Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏମ୍.ଏସ୍ ସ୍ୱାମୀନାଥନଙ୍କ ରଚିତ ପୁସ୍ତକ ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ଏମ୍.ଏସ୍ ସ୍ୱାମୀନାଥନଙ୍କ ରଚିତ ପୁସ୍ତକ ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ଆଦରଣୀୟ ଶ୍ରୀ ଡ଼ା.ଏମ୍.ଏସ୍ ସ୍ୱାମୀନାଥନ, ମନ୍ତ୍ରୀପରିଷଦର ମୋର ସାଥୀ ଶ୍ରୀମାନ ରାଧାମୋହନ ସିଂହ ଏବଂ ଉପସ୍ଥିତ ସମସ୍ତ ମହାନୁଭବ,

ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଥିଲି ସେତେବେଳେ ଡ଼ା. ସ୍ୱାମୀନାଥନଜୀଙ୍କ ସହ ମୋର ପରିଚୟ ହେଲା ଏବଂ ସେହି ସମୟରେ ଆମେ ଗୋଟିଏ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାର ଆରମ୍ଭ କରିଥିଲୁ । ଯେବେ ମୁଁ ସେହି ବିଚାରଧାରାକୁ ନେଇ କାର୍ଯ୍ୟ କରୁଥିଲି ତ ମୋତେ ସେଠାରେ ମଧ୍ୟ ଖୁବ୍ ପ୍ରଶାସନିକ ବାଧା ରହୁଥିଲା ଯେ କ’ଣ କରୁଅଛ, କ’ଣ କରୁଅଛ ଇତ୍ୟାଦି-ଇତ୍ୟାଦି । କିନ୍ତୁ ଯେବେ ଶ୍ରୀ ସ୍ୱାମୀନାଥନ ସର୍ବସାଧାରଣରେ ଗୋଟିଏ କଥା କହିଲେ ବୋଧହୁଏ ଚେନ୍ନାଇରେ କହିଥିଲେ ଏବଂ ଏହା କେତେ ବଡ଼ ମହତ୍ୱପୂର୍ଣ୍ଣ ପଦକ୍ଷେପ ଆମେ ଉଠାଇଛୁ ଆଉ ଆଗକୁ ଯାଇ ଏହା କେତେ ଲାଭ ହେବ ଓ ଏକାଥରେ ମୋ ସରକାରରେ ଥିବା ମୋ ସାଥୀଙ୍କୁ ଯାହା ମୁଁ ବୁଝାଇ ପାରୁ ନଥିଲି ମୋତେ ବଡ ପରିଶ୍ରମ କରିବାକୁ ପଡ଼ୁଥିଲା କି ନାହିଁ ନାହିଁ ଭାଇ ଏହାକୁ କରିବା କିଭଳି କରିବା । କିନ୍ତୁ ଯେମିତି ସ୍ୱାମୀନାଥନଙ୍କର ମତାମତ ଖବରକାଗଜରେ ଆସିଲା ସମସ୍ତ ପ୍ରଶାସନର ଚିନ୍ତାଧାରା ବଦଳି ଗଲା । ସମସ୍ତଙ୍କୁ ଲାଗିଲା ଆରେ ଇଏ ତ ବଡ଼ ମହତ୍ୱପୂର୍ଣ୍ଣ କାମ କରୁଛନ୍ତି ଏବେ ଏହାକୁ କରିବାର ଅଛି । ଏହା ମୁଁ ଏଇଥି ପାଇଁ କହୁଛି ଯେ ତାଙ୍କର ଯେଉଁ ତପସ୍ୟା ସାଧନା ଏହାର ମୂଲ୍ୟ କେତେ ତାହା ମୁଁ ସେଠି ନିଜେ ଅନୁଭବ କରିଛି । ଏବେ ତ ସେ ଯୋଜନା ସାରା ଦେଶରେ ଲାଗୁ କରିବାର ପ୍ରୟାସ ହେଉଛି ଆଉ ଆମର ସେ ଏମିତ ଜଣେ କୃଷି ବୈଜ୍ଞାନିକ ହିସାବରେ ପରିଚିତ କିନ୍ତୁ କେବେ କେବେ ମୋତେ ଲାଗେ ସେ ହେଉଛନ୍ତି କୃଷକ ବୈଜ୍ଞାନିକ, ତାଙ୍କ ଭିତରେ ଜଣେ କୃଷକ ବଂଚି ରହିଛି, କେବଳ ଗବେଷଣାବାଲା କୃଷି, ଉତ୍ପାଦନ, ଗୁଣବତ୍ତା ୟା’ଠାରୁ ଅଧିକ ତାଙ୍କର ଯେଉଁ କାଗଜପତ୍ର ଦେଖିବେ ତ ଭାରତୀୟ ସନ୍ଦର୍ଭରେ ରହିଛି । ଭାରତର କୃଷି ସନ୍ଦର୍ଭରେ ରହିଛି । ତା ହେଉଛି ଭାରତର କୃଷକ କୈନ୍ଦ୍ରିକ, ଏହି ସବୁ ଜିନିଷ ଯେବେ ଆସେ ତ ତାହା ପ୍ରାସଙ୍ଗିକ ହୋଇ ଯାଇଥାଏ ନହେଲେ କେବେ କେମିତି ମାଟିର ଢେର୍ ଉପରକୁ ବହୁତ କଥା ଆସିଥାଏ କିନ୍ତୁ ପୁଣି ସେହି ମଝିର ଫାଙ୍କା ପୂରଣ ହୋଇ ନଥାଏ । ଡ଼ା.ସ୍ୱାମୀନାଥନଙ୍କ ଏହି ବିଶେଷତ୍ୱ ରହିଆସିଛି ଯେ ସେ ଯେବେ ବି ଯାହା କିଛି ପ୍ରସ୍ତୁତ କରିଛନ୍ତି ତାହା ମାଟି ସହ ଯୋଡ଼ି ହୋଇଥିଲା ଆଉ ତାହାର ପରିଣାମ ଏହା ହେଲା କି ବହୁତ ପ୍ରାସଙ୍ଗିକ ଲାଗିଲା ଏବଂ ଅଧିକାଂଶ ଭାବେ ତାହାର ଉପଯୋଗ ମଧ୍ୟ ହେଲା ।

ଆଜିର ଯୁବକଙ୍କୁ ଡ଼ା.ସ୍ୱାମୀନାଥନ କିଭଳି ପ୍ରେରଣା ଦେଇ ପାରିବେ ଆମ ଦେଶର ଗୋଟିଏ ଅସୁବିଧା ଅଛି ଯେ ରାଜନେତାମାନଙ୍କୁ ସମସ୍ତେ ଜାଣନ୍ତି ବୈଜ୍ଞାନିକଙ୍କୁ ବହୁତ କମ ଲୋକ ଜାଣନ୍ତି ସବୁ ଗଳି କନ୍ଦିରେ ରାଜନେତାମାନଙ୍କ ନାମ ଜଣା ଥାଏ, କିନ୍ତୁ ଏତେ ବଡ଼ ଯୋଗଦାନ କରିଥିବା ଲୋକଙ୍କ ପରିଚୟ ଆମର ଏଠି ହୋଇ ନଥାଏ ବୋଧହୁଏ ବ୍ୟବସ୍ଥାର ଦୋଷ ହୋଇଥିବ କିମ୍ବା ସ୍ୱଭାବର ଦୋଷ ହୋଇଥିବ । ଯାହା ମଧ୍ୟ ହେଉ କିନ୍ତୁ ଦୀର୍ଘ ଦିନ ଧରି ଅଭାବବୋଧ ଅନୁଭୂତ ହେଉଅଛି ଆଉ ତା’ କାରଣରୁ ବୋଧହୁଏ ଆଜିର ଯୁବପିଢ଼ୀକୁ ମଧ୍ୟ ଜଣେ ଖେଳାଳୀଠାରୁ ପ୍ରେରଣା ମିଳି ପାରୁଥିବ ଜଣେ ବରିଷ୍ଠ କଳାକାର ଠାରୁ ମିଳି ପାରୁଥିବ, କୌଣସି ରାଜନେତା ଠାରୁ ମିଳି ପାରୁଥିବ, କୌଣସି ବଡ଼ ଉଦ୍ୟୋଗୀ ପରିବାରରୁ ମିଳି ପାରୁଥିବ, କିନ୍ତୁ ବହୁମୁଖୀ ଭାବେ ଯୁବକର ବୈଜ୍ଞାନିକ ଆଡ଼କୁ ଧ୍ୟାନ ଯାଏନାହିଁ ।

ଆପଣ କଳ୍ପନା କରନ୍ତୁ ଯେ ଜଣେ ବୈଜ୍ଞାନିକ ନିଜ ଯୁବା ଅବସ୍ଥାରେ ଦୁନିଆର ଏଭଳି ଏକ କଳ୍ପନା, ଭାରତ ତ ଭୋକରେ ମରିବ, ଭାରତ ତ ଶେଷ ହେବ, ନିରାଶାର ବାତାବରଣ ଥିବ ଭାରତ କୁ ଆଦୌ ମାନି ନିଆଗଲା କି ସେ ତ ଗଲା ଏଭଳି ସମୟରେ ଜଣେ ଯୁବ ବୈଜ୍ଞାନିକ ସଂକଳ୍ପ କରି କହନ୍ତି ନା’ ସ୍ଥିତି ବଦଳି ଯାଇପାରେ ଏବଂ ଆମେ ବଦଳାଇବୁ ସଂପୂର୍ଣ୍ଣ ସବୁଜ ବିପ୍ଳବର ଭାବନାରେ ଜଣେ ଯୁବ ବୈଜ୍ଞାନିକଙ୍କ ହେଉଛି ସଂକଳ୍ପ ଯାହା ଡ଼ା. ସ୍ୱାମୀନାଥନଙ୍କ ରୂପେ ଆମ ସାମ୍ନାରେ ଦୌଡ଼ୁଅଛି ଏହି କଥା ଆଜିର ଯୁବପିଢିକୁ ଜଣା ନାହିଁ । ଆଜିର ଯୁବକ ସାମ୍ନାରେ ମଧ୍ୟ ଯଦି ଏହ ବିଶ୍ୱାସ ଅଛି ଷ୍ଟାର୍ଟଅପ୍ ର ଦୁନିଆ ଅଛି ତାଙ୍କ ସାମ୍ନାରେ ଆସିଥିବା ଅପପୁଷ୍ଟି ହେଉଛି ଏକ ଆହ୍ୱାନ । ତୈଳବୀଜ, ଡାଲି, ଡାଲିଜାତୀୟ ଶସ୍ୟର ଉତ୍ପାଦନ କ୍ଷମତା ଆମର କମ ଅଛି । ସେଥିରେ ପୁଷ୍ଟିସାର ଯୁକ୍ତ ମୂଲ୍ୟ ମଧ୍ୟ ବଢ଼ାଇବାର ଆବଶ୍ୟକତା ରହିଛି । ଏବେ ଏହି ଆହ୍ୱାନଗୁଡ଼ିକୁ ଆଜିର ଯୁବପିଢି ଯଦି ମନରେ ଧରି ନେଇ ଚାଲେ ଯେ କୁପୋଷଣ ଅବସ୍ଥାକୁ ଆମେ ବଦଳାଇବୁ ଆମେ ଦେଶର କୃଷି ବିପ୍ଳବରେ ସେହିଭଳି ଜିନିଷ ଆଣିବା ଏବଂ ମହାତ୍ମା ଗାନ୍ଧି ମଧ୍ୟ କହୁଥିଲେ, କ୍ଷୁଧାର୍ତ୍ତର ଭଗବାନ ତ ରୁଟି ହୋଇଥାଏ ଆଉ ଏହି କଥା ଆମେ ବୈଜ୍ଞାନିକ ରଙ୍ଗ-ଢ଼ଙ୍ଗ ନେଇ କିଭଳି ଆଗକୁ ବଢ଼ାଇବା, ମୋତେ କିଛି ଜିନିଷ ବ୍ୟକ୍ତିଗତ ଜୀବନରେ ବଡ଼ ଅନୁଭବ ହୋଇଯାଇଥାଏ, ଯେଭଳି ମୁଁ ମାନିଥାଏ, ବୋଧହୁଏ ହିନ୍ଦୁସ୍ଥାନର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସହ ଆପଣ କାମ କରିଛନ୍ତି ପ୍ରଥମରୁ ନେଇ ମୋ ପର୍ଯ୍ୟନ୍ତ, ଆପଣ ଦୁନିଆରେ ଦେଖିଛନ୍ତି କୌଣସି ଜଣେ ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ଏକ ପୁରୁଣା ଫଟୋ ମଧ୍ୟ ଥିଲେ ମଣିଷ ୨ ଫୁଟ ଉପରକୁ ଚାଲିଯାଏ, ଏହା ଏତେ ନମ୍ରତା ଏତେ ସରଳତା, କେବେ ଏଭଳି ଜିନିଷ ସ୍ୱାମୀନାଥନଙ୍କ ପାଖରେ ମୁଁ ପ୍ରତିଫଳିତ ହେବାର ଦେଖିନାହିଁ ଆଉ ଏହି କଥା ମୁଁ ପୁସ୍ତକ ଆଧାରରେ କହୁନାହିଁ ନିଜ ଅନୁଭବରୁ କହୁଛି । ମୁଁ ଗୁଜରାଟରେ ଥିଲି ଏଭଳି ସାଧାରଣ ଭାବେ ଆସୁଥିଲେ ଦେଖା କରୁଥିଲେ ଆଉ ଯେବେ ଦେଖା କରୁଥିଲେ ଜଣା ମଧ୍ୟ ପଡ଼ୁ ନ ଥିଲା ଯେ ଏତେ ବଡ଼ ଲୋକ, ଜଣା ହିଁ ପଡ଼ୁ ନ ଥିଲା ଆଜ୍ଞା, ଏହା ନିଜେ ନିଜ ମଧ୍ୟରେ ସାର୍ବଜନିକ ରୂପରେ ସଫଳତାକୁ କିଭଳି ହଜମ କରିବା ଏଭଳି ବହୁତ ଶିଖିଲା ଭଳି ଜିନିଷ ରହିଛି । ଜଣେ ବ୍ୟକ୍ତି ରୂପରେ ଚେହେରାରେ ପ୍ରସନ୍ନତା ହୁଏତ କେବେ କେହି ତାଙ୍କ ଚେହେରାରେ ଅପ୍ରସନ୍ନତା ଦେଖିଥିବେ ନହେଲେ ଅଧିକାଂଶ ବୈଜ୍ଞାନିକ (ମୋତେ କ୍ଷମା କରିବେ) ଏଠାରେ ବସିଛନ୍ତି, ସେ ଏକବିଂଶ ଶତାବ୍ଦୀରେ ମଧ୍ୟ ଏଭଳି ବଂଚୁଛନ୍ତି ଯେଭଳି ଅଷ୍ଟାଦଶ ଶତାବ୍ଦୀରେ ରହୁଛନ୍ତି ସାରା ଦୁନିଆର ବୋଝ ତାଙ୍କ ଉପରେ ଥାଏ ଅନ୍ୟମନସ୍କ ରହନ୍ତି, ପରିବାର ଲୋକ ମଧ୍ୟ ବିବ୍ରତ ରହନ୍ତି ଯେ ଇଏ କଥା କହୁ ନାହାଁନ୍ତି କାହିଁକି । ଏହାଙ୍କ ଜୀବନରେ ବଡ଼ ଓଲଟା କଥା ସର୍ବଦା ପ୍ରସନ୍ନଚିତ । ଇଏ ନିଜେ ନିଜ ମଧ୍ୟରେ ବଡ଼ ଆଉ ଏହା ସେତେବେଳେ ହୋଇଥାଏ ଯେତେବେଳେ ଜୀବନର କିଛି ଜିନିଷକୁ ଭଲ ଭାବେ ଅନୁଭବ କରିଥିବେ । ମାନସିକ ଜ୍ଞାନ ଫଳରେ ସମ୍ଭବ ନୁହେଁ ଶିରା ପ୍ରଶିରାରେ ଯେବେ ସେ କଥା ପ୍ରବାହମାନ ହୁଏ ତେବେ ଯାଇ ଏହା ସମ୍ଭବ ହୁଏ । ଆଉ ମୁଁ ମାନୁଛି ଯେ କୌଣସି ନା କୌଣସି ଈଶ୍ୱରଙ୍କ କୃପା ରହିଥିବ ତାଙ୍କ ବାପା ମାଆଙ୍କ କୌଣସି ନା କୌଣସି ସଂସ୍କାରର କାରଣ ରହିଥିବାରୁ, ଏହା ତାଙ୍କୁ ଜୀବନରେ ପହଂଚାଇଛି ।

ଆମ ଦେଶରେ କୃଷି କ୍ଷେତ୍ରକୁ ନେଇ ଆଜି ମଧ୍ୟ ଆହ୍ୱାନ ଯେମିତି କି ସେମିତି ରହିଛି । ସବୁଜ ବିପ୍ଳବ ଠାରୁ ନେଇ ଦ୍ୱିତୀୟ ସବୁଜ ବିପ୍ଳବର ଚର୍ଚ୍ଚା ହୋଇଥାଏ କିନ୍ତୁ ଭାରତ ଭଳି ଦେଶ ସାମ୍ନାରେ ଲକ୍ଷ୍ୟ ହେଉଛି ଚିରସବୁଜ ବିପ୍ଳବ ଏବଂ ଚିରସବୁଜ ବିପ୍ଳବ ହିଁ ଆମର ଲକ୍ଷ୍ୟ ତ ଆମେ ଭାରତର ଶକ୍ତି କହୁଛୁ ତାକୁ ପ୍ରଥମେ ଥରେ ନକ୍ସା କରିବାର ଆବଶ୍ୟକତା ରହିଛି କିଛି ମାତ୍ରାରେ ହୋଇଥାଏ ଏବେ ହିନ୍ଦୁସ୍ଥାନର ପୂର୍ବାଂଚଳର ଆର୍ଥିକ ସ୍ଥିତି ଆମକୁ ବହୁତ ଅସନ୍ତୁଳିତ ଦେଖାଯାଉଛି ପଶ୍ଚିମାଂଚଳର ଆର୍ଥିକ ସ୍ଥିତି ଏବଂ ପୂର୍ବାଂଚଳର ଆର୍ଥିକ ସ୍ଥିତି । ଅନ୍ୟ କୌଣସି ଦେଶ ମଧ୍ୟ ଏଭଳି ଅସନ୍ତୁଳିତ ଅବସ୍ଥାରେ ଲମ୍ବା ଦୌଡ଼ ଦୌଡ଼ି ପାରିବ ନାହିଁ । କୌଣସି ନା କୌଣସି ଠାରେ ତ ଇତଃସ୍ତତ ହୋଇ ଯିବ, ଯେବେ କି ଦୁଇ ଗୋଡ଼ରେ ସମାନ ଶକ୍ତି ଥିବ ଦୁଇ ହାତରେ ସମାନ ଶକ୍ତି ଥିବ ଏହା ଆବଶ୍ୟକ ଅଟେ । ଏବେ ପୂର୍ବ ହିନ୍ଦୁସ୍ଥାନରେ ଯେଭଳି ପଶ୍ଚିମ ଭାରତ ରେ ଗହମ ଦ୍ୱାରା, ଧାନ ଦ୍ୱାରା ପ୍ରଥମ କୃଷି ବିପ୍ଳବର ନେତୃତ୍ୱ ନେଇଥିଲେ ଚିର ସବୁଜ ବିପ୍ଳବର ନେତୃତ୍ୱ ନେଇଥିଲେ । ଶକ୍ତି ପୂର୍ବ ହିନ୍ଦୁସ୍ଥାନର ଭାତରେ ଅଛି, ଚାଉଳରେ ଅଛି ଏବଂ ମୁଁ ମାନୁଛି ପାଣି ଅଛି କ୍ଷେତ ଅଛି ପରିଶ୍ରମୀ ଲୋକ ଅଛନ୍ତି ବୈଜ୍ଞାନିକ ହସ୍ତକ୍ଷେପର ଆବଶ୍ୟକତା ରହିଛି ଟେକ୍ନୋଲଜି ଦ୍ଵାରା ହସ୍ତକ୍ଷେପର ଆବଶ୍ୟକତା ରହିଛି । ଏହା ଯଦି ଆମେ କରିପାରିବୁ ଏବଂ ସରକାର ଏହି ଦିଗରେ କାମ କରୁଛନ୍ତି ଡ଼ା. ସ୍ଵାମୀନାଥନଙ୍କଠୁଁ ମଧ୍ୟ ଆମେ ବହୁତ ପରାମର୍ଶ ନେଇଛୁ । ଏବେ କିଛି ଦିନ ତଳେ ମୋର ଦେଖା ହୋଇଥିଲା ତ ଏହି ବିଷୟରେ ମୁଁ ତାଙ୍କ ସହିତ ଚର୍ଚ୍ଚା କରିଛି ଯେ ମୋତେ ଟିକେ ଆପଣ ଏଥିରେ ବାଟ ଦେଖାନ୍ତୁ । ଆଜି ସେ ଆସିଲେ ଏବଂ ଆମ ଟିମ୍ କୁ ବହୁତ କରି ସାରା ଦିନ ସକାଳୁ ତାଙ୍କୁ ପଢ଼ାଇଲେ ମଧ୍ୟ, କି ଦେଖ ଭାଇ ହୋଇପାରେ, ଏହା ହୋଇପାରେ ତ ଏହା ଆମର ଚେଷ୍ଟା ହେଉ କି ଏହି କ୍ଷେତ୍ରରେ କେଉଁ ଭଳି କାମ କରିବା ଏବେ ଏହି କଥା ଠିକ୍ ଯେ ଜନସଂଖ୍ୟା ବଢ଼ୁଛି । ଜମି ବଢ଼ୁନାହିଁ କମ୍ ହେବାକୁ ଯାଉଛି । ସେତେବେଳେ ମୃତିକା ପରିଚାଳନା ଲାଗି ଇଏ ହେଉଛି ମୁଖ୍ୟ ଆବଶ୍ୟକତା ।

ସାମଗ୍ରିକ ଆଭିମୁଖ୍ୟ (Holistic Approach)କିଭଳି ହେବ ଏଥିପାଇଁ ଆମର ଉତ୍ପାଦନ କ୍ଷମତା କିଭଳି ବଢ଼ିବ ଆମ ପାଖରେ ନାମମାତ୍ର ଚାଷୀ 85% ଅଛନ୍ତି ଦେଶରେ ଏଭଳି ସ୍ଥିତିରେ ଆମ କୃଷକ କମ୍ ଜମିରେ ମଧ୍ୟ ଅଧିକ ଉତ୍ପାଦନ ଏବଂ ଉତ୍ପାଦିତ ଜିନିଷ ମଧ୍ୟ କେବଳ ନିଜର ପେଟ ଭରିବା ପାଇଁ ନୁହେଁ ତାହାର ନିଜର ବଜାର ମୂଲ୍ୟ ଏଭଳି ହେବ ଗୁଣ ଏଭଳି ହେବ ଫଳରେ ସେ ନିଜର ପେଟ ପୋଷିପାରିବ ଏହି ଦିଗରେ ଆମେ କିଭଳି ସାମର୍ଥ୍ୟ ଦେଇ ପାରିବୁ ସେହି ଭଳି ଭାବରେ ପାଣିର ସଂକଟ ସାରା ଦୁନିଆରେ ଏହାର ଚର୍ଚ୍ଚା ହେଉଛି । ଆମେ ପୁନଃବ୍ୟବହାର ଉପଯୋଗୀ କରିବା, ଆମେ ଜଳ ସଂରକ୍ଷଣ କରିବା, ଏ ସବୁ କରିବା ପରେ ମଧ୍ୟ ପାଣି ଏକ ଆହ୍ୱାନ ଏଭଳି ମାନି ଚାଲିବା ଉଚିତ । ଏବଂ ପାଣି ଏଭଳି ଏକ ବିଷୟ ନୁହେଁ କି ଯେବେ ଅସୁବିଧା ଆସିବ ଦେଖା ଯିବ, ଆଜ୍ଞା ନାହିଁ । ଯଦି 20 ବର୍ଷ 50 ବର୍ଷ ପୂର୍ବେ ଚିନ୍ତା କରି ଗୋଟିଏ ଗୋଟିଏ ଜିନିଷକୁ ଏବେଠାରୁ କରିବାକୁ ଆରମ୍ଭ କରିବା ତେବେ ଯାଇ ଏବେ ଏ ବିଷୟରେ ସମାଜରେ ସେହି ସମ୍ବେଦନଶୀଳ ଭାବ ସଙ୍ଗେ ସଙ୍ଗେ ଆସି ନଥାଏ ଯେଭଳି ବାୟୁ ପ୍ରଦୂଷଣ କେତେ ବି ପାଠପଢୁଆ ଲୋକ ହୋଇଥିବେ ଏହାର ସଂକଟ କେତେ ପରିମାଣରେ ହେବ ତାହା ବୁଝୁ ବୁଝୁ ଡେରି ହୋଇ ଯାଇଥାଏ ।

ଜଳ ସଙ୍କଟକୁ ମଧ୍ୟ ସାଧାରଣ ମଣିଷକୁ ସଙ୍କଟ ରୂପେ ଅନୁଭବ କରାଇବା ହେଉଛି ବଡ଼ କଠିନ କାର୍ଯ୍ୟ ଏବଂ ଏଥିପାଇଁ ଜଳ ସଂରକ୍ଷଣ ସହିତ ଆମେ ପାଣିର ଉପଯୋଗ କିଭଳି ବୈଜ୍ଞାନିକ ଉପାୟରେ କରିବା ପ୍ରତି ବୁନ୍ଦାରୁ ଅଧିକ ଶସ୍ୟ ଏହି ଦର୍ଶନକୁ ନେଇ କାମ କରିବାର ପ୍ରୟାସ ବର୍ତ୍ତମାନ ଚାଲିଛି ନଦୀମାନଙ୍କୁ ଯୋଡ଼ିବାର ଏକ ଅଭିଯାନ ଯଦି କମ୍ ଖର୍ଚ୍ଚ ଯୁକ୍ତ କୃଷି ଆଡ଼କୁ ଯିବାର ଅଛି ତ ଆମକୁ ପାଣି ପହଁଚାଇବାକୁ ପଡ଼ିବ । ସେହିଭଳି ଭାବରେ ମୃତିକା ପରିଚାଳନାକୁ ମୁଁ ଏକ ଅଂଶ ବୋଲି ମାନୁଛି କି ଆମେ ଯେଉଁ ଇଆଡ଼ୁ ସିଆଡ଼ୁ ରସାୟନର ପ୍ରୟୋଗ କରୁଛେ ସାର ପ୍ରୟୋଗ କରୁଛେ ଯାହା ଆମ କ୍ଷେତକୁ ନଷ୍ଟ କରୁଛି । ନଦୀ କୂଳରେ ଯେଉଁ କ୍ଷେତ ଅଛି ସେଠାରେ ଲୋକଙ୍କୁ ଲାଗୁଛି ଯେ ପ୍ରଦୂଷଣ ଶିଳ୍ପ ଦ୍ୱାରା ହେଉଛି । କେବେ କେବେ ଚିନ୍ତାର ବିଷୟ ହେଉଛି ଯେ ତାହାର ଦୁଇ-ଚାରି କିଲୋମିଟର ପରିସର ମଧ୍ୟରେ ଯେଉଁ କ୍ଷେତ ରହିଛି ଯେଉଁଠାରେ ସାର ପ୍ରୟୋଗ ହୋଇଥାଏ ଆଉ ସେହି ପାଣି ବର୍ଷା ପରେ ଯେବେ ମାଟିକୁ ଧୋଇ ନଦୀକୁ ଯାଏ ତ କିଭଳି ଭୟଙ୍କର ରସାୟନ ନେଇ ଯାଇଥାଏ ଆଉ ଏଥିପାଇଁ ଆମର ନଦୀମାନଙ୍କୁ ବଂଚାଇବା, ନଦୀଗୁଡ଼ିକର ପାଣିକୁ ସର୍ବାଧିକ ଉପଯୋଗ କରିବା ତ ଏକ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଏକ ବହୁତ ବଡ଼ ମିଶନ୍ ଢାଞ୍ଚାରେ କାମ ଆରମ୍ଭ କରାଯାଇଛି । ସେହି ପ୍ରକାର ଗୋଟିଏ ଆବଶ୍ୟକତା ହେଉଛି ଆମର ଏଠି କେବେ କେମିତି କିଛି ନା କିଛି କାରଣରୁ ଯେଉଁ କୁହାବୋଲାରେ ଯେଉଁ ବିଷୟ ହୋଇଥାଏ ଆମେ ତାକୁ ଅବହେଳା କରିଥାଉ ଏହା ବହୁତ ଆବଶ୍ୟକ ଅଟେ ଯେ ସମାଜିକ ଜୀବନରେ ଦଶନ୍ଧି ଧରି ଶହ ଶହ ବର୍ଷ ଧରି ଯେଉଁ କୁହାବୋଲାର ବିଷୟ ହୋଇଥାଏ ତା’ ମଧ୍ୟରେ ଏକ ବହୁତ ବଡ଼ ଶକ୍ତି ରହିଥାଏ ଆଉ ଗବେଷଣାଗାରରେ ତାକୁ ନେଇ ସେହି କୁହାବୋଲାର ଜିନିଷଗୁଡ଼ିକୁ ସିଦ୍ଧ କରିବାର ଚେଷ୍ଟା କରିବା ଦରକାର । ମୋର ଏଥି ପାଇଁ ଅନୁଭବ ଅଛି ଗୁଜରାଟରେ ଗୋଟିଏ କ୍ଷେତ୍ର ଅଛି ଯାହାକୁ ଭାଇ କୁହନ୍ତି ସମୁଦ୍ର କୂଳ ପାଖରେ ଅଛି ଖମ୍ବାଟର ଉପସାଗର ଅଂଚଳରେ ଏବେ ଆମେ ପିଲାଦିନୁ ଶୁଣି ଆସିଥିଲୁ ଭାଲିଆ ଗହମ କହୁଥିଲେ ତାକୁ ଏବଂ ଉଚ୍ଚ ଶ୍ରେଣୀର ଲୋକ ରହୁଛନ୍ତି । ସେହି ଭାଲିଆ ଗାଁ ଗହମ କିଣିବା ଆଉ ସଂରକ୍ଷଣ କରିବା ଏହା ତାଙ୍କର ସ୍ୱଭାବ ଥିଲା ଆଉ ବଡ଼ ଚଢ଼ା ଦାମ୍ ରେ ନେଉଥିଲେ ତ ଆମ ମନରେ ରହୁଥିଲା କି ଏହା ଭାଲିଆ ଗାଁ । ଭାଲିଆ ଗାଁ ଏହାର କ’ଣ କାରଣ ଥିବ କିଛି ତ ଥିବ ତ ମୁଁ ମୁଖ୍ୟମନ୍ତ୍ରୀ ହେଲି ତ ମୁଁ ସେଥିରେ ଆଗ୍ରହ ଦେଖାଇବା ଆରମ୍ଭ କଲି ଆଉ ଏହା ଦେଖାଗଲା କି ସାଧାରଣତଃ ଗହମ ଅଙ୍ଗାରକପୂର୍ଣ୍ଣ ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଗହମ ହେଉଛି ପୁଷ୍ଟିସାର ଯୁକ୍ତ ଆଉ ବହୁତ ହିଁ କମ ଅଂଚଳରେ ଅଛି ତ ମୁଁ କେବେ ସୁଇଜରଲ୍ୟାଣ୍ଡ ଯାଇଥିଲି ତ ମୁଁ ସେହି ନେସ୍ଲେ ଇତ୍ୟାଦିର ଲୋକଙ୍କ ସହିତ ଦେଖା କରିଥିଲି ମୁଁ କହିଲି ଭାଇ ପୋଷଣ ସମସ୍ୟାର ସମାଧାନ କରିବା ପାଇଁ ଏହାର କିଭଳି ଉପଯୋଗ ହୋଇପାରେ ମୋର ଏଠାରେ ମୁଁ ଏକ ବିଶ୍ୱବିଦ୍ୟାଳୟକୁ ଏହି କାମ ଦେଲି ଏହାର ଜିନ୍ ବିଷୟରେ ରିସର୍ଚ୍ଚ କଲେ ବହୁତ କାମ ହେଲା । ଯେଭଳି ବାସୁମତି ଶବ୍ଦ ଆମେ ଜାଣିଥିଲେ କିନ୍ତୁ ଆମେ ଦେଖିଲୁ ଯେ ଏହାର ଶକ୍ତି କ’ଣ । ମୋର ମନେ ଅଛି ଆମ୍ରୋଲି ଜିଲ୍ଲା ଗୁଜୁରାଟରେ ଏଭଳି ଏକ ଅଂଚଳ ସାମୁହିକ ଭାବେ ସମୁଦ୍ର କୂଳରୁ ପ୍ରତ୍ୟେକ ଧନୀ ଲୋକ ଯଦି ବାଜରା ଚାହିଁବ ତ ସେହିଠାରୁ କିଣିବାକୁ ଚାହିଁବେ ତ ମୁଁ ପଚାରିଲି ଭାଇ, ଆଉ ମୁଁ ମଧ୍ୟ ଯେବେ ମୁଖ୍ୟମନ୍ତ୍ରୀ ହେଲି ତ ସେଠାକାର ଯେଉଁ ବିଧାୟକ ଥିଲେ ସେ ମୋ ପାଇଁ ଏକ ଥଳୀରେ ବାଜରା ଭରି ଗୋଟିଏ ଉପହାର ରୂପେ ଆଣିଥିଲେ । ସେତେବେଳେ ତ ମୋତେ ମଧ୍ୟ ଜଣା ନ ଥିଲା ସେହି ଅଂଚଳର ବାଜରାର ଶକ୍ତି, ତ ପରେ ମୁଁ କିଛି ବୈଜ୍ଞାନିକ ମାନଙ୍କୁ କହିଲି ଟିକେ ଏହା ବିଷୟରେ ଭାବନ୍ତୁ । ହିନ୍ଦୁସ୍ଥାନରେ କେଉଁ କୋଣରେ ଏମିତି କୌଣସି ନା କୌଣସି କିସମ ବିଷୟରେ ଲୋକ ଚର୍ଚ୍ଚା କରୁଥିବେ ତାହାକୁ କିପରି ଚିହ୍ନିବା ଆଉ ତାହାର ଆନୁବଂଶିକ ମୂଲ୍ୟ କ’ଣ ଅଛି ।

ତାକୁ ଆମେ ଆଉ ଯଦି ବାସ୍ତବରେ ସେଥିରେ କୌଣସି ଅତିରିକ୍ତ ଶକ୍ତି ବାଲା ଜିନିଷ ହୋଇଥାଏ କିମ୍ବା ତାର ଉତ୍ପାଦନର କ୍ଷମତା ଥିବ କିମ୍ବା କୌଣସି ନା କୌଣସି ଏଭଳି ଶରୀର ପାଇଁ ଉପଯୋଗୀ ହୋଇଥିବ ଅଥବା ମାନବ ଜାତି ପାଇଁ ଉପଯୋଗୀ ତ ତାହାର ଗବେଷଣା ଏହି ପରମ୍ପରାଗତ ଜିନିଷ ଏବଂ ବିଜ୍ଞାନ ଦୁଇଟିର ମିଶ୍ରଣ ଆମେ ଯେତେ ଶୀଘ୍ର କରିବା ଆଉ ଏଥିପାଇଁ ମୁଁ ଆମ ବିଭାଗର ଲୋକମାନଙ୍କୁ କହିଲି ଭାଇ, ପ୍ରତ୍ୟେକ ଜିଲ୍ଲାର ନିଜର ଏକ କୃଷି ଜନିତ ପରିଚୟ କ’ଣ ରହିଛି ସେହି ଜିଲ୍ଲାରେ ପ୍ରବେଶ କଲାବେଳେ ଜଣାପଡିବ କି ଇଏ ଚାଉଳ ପାଇଁ ପ୍ରସିଦ୍ଧ ଜିଲ୍ଲା ଏବଂ ଚାଉଳର ନାମ ଥିବ, ପରିଚୟ ଥିବ । ଏହି ଜିଲ୍ଲା ହେଉଛି ଇସବଗୁଲର ଜିଲ୍ଳା, ଏହି ଜିଲ୍ଲା ଜୀରା ଉତ୍ପାଦନ କରୁଛି, ଆମ ଅଂଚଳର ପରିଚୟ କୃଷିରୁ ପରିଚୟ ପାଉ ଏହାକୁ ଆମେ କିପରି କରିପାରିବା ଏହା ଆମମାନଙ୍କର ଅଭ୍ୟାସ ନାହିଁ । ଏଥିରେ ଏକ ସଚେତନତା ଆସିଥାଏ ଏହି ଜିଲ୍ଲା ଏବେ ଯେଭଳି ମୋର ମନେ ଅଛି ଆମର ଏଠାରେ ଧୂମଲ ଜୀଙ୍କ ସରକାର ଅଛି ହିମାଚଳରେ, ମୁଁ ସେହି ସମୟରେ ହିମାଚଳରେ ରହୁଥିଲି ସେହି ସମୟରେ ମୁଁ କହିଲି ଏହି ସୋଲନରେ ଛତୁ ପାଇଁ ଏତେ କାମ ହେଉଛି ଆମେ ଏହାକୁ କାହିଁକି ଧରି ରଖିପାରୁ ନାହେଁ ଏହାର ବ୍ରାଣ୍ଡିଙ୍ଗ କାହିଁକି କରୁନାହେଁ ଏବଂ ଆଜି ଆପଣ ଦେଖିଥିବେ କେବେ ସୋଲନ ଯିବେ ତ ସେଠାରେ ବୋର୍ଡ ଲାଗିଛି କି ଛତୁ ନଗରୀକୁ ଆପଣଙ୍କୁ ସ୍ୱାଗତ । ଏବେ ଧିରେ ଧିରେ ସେମାନେ ବୋଧ ହୁଏ, ସେଓର ବୋର୍ଡ ଲଗାଇଛନ୍ତି, କିୱିର ବୋର୍ଡ ଲଗାଇଛନ୍ତି । ଆମ ଦେଶରେ ସାଧାରଣ ଜନତାଙ୍କୁ ଏହି ଜିନିଷ ସହିତ କିଭଳି ଯୋଡାଯାଇ ପାରିବ ଏହା ଦ୍ୱାରା ଏକ ପରିଚୟ ସୃଷ୍ଟି ହୁଏ ଏବଂ ସେ କୃଷକ ମଧ୍ୟ ଚିହ୍ନଟ ହୋଇଥାଏ ଏବଂ ଯେଉଁ ବଜାର ସହିତ ଯୋଡି ହୋଇଥିବା ଲୋକ ଅଛନ୍ତି ଆଉ ସେମାନଙ୍କର ମଧ୍ୟ ଧ୍ୟାନ ରଖିବା ଭାଇ । ଏହି 16ଟି ଜିଲ୍ଲା ଯାହାର ଚାଉଳ ପାଇଁ ପରିଚୟ ଅଛି ତ ବେପାର କରିବା ପାଇଁ, କିଣିବା ପାଇଁ ଏହି 20ଟି ଜିଲ୍ଳା ତୈଳ ବୀଜ ଜାତୀୟ ଫସଲ ପାଇଁ ପ୍ରସିଦ୍ଧ । ସେଠାକାର ପରିଚୟ ହେଉଛି ଆଉ ଏକ କୃଷି କ୍ଲଷ୍ଟରର ପରିକଳ୍ପନା ବିକଶିତ ହେବ ଯେମିତି ଶିଳ୍ପ ପୁଞ୍ଜର ପରିକଳ୍ପନା ଅଛି ସେହିଭଳି କୃଷି ପୁଞ୍ଜକୁ ଆମେ ବିକଶିତ କରିବା ଜରୁରୀ । ତାହାର କାରଣ ହେଲା ଉତ୍ପାଦନ, ଉତ୍ପାଦନ ସହିତ ପ୍ରକ୍ରିୟାକରଣ ଏବଂ ପ୍ରକ୍ରିୟାକରଣରୁ ମୂଲ୍ୟଯୁକ୍ତ ଏହାର ସମ୍ଭାବନା ବଢି ଯାଇଥାଏ । ଯଦି ଏଭଳି ଏକ ଶୃଙ୍ଖଳ ବ୍ୟବସ୍ଥା ତିଆରି କରିବା ସେହି ପ୍ରକାରର ଫଳାଫଳ ମିଳିବ । ତ ତାହାର ଭଣ୍ଡାରଣ ଅଲଗା ପ୍ରକାରର ହେବ, ଧାନ ହେବ ତ ଅଲଗା ପ୍ରକାରର ହେବ, ଫଳ ହେବ ତ ତାହାର ପରିବର୍ତ୍ତନ ଅଲଗା ପ୍ରକାରର ହେବ ପ୍ୟାକେଜିଂ ଅଲଗା ହେବ । ଧାନ ହୋଇଥିବ ପ୍ୟାକେଜିଂ ପରିବହନ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ଆସିବ । ଆମର ଏତେ ବଡ଼ ବିଶାଳ ଦେଶକୁ ଯଦି ଏହି ଜିନିଷ ଭିତରକୁ ଯେତେ ଶୀଘ୍ର ନେଇ ଯିବା ଆମେ । କାରଣ ଆମ ସ୍ୱପ୍ନ ଅଛି 2022 ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ହେବ ଆମ ଦେଶର କୃଷକଙ୍କ ଆୟ ଦ୍ୱିଗୁଣିତ ହେବା ଦରକାର । କୃଷକଙ୍କ ଆୟ ଦ୍ୱିଗୁଣିତ ହେଇ ପାରିବ । କିଛି ଦିନ ପୂର୍ବରୁ ମୁଁ ଯେତେବେଳେ ଶ୍ରୀ ସ୍ୱାମୀନାଥନଙ୍କୁ ଭେଟିଥିଲି ତ ମୁଁ ତାଙ୍କୁ କହିଥିଲି । ତ ମୁଁ କହିଥିଲି କିଛି କୃଷି ଅର୍ଥଶାସ୍ତ୍ରୀଙ୍କୁ ଡାକନ୍ତୁ ଆଉ ଆଲୋଚନା କରନ୍ତୁ । ସେ ମୋତେ ଏକ କାଗଜରେ ଲେଖି ପଠାଇଥିଲେ କି ଏଇ ଏଇ ଜିନିଷ ଅଛି ଯାହା ଉପରେ ଧ୍ୟାନ ଦିଅନ୍ତୁ ତ ମୁଁ କାମ କରୁଛି ତା ଉପରେ, ତ ମୋର କହିବାର ତାତ୍ପର୍ଯ୍ୟ ଏହା ଯେ ଆମେ ଏକ ଲକ୍ଷ୍ୟର ସହିତ କାମ କରିବା ତ ଖର୍ଚ୍ଚ କିପରି କମିବ ଏବଂ ଉତ୍ପାଦନ କିପରି ବଢିବ ଆଉ ଉତ୍ପାଦନ କିପରି ମୂଲ୍ୟଯୁକ୍ତ ହୋଇପାରିବ ଏହି 3 ଟି ଜିନିଷ ଆଡକୁ, ଆଉ ଏବେ ଯେମିତି ନିମ ଲେପିତ ୟୁରିଆ ଇଏ ଆକାଶରୁ ଖସିପଡିଲା ଭଳି ବିଜ୍ଞାନ ନ ଥିଲା, କିନ୍ତୁ ଆମେ ଏହି ଜିନିଷକୁ ଲାଗୁ କରିବା ପାଇଁ ଗୁରୁତ୍ୱ ଦେଉ ନ ଥିଲେ । ଆଜି ନିମ ଲେପିତ ୟୁରିଆର ପରିଣାମ ଏହା ଆସିଛି ଯେ ୟୁରିଆର ଚୋରୀ ତ ଶେଷ ହେଲା ବେଇମାନୀ ଶେଷ ହେଲା । କିନ୍ତୁ ୟୁରିଆର ବ୍ୟବହାର ମଧ୍ୟ କମ୍ ହେଉଛି ଆଉ ତୁରନ୍ତ ଦୃଷ୍ଟିକୁ ଆସୁଛି କି ଗହମ ଆଉ ଚାଉଳର ଉତ୍ପାଦନ ବଢିଛି । ତ ଏହା ନିଜକୁ ନିଜେ ଏମିତି ଜିନିଷ ଆମେ ଯେତେ ସରଳତାର ସହିତ ପ୍ରଚାରିତ କରିବା ସେଥିରୁ ସେତିକି ଲାଭ ହେବ । ଭାରତ ସରକାରଙ୍କର ଏହି ଦିଗରେ ପ୍ରୟାସ ହେଉଛି କି ସ୍ୱାମୀନାଥନଙ୍କର ସକ୍ରିୟତା ତାଙ୍କର ଏହି ପ୍ରୟାସ ଆଉ ଭାରତକୁ ସବୁଜ ବିପ୍ଳବ ଆଡକୁ ଆଉ ଏକ ନିରନ୍ତର କୃଷି ବ୍ୟବସ୍ଥା ଆଡକୁ ନେଇଯିବା ଦିଗରେ, ଆମମାନଙ୍କୁ ବୈଜ୍ଞାନିକ ପ୍ରୟୋଗଗୁଡିକୁ କାରଣ ଆମର ସବୁଠାରୁ ବଡ଼ ସମସ୍ୟା ହେଉଛି ଗବେଷଣାଗାରରୁ କ୍ଷେତ ପର୍ଯ୍ୟନ୍ତ । ସେଥିରେ ବହୁତ ବଡ଼ ଉପକାର ମିଳିଥାଏ, ଗବେଷଣାଗାରରୁ କ୍ଷେତ ପର୍ଯ୍ୟନ୍ତ ଏହା ଆମର ଲକ୍ଷ୍ୟ ହେବା ଦରକାର । ବୈଜ୍ଞାନିକ ଯେଉଁମାନେ ନିଜର ସମସ୍ତ ଜୀବନ ଦେଶକୁ ଗୋଟିଏ ଜିନିଷ ଦେବାପାଇଁ ଲଗାଇ ଦେଉଛନ୍ତି ତାହା କ୍ଷେତ ପର୍ଯ୍ୟନ୍ତ ପହଂଚୁ ନାହିଁ, କ୍ଷେତ ପର୍ଯ୍ୟନ୍ତ କେମିତି କିପରି ପହଂଚେ ଆଉ ଯେ ପର୍ଯ୍ୟନ୍ତ କୃଷକର ମୁଣ୍ଡରେ ପ୍ରଥମେ ନ ପଶେ । ଜଣେ ଉଦ୍ୟୋଗପତି ମୁଣ୍ଡରେ କିଛି ପଶିଯାଏ ତ ପକେଟକୁ ଟଙ୍କା ଆସିଯିବ ସେ କରି ଦେଖାଇଦେବ । କୃଷକ କ୍ଷେତ୍ରରେ ଏମିତି ହୁଏ ନାହିଁ, କୃଷକ ଶୀଘ୍ର କୌଣସି ଦାୟିତ୍ୱ ନିଏ ନାହିଁ । ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯାହା ଆସିଛି ସେଥିରେ ବହୁତ ବଡ଼ ଯୋଗଦାନ ରହିଛି । ଏହା ପୁର୍ବରୁ କୃଷିରେ ଫସଲ ବୀମା ଯୋଜନାରେ ଯେତେ ଲୋକ ଆସୁଥିଲେ ଏହି ନୂଆ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯୋଗୁ 7 ଗୁଣା ଲୋକ ଏହା ଅଧିନକୁ ଆସିଛନ୍ତି । ଏବେ ତ ଆରମ୍ଭ ହୋଇଛି, ପ୍ରଚାର ସେତେ ଅଧିକ ହୋଇ ନାହିଁ । କୃଷକ ମଧ୍ୟ କିନ୍ତୁ ଏବଂ ପରନ୍ତୁ ମଧ୍ୟରେ ରହିଛନ୍ତି । କିନ୍ତୁ ଗୋଟିଏ ବର୍ଷରେ 7 ଗୁଣ ବୃଦ୍ଧି ପାଇବା ଏହା ଆମ କୃଷକମାନଙ୍କୁ ନିରାପତ୍ତାର ବିଶ୍ୱାସ ଦେଇଥାଏ । ଆଉ ଥରେ ନିରାପତ୍ତାର ବିଶ୍ୱାସ ହୋଇଯାଏ ତ ଦାୟିତ୍ୱ ନେବାର କ୍ଷମତା ବଢିଯାଇଥାଏ । ଆଉ ଯେତେବେଳେ ଦାୟିତ୍ୱ ନେବାର କ୍ଷମତା ବଢିଯାଇଥାଏ ତ ବୈଜ୍ଞାନିକମାନଙ୍କ ଦ୍ୱାରା କୁହାଯାଉଥିବା ପ୍ରୟୋଗ କରିବାକୁ ସେ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଶୃଙ୍ଖଳ ଆରମ୍ଭ ହୋଇଯାଇଥାଏ । ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସେଥିରେ ବହୁତ ବଡ଼ ଶକ୍ତି ଅଛି । ଗବେଷଣାଗାରରୁ କ୍ଷେତ ପର୍ଯ୍ୟନ୍ତ ପ୍ରକ୍ରିୟା କୁ ଆଗକୁ ନେବା, ସେହି ଦିଗରେ କାମ ଚାଲୁଛି । ମୁଁ ପୁଣି ଥରେ ସ୍ୱାମୀନାଥନଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଦେଶର ବହୁତ ସେବା କରିଛନ୍ତି, ଦେଶର କୃଷକଙ୍କର ବହୁତ ସେବା କରିଛନ୍ତି । ଦେଶର ଗରିବଙ୍କ ପେଟକୁ ଖାଦ୍ୟ ଦେବା ପାଇଁ ଜଣେ ତପସ୍ୱୀ ଭଳି କାମ କରିଛନ୍ତି । ବହୁତ ବହୁତ ସାଧୁବାଦ, ଧନ୍ୟବାଦ ।

**********