Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏମଏସଏମଇ ସହାୟତା ଓ ଜନସମ୍ପର୍କ ଅଭିଯାନକୁ ନଭେମ୍ବର 2ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 2, 2018ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସହାୟତା ଏବଂ ଜନସମ୍ପର୍କ ଅଭିଯାନର  ଶୁଭାରମ୍ଭ କରିବେ ।

ଦିଲ୍ଲୀ ବ୍ୟତୀତ ଦେଶରେ 100ଟି ବଛା ବଛା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଥିରେ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟକ୍ରମ ସହିତ ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟକ୍ରମକୁ ଲିଙ୍କ କରାଯିବ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ ପୂର୍ବକ ସମ୍ବୋଧନ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଲାଗି ଋଣ ସୁବିଧା, ବଜାର ସୁବିଧା, ଆପୋସ ସହଯୋଗ ଏବଂ ସହାୟତା ସହ ଜଡ଼ିତ ଅନ୍ୟ ଉପାୟ ଆଦି ଉପରେ ଆଲୋଚନା କରିବାର ଆଶା କରାଯାଉଛି

ଏହି କାର୍ଯ୍ୟକ୍ରମ ସାରା ଦେଶର 100ଟି ଜିଲ୍ଲାରେ 100 ଦିନ ପର୍ଯ୍ୟନ୍ତ ଆୟୋଜନ କରାଯିବ । କେନ୍ଦ୍ର ସରକାର ସୂକ୍ଷ୍ମ, ଲଘୁ ଏବଂ ମାଧ୍ୟମ ଉଦ୍ୟୋଗର ବିକାଶ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି କେନ୍ଦ୍ରର ଏହି ଅଭିଯାନ ଫଳରେ ଉଦ୍ୟୋଗୀମାନେ ଆଗକୁ ଆସି ଏହି ସୁବିଧାଗୁଡ଼ିକର ଲାଭ ପ୍ରାପ୍ତ କରିବା ଏବଂ ଋଣ ଓ ବଜାର ସୁବିଧା ହାସଲ କରିବାରେ ସହାୟତା ମିଳିପାରିବ । ସର୍ବୋପରୀ, ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଦ୍ୱାରା ଏମଏସଏମଇ କ୍ଷେତ୍ରକୁ ଆଗକୁ ନେବାରେ ସହାୟତା ମିଳିପାରିବଏହି ଅଭିଯାନକୁ ମିଶନ ଢାଞ୍ଚାରେ କାର୍ଯ୍ୟକାରୀ କରାଯିବ ଏବଂ ଏହାର  ଅଗ୍ରଗତି ସମ୍ପର୍କରେ ନିୟମିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତଦାରଖ କରିବେ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ ଔଦ୍ୟୋଗିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏବଂ କେନ୍ଦ୍ର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଗିରିରାଜ ସିଂହଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବେ ।