ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଏସୀୟ ପାରା ଗେମ୍ସରେ ପୁରୁଷ ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ ଏସ୍–୭ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଆଜି ତେଜସ୍ ନନ୍ଦକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ତାଙ୍କର ଅଧ୍ୟବସାୟ, କଠିନ ପରିଶ୍ରମ ଏବଂ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧତା ପ୍ରଶଂସନୀୟ, ଏବଂ ତାଙ୍କର ଆଗାମୀ ପ୍ରତିଯୋଗିତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:
“୨୦୨୬ ଏସୀୟ ପାରା ଗେମ୍ସରେ ପୁରୁଷ ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ ଏସ୍୭ ଇଭେଣ୍ଟରେ ତେଜସ୍ ନନ୍ଦକୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧତା ପ୍ରଶଂସନୀୟ। ଏହି ସଫଳତା ପାଇଁ ତେଜସଙ୍କୁ ଅଭିନନ୍ଦନ। ତାଙ୍କର ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା: ପିଏମ @narendramodi “
HS
Tejas Nandkumar has secured Bronze in the Men’s 100m Backstroke S7 event at the Asian Para Games 2026. His perseverance, hard work and commitment to improving his performance are appreciable. Compliments to Tejas on this achievement. Best wishes for his upcoming competitions: PM @narendramodi
— PMO India (@PMOIndia) October 22, 2026