Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏଫଏସିଟି ମାଲିକାନାରେ ଥିବା 481.79 ଏକର ଜମି କେରଳ ସରକାରଙ୍କୁ ବିକ୍ରି କରିବା ଏବଂ ଏଥିରୁ ପ୍ରାପ୍ତ ଅର୍ଥରାଶିକୁ ଏଫଏସିଟି ଦ୍ୱାରା ଉପଯୋଗ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

1. ଫର୍ଟିଲାଇଜର୍ସ ଆଣ୍ଡ କେମିକାଲ୍ସ ଟ୍ରାଭାଂକୋର ଲିମିଟେଡ (ଏଫଏସିଟି) ନିକଟରେ ଥିବା 481.79 ଏକର ଜମି କେରଳ ସରକାରଙ୍କୁ ନିମ୍ନଲିଖିତ ପଦ୍ଧତିରେ ବିକ୍ରି କରାଯିବ:

• ଏକର ପିଛା 1 କୋଟି ଟଙ୍କା ଦରରେ 150 ଏକର ଜମି (ପ୍ରତିବଦଳରେ କେରଳ ସରକାର ଏଫଏସିଟିକୁ 143.22 ଏକର ଜମିକୁ ସମ୍ପୂର୍ଣ୍ଣ ମାଲିକାନା ଅଧିକାର ଦେବା ଲାଗି ସହମତ) ଏବଂ

• ଏର୍ଣ୍ଣାକୁଲମ ଜିଲ୍ଲାପାଳଙ୍କ ଦ୍ୱାରା ଧାର୍ଯ୍ୟ ଏକର ପିଛା 2.4758 କୋଟି ଟଙ୍କା ଦରରେ ଅବଶିଷ୍ଟ 331.79 ଏକର ଜମି ।

2. ଏଫଏସିଟି ଏହି ବିକ୍ରିରୁ ପ୍ରାପ୍ତ ଅର୍ଥରାଶିକୁ କାର୍ଯ୍ୟଶୀଳ ପୁଞ୍ଜି ଅଭାବ ପୂରଣ କରିବା, ବାଲାନ୍ସ ସିଟ ସୁଧାରିବା ଏବଂ କମ୍ପାନୀର ସ୍ଥାୟୀ ବିକାଶ ଲାଗି କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପକୁ ଲାଗୁ କରିବା ନିମନ୍ତେ କମ୍ପାନୀର ବାସ୍ତବିକ ଏବଂ ଆର୍ଥିକ ପ୍ରଦର୍ଶନ ବୃଦ୍ଧିରେ ଉପଯୋଗ କରିବ ।

ପ୍ରମୁଖ ପ୍ରଭାବ :

ଏହି ମଞ୍ଜୁରି ଫଳରେ ଏଫଏସିଟିକୁ ବ୍ୟାଙ୍କ ଋଣ ହ୍ରାସ କରିବା ଏବଂ ସାର ଉତ୍ପାଦନ ବୃଦ୍ଧି କରିବାରେ ସହାୟତା ମିଳିପାରିବ । ଫଳରେ ସାର ଉତ୍ପାଦନ କ୍ଷମତା ବୃଦ୍ଧି ଓ ଲଜିଷ୍ଟିକ/କଂଚା ମାଲ ସୁବିଧାକୁ ଉନ୍ନତ କରିବା ଲାଗି ପ୍ରକଳ୍ପ ଲାଗୁ କରିବାରେ ସହାୟତା ମିଳିପାରିବ ।

ଲାଭ :

ଏଫଏସିଟିର ପୁନରୁଦ୍ଧାର ହେବା ଦ୍ୱାରା କମ୍ପାନୀର ସମ୍ପ୍ରସାରଣ ଏବଂ ବିବିଧତା ପାଇଁ ସୁଯୋଗ ମିଳିବ ଏବଂ ଏହା ବଦଳରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟତା ମିଳିପାରିବ । ଫଳରେ କେରଳର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ଏବଂ ଦକ୍ଷିଣ ଭାରତ ଲାଗି ସାର ଉପଲବ୍ଧତାରେ ସୁଧାର ଆସିପାରିବ । ସାର ଏବଂ ରସାୟନିକର ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଫଳସ୍ୱରୂପ ଦେଶର ବିଦେଶୀ ମୁଦ୍ରା ସଂଚୟ ହୋଇପାରିବ । ଏଥିସହିତ ସାର ଓ ଖାଦ୍ୟ ସୁରକ୍ଷାରେ ସୁଧାର ଆସିପାରିବ । ଜମି ବିକ୍ରି କାର୍ଯ୍ୟର ଅନୁଧ୍ୟାନ ଲାଗି ଧାର୍ଯ୍ୟ ସମୟ ସୀମାକୁ ସାମିଲ କରିବା ଫଳରେ ଜମି ବିକ୍ରି ପରେ କାର୍ଯ୍ୟ ପ୍ରଦର୍ଶନରେ ପରିଚାଳନା ଦାୟିତ୍ୱ ସୁନିଶ୍ଚିତ ହେବ । ସଂସ୍ଥା ପୂର୍ବରୁ ଯୋଗାଣ ଷ୍ଟକ ଏବଂ ଇନ୍ଧନ ରୂପରେ ସ୍ୱଚ୍ଛ ଏଲଏନଜିକୁ ଗ୍ରହଣ କରିସାରିଛି, ଏଥିରୁ ଏହାର ଇନ୍ଧନ ସକ୍ଷମତା ଓ ପରିବେଶ ଅନୁକୂଳତା ସୁଧାର ହୋଇପାରିବ ।

*******