Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆ କପ୍ ଟାଇଟଲ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଏସିଆ କପ୍ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଟିମର ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଏସିଆ କପ୍ ଟାଇଟଲ ବିଜୟୀ ହୋଇଥିବାରୁ ଭାରତୀୟ ଜୁନିଅର ମହିଳା ହକି ଟିମକୁ ଅଭିନନ୍ଦନ । ଦଳ ଅତ୍ୟଧିକ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଛନ୍ତି । ଏହି ସଫଳତା ବିଶେଷ କରି ଯୁବଗୋଷ୍ଠୀଙ୍କ ମନରେ ହକି ପ୍ରତି ଅପାର ଉତ୍ସାହକୁ ମଧ୍ୟ ବଢ଼ାଇଛି । ଭବିଷ୍ୟତର ଉଦ୍ୟମ ପାଇଁ ଟିମକୁ ମୋର ଅଶେଷ ଶୁଭେଚ୍ଛା ।” 

SR