ପିଏମଇଣ୍ଡିଆ

ପାଖାପାଖି ଏକ ମାସ ହେବ ଅନେକ ନୂଆ ବନ୍ଧୁମାନଙ୍କ ସହିତ ପ୍ରତ୍ୟେକ ନିଜ- ନିଜର ଏକ ଭିନ୍ନ ପରିଚୟ ନେଇକରି ଆସିଥିଲେ, ନିଜ ବିବିଧତାକୁ ନେଇ ଆସିଥିଲେ, କିନ୍ତୁ ମାସକ ଭିତରେ ଏପରି ଏକ ପରିବେଶ ସୃଷ୍ଟି ହେଲା କି ଆପଣ ସମସ୍ତଙ୍କ ମଧ୍ୟରେ ଏକ ଅତୁଟ ସଂପର୍କ ଯୋଡି ହୋଇଯାଇଛି । ଏକ ଆପଣାର ସଂପର୍କ, ଆଉ ଯେବେ ଆପଣ ଅନ୍ୟ ରାଜ୍ୟର କ୍ୟାଡେଟଙ୍କ ସହିତ ମିଶୁଥିବେ ତ ତାଙ୍କର ବିଶେଷତ୍ୱଗୁଡିକ, ବିବିଧତା ଗୁଡିକ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଥିବେ । ଏତେ ଉତ୍ସୁକତାକୁ ନେଇ ଆପଣମାନେ ଏଠାରୁ ଯିବେ ଯେ ମନ ହେବ କି ଭାରତର ନାଗରିକ ଭାବେ ଆଗାମୀ ଦିନରେ ଭାରତକୁ ଯେତେ ଅଧିକ ଜାଣିବି, ଭାରତର ପ୍ରତ୍ୟେକ କୋଣକୁ ଯେତେ ଅଧିକ ଜାଣିବି, ଭାରତର ପ୍ରତ୍ୟେକ ବିବିଧତାକୁ ଯେତେ ଅଧିକ ଚିହ୍ନିବି, ନିଜକୁ ସେତେ ଅଧିକ ତା’ ଭିତରେ ପାଇବି । ଏହି ସଂସ୍କାର ବୀଜ ଏଇ ଏନସିସି ଶିବିରରୁ ସହଜ ଭାବେ ଆମ ଭିତରେ ବୁଣାଯାଇଥାଏ । ହୁଏତ ଲାଗି ଥାଏ କି ଆମେ ପରେଡ କରୁଛୁ, ହୁଏତ ଲାଗିଥାଏ କି ଆମେ ୟୁନିଫର୍ମ ପିନ୍ଧି କରି ଆସିଛୁ, ହୁଏତ ଲାଗି ଥାଏ କି ଆମେ ରାଜପଥ ପାଇଁ ପ୍ରସ୍ତୁତି କରୁଛୁ, କିନ୍ତୁ ଆମକୁ ଜଣା ନାହିଁ କି ଆମେ ଆମ ଭିତରେ ଏହି ବିଶାଳ ଭାରତକୁ କିପରି ସଜାଇବାରେ ଲାଗି ଯାଇଛୁ । ଆମେ କିପରି ଭାରତମୟ ହୋଇ ଯାଇଥାଉ । ଭାରତ ପାଇଁ କିଛି ନା କିଛି କରିବାର ଦୃଢ ଇଚ୍ଛା ମନରେ ସୃଷ୍ଟି ହୋଇଥାଏ । ଜଣା ପଡି ନ ଥାଏ । ଏକ ଏଭଳି ପରିବେଶ, ଏକ ଏଭଳି ବାତାବରଣ ଯାହା ଆମକୁ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ମୋ ଦେଶ, ମୋ ଦେଶର ଭବିଷ୍ୟତ, ଆମର ଉଜ୍ଜ୍ୱଳ ଭବିଷ୍ୟତରେ ମୋର ଭୂମିକା, ମୋର କର୍ତ୍ତବ୍ୟ, ଏହି ସମସ୍ତ କଥାର ପ୍ରେରଣା ନେଇ ଆପଣମାନେ ନିଜ ନିଜ ଅଞ୍ଚଳକୁ ଏଠାରୁ ଫେରି ଯାଉଛନ୍ତି । ରାଜପଥ ପରେଡରେ ଏନସିସିର କ୍ୟାଡେଟ ଆଉ ଯେଉଁମାନଙ୍କୁ ରାଜପଥରେ ଚାଲିବାର, ଦେଖିବାର ସୁଯୋଗ ମିଳି ନାହିଁ, ଏପରିକି ପାଖ ଭୂମିରେ କାମ କରୁଥିବା ଲୋକ ମାସେ ହେବ କଠୋର ତପସ୍ୟା କରିଥିବା ପ୍ରତ୍ୟେକଙ୍କ ପ୍ରତି ଦୁନିଆର ଦଶଟି ଦେଶର ଅତିଥି ଏବଂ ସମଗ୍ର ହିନ୍ଦୁସ୍ଥାନ ଆଉ ସାରା ବିଶ୍ୱରେ ଖେଳେଇ ହୋଇ ରହିଥିବା ଭାରତୀୟ ସମୁଦାୟ ଆପଣଙ୍କର ପ୍ରତ୍ୟେକ ପାଦରେ ଗୌରବ ଅନୁଭବ କରୁଥିଲେ । ଆପଣଙ୍କର ପ୍ରତ୍ୟେକ ପାଦରେ ଗର୍ବ କରୁଥିଲେ । ଆପଣ ଯେତେବେଳେ ଚାଲୁଥିଲେ ତ ସେ ଅନୁଭବ କରୁଥିଲା କି ମୋ ଦେଶ ଆଗକୁ ବଢ଼ୁଛି । ଆପଣ ଯେତେବେଳେ ଦୃଢ ଆତ୍ମ ବିଶ୍ୱାସର ସହିତ ନିଜର ଇଚ୍ଛାଶକ୍ତିକୁ ପ୍ରଦର୍ଶନ କରୁଥିଲେ ସେତେବେଳେ ଦେଶବାସୀ ଅନୁଭବ କରୁଥିଲେ କି ଦେଶ ଦୃଢ ଆତ୍ମ ବିଶ୍ୱାସର ସହିତ ଆଗକୁ ଅଗ୍ରସର ହେଉଛି । ଏହି ପରିବେଶ, ଏହି ବାତାବରଣ ଏତିକି ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ଏହାପରେ କଷଟି ଆରମ୍ଭ ହୋଇଥାଏ । ଏନସିସି ହେଉଛି ଏହାର ପରିଚୟ ଏକତା ଏବଂ ଅନୁଶାସନ । ଏନସିସି ଏହା କୌଣସି ମେକାନିଜିମ୍ ନୁହେଁ । ଏନସିସି ହେଉଛି ଏକ ମିଶନ, ଏନସିସି ଏହା କେବଳ ୟୁନିଫର୍ମ ଏବଂ ସମାନତା ନୁହେଁ, ବାସ୍ତବ ଅର୍ଥରେ ଏହା ହେଉଛି ଏକତା । ଆଉ ଏଥିପାଇଁ ଏହି ଭାବକୁ ନେଇ ଶେଷରେ ଏହି ପରେଡ, ଏହି ଶିବିର, ଏହି ଅନୁଶାସନ, ଏହି କଠୋର ପରିଶ୍ରମ କେଉଁ କାର୍ଯ୍ୟ ପାଇଁ ହେଉଛି, ଏସବୁ କ’ଣ? ଦେଶର ଗରିବରୁ ଗରିବ ବ୍ୟକ୍ତିର ଅଧିକାରର ଧନ ଏହି ଜିନିଷରେ କ’ଣ ଲଗାଯାଉଛି, ତାହା ଏଥିପାଇଁ ଲଗାଯାଉଛି, ଦେଶ ମଧ୍ୟରେ ଏଭଳି ପରମାଣୁ ପ୍ରସ୍ତୁତ କରାଯାଉ, ଏପରି ଶାଖା ସୃଷ୍ଟି ହୋଇଚାଲୁ, ମିଶନ ମୋଡରେ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇ ଚାଲନ୍ତୁ, ଆଉ ଦେଶର ଇଚ୍ଛା ଶକ୍ତି ଏତେ ବଢି ଚାଲୁ, ଆଉ ଏଥିପାଇଁ ଏକ ପ୍ରକାରରେ ଜୀବନକୁ ଗଠନ କରିବାରେ ଏବଂ ଏହି ସମୃଦ୍ଧ ଜୀବନ ମାଧ୍ୟମରେ ଦେଶ ନିର୍ମାଣରେ ଏହା ଏକ ପ୍ରୟାସ ହୋଇଥାଏ । ଯଦି ଆମେ ଏହିଠାରେ ସବୁ କିଛି ଛାଡି ଦେଇ ଯିବା – ଖାଲି ସ୍ମୃତି ଗୁଡିକୁ, ସ୍ମୃତିଗୁଡିକୁ ସାରା ଜୀବନ ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟିବା କାମରେ ଆସିବ, ବୋଧହୁଏ ତା’ହେଲେ କିଛି ଅଭାବ ରହିଗଲା । ଆମ ସମସ୍ତଙ୍କୁ ଏହି କଥା ପାଇଁ ଗର୍ବ କରିବା ଦରକାର ଆମ ଦେଶ ସ୍ୱାଧୀନ ହେବା ପରେ ସଶସ୍ତ୍ର ବାହିନୀ ପାଇଁ ନିୟମ କାନୁନ ଏବଂ ନିୟମ ତିଆରି ହେବା ପୂର୍ବରୁ ଏହି ଦେଶରେ ଏନସିସି ଅଧିନିୟମ ତିଆରି ହୋଇଥିଲା । ରାଷ୍ଟ୍ର ରକ୍ଷା ପୂର୍ବରୁ ମଧ୍ୟ ରାଷ୍ଟ୍ର ନିର୍ମାଣକୁ ଆମ ଦେଶରେ ଯୁବ ପିଢି ସହିତ ଯୋଡା ଯାଇଥିଲା ।
ଆଜି ଏନସିସି 70 ବର୍ଷର ହୋଇ ଯାଇଛି । ସାତ ଦଶକର ଯାତ୍ରା ଏବଂ ମୋ ଭଳି ଲକ୍ଷ ଲକ୍ଷ ଏନସିସି କ୍ୟାଡେଟ୍ ଦେଶ ଭକ୍ତିର ସଂସ୍କାର ପାଇ ଜୀବନ ରାସ୍ତାରେ ଆଗେଇ ଚାଲିଛନ୍ତି । ବନ୍ଧୁଗଣ, ଏନସିସିରୁ ଆମକୁ ମିଶନର ଲକ୍ଷ୍ୟ ମିଳିଛି । 70 ବର୍ଷ ଏନସିସିକୁ ହେବାର ଅର୍ଥ ହେଉଛି – ସମୟର ଆବଶ୍ୟକତା କି ଆମେ ପୁଣି ଥରେ ପୁର୍ବାବଲୋକନ କରିବା, ଯେଉଁଠାରୁ ଚାଲିବା ଆରମ୍ଭ କରିଥିଲେ, କେଉଁଠାରେ ପହଞ୍ଚିଲେ ଏବଂ ଆଗକୁ କେଉଁଠାକୁ ଆମ ଦେଶକୁ ନେଇଯିବାର ଅଛି । ଏହି ଏନସିସିର ରୂପ କ’ଣ ହେଉ, ଆଉ କେଉଁ ନୂଆ ଜିନିଷ ଯୋଡା ଯିବ । ଏହାର ସଂପ୍ରସାରଣ କିଭଳି ହେଉ ଆଉ ଏହି ସମସ୍ତ ବିଷୟ ସହିତ ଯୋଡି ହୋଇଥିବା ଲୋକମାନଙ୍କୁ ମୁଁ ଅନୁରୋଧ କରିବି କି ଯେତେବେଳେ ଆମେ ଏନସିସିର 75 ବର୍ଷ ପାଳନ କରିବା ଆମେ ଏକ ରୂପରେଖ ପ୍ରସ୍ତୁତ କରିବା ଆଉ ସେହି 75 ବର୍ଷ ମିଶନ ଏନସିସିକୁ ଏକ ଏପରି ଶିଖରକୁ ନେଇଯିବ କି ଦେଶର ପ୍ରତ୍ୟେକ କୋଣରେ ଏନସିସି ନିଜର କାର୍ଯ୍ୟକଳାପ ଯୋଗୁଁ, ଏନସିସି କ୍ୟାଡେଟଙ୍କ କାରନାମା କାରଣରୁ ଦେଶର ପ୍ରତ୍ୟେକ କୋଣରେ କିଛି ନୂତନତ୍ୱ ଆସୁ, କିଛି ପରିବର୍ତ୍ତନ ଆସୁ, କୌଣସି ଗୌରବର ଭାବନା ଜାଗ୍ରତ ହେଉ । ଏହି ସଂକଳ୍ପକୁ ନେଇ ଆମେ ଆଜି ଯେବେ 70 ବର୍ଷ ପାଳନ କରୁଛୁ, 75 ବର୍ଷର ମିଶନ ସ୍ଥିର କରିବା । ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ କି ମୋ ଦେଶର କୌଣସି ଯୁବକ ଆଜି ଭ୍ରଷ୍ଟାଚାର ସହିବାକୁ ପ୍ରସ୍ତୁତ ଅଛି । ଭ୍ରଷ୍ଟାଚାର ବିରୁଦ୍ଧରେ ଘୃଣା ଭାବ ସମାଜରେ ଅନୁଭବ ହେଉଛି, କିନ୍ତୁ ଖାଲି ଆମେ ଭ୍ରଷ୍ଟାଚାର ବିରୁଦ୍ଧରେ ଘୃଣା ଭାବ ସୃଷ୍ଟି କରିବା, ଭ୍ରଷ୍ଟାଚାର ବିରୁଦ୍ଧରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା, କ୍ରୋଧ ପ୍ରକଟ କରିବା । ଏତିକିରେ କାମ ଚଳିବ କି? ପୁଣି ତ ଏହି ଲଢେଇ ବହୁତ ଦୀର୍ଘ ଦିନ ପର୍ଯ୍ୟନ୍ତ ଚଲାଇବାକୁ ପଡିବ, ଏହି ଲଢେଇ ଅଟକିବାର ନାହିଁ । ଭ୍ରଷ୍ଟାଚାର ବିରୁଦ୍ଧରେ ଏହି ଲଢେଇ, କଳାଧନ ବିରୁଦ୍ଧରେ ଏହି ଲଢେଇ ମୋ ଦେଶର ଯୁବକମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ହେଉଛି । ଆଉ ଯଦି ମୋ ଦେଶର ଯୁବକମାନଙ୍କ ଭବିଷ୍ୟତ ନିର୍ମାଣ ହେବ ତ ସେଥିରେ ମୋ ଦେଶର ଭବିଷ୍ୟତ ନିର୍ମାଣ ହେବାକୁ ଯାଉଛି । କିନ୍ତୁ ମୁଁ ଏହି ଦେଶର ପ୍ରଧାନମନ୍ତ୍ରୀ ଆଜି ଭାରତର ଯୁବକମାନଙ୍କୁ କିଛି ମାଗିବାକୁ ଚାହୁଁଛି । ମୋ ଏନସିସି କ୍ୟାଡେଟ୍ ମାନଙ୍କୁ କିଛି ମାଗିବାକୁ ଚାହୁଁଛି, ଦେଇପାରିବେ ।
ମୁଁ ଜାଣିଛି ଆପଣ କେବେ ମୋତେ ନିରାଶ କରିବେ ନାହିଁ । ମୋ ଦେଶର ଯୁବକମାନେ ମୋତେ ନିରାଶ କରିବେ ନାହିଁ । ନା ମୁଁ ଆପଣମାନଙ୍କୁ ଭୋଟ ମାଗିବା ପାଇଁ କହୁଛି । ନା ରାଜନୈତିକ ମଞ୍ଚରେ ଆମର ପ୍ରଗତି ହେଉ ସେଥିପାଇଁ ଆପଣମାନଙ୍କର ସହାୟତା ଚାହୁଁଛି । ମୋ ଦେଶର ଯୁବକମାନେ ମୁଁ ଆପଣମାନଙ୍କର ସହାୟତା ଚାହୁଁଛି କି ଭାରତକୁ ଭ୍ରଷ୍ଟାଚାର ରୂପୀ ଉଈରୁ ମୁକ୍ତି ଦେବା ପାଇଁ । ଆପଣମାନଙ୍କୁ ଲାଗୁଥିବ କି ଆମେ କ’ଣ କରି ପାରିବୁ? ଆପଣମାନଙ୍କୁ ଲାଗୁଥିବ କି ଆମେ ଅଧିକରୁ ଅଧିକ କାହାକୁ କିଛି ଦେବା ନାହିଁ । ଅଧିକରୁ ଅଧିକ ଆମେ କାହାଠାରୁ କିଛି ନେବା ନାହିଁ । ତାହା ତ ଆପଣମାନେ ନିଶ୍ଚୟ କରିବେ, କିନ୍ତୁ ଏତିକିରେ କଥା ଅଟକିବ ନାହିଁ । ଯଦି ଗୋଟିଏ କାମ ଆପଣ ଦୃଢ ନିଶ୍ଚୟ କରି ନେବେ ଆଉ ନିୟମ କରି ନେବେ କି ବର୍ଷକୁ ଅତି କମ୍ରେ ଶହେ ନୂତନ ପରିବାରକୁ ମୁଁ ଏହି କାମ ପାଇଁ ଯୋଡିବି, ତାହା ହେଉଛି କିଭଳି କାମ । ଯଦି ଉତ୍ତରଦାୟିତ୍ୱ ଆସିଥାଏ, ପାରଦର୍ଶୀତା ଆସିଥାଏ, ତ ନିଜକୁ ନିଜେ କାର୍ଯ୍ୟରେ ପରିବର୍ତ୍ତନ ଆସିଥାଏ । କ’ଣ ଆପଣ ସ୍ଥିର କରିପାରିବେ କି ଏବେ ଆମେ ଯେଉଁଠାରୁ ଯାହା କିଛି କିଣିବାକୁ ଯିବା, ଯେଉଁଠାରେ କିଛି ଅର୍ଥ ଦେବା-ନେବା ହେବ ତ’ ନଗଦରେ କରିବା ନାହିଁ । ଆମେ ସବୁ ମୋବାଇଲ ଫୋନ୍ ବ୍ୟବହାର କରିଲା ବାଲା ହୋଇଯାଇଛୁ । କ’ଣ ଭୀମ୍ ଆପ୍ ଡାଉନଲୋଡ କରି ଆମେ ଭୀମ୍ ଆପ୍ ମାଧ୍ୟମରେ ହିଁ ପ୍ରତ୍ୟେକ ଜିନିଷ କିଣିବା ଏବଂ ଯେଉଁ ଦୋକାନରୁ କିଣିବା, ଯେଉଁ ଭଣ୍ଡାରକୁ ଯାଉଥିବା, ଯେଉଁ ମଲ୍କୁ ଯାଉଥିବା, ସେମାନଙ୍କୁ ମଧ୍ୟ ଅନୁରୋଧ କରିବା କି ନାହିଁ, ଏହା ଆପଣମାନଙ୍କୁ କରିବାକୁ ପଡିବ । ଆପଣ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ । ଆପଣ ଦେଖିବେ ଏତେ ପାରଦର୍ଶୀତା ଆସିବା ଆରମ୍ଭ ହୋଇଯିବ, ଏତେ ଉତ୍ତରଦାୟିତ୍ୱ ସରଳ ହୋଇଯିବ କି ଆମେ ଭ୍ରଷ୍ଟାଚାର ମୁକ୍ତ ଭାରତ ଦିଗରେ ମଜବୁତ୍ ପଦକ୍ଷେପ ଉଠାଇ ପାରିବା ଏବଂ ଏହି କାମ ମୋର ଯୁବକମାନଙ୍କ ସାହାଯ୍ୟ ବିନା ହୋଇ ପାରିବ ନାହିଁ । ମୋର ଏନସିସି କ୍ୟାଡେଟ୍ ଏକ ମିଶନ ମୋଡରେ ଏହି କାମ ଉଠାଇ ନେବେ ତ କାହାର ସାହସ ଅଛି କି ଦେଶକୁ ଭ୍ରଷ୍ଟାଚାର ଆଡକୁ ଟାଣି ନେଇ ପାରିବ । ଯେତେ ବଡ଼ ଭ୍ରଷ୍ଟ ବ୍ୟକ୍ତି ଯେତେ ବଡ଼ ପଦରେ ରହିଥିବ, ତେବେ ମଧ୍ୟ ତାକୁ ସଚ୍ଚୋଟତାର ରାସ୍ତାରେ ଆସିବାକୁ ବାଧ୍ୟ ହେବାକୁ ପଡିବ ।
ଦେଶକୁ କେବେ-କେବେ ନିରାଶା ଲାଗୁଥିଲା କି ଭ୍ରଷ୍ଟାଚାର କଥା ବହୁତ ବଡ଼ ହୋଇଥାଏ, କିନ୍ତୁ ବଡ଼-ବଡ଼ ଲୋକଙ୍କର କିଛି ହୋଇ ନ ଥାଏ । ଆଜି ଏପରି ସମୟ ଦେଇ ଆପଣ ଗତି କରୁଛନ୍ତି । ଏପରି ସମୟ ଦେଇ ଆପଣ ଗତି କରୁଛନ୍ତି କି ଭ୍ରଷ୍ଟାଚାର ଯୋଗୁଁ ଦେଶର ତିନି-ତିନି ଜଣ ମୁଖ୍ୟମନ୍ତ୍ରୀ ଜେଲରେ ପଡି ରହିଛନ୍ତି । କିଏ କହୁଛି ‘ଈଶ୍ୱର ନାହାନ୍ତି’ କିଏ କହୁଛି ଈଶ୍ୱରଙ୍କ ସେଠାରେ ନ୍ୟାୟ ନାହିଁ । ଏବେ କେହି ବଞ୍ଚି ପାରିବେ ନାହିଁ । ଆଉ ଏଥିପାଇଁ ମୁଁ ଆଜି ଏନସିସି କ୍ୟାଡେଟଙ୍କ ସାମ୍ନାରେ ସେମାନଙ୍କ ମାଧ୍ୟମରେ ସାରା ଦେଶର ଏନସିସି କ୍ୟାଡେଟ୍ ହୁଅନ୍ତୁ, ଏନଏସଏସର ଯୁବକମାନେ ହୁଅନ୍ତୁ, ନେହେରୁ ଯୁବ କେନ୍ଦ୍ରର ଯୁବକମାନେ ହୁଅନ୍ତୁ, ସ୍କୁଲ-କଲେଜର ଛାତ୍ରଛାତ୍ରୀ ହୁଅନ୍ତୁ, ମୋ ଦେଶ ପାଇଁ ଜୀଇଁବା-ମରିବା ପାଇଁ ପ୍ରସ୍ତୁତ ଯୁବକମାନେ ହୁଅନ୍ତୁ, ମୁଁ ଆପଣମାନଙ୍କଠାରୁ ସାହାଯ୍ୟ ଚାହୁଁଛି । ଏହି ଲଢେଇ ପାଇଁ ଆପଣ ମୋର ସିପାହୀ ହୋଇ ଆସି ଯାଆନ୍ତୁ । ଆସନ୍ତୁ ଆମେ ମିଳିମିଶି ଭାରତକୁ ଏହି ଉଈ କବଳରୁ ମୁକ୍ତି ଦେଇ ଦେବା, ତ ଦେଶର ଗରିବ ମାନଙ୍କର ଅଧିକାରର ଲଢେଇ ଆମେ ଜିତି ପାରିବା । ଆମେ କୁ-ପ୍ରଥା ଗୁଡିକୁ ଶେଷ କରିଦେବା, ତାହାର ସବୁଠାରୁ ଅଧିକ ସୁଫଳ ମୋ ଦେଶର ଗରିବଙ୍କୁ ମିଳିଥାଏ । ଯେତେବେଳେ ସଠିକ ସ୍ଥାନରେ ଅର୍ଥ ଖର୍ଚ୍ଚ ହୋଇଥାଏ ତ, କୌଣସି ଗରିବର ଘରେ ଶସ୍ତା ଦରରେ ଔଷଧ ପହଞ୍ଚିଥାଏ । ଯେତେବେଳେ ଠିକଣା ଜାଗାରେ ଅର୍ଥ ଖର୍ଚ୍ଚ ହୋଇଥାଏ ତ, ଗୋଟିଏ ଗରିବ ପିଲା ପଢିବା ପାଇଁ ଭଲ ଶିକ୍ଷକ, ଭଲ ସ୍କୁଲର ବ୍ୟବସ୍ଥା ସୃଷ୍ଟି ହୋଇଥାଏ । ଯେତେବେଳେ ସଠିକ ଜାଗାରେ ଅର୍ଥର ଉପଯୋଗ ହୋଇଥାଏ ତ ଦେଶର ଦଳିତ, ପୀଡିତ, ଶୋଷିତ, ବଞ୍ଚିତ ସେମାନଙ୍କ ପାଇଁ କିଛି କରିବାର ସୁଯୋଗ ସୃଷ୍ଟି ହୋଇଥାଏ । ଆଉ ଏଥିପାଇଁ ମୋ ଦେଶର ପ୍ରିୟ ଯୁବକମାନେ ଏବେ ଏହି ଦିନମାନଙ୍କରେ ଆଧାର ବିଷୟରେ ଚର୍ଚ୍ଚା ଶୁଣୁଛନ୍ତି । ଯେଉଁ ଲୋକ ଟେକ୍ନୋଲଜିକୁ ଜାଣିଛନ୍ତି, ଯେଉଁମାନେ ବଦଳୁଥିବା ଯୁଗକୁ ଜାଣିଛନ୍ତି ସେମାନଙ୍କୁ ଜଣା ଅଛି କି ତଥ୍ୟ, ଏହା ଦୁନିଆର ଆଗାମୀ ସମୟର ବହୁତ ବଡ଼ ଶକ୍ତି ହେବାକୁ ଯାଉଛି । ଯେଉଁମାନଙ୍କ ପାଖରେ ତଥ୍ୟ ଅଛି ସେହି ଦେଶକୁ ଶକ୍ତିଶାଳୀ ବୋଲି ଗଣନା କରାଯିବ, ସେହି ଦିନ ବେଶି ଦୂର ନ ଥିବ । ଆଧାର ଡିଜିଟାଲ ବିଶ୍ୱରେ ତଥ୍ୟର ଦୁନିଆରେ ବହୁତ ବଡ଼ ଶକ୍ତି ଭାବେ ଭାରତ ପାଇଁ ଗର୍ବ ଆଣି ଦେଇଛି, ଗୌରବ ଆଣି ଦେଇଛି । ଆଉ ଏବେ ଆଧାର ମାଧ୍ୟମରେ ଲୋକମାନଙ୍କୁ ଯେଉଁ ସୁବିଧା ମିଳିବା ଦରକାର, ଗରିବମାନଙ୍କୁ, ସାଧାରଣ ମଣିଷମାନଙ୍କୁ ତାହା ପୂର୍ବରୁ ଭୁଲ ଲୋକଙ୍କ ହାତକୁ ଚାଲି ଯାଉଥିଲା । ଭ୍ରଷ୍ଟାଚାରର ତାହା ମଧ୍ୟ ଏକ ରାସ୍ତା ଥିଲା, ଯେଉଁ ଝିଅ ଜନ୍ମ ହୋଇ ନ ଥାଏ, ସେ ସରକାରୀ କାର୍ଯ୍ୟାଳୟରେ ବଡ଼ ହୋଇଥାଏ, ବିବାହ ହୋଇଯାଇଥାଏ ଏବଂ ବିଧବା ମଧ୍ୟ ହୋଇଯାଇଥାଏ ଆଉ ସରକାରୀ ରାଜକୋଷରୁ ବିଧବା ଭତ୍ତା ମଧ୍ୟ ଚାଲି ଯାଉଥିଲା । ଏହି କାରବାର ଚାଲୁ ରହିଥିଲା, ଆଧାର କାରଣରୁ, ସିଧା ସଳଖ ସୁବିଧା ହସ୍ତାନ୍ତର କାରଣରୁ ଯେଉଁମାନେ ହକ୍ଦାର ଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇ ପାରିଲା, ସେମାନଙ୍କୁ ମିଳିବାରେ ଲାଗିଲା । ଆଉ ମୋ ଦେଶର ଯୁବକମାନେ କେବଳ ଟେକ୍ନୋଲଜିର ସାହାଯ୍ୟ ଯୋଗୁଁ ମାତ୍ର କିଛି ଯୋଜନାଗୁଡିକରେ ଏବେ ତ’ ଶତ ପ୍ରତିଶତ ହୋଇ ନାହିଁ, ଆରମ୍ଭ ହୋଇଛି ମାତ୍ର , ପାଖାପାଖି 60 ହଜାର କୋଟି ଟଙ୍କା ଯାହା ତ୍ରୁଟିପୂର୍ଣ୍ଣ ଭାବେ ଭୁଲ ଲୋକଙ୍କ ହାତକୁ ଯାଉଥିଲା, ତାହା ବଞ୍ଚିଯାଇଛି । ଏହା ସବୁ ସମ୍ଭବ ହେବ । ଆଉ ଏଥିପାଇଁ ମୋ ଯୁବକମାନେ ନଗଦ ବିହୀନ ସମାଜ ଦିଗରେ କମ୍ ନଗଦର ମନ୍ତ୍ର ନେଇ ଭୀମ୍ ଆପ୍ର ସର୍ବାଧିକ ଉପଯୋଗ କରି ଆମେ ଯଦି କିଣା-ବିକାର ସମସ୍ତ କାରବାର, ଫି’ ଦେବାର ଅଛି ତ’ ଭୀମ୍ ଆପ୍ରେ ଦେବା । ତ ଆପଣ ଦେଖନ୍ତୁ କିଭଳି ଭାବେ ଦେଶରେ ପରିବର୍ତ୍ତନ ଆରମ୍ଭ ହେଉଛି ।
ମୋର ଯୁବ ସାଥୀମାନେ, ଏକ ଉନ୍ନତ ଅନୁଭବ ଆପଣମାନଙ୍କୁ ଜୀବନରେ ମିଳିଛି । ବହୁତ କମ୍ ସମୟରେ ହିଁ ଦେଶର ପ୍ରତ୍ୟେକ କୋଣର ବ୍ୟକ୍ତିଙ୍କ ସହିତ ଜୀଇଁ ଦେଶକୁ ଅନୁଭବ କରିବାର ସୁଯୋଗ ମିଳିଥାଏ । ଅନୁଭବ ମିଳିଥାଏ । ଭାରତର ଏକ ନୂତନ ସ୍ପର୍ଶ ଆପଣଙ୍କୁ ମିଳିଥାଏ, ଏହି ନବ ଚେତନା ସହିତ, ଏହି ନବ ସଂକଳ୍ପ ସହିତ, ଏହି ନବ ଆକାଂକ୍ଷା ସହିତ ନିଉ ଇଣ୍ଡିଆ ନିର୍ମାଣ ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ ଚାଲିବା । 2022 ରେ ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରିବ, ସେତେବେଳେ ସ୍ୱାଧୀନତା ପାଇଁ ପାଗଳ ହୋଇଥିବା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବାର ସାମର୍ଥ୍ୟ ଆମେ ଅର୍ଜ୍ଜନ କରି ଦେଶକୁ ଆଗକୁ ବଢାଇବା, ନିଉ ଇଣ୍ଡିଆ ନିର୍ମାଣ କରିବା, ଆପଣ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭକାମନା,
ଧନ୍ୟବାଦ ।
Every youngster came here with their own personality and identity but I am sure the last month would have led to the formation of new friendships and learning of new things from others: PM @narendramodi https://t.co/2HpoKDlNub
— PMO India (@PMOIndia) January 28, 2018
NCC camps teach every youngster about the different cultures of India. It motivates every youngster to do something good for the nation: PM @narendramodi https://t.co/2HpoKDlNub
— PMO India (@PMOIndia) January 28, 2018
This spirit that has been learnt in NCC camps has to remain with you for life: PM @narendramodi at the NCC parade https://t.co/2HpoKDlNub
— PMO India (@PMOIndia) January 28, 2018
NCC is not about uniform or uniformity, it is about unity. Through NCC we nurture teams that work in mission mode and inspire others: PM @narendramodi
— PMO India (@PMOIndia) January 28, 2018
NCC completes 7 glorious decades. It has given a sense of mission to several people. Today we celebrate what we have achieved and also think about how we can make the NCC experience even more effective in the years to come: PM @narendramodi https://t.co/2HpoKDlNub
— PMO India (@PMOIndia) January 28, 2018
I urge all stakeholders to think about the plan of action of the next 5 years, when NCC turns 75: PM @narendramodi https://t.co/2HpoKDlNub
— PMO India (@PMOIndia) January 28, 2018
The youth of India refuses to accept corruption. The fight against corruption and black money will not stop. This is a fight for the future of India's youth: PM @narendramodi
— PMO India (@PMOIndia) January 28, 2018
My young friends, I am here to ask for something. No, I am not here for seeking votes or politics. My appeal is- please further digital transactions through (the BHIM App). Please also get others on that platform. This is a step towards transparency and accountability: PM
— PMO India (@PMOIndia) January 28, 2018
Once the youth of India decide something, everything is possible: PM @narendramodi
— PMO India (@PMOIndia) January 28, 2018
Earlier people believed that nothing happens to the rich and powerful. But, things are different today. People who served as Chief Ministers are in jail for their corruption: PM @narendramodi https://t.co/2HpoKDlNub
— PMO India (@PMOIndia) January 28, 2018
These days you keep hearing about Aadhaar. I want to say Aadhaar has added great strength to India's development. What would earlier get into wrong hands is now going to the intended beneficiaries: PM @narendramodi
— PMO India (@PMOIndia) January 28, 2018