Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ରେ ରାଷ୍ଟ୍ରୀୟ ବୟୋବୃଦ୍ଧ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ବୃଦ୍ଧଜନମାନଙ୍କ ପାଇଁ ବହୁମୂଖୀ ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହୋଇପାରିବ । 200 ଶଯ୍ୟା ବିଶିଷ୍ଟ ଜେନେରାଲ ୱାର୍ଡ ବ୍ୟବସ୍ଥା ଏଠାରେ ରହିବ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ ସଫଦରଜଙ୍ଗ ଡାକ୍ତରଖାନାରେ 555 ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ବ୍ଲକର ଉଦଘାଟନ ମଧ୍ୟ କରିଥିଲେ । ସେ ସଫଦରଜଙ୍ଗ ଡାକ୍ତରଖାନାରେ 500 ଶଯ୍ୟା ବିଶିଷ୍ଟ ନୂତନ ଜରୁରୀକାଳୀନ ବ୍ଲକ, ଏମ୍ସରେ 300 ଶଯ୍ୟା ବିଶିଷ୍ଟ ପାୱାର ଗ୍ରୀଡ ବିଶ୍ରାମ ସଦନ ଏବଂ ଏମ୍ସ, ଆନସାରୀ ନଗର ତଥା ଟ୍ରାଉମା କେନ୍ଦ୍ର ମଧ୍ୟରେ ଯାତାୟାତ ପାଇଁ ନିର୍ମିତ ଏକ ସୁଡଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କମ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଏବଂ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ଏଜେଣ୍ଡାରେ ପ୍ରାଥମିକତା ପ୍ରଦାନ କରାଯାଇଛି । ସେ କହିଥିଲେ ଯେ ଏହି ବହୁ ବିଷୟକ ଦୃଷ୍ଟିକୋଣରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟକୁ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ଵରେ ଯକ୍ଷ୍ମା ରୋଗ ଉନ୍ମୁଳନ ପାଇଁ 2030 ଲକ୍ଷ୍ୟ ରଖାଯାଇଥିବା ବେଳେ ଭାରତରେ 2025 ମଧ୍ୟରେ ଯକ୍ଷ୍ମା ରୋଗର ବିଲୋପ ଲାଗି ସଂକଳ୍ପ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ।

***