ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମାଣ୍ଡେଛୁ ଜଳ ବିଦ୍ୟୁତ ପ୍ରକଳ୍ପ (ଏମଏଚଇପି) ସମ୍ବନ୍ଧରେ ଋଣ ଫେରସ୍ତ କରିବାର ଅବଧିକୁ ଦୁଇ ବର୍ଷ ବୃଦ୍ଧି କରିବା ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଅନୁବନ୍ଧର ଅନୁଚ୍ଛେଦ 3ରେ ସଂଶୋଧନ କରିବାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଭୂଟାନରେ ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ 15 ବର୍ଷରୁ ବୃଦ୍ଧି କରି 17 ବର୍ଷ କରାଯିବା ପାଇଁ କରାଯାଉଛି ।
ଲାଭ
ଏହି ପ୍ରସ୍ତାବର ଉଦ୍ଦେଶ୍ୟ ନିମ୍ନଲିଖିତକୁ ସୁନିଶ୍ଚିତ କରୁଛି :
୧) ଭୂଟାନରେ 720 ମେଗାୱାଟ ଏମଏଚଇପିରୁ ବିଦ୍ୟୁତ ଆମଦାନୀ କରିବା ପାଇଁ ପ୍ରଥମ ବର୍ଷର ଦର ସୂଚୀ ହେଉଛି ୟୁନିଟ ପିଛା ଭାରତୀୟ ମୁଦ୍ରା 4.12 ଟଙ୍କା
୨) ଏମଏଚଇପିରୁ ଭୂଟାନ ଦ୍ୱାରା ଭାରତକୁ ବଳକା ବିଦ୍ୟୁତର ନିଶ୍ଚିତ ଯୋଗାଣ।
୩) ଭାରତ-ଭୂଟାନ ଆର୍ଥିକ ସମ୍ପର୍କ ଏବଂ ବିଶେଷ ଭାବେ ଜଳ ବିଦ୍ୟୁତ କ୍ଷେତ୍ରରେ ସହଯୋଗ କ୍ଷେତ୍ରରେ ପରସ୍ପର ସମ୍ପର୍କ ଏବଂ ସାମଗ୍ରିକ ଭାବେ ଭାରତ-ଭୂଟାନ ସମ୍ପର୍କକୁ ଅଧିକ ମଜଭୁତ କରିବା ।
*****