Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆ କପ୍ ବିଜୟୀ ଭାରତୀୟ କନିଷ୍ଠ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କନିଷ୍ଠ ପୁରୁଷ ହକି ଦଳକୁ ଏସିଆ କପ୍ ଫାଇନାଲରେ ୪-୧ ରେ ବିଜୟ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏହି ସଫଳତାକୁ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଏହି ସଫଳତା ଯୁବ ଖେଳାଳିଙ୍କ ଅପାର ପ୍ରତିଭାକୁ ପ୍ରତିଫଳିତ କରୁଛି।

ଶ୍ରୀ ମୋଦୀ ସମଗ୍ର ଦଳକୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

“ଫାଇନାଲରେ ୪-୧ ରେ ଦୃଢ଼ ବିଜୟ ସହିତ ଏସିଆ କପ୍ ଜିତିଥିବାରୁ ଆମର ଜୁନିୟର ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହା ବାସ୍ତବରେ ଏକ ଉଲ୍ଲେଖନୀୟ ସଫଳତା।

ଏହି  ସଫଳତା ଆମ ଯୁବ ଖେଳାଳିଙ୍କ ଅପାର ପ୍ରତିଭାକୁ ପ୍ରତିଫଳିତ କରୁଛି। ପୂରା ଟିମକୁ ଅନେକ ଅନେକ ଶୁଭେଚ୍ଛା ”

HS