରେ ସରକାର, ତାଙ୍କର ହସ୍ତକ୍ଷେପ, ତାଙ୍କର ପ୍ରଭାବ, କମ୍ ରୁ ଅତି କମ୍ ହେବା ଦରକାର । ଶିକ୍ଷାନୀତି ସହିତ ଶିକ୍ଷକମାନେ ଯେତେ ଅଧିକ ଭାବେ ଜଡ଼ିତ ହେବେ, ଅଭିଭାବକ ଜଡ଼ିତ ହେବେ, ଛାତ୍ର-ଛାତ୍ରୀଗଣ ଯୋଡ଼ି ହେବେ, ତାହାର ପ୍ରସଙ୍ଗିକତା ଏବଂ ବ୍ୟାପକତା ଉଭୟ ସେତେ ଅଧିକ ପରିମାଣରେ ବୃଦ୍ଧି ହେବ ।
ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଚାରି ପାଞ୍ଚ ବର୍ଷ ପୂର୍ବେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେଶର ଲକ୍ଷ-ଲକ୍ଷ ଲୋକମାନେ, ସହରରେ ରହୁଥିବା ଲୋକମାନେ, ଗାଁରେ ରହୁଥିବା ଲୋକମାନେ, ଶିକ୍ଷାକ୍ଷେତ୍ର ସହିତ ଜଡ଼ିତ ଅନୁଭବୀ ଲୋକମାନେ, ଏଥିପାଇଁ ନିଜର ମତାମତ ଦେଇଥିଲେ, ନିଜର ପରାମର୍ଶ ଦେଇଥିଲେ । ଶିକ୍ଷାନୀତିର ଯେଉଁ ଚିଠା ପ୍ରସ୍ତୁତ ହୋଇଥିଲା, ତାହାର ଭିନ୍ନ ଭିନ୍ନ ବିନ୍ଦୁ ଉପରେ ମଧ୍ୟ 2 ଲକ୍ଷରୁ ଅଧିକ ଲୋକମାନେ ନିଜର ପରାମର୍ଶ ଦେଇଥିଲେ । ଅର୍ଥାତ ଅଭିଭାବକ, ଛାତ୍ରଛାତ୍ରୀଗଣ, ଶିକ୍ଷାବିତ୍ତ, ଶିକ୍ଷକ, ଶିକ୍ଷା ପରିଚାଳକ, ବୃତ୍ତିଧାରୀ, ସମସ୍ତେ ଏହାକୁ ପ୍ରସ୍ତୁତ କରିବାରେ ନିଜର ଯୋଗଦାନ ଦେଇଛନ୍ତି । ଏତେ ଗଭୀର, ଏତେ ବ୍ୟାପକ, ଏତେ ପରିମାଣରେ ବିବିଧତାରେ ଭରି ରହିଥିବା ମନ୍ଥନ ପରେ ଏବେ ଏ ଯେଉଁ ଅମୃତ ବାହାରିଛି, ଏଥିପାଇଁ ହିଁ ଏବେ ଚାରିଆଡ଼େ ରାଷ୍ଟ୍ରୀୟ ଶିକ୍ଷାନୀତିର ସ୍ୱାଗତ ହେଉଛି ।
ଗାଁର କୌଣସି ଶିକ୍ଷକ ହୁଅନ୍ତୁ କିମ୍ବା କୌଣସି ବଡ଼-ବଡ଼ ଶିକ୍ଷାବିତ୍ତ, ସମସ୍ତଙ୍କୁ ରାଷ୍ଟ୍ରୀୟ ଶିକ୍ଷାନୀତି, ନିଜର ହିଁ ଶିକ୍ଷାନୀତି ଭଳି ଲାଗୁଛି । ସମସ୍ତଙ୍କ ମନରେ ଏକ ଭାବନା ରହିଛି କି ପୂର୍ବ ଶିକ୍ଷାନୀତିରେ ଏହିସବୁ ପରିବର୍ତ୍ତନ ହେବା ତ ମୁଁ ଦେଖିବାକୁ ଚାହୁଁଥିଲି । ଏହା ହେଉଛି ଏକ ବହୁତ ବଡ଼ କାରଣ କି ରାଷ୍ଟ୍ରୀୟ ଶିକ୍ଷାନୀତିକୁ ସ୍ୱୀକାର କରିବାର, ଗ୍ରହଣ କରିବାର ମୂଳ କାରଣ ।
ଶିକ୍ଷାନୀତି କ’ଣ ହେବ, କିପରି ହେବ, ତାହାର ସ୍ୱରୂପ କ’ଣ ହେବ, ଏହା ସ୍ଥିର କରିବା ପରେ ଏବେ ଦେଶ ଆଉ ଏକ ପାଦ ଆଗକୁ ବଢ଼ିଛି । ଏବେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ନେଇ, ତାହାର କାର୍ଯ୍ୟକାରିତାକୁ ନେଇ ବ୍ୟାପକ ବିଚାର ବିମର୍ଷ ଚାଲୁ ରହିଛି, ଆଲୋଚନା ଚାଲିଛି । ଏହି ବ୍ୟାପକ ବିଚାର ବିମର୍ଷ ଏଥିପାଇଁ ଜରୁରୀ କାରଣ ରାଷ୍ଟ୍ରୀୟ ଶିକ୍ଷାନୀତି –ଜାତୀୟ ଶିକ୍ଷାନୀତି, କେବଳ ଲେଖା-ପଢ଼ାର ଉପାୟ ଅବା କୌଶଳରେ ହିଁ ପରିବର୍ତ୍ତନ ଆଣିବା ପାଇଁ ନୁହେଁ । ଏହି ନୀତି ଏକବିଂଶ ଶତାବ୍ଦୀର ଭାରତର ସାମାଜିକ ଏବଂ ଆର୍ଥିକ ଜୀବନକୁ ନୂତନ ମାର୍ଗ ଦେବାକୁ ଯାଉଛି ।
ଏହି ନୀତି ଆତ୍ମନିର୍ଭର ଭାରତର ସଂକଳ୍ପ ଏବଂ ସାମର୍ଥ୍ୟକୁ ଆକାର ଦେବାକୁ ଯାଉଛି । ବାସ୍ତବରେ ହେଉଛି, ଏହି ବଡ଼ ସଂକଳ୍ପ ପାଇଁ ଆମର ପ୍ରସ୍ତୁତି, ଆମର ସଚେତନତା ମଧ୍ୟ ସେତେ ହିଁ ବଡ଼ ହେବା ଆବଶ୍ୟକ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ମହାନୁଭବ, ରାଷ୍ଟ୍ରୀୟ ଶିକ୍ଷାନୀତିର ସୂକ୍ଷ୍ମତାକୁ ଅଧ୍ୟୟନ କରି ସାରିଛନ୍ତି । କିନ୍ତୁ ଏତେ ବଡ଼ ସଂସ୍କାରର ସୂକ୍ଷ୍ମତାଗୁଡ଼ିକୁ, ତାହାର ଲକ୍ଷ୍ୟ ଉପରେ ନିରନ୍ତର କଥା ହେବା ଏବେ ସେତିକି ହିଁ ଆବଶ୍ୟକ । ସମସ୍ତ ସନ୍ଦେହ ଏବଂ ପ୍ରଶ୍ନଗୁଡ଼ିକୁ ସମାଧାନ କରି ହିଁ ଦେଶ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ସଫଳତାପୂର୍ବକ ଲାଗୁ କରି ପାରିବ ।
ମାନ୍ୟବର,
ଆଜିର ଦୁନିଆ ଭବିଷ୍ୟତରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଚାକିର, କାର୍ଯ୍ୟ ଶୈଳୀର ଗୁଣକୁ ନେଇ ବ୍ୟାପକ ଭାବେ ଚର୍ଚ୍ଚା କରୁଛନ୍ତି । ଏହି ନୀତି ଦେଶର ଯୁବକମାନଙ୍କୁ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଜ୍ଞାନ ଏବଂ ଦକ୍ଷତା, ଦୁଇଟି ଯାକ କ୍ଷେତ୍ରରେ ପ୍ରସ୍ତୁତ କରିବ । ନୂତନ ଶିକ୍ଷାନୀତି, ପଢ଼ା ଅପେକ୍ଷା ଶିକ୍ଷା ଉପରେ ଅଧିକ ଧ୍ୟାନ ଦେଉଛି କରୁଛି ଏବଂ ପାଠ୍ୟକ୍ରମରୁ ଆଗକୁ ଯାଇ ସମୀକ୍ଷାତ୍ମକ ଚିନ୍ତା ଉପରେ ଗୁରୁତ୍ୱ ଦେଉଛି । ଏହି ନୀତିରେ ପ୍ରକ୍ରିୟାରୁ ଅଧିକ ପ୍ୟାସନ, ବାସ୍ତବିକତା ଉପରେ ଏବଂ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ମୂଳସ୍ତର ଭିତ୍ତିକ ଶିକ୍ଷଣ ଏବଂ ଭାଷା ଉପରେ ମଧ୍ୟ ଗୁରୁତ୍ୱ ରହିଛି । ଏଥିରେ ଶିକ୍ଷଣ ଫଳାଫଳ ଏବଂ ଶିକ୍ଷକ ପ୍ରଶିକ୍ଷଣ ଉପରେ ମଧ୍ୟ ଧ୍ୟାନ ରହିଛି । ଏଥିରେ ଉପଲବ୍ଧ ଏବଂ ମୂଲ୍ୟାୟନକୁ ନେଇ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏଥିରେ ପ୍ରତ୍ୟେକ ଛାତ୍ରଙ୍କୁ ସଶକ୍ତ କରିବା ପାଇଁ ପଥ ଦେଖାଇ ଦିଆଯାଇଛି ।
ଏକ ପ୍ରକାରରେ ଦେଖିବା ତ ଏହା ହେଉଛି ଗୋଟିଏ ସାଇଜ୍ ଯାହା ସବୁରି ପାଇଁ ଉପଯୁକ୍ତ ହେବ ଏହି ଅଭିବ୍ୟକ୍ତି ଦ୍ୱାରା ଆମର ଶିକ୍ଷା ବ୍ୟବସ୍ଥାକୁ ବାହାରକୁ ବାହାର କରିବାର ହେଉଛି ଏକ ସୁଦୃଢ଼ ପ୍ରୟାସ । ଆଉ ଆପଣ ସମସ୍ତେ, ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହା ଅନୁଭବ କରୁଛନ୍ତି କି ଏହି ପ୍ରୟାସ, ହେଉଛି ଅସମାନ୍ୟ, ସାମାନ୍ୟ ନୁହେଁ । ବିଗତ ଦଶକମାନଙ୍କରେ ଆମର ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଯେଉଁ ତ୍ରୁଟିବିଚ୍ୟୁତି ଆମମାନଙ୍କୁ ଦେଖାଯାଉଥିଲା, ଯେଉଁ ମଧ୍ୟ ସମସ୍ୟା ଆମମାନଙ୍କୁ ଅନୁଭବ ହେଉଥିଲା, ସେଗୁଡ଼ିକୁ ଦୂର କରିବା ପାଇଁ ଏହି ନୀତିରେ ବିସ୍ତାର ଭାବେ ଚର୍ଚ୍ଚା କରାଯାଇଛି । ଏବେ ଯେପରି ଦୀର୍ଘ ସମୟ ଧରି କଥା ଉଠୁଥିଲା ଯେ ଆମ ପିଲାମାନେ ବ୍ୟାଗ ଏବଂ ବୋର୍ଡ ପରୀକ୍ଷାରେ ଚାପଗ୍ରସ୍ତ ହୋଇ, ପରିବାର ଏବଂ ସମାଜର ଚାପରେ ଦିନକୁ ଦିନ ଦବି ଯାଉଥିଲେ, ଏହି ନୀତିରେ ଏଇସବୁ ସମସ୍ୟାକୁ ପ୍ରଭାବଶାଳୀ ଢ଼ଙ୍ଗରେ ସମାଧାନ କରାଯାଇଛି । ଆମର ଏଠାରେ ତ କୁହାଯାଇଥାଏ କି ‘ୟା ବିଦ୍ୟା ଯା ବିମୁକ୍ତୟେ ।’ ଅର୍ଥାତ ତାହା ହେଉଛି ଜ୍ଞାନ, ଯାହା ମସ୍ତିଷ୍କରେ ଆନ୍ଦୋଳିତ କରି ମନକୁ ମୁକ୍ତ କରିଥାଏ ।
ଯେତେବେଳେ ମୌଳିକ ସ୍ତରରେ ହିଁ ପିଲାଟିକୁ ତାହାର ସଂସ୍କୃତି, ଭାଷା ଏବଂ ପରମ୍ପରା ସହିତ ଯୋଡ଼ା ଯିବ, ତେବେ ଶିକ୍ଷା ନିଜକୁ ନିଜ ମଧ୍ୟରେ ପ୍ରଭାବଶାଳୀ ହେବ, ସହଜ ହେବ ଏବଂ ଛୋଟପିଲାର ମନ ନିଜେ ତା’ ସହିତ ଯୋଡ଼ି ହୋଇଯିବ । ରାଷ୍ଟ୍ରୀୟ ଶିକ୍ଷାନୀତିରେ ଆମର ପ୍ରକୃତ ଅର୍ଥରେ ବିନା ଚାପରେ, ବିନା ଅଭାବରେ ଏବଂ ବିନା ପ୍ରଭାବରେ ଶିଖିବାକୁ ଗଣତାନ୍ତ୍ରିକ ମୂଲ୍ୟକୁ ଆମର ଶିକ୍ଷା ବ୍ୟବସ୍ଥାର ଅଂଶ କରାଯାଇଛି । ଯେଭଳି ବିଭାଗକୁ ନେଇ ଯେଉଁ ପିଲାମାନଙ୍କ ଉପରେ ଚାପ ରହୁଥିଲା, ଏବେ ତାହାକୁ ଦୂର କରି ଦିଆଯାଇଛି ।
ଏବେ ଆମର ଯୁବକମାନେ ନିଜ ଆଗ୍ରହ, ଅନୁସାରେ ନିଜ ଦକ୍ଷତା ଅନୁସାରେ ପାଠ ପଢ଼ି ପାରିବେ । ନଚେତ ପୂର୍ବରୁ ଏହା ହେଉଥିଲା ଯେ ଚାପଗ୍ରସ୍ତ ହୋଇ ବିଦ୍ୟାର୍ଥୀ ନିଜ କ୍ଷମତା ବାହାରେ ଅନ୍ୟ ଏକ ବିଭାଗକୁ ବାଛି ନେଉଥିଲା ଆଉ ଯେ ପର୍ଯ୍ୟନ୍ତ ସେ ଅନୁଭବ କରୁଥିଲା ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା । ପରିଣାମ ଏହା ହେଉଥିଲା କି ବିଦ୍ୟାର୍ଥୀ ଥକି ଯାଇ ହାରି ଯାଇ ଅଧାରୁ ପାଠ ଛାଡ଼ି ଦେଉଥିଲା ଅବା ପୁଣି ଯେମିତି ସେମିତି ଡିଗ୍ରୀ ଶେଷ କରି ନେଉଥିଲା । ଏହାଦ୍ୱାରା କି ପ୍ରକାରର ସମସ୍ୟାଗୁଡ଼ିକ ଆମ ଦେଶରେ ସୃଷ୍ଟି ହେଉଥିଲା, ଏହା କେତେଗୁଡ଼ିଏ ସମସ୍ୟାର ମୂଳ କାରଣ ଥିଲା । ମୁଁ ବୁଝାଉଛି । ମୋଠାରୁ ଅଧିକ ଆପଣମାନେ ଭଲ ଭାବେ ଜାଣନ୍ତି । ଜାତୀୟ ଶିକ୍ଷାନୀତିରେ, ଏଭଳି ସମସ୍ୟାଗୁଡ଼ିକର ସମାଧାନ ନିଶ୍ଚୟ ଅଛି, ଶିକ୍ଷାବର୍ଷରେ ବ୍ୟାଙ୍କ ଅଫ୍ କେଡିଟ୍ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ବହୁତ ଲାଭ ମିଳିବ ।
ମାନ୍ୟବର,
ଆତ୍ମନିର୍ଭର ଭାରତ ନିର୍ମାଣ କରିବା ପାଇଁ ଯୁବକମାନଙ୍କୁ ଦକ୍ଷ ହେବାର ବହୁତ ଆବଶ୍ୟକତା ରହିଛି । କମ୍ ବୟସରୁ ଧନ୍ଦାମୂଳକ ପ୍ରୋତ୍ସାହନ ମିଳିଲେ ହିଁ ଆମ ଯୁବକମାନଙ୍କ ଭବିଷ୍ୟତ ପାଇଁ ଉନ୍ନତ ପ୍ରଣାଳୀ ପ୍ରସ୍ତୁତ ହେବ । ବାସ୍ତବିକ ଶିକ୍ଷଣ ଦ୍ୱାରା ଆମର ଯୁବ ସାଥୀଙ୍କର ନିଯୁକ୍ତି ହେବାର କ୍ଷମତା ଦେଶରେ ମଧ୍ୟ ବୃଦ୍ଧି ପାଇବ, ବିଶ୍ୱ ନିଯୁକ୍ତି ବଜାରରେ ଚାକିରୀରେ ମଧ୍ୟ ଆମର ଭାଗିଦାରୀ ଅଧିକ ହେବ । ଆମର ଏଠାରେ କୁହାଯାଇଛି କି – ‘ଆ ନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ ।’ ଅର୍ଥାତ ଉତ୍ତମ ବିଚାର ଯେଉଁ ଦିଗରୁ ମଧ୍ୟ ଆସେ ତାହାକୁ ଗ୍ରହଣ କରିବା ଦରକାର । ଭାରତ ତ ପ୍ରାଚୀନ କାଳରୁ ଜ୍ଞାନର ଏକ ବିଶ୍ୱ କେନ୍ଦ୍ର ରହି ଆସିଛି । ଏକବିଂଶ ଶତାବ୍ଦୀରେ ମଧ୍ୟ ଭାରତକୁ ଆମେ ଏକ ଜ୍ଞାନକେନ୍ଦ୍ରୀକ ଅର୍ଥନୀତି କରିବା ପାଇଁ ପ୍ରୟାସରତ ଅଛୁ । ନୂତନ ଶିକ୍ଷା ନୀତି ଏହି ସଂକଳ୍ପକୁ ସିଦ୍ଧ କରିବା ଦିଗରେ ହେଉଛି ଏକ ବହୁତ ବଡ଼ ପଦକ୍ଷେପ ।
ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ପ୍ରତିଭା ପଳାୟନ କୁ ମୁକାବିଲା କରିବା ପାଇଁ ଏବଂ ସାମାନ୍ୟରୁ ସାମାନ୍ୟ ପରିବାରର ଯୁବକଙ୍କ ପାଇଁ ମଧ୍ୟ ଶ୍ରେଷ୍ଠ ଆନ୍ତର୍ଜାତିକ ଅନୁଷ୍ଠାନର କ୍ୟାମ୍ପସ ଭାରତରେ ପ୍ରତିଷ୍ଠା କରିବାର ରାସ୍ତା ଉନ୍ମୁକ୍ତ କରିଛି । ଯେତେବେଳେ ଦେଶରେ ହିଁ ଅନ୍ତରାଷ୍ଟ୍ରୀୟ ସ୍ତରର ଶ୍ରେଷ୍ଠ କ୍ୟାମ୍ପସ ଖୋଲିବ, ତେବେ ପଢ଼ିବା ପାଇଁ ବାହାରକୁ ଯିବାର ପ୍ରବୃତି ମଧ୍ୟ କମ୍ ହେବ ଏବଂ ଆମର ନିଜ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ମଧ୍ୟ ଅଧିକ ପ୍ରତିଦ୍ୱନ୍ଦିତା ମୂଳକ ହୋଇପାରିବ । ଏହାର ଆଉ ଏକ ଦିଗ ମଧ୍ୟ ହେଉଛି ଅନ୍ ଲାଇନ୍ ଶିକ୍ଷା, ଯାହାଦ୍ୱାରା ପଢ଼ିବା ଓ ଲେଖିବା ପାଇଁ ସ୍ଥାନୀୟ ହେଉ ଅବା ଆନ୍ତର୍ଜାତିକ, ସମସ୍ତ ପ୍ରକାରର ସୀମା ସମାପ୍ତ ହୋଇଯାଇଥାଏ ।
ମାନନୀୟ,
ଯେତେବେଳେ କୌଣସି ମଧ୍ୟ ବ୍ୟବସ୍ଥାରେ ଏତେ ବ୍ୟାପକ ପରିବର୍ତ୍ତନ ହୋଇଥାଏ, ସେତେବେଳେ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଆମେ ଅଗ୍ରସର ହେଉଛୁ, ତେବେ କିଛି ଶଙ୍କା, ଆଶଙ୍କା ରହିବା ହେଉଛି ସ୍ୱାଭାବିକ କଥା । ମାତା-ପିତାଙ୍କୁ ଲାଗୁଥିବ କି ଯଦି ଏତେ ସ୍ୱାଧୀନତା ପିଲାମାନଙ୍କୁ ମିଳିବ, ଯଦି ବିଭାଗ ଶେଷ ହୋଇଯିବ ତ ଆଗକୁ ସେମାନେ କିପରି କଲେଜରେ ନାମ ଲେଖାଇ ପାରିବେ, ସେମାନଙ୍କ ପିଲାଙ୍କ କ୍ୟାରିୟର କ’ଣ ହେବ? ପ୍ରଫେସର, ଶିକ୍ଷକଙ୍କ ମନରେ ପ୍ରଶ୍ନ ଉଠୁଥିବ କି ସେମାନେ କିଭଳି ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇ ପାରିବେ? ଏହି ପ୍ରକାରର ପାଠ୍ୟକ୍ରମ କିଭଳି ପରିଚାଳିତ ହେବ?
ଆପଣ ସମସ୍ତଙ୍କ ପାଖରେ ମଧ୍ୟ ଅନେକ ପ୍ରଶ୍ନ ଥିବ, ଯାହା ଉପରେ ଆପଣ ମଧ୍ୟ ଚର୍ଚ୍ଚା କରୁଥିବେ । ଏହି ପ୍ରଶ୍ନ କାର୍ଯ୍ୟକାରୀ କରିବା ସହିତ ଅଧିକ ଯୋଡ଼ି ହୋଇଛି । ଯେପରି ଏଥିରେ ପାଠ୍ୟକ୍ରମ ସଜ୍ଜିକରଣ କିପରି ହୋଇ ପାରିବ? ସ୍ଥାନୀୟ ଭାଷାରେ ପାଠ୍ୟଖସଡ଼ା ଏବଂ ବିଷୟବସ୍ତୁ କିପରି ପ୍ରସ୍ତୁତ ହୋଇ ପାରିବ? ପାଠାଗାରକୁ ନେଇ ଡିଜିଟାଲ୍ ଏବଂ ଅନଲାଇନ୍ ସୂଚୀପତ୍ର ଏବଂ ପଢ଼ିବାକୁ ନେଇ ଯେଉଁ କଥା ଏଥିରେ ସ୍ଥାନୀତ କରାଯାଇଛି, ତାହା ଉପରେ କିଭଳି କାର୍ଯ୍ୟ ହେବ? କେଉଁଠାରେ ସାଧନ-ସଂସାଧନର ଅଭାବରୁ ଆମେ ନିଜ ଲକ୍ଷ୍ୟଠାରୁ ଦୂରେଇ ଯିବା ନାହିଁ ତ? ପ୍ରଶାସନକୁ ନେଇ ମଧ୍ୟ ଅନେକ ପ୍ରକାରର ପ୍ରଶ୍ନ ଆପଣ ସମସ୍ତଙ୍କ ମନରେ ରହିବା ସ୍ୱାଭାବିକ କଥା । ଏହି ସମସ୍ତ ପ୍ରଶ୍ନ ମଧ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ।
ଏହି ପ୍ରଶ୍ନର ସମାଧାନ ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛୁ । ଶିକ୍ଷା ମନ୍ତ୍ରଣାଳୟ ତରଫରୁ ମଧ୍ୟ ବାରମ୍ବାର ଆଲୋଚନା ଜାରି ରହିଛି । ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରତ୍ୟେକ ହିତଧାରକଙ୍କ ସଂପୂର୍ଣ୍ଣ କଥା, ସମସ୍ତ ରାୟକୁ, ମତାମତକୁ ଖୋଲା ମନରେ ଶୁଣାଯାଉଛି । ଶେଷରେ ଆମ ସମସ୍ତଙ୍କୁ ମିଳିମିଶି ସମସ୍ତ ଶଙ୍କା ଏବଂ ଆଶଙ୍କାର ସମାଧାନ କରିବାର ଅଛି । ଯେଉଁ ପ୍ରକାରର ନମନୀୟତାର ଦୃଷ୍ଟୀଭଙ୍ଗୀକୁ ନେଇ ଏହି ନୀତି ଆସିଛି, ସେହି ପ୍ରକାରର ସର୍ବାଧିକ ନମନୀୟତା ଆମ ସମସ୍ତଙ୍କୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଦେଖାଇବାକୁ ହେବ ।
ଏହି ଶିକ୍ଷାନୀତି, ସରକାରଙ୍କର ଶିକ୍ଷାନୀତି ନୁହେଁ, ଏହା ହେଉଛି ଦେଶର ଶିକ୍ଷାନୀତି । ଯେଭଳି ବିଦେଶ ନୀତି କୌଣସି ସରକାରଙ୍କ ନୀତି ନୁହେଁ, ଦେଶର ବିଦେଶ ନୀତି ହୋଇଥାଏ, ପ୍ରତିରକ୍ଷା ନୀତି କୌଣସି ସରକାରଙ୍କ ନୀତି ନୁହେଁ, ଦେଶର ପ୍ରତିରକ୍ଷା ନୀତି ହୋଇଥାଏ, ସେହିପରି ଶିକ୍ଷାନୀତି ମଧ୍ୟ ଯେ କେଉଁ ସରକାର ଅଛନ୍ତି, କାହାର ସରକାର ଅଛି, କିଏ ବସିଛି, କିଏ ବସିନାହିଁ, ସେହି ଆଧାରରେ ଚାଲି ନଥାଏ, ଶିକ୍ଷାନୀତି ହେଉଛି ଦେଶର ନୀତି । ଆଉ ଏଥିପାଇଁ 30 ବର୍ଷ ପରେ, ୟାଭିତରେ କେତେ ସରକାର ଆସିଲେ, କାରଣ ଏହି ସରକାର କୌଣସି ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି, ଏମାନେ ଦେଶର ଆକାଂକ୍ଷା ସହିତ ଯୋଡ଼ି ହୋଇଅଛନ୍ତି ।
ମାନନୀୟ,
ରାଷ୍ଟ୍ରୀୟ ଶିକ୍ଷାନୀତିରେ ଦ୍ରୁତ ଗତିରେ ବଦଳୁଥିବା ସମୟକୁ ଦେଖି ଭବିଷ୍ୟତକୁ ଧ୍ୟାନରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେତେ ଯେତେ ଟେକ୍ନୋଲୋଜିର ସମ୍ପ୍ରସାରଣ ଗାଁ-ଗାଁ ପର୍ଯ୍ୟନ୍ତ ହେଉଛି, ଦେଶର ଗରୀବରୁ ଗରୀବ ପର୍ଯ୍ୟନ୍ତ, ପ୍ରତ୍ୟେକ ବଂଚିତ, ପଛୁଆ, ଆଦିବାସୀଙ୍କ ପର୍ଯ୍ୟନ୍ତ ଆଧୁନିକ ଟେକ୍ନୋଲୋଜି ପହଂଚିବାରେ ଲାଗିଛି, ଯେତେ ଯେତେ ସୂଚନା ଏବଂ ଜ୍ଞାନ ପର୍ଯ୍ୟନ୍ତ ତାହାର ଉପଲବ୍ଧô ମଧ୍ୟ ବଢ଼ୁଛି ।
ଆଜି ମୁଁ ଦେଖୁଛି କି ଭିଡିଓ ବ୍ଲଗ ମାଧ୍ୟମରେ, ଭିଡିଓ ଷ୍ଟ୍ରିମିଂ ସାଇଟରେ ଅନେକ ଯୁବସାଥୀ ଏଭଳି-ଏଭଳି ଚ୍ୟାନେଲ ଚଲାଉଛନ୍ତି, ପ୍ରତ୍ୟେକ ବିଷୟର ଏଭଳି ଉନ୍ନତ କୋଚିଂ ଉପଲବ୍ଧ କରାଉଛନ୍ତି, ଯାହା ବିଷୟରେ ଆଗରୁ ଗରିବ ଘରର ବାଳକ କିମ୍ବା ବାଳିକା ଚିନ୍ତା ମଧ୍ୟ କରି ପାରୁ ନଥିଲେ । ଟେକ୍ନୋଲୋଜି ପର୍ଯ୍ୟନ୍ତ ପହଂଚିପାରୁଥିବା ଏହି ପହଂଚ ଦ୍ୱାରା ଆଂଚଳିକ ଏବଂ ସାମାଜିକ ଅସନ୍ତୁଳନର ଏକ ବହୁତ ବଡ଼ ସମସ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଆମର ଦାୟିତ୍ୱ ହେଉଛି ଆମେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ମହାବିଦ୍ୟାଳୟରେ ବୈଷୟିକ ସମାଧାନକୁ ଅଧିକ ପ୍ରୋତ୍ସାହିତ କରିବା ।
ମାନ୍ୟବର,
କୌଣସି ମଧ୍ୟ ବ୍ୟବସ୍ଥା, ସେତିକି ମଧ୍ୟ ପ୍ରଭାବଶାଳୀ ଏବଂ ଅନ୍ତର୍ଭୁକ୍ତିକରଣ ହୋଇପାରିବ, ଯେତିକି ଉନ୍ନତ ତାହାର ପ୍ରଶାସନିକ ମଡେଲ ହୋଇଥାଏ । ଏହି ଚିନ୍ତାଧାରା ଶିକ୍ଷା ସହିତ ଜଡ଼ିତ ପ୍ରଶାସନକୁ ନେଇ ମଧ୍ୟ ଏହି ନୀତି ପ୍ରତିଫଳିତ କରିଥାଏ । ଏହି ପ୍ରୟାସ କରାଯାଉଛି ଯେ ଉଚ୍ଚଶିକ୍ଷାର ପ୍ରତ୍ୟେକଟି ଦିଗ, ସେ ହୁଏତ ଶୈଖିକ ହେଉ, ବୈଷୟିକ ହେଉ, ଧନ୍ଧାମୂଳକ ହେଉ, ସମସ୍ତ ପ୍ରକାରର ଶିକ୍ଷାକୁ ସ୍ଥାଣୁ ଅବସ୍ଥାରୁ ବାହାରକୁ ବାହାର କରାଯାଉ । ପ୍ରଶାସନିକ ସ୍ତରକୁ କମରୁ ଅତିକମ୍ ରଖାଯାଉ, ସେଥିରେ ଅଧିକ ସମନ୍ୱୟ ରହୁ, ଏହି ପ୍ରୟାସ ମଧ୍ୟ ଏଇ ନୀତି ମାଧ୍ୟମରେ କରାଯାଇଛି । ଉଚ୍ଚ ଶିକ୍ଷାର ନିୟନ୍ତ୍ରଣକୁ ମଧ୍ୟ ଏହି ନୀତି ଜରିଆରେ, ଅଧିକ ସରଳ,ଏବଂ ମୁଖ୍ୟ ଧାରାକୁ ଅଣାଯିବ ।
ଗ୍ରେଡେଡ ସ୍ୱୟତତାର ପରିକଳ୍ପନାର ପଛରେ ମଧ୍ୟ ଏହି ପ୍ରୟାସ ରହିଛି ଯେ, ପ୍ରତ୍ୟେକ ମହାବିଦ୍ୟାଳୟ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୁସ୍ଥ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରାଯାଉ ଏବଂ ଯେଉଁ ସଂସ୍ଥାନ ଉନ୍ନତ ପ୍ରଦର୍ଶନ କରିବେ, ତାଙ୍କୁ ପୁରସ୍କୃତ କରାଯିବ । ଏବେ ଏହା ହେଉଛି ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି-2020)ର ଏହି ଭାବନାକୁ ଆମେ କଥା ଓ ଉତ୍ସାହ ସହକାରେ ଲାଗୁ କରି ପାରିବା । ମୋର ଆପଣ ସମସ୍ତଙ୍କୁ ବିଶେଷ ଅନୁରୋଧ ଯେ 25 ଡିସେମ୍ବର ପୂର୍ବରୁ ନିଜ ରାଜ୍ୟଗୁଡ଼ିକରେ, କେନ୍ଦ୍ରଶାସିତ ଅଂଚଳର ବିଶ୍ୱବିଦ୍ୟାଳୟରେ ଅଧିକରୁ ଅଧିକ ସଂଖ୍ୟାରେ ଏହି ପ୍ରକାରର ଭର୍ଚୁଆଲ ସମ୍ମିଳନୀର ଆୟୋଜନ କରାଯାଉ । ପ୍ରୟାସ ଏହା ହେଉଛି କି ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ଆମେ ନିରନ୍ତର ଭାବେ ବୁଝାଇ ଚାଲିବା, ଆମର ବୁଝିବା ଶକ୍ତି ଉନ୍ନତ ହେଉ, ଏଥିପାଇଁ ପ୍ରୟାସ ହେଉ । ଆପଣମାନେ ନିଜର ସମୟ ବାହାର କରି ଆସିଥିବାରୁ ଆପଣମାନଙ୍କୁ ପୁଣି ଥରେ କୃତଜ୍ଞତା ଜ୍ଞାପନ କରୁଛି ।
ମୁଁ ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ନିକଟରେ ପୁନର୍ବାର କୃତଜ୍ଞତା ଜ୍ଞାପନ କରୁଛି । ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ।
ଧନ୍ୟବାଦ!!!
**********
देश की Aspirations को पूरा करने का महत्वपूर्ण माध्यम शिक्षा नीति और शिक्षा व्यवस्था होती है।
— PMO India (@PMOIndia) September 7, 2020
शिक्षा व्यवस्था की जिम्मेदारी से केंद्र , राज्य सरकार, स्थानीय निकाय, सभी जुड़े होते हैं।
लेकिन ये भी सही है कि शिक्षा नीति में सरकार, उसका दखल, उसका प्रभाव, कम से कम होना चाहिए: PM
शिक्षा नीति से जितना शिक्षक, अभिभावक जुड़े होंगे, छात्र जुड़े होंगे, उतना ही उसकी प्रासंगिकता और व्यापकता, दोनों ही बढ़ती है।
— PMO India (@PMOIndia) September 7, 2020
देश के लाखों लोगों ने, शहर में रहने वाले, गांव में रहने वाले, शिक्षा क्षेत्र से जुड़े लोगों ने, इसके लिए अपना फीडबैक दिया था, अपने सुझाव दिए थे: PM
गांव में कोई शिक्षक हो या फिर बड़े-बड़े शिक्षाविद, सबको राष्ट्रीय शिक्षा नीति, अपनी शिक्षा शिक्षा नीति लग रही है।
— PMO India (@PMOIndia) September 7, 2020
सभी के मन में एक भावना है कि पहले की शिक्षा नीति में यही सुधार तो मैं होते हुए देखना चाहता था।
ये एक बहुत बड़ी वजह है राष्ट्रीय शिक्षा नीति की स्वीकारता की: PM
आज दुनिया भविष्य में तेजी से बदलते Jobs, Nature of Work को लेकर चर्चा कर रही है।
— PMO India (@PMOIndia) September 7, 2020
ये पॉलिसी देश के युवाओं को भविष्य की आवश्यकताओं के मुताबिक knowledge और skills, दोनों मोर्चों पर तैयार करेगी: PM
नई शिक्षा नीति, Studying के बजाय Learning पर फोकस करती है और Curriculum से और आगे बढ़कर Critical Thinking पर ज़ोर देती है।
— PMO India (@PMOIndia) September 7, 2020
इस पॉलिसी में Process से ज्यादा Passion, Practicality और Performance पर बल दिया गया है: PM
इसमें foundational learning और languages पर भी फोकस है।
— PMO India (@PMOIndia) September 7, 2020
इसमें learning Outcomes और teacher training पर भी फोकस है।
इसमें access और assessment को लेकर भी व्यापक रिफॉर्म्स किए गए हैं।
इसमें हर student को empower करने का रास्ता दिखाया गया है: PM
लंबे समय से ये बातें उठती रही हैं कि हमारे बच्चे बैग और बोर्ड एग्ज़ाम के बोझ तले, परिवार और समाज के दबाव तले दबे जा रहे हैं।
— PMO India (@PMOIndia) September 7, 2020
इस पॉलिसी में इस समस्या को प्रभावी तरीके से address किया गया है: PM
21वीं सदी में भी भारत को हम एक Knowledge Economy बनाने के लिए प्रयासरत हैं।
— PMO India (@PMOIndia) September 7, 2020
नई शिक्षा नीति ने Brain Drain को tackle करने के लिए और सामान्य से सामान्य परिवारों के युवाओं के लिए भी Best International Institutions के Campus भारत में स्थापित करने का रास्ता खोला है: PM
जब किसी भी सिस्टम में इतने व्यापक बदलाव होते हैं, तो कुछ शंकाएं-आशंकाएं स्वाभाविक ही हैं।
— PMO India (@PMOIndia) September 7, 2020
माता-पिता को लगता होगा कि अगर इतनी आज़ादी बच्चों को मिलेगी, अगर Stream खत्म हो जाएंगी तो आगे कॉलेज में उनको दाखिला कैसे मिलेगा, करियर का क्या होगा?: PM
प्रोफेसर्स, टीचर्स के मन में सवाल होंगे कि वो खुद को इस बदलाव के लिए तैयार कैसे कर पाएंगे? इस प्रकार का पाठयक्रम कैसे मैनेज हो पाएगा?
— PMO India (@PMOIndia) September 7, 2020
आप सभी के पास भी अनेक सवाल होंगे, जिन पर आप चर्चा भी कर रहे हैं: PM
प्रोफेसर्स, टीचर्स के मन में सवाल होंगे कि वो खुद को इस बदलाव के लिए तैयार कैसे कर पाएंगे? इस प्रकार का पाठयक्रम कैसे मैनेज हो पाएगा?
— PMO India (@PMOIndia) September 7, 2020
आप सभी के पास भी अनेक सवाल होंगे, जिन पर आप चर्चा भी कर रहे हैं: PM
ये सभी सवाल महत्वपूर्ण हैं,
— PMO India (@PMOIndia) September 7, 2020
हर सवाल के समाधान के लिए सब मिलकर काम कर रहे हैं। शिक्षा मंत्रालय की तरफ से भी लगातार संवाद जारी है।
राज्यों में हर स्टेकहोल्डर की पूरी बात,हर राय को खुले मन से सुना जा रहा है।
आखिर हम सभी को मिलकर ही तो तमाम शंकाओं और आशंकाओं का समाधान करना है: PM
ये शिक्षा नीति, सरकार की शिक्षा नीति नहीं है। ये देश की शिक्षा नीति है।
— PMO India (@PMOIndia) September 7, 2020
जैसे विदेश नीति देश की नीति होती है,
रक्षा नीति देश की नीति होती है,
वैसे ही शिक्षा नीति भी देश की ही नीति है: PM
कोई भी System, उतना ही Effective और Inclusive हो सकता है, जितना बेहतर उसका गवर्नेंस मॉडल होता है।
— PMO India (@PMOIndia) September 7, 2020
यही सोच Education से जुड़ी गवर्नेंस को लेकर भी ये पॉलिसी रिफ्लेक्ट करती है: PM
कोशिश ये की जा रही है कि Higher Education के हर पहलू, चाहे वो Academic हो, Technical हो, Vocational हो, हर प्रकार की शिक्षा को Silos से बाहर निकाला जाए।
— PMO India (@PMOIndia) September 7, 2020
Administrative Layers को कम से कम रखा जाए, उनमें अधिक समन्वय हो, ये प्रयास भी इस पॉलिसी के माध्यम से किया गया है: PM
Graded Autonomy के concept के पीछे भी कोशिश यही है कि हर कॉलेज, हर यूनिवर्सिटी के बीच healthy competition को encourage किया जाए और जो संस्थान बेहतर perform करते हैं उनको reward किया जाए: PM
— PMO India (@PMOIndia) September 7, 2020
अब हम सभी का ये सामूहिक दायित्व है कि NEP-2020 की इस भावना को हम Letter and Spirit में लागू कर सकें: PM
— PMO India (@PMOIndia) September 7, 2020