Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡା 2018ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ଏସୀୟ କ୍ରୀଡା 2018ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ଏସୀୟ କ୍ରୀଡା 2018 ଶେଷ ହୋଇଥିବା ବେଳେ ମୁଁ ପୁଣି ଥରେ ଭାରତୀୟ ଦଳକୁ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି । ଏସୀୟ କ୍ରୀଡା ଇତିହାସରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ଏହି କ୍ରୀଡାରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡାବିତ ହେଉଛନ୍ତି ଭାରତ ପାଇଁ ଗର୍ବ ।

ଏସୀୟ କ୍ରୀଡା 2018 ସମୟରେ ଆମେ ଐତିହାସିକ ଭାବେ ଶକ୍ତିଶାଳୀ ଥିବା କ୍ରୀଡ଼ାମାନଙ୍କରେ ଆମର ପ୍ରଦର୍ଶନକୁ ଆହୁରି ଶାଣିତ କରିଛୁ ଏବଂ ପୂର୍ବରୁ ଭଲ କରୁନଥିବା କ୍ରୀଡ଼ାମାନଙ୍କରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ଗୌରବ ହାସଲ କରିଛୁ । ଏହା ହେଉଛି ଏକ ସକାରାତ୍ମକ ଲକ୍ଷଣ ଏବଂ ଭାରତୀୟ କ୍ରୀଡ଼ାର ଭବିଷ୍ୟତ ପାଇଁ ଶୁଭ ସୂଚନା ।

ମୁଁ ସମସ୍ତ କ୍ରୀଡାବିତମାନଙ୍କର ପ୍ରଶିକ୍ଷକ, ସହାୟକ କର୍ମକର୍ତ୍ତା, ପିତାମାତା ଏବଂ ବନ୍ଧୁମାନଙ୍କୁ ଅଭିବାଦନ ଜଣାଉଛି । ଆମର ଚାମ୍ପିଅନମାନଙ୍କୁ ନିୟମିତ ଭାବେ ସମର୍ଥନ କରୁଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ସମସ୍ତ କ୍ରୀଡାବିତମାନଙ୍କୁ ଶୁଭକାମନା ଜଣାଉଛି ।

ଏପରି ଏକ ସ୍ମରଣୀୟ ଏସୀୟ କ୍ରୀଡା 2018ର ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ଇଣ୍ଡୋନେସିଆର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି । ଏହି କ୍ରୀଡାରେ କ୍ରୀଡାବିତମାନଙ୍କ ଦ୍ୱାରା ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି ଏବଂ ଏଥିରେ ଖେଳୁଆଡ ଭାବନା ପ୍ରତିଫଳିତ ହୋଇଛି,” ବୋଲି ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ୍ ଜରିଆରେ କରିଛନ୍ତି ।