ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଥିବା ଭାରତୀୟ ପୁରୁଷ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବାସ୍ତବରେ ଦେଶ ପାଇଁ ଏକ ଆନନ୍ଦର ଅବସର।
ଶ୍ରୀ ମୋଦୀ ଦଳର ସଦସ୍ୟମାନଙ୍କୁ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ।
‘ଏକ୍ସ ’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି;
“ଭାରତକୁ ପୁଣି ସୁନା ଆସିଛି!
ଏସୀୟ କ୍ରୀଡ଼ାରେ ଟାଇଟଲ୍ ବଜାୟ ରଖିଥିବାରୁ ଆମ ପୁରୁଷ କ୍ରିକେଟ୍ ଦଳକୁ ଅଭିନନ୍ଦନ। ଏହା ବାସ୍ତବରେ ଦେଶ ପାଇଁ ଏକ ଆନନ୍ଦର ଅବସର। ଦଳର ସଦସ୍ୟମାନଙ୍କୁ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ @narendramodi “
HS
The Gold comes to India yet again!
— PMO India (@PMOIndia) October 3, 2026
Congratulations to our Men’s Cricket Team on retaining their title at the Asian Games. This is indeed a joyous occasion for the nation. My best wishes to the team members for their future endeavours: PM @narendramodi