Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏପ୍ରିଲ ୧୫ରେ ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଏପ୍ରିଲ ୨୦୨୬ରେ କର୍ଣ୍ଣାଟକ ଗସ୍ତରେ ଯିବେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମାଣ୍ଡ୍ୟା ଜିଲ୍ଲାର ଶ୍ରୀ କ୍ଷେତ୍ର ଆଦିଚୁଞ୍ଚନାଗିରିରେ ଶ୍ରୀ ଗୁରୁ ଭୈରବାଇକିୟା ମନ୍ଦିରକୁ ଉଦଘାଟନ କରିବେ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ

ଗସ୍ତ କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି ଦେବେଗୌଡ଼ାଜୀଙ୍କ ସହ “ସୌନ୍ଦର୍ଯ୍ୟ ଲହରୀ ଏବଂ ଶିବ ମହିମା ସ୍ତୋତ୍ରମ’ ପୁସ୍ତକକୁ ଉନ୍ମୋଚନ କରିବେ  

ଶ୍ରୀ ଗୁରୁ ଭୈରବାଇକିୟା ମନ୍ଦିର ଶ୍ରୀ ଆଦିଚୁଞ୍ଚନାଗିରି ମହାସଂସ୍ଥାନ ମଠର ୭୧ତମ ଅଧିଶ୍ୱର ଶ୍ରୀ ଶ୍ରୀ ଶ୍ରୀ ଡକ୍ଟର ବାଲଗଙ୍ଗାଧରନାଥ ମହାସ୍ୱାମୀଜୀଙ୍କୁ ଉତ୍ସର୍ଗୀକୃତ ପାରମ୍ପରିକ ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିର ଦିବଂଗତ ମଠ ଅଧିଶ୍ୱରଙ୍କ ଜୀବନୀ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ମନ୍ଦିରକୁ କେବଳ ଶ୍ରଦ୍ଧାର ସ୍ଥାନ ଭାବରେ ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ ଭାବରେ ମଧ୍ୟ କଳ୍ପା କରାଯାଇଛି

ଶ୍ରୀ ଶ୍ରୀ ଡକ୍ଟର ବାଲଗଙ୍ଗାଧରନାଥ ମହାସ୍ୱାମୀଜୀ ସମାଜସେବା ପ୍ରତି ତାଙ୍କର ଜୀବନବ୍ୟାପୀ ପ୍ରତିବଦ୍ଧତା ପାଇଁ ବହୁଳ ଭାବରେ ସମ୍ମାନିତ ହୋଇଥିଲେ ସେ ଅନେକ ଶିକ୍ଷାନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ ସେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ସମାଜର ସେବା ହେଉଛି ସର୍ବୋଚ୍ଚ ପୂଜା ଏବଂ ତାଙ୍କ ଶିକ୍ଷା ଜାତି, ଧର୍ମ ଏବଂ କ୍ଷେତ୍ରର ପ୍ରତିବନ୍ଧକକୁ ଅତିକ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲା

SR