Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସସିଓ ଶିଖର ସମ୍ମିଳନୀ ଅବସରରେ ତୁର୍କୀ ରାଷ୍ଟ୍ରପତି ମହାମହିମ ଶ୍ରୀ ରିସେପ ତୟିପ ଏରଦୋଗାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଏସସିଓ ଶିଖର ସମ୍ମିଳନୀ ଅବସରରେ ତୁର୍କୀ ରାଷ୍ଟ୍ରପତି ମହାମହିମ ଶ୍ରୀ ରିସେପ ତୟିପ ଏରଦୋଗାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ


୧. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୬, ୨୦୨୨ରେ ଉଜବେକିସ୍ତାନର ସମରକନ୍ଦ ଠାରେ ଏସସିଓ ଶିଖର ସମ୍ମିଳନୀ ଅବସରରେ ତୁର୍କୀ ରାଷ୍ଟ୍ରପତି ମହାମହିମ ଶ୍ରୀ ରିସେପ ତୟିପ ଏରଦୋଗାନଙ୍କୁ ଭେଟିଛନ୍ତି ।

୨. ଉଭୟ ନେତା ଭାରତ- ତୁର୍କୀ ସମ୍ପର୍କ ସମୀକ୍ଷା କରିଥିଲେ । ବିଗତ ବର୍ଷଗୁଡିକରେ ଆର୍ଥିକ ସମ୍ପର୍କ ବିଶେଷ କରି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ହୋଇଥିବାରୁ ଉଭୟେ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ବଢାଇବା ପାଇଁ ସହମତ ହୋଇଛନ୍ତି ।

୩. ଉଭୟ ନେତା ଆଞ୍ଚଳିକ ଓ ଆନ୍ତର୍ଜାତିକ ଘଟଣାବଳୀ ସମ୍ପର୍କରେ ମତ ବିନିମୟ କରିଛନ୍ତି । କେବଳ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନୁହେଁ ବରଂ ଆଞ୍ଚଳିକ ଲାଭ ପାଇଁ ଉଭୟ ନେତା ପରସ୍ପର ସହ ନିୟମିତ ଯୋଗାଯୋଗରେ ରହିବାକୁ ଏକମତ ହୋଇଛନ୍ତି ।   

ସମରକନ୍ଦ

ସେପ୍ଟେମ୍ବର ୧୬, ୨୦୨୨

 

SR