Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏମ୍ସରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସମୂହର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 29 ଜୁନ, 2018ରେ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ) ପରିଦର୍ଶନରେ ଯିବେ  ।

ପ୍ରଧାନମନ୍ତ୍ରୀ ଏମ୍ସରେ ବୟୋବୃଦ୍ଧଙ୍କ ପାଇଁ ରାଷ୍ଟ୍ରୀୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ  । ଏଠାରେ ବୟୋବୃଦ୍ଧମାନଙ୍କୁ ବହୁ ବିଶେଷତାପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ କରାଯିବ  । ଜେନେରାଲ ୱାର୍ଡ ପାଇଁ ଏଥିରେ 200 ଶଯ୍ୟା ସୁବିଧା ରଖାଯିବ  ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ସଫଦରଜଙ୍ଗ ଡାକ୍ତରଖାନାର 555 ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ବ୍ଳକର ମଧ୍ୟ ଉଦଘାଟନ କରିବେ  । ପ୍ରଧାନମନ୍ତ୍ରୀ ସଫଦରଜଙ୍ଗ ଡାକ୍ତରଖାନାରେ 500 ଶଯ୍ୟା ବିଶିଷ୍ଟ ନୂତନ ଜରୁରୀକାଳୀନ ବ୍ଲକ, ଏମ୍ସରେ 300 ଶଯ୍ୟା ବିଶିଷ୍ଟ ପାୱାର ଗ୍ରୀଡ ବିଶ୍ରାମ ସଦନ ତଥା ଏମ୍ସ, ଆନସାରୀ ନଗର ଏବଂ ଟ୍ରାଉମା କେନ୍ଦ୍ର ମଧ୍ୟରେ ଯାନବାହନ ଯିବାଆସିବା ପାଇଁ ନିର୍ମିତ ଏକ ସୁଡଙ୍ଗକୁ ଲୋକାର୍ପଣ କରିବେ  ।

 

**********