Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସିଆ କ୍ରୀଡା – 2018ର ସ୍ଵର୍ଣ୍ଣ ବିଜେତା ଭାରତୀୟ ରୋଇଂ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମ୍ବଙ୍ଗଠାରେ ଆୟୋଜିତ ଏସୀୟ କ୍ରୀଡା – 2018ର ପୁରୁଷ ନୌଚାଳନାର ଚାରିଜଣିଆ ସ୍କଲ୍ସ ବର୍ଗରେ ସ୍ଵର୍ଣ୍ଣ ପଦକ ଲାଭ କରିଥିବା ଭାରତୀୟ ଦଳର ସବର୍ନ ସିଂହ, ଦାତ୍ତୁ ବାବନ ଭୋକନାଲ, ଓମ ପ୍ରକାଶ ଏବଂ ସୁଖମୀତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଆମ ଟିମ ଦ୍ଵାରା ଚମତ୍କାର ନୌଚାଳନା । ପୁରୁଷ ଚାରିଜଣିଆ ନୌଚାଳନା ସ୍କଲ୍ସ ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣି ଭାରତକୁ ଅଧିକ ଗୌରାବାନ୍ଵିତ କରିଛନ୍ତି । ସବର୍ନ ସିଂହ, ଦାତ୍ତୁ ବାବନ ଭୋକନାଲ, ଓମ ପ୍ରକାଶ ଏବଂ ସୁଖମୀତ ସିଂହଙ୍କ ଦଳକୁ ଅଭିନନ୍ଦନ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********