ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏୟାର ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀ/ଜେଭିରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ (ଏସପିଭି) ଏବଂ ଏହା ସହ ଜଡ଼ିତ ଗତିବିଧିକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।
ବିବରଣୀ :
ଏୟାର ଇଣ୍ଡିଆ ଆସେଟ୍ସ ହୋଲ୍ଡିଂ ଲିମିଟେଡ (ଏଆଇଏଏଚଏଲ) ନାମକ ଏକ ଏସପିଭି ମାଲଗୋଦାମରେ ଜମା କାର୍ଯ୍ୟଶୀଳ ପୁଞ୍ଜିଗତ ଋଣ ସଂରକ୍ଷଣ ଲାଗି ସୃଷ୍ଟି କରାଯିବ, ଏହି ପୁଞ୍ଜିଗତ ଋଣର ଚାରିଟି ସହାୟକ (ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏପିଏସଏଲ), ଏୟାର ଲାଇ ଆଲାଏଡ ସର୍ଭିସେସ ଲିମିଟେଡ (ଏଏଏସଏଲ), ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ ଲିମିଟେଡ (ଏଆଇଇଏସଲଏଲ) ଏବଂ ହୋଟେଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ବ୍ୟତୀତ ଏୟାର ଇଣ୍ଡିଆର କମ ଗୁରୁତ୍ୱ ଥିବା କମ୍ପାନୀଗୁଡ଼ିକର ସମ୍ପତ୍ତି ପେଣ୍ଟିଙ୍ଗ ଓ କଳାକୃତ୍ତି ତଥା ଅନ୍ୟ ଅଣ କାର୍ଯ୍ୟକ୍ଷମ ସମ୍ପତ୍ତିରେ ଯୋଗଦାନ ନାହିଁ ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂଆ ଏସପିଭି ଗଠନ ଲାଗି ଆଦେଶ ଜାରି କରିଛି । ଏସପିଭି, ଏୟାର ଇଣ୍ଡିଆ ଆସେଟ୍ସ ହୋଲ୍ଡିଂ ଲିମିଟେଡ 22 ଜାନୁଆରୀ, 2018 ଗଠନ କରାଯାଇଥିଲା । ଏସପିଭିର ନିର୍ଦ୍ଦେଶକ ମଣ୍ଡଳୀରେ ସିଏମଡି, ଏୟାର ଇଣ୍ଡିଆ ଲିମିଟେଡ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବ୍ୟୟ ବିଭାଗ, ଆର୍ଥିକ ବ୍ୟାପାର ବିଭାଗ, ଡିଆଇପିଏଏମର ଯୁଗ୍ମ ସଚିବ ଏବଂ ନିର୍ଦ୍ଦେଶକ (ଅର୍ଥ) ଏୟାର ଇଣ୍ଡିଆ ଲିମିଟେଡ ସାମିଲ ରହିଛି ।
ବର୍ତ୍ତମାନ ସୁଦ୍ଧା ଗୋଟିଏ ସହାୟକ ଏଆଇଏଟିଏସଏଲକୁ ଏଆଇଏଏଚଏଲ ଏବଂ ଏୟାର ଇଣ୍ଡିଆ ଲିମିଟେଡ ମଧ୍ୟରେ ଶେୟାର କ୍ରୟ ବୁଝାମଣା ଅନୁଯାୟୀ ଏଆଇଏଏଚଏଲ୍କୁ ହସ୍ତାନ୍ତରିତ କରାଯାଇଛି, ଏହା ସର୍ତ୍ତ ଆଧାରିତ ଏବଂ ଏଥିରେ ଋଣଦାତାଙ୍କ ମଞ୍ଜୁରି ସାମିଲ ରହିଛି ।
ଏଆଇଏଏଚଏଲର ପୁଞ୍ଜି ପ୍ରତ୍ୟାହାର ଲାଗି ପ୍ରାଥମିକ ସୂଚନା ସ୍ମାରକପତ୍ର ଏଆଇଏଏଚଏଲ ଦ୍ୱାରା 12 ଫେବୃଆରୀ, 2019ରେ ଜାରି କରାଯାଇଥିଲା ଏଥିରେ ଆଗ୍ରହ ପ୍ରକାଶ (ଇଓଆଇ) ଜମା କରିବାର ଶେଷ ତାରିଖ 26 ମାର୍ଚ୍ଚ, 2019 ରହିଛି ।
ସରକାର ନିମ୍ନଲିଖିତଗୁଡ଼ିକୁ ନବଗଠିତ ଏସପିଭିକୁ ହସ୍ତାନ୍ତରିତ କରିବା ଲାଗି ନିଷ୍ପତି ନେଇଛନ୍ତି :
1. ଏୟାର ଇଣ୍ଡିଆ ଲିମିଟେଡର 29,464 କୋଟି ଟଙ୍କାର ଋଣ
2. ସହାୟକ କମ୍ପାନୀ ଯେଉଁଗୁଡ଼ିକ ଏୟାର ଇଣ୍ଡିଆର ରଣନୈତିକ ପୁଞ୍ଜିପ୍ରତ୍ୟାହାର ଅର୍ଥାତ୍ ଏଆଇଏଟିଏସଏଲ, ଏଆଇଆଇଏସଏଲ, ଏଏଏସଏଲର ଅଂଶବିଶେଷ ନୁହନ୍ତି ସେଗୁଡ଼ିକୁ ଏସପିଭିରେ ସାମିଲ କରିଦିଆଯିବ ଏବଂ
3. ଏୟାର ଇଣ୍ଡିଆ ଲିମିଟେଡର କମ ଗୁରୁତ୍ୱ ସମ୍ପନ୍ନ ପରିସମ୍ପତି, ପେଣ୍ଟିଙ୍ଗ ଓ କଳାକୃତି ଓ ଅଣକାର୍ଯ୍ୟକ୍ଷମ ସମ୍ପତ୍ତି
ପ୍ରଭାବ :
ଏହି ମଞ୍ଜୁରି ଫଳରେ ଏୟାର ଇଣ୍ଡିଆ ଅଧୀନସ୍ଥ କମ୍ପାନୀ ଏଆଇଏଟିଏସଏଲ, ଏଆଇଇଏସଏଲ, ଏଏଏସଏଲ ଏବଂ ଏଚସିଆଇର ସଂରକ୍ଷଣ ଏୟାର ଇଣ୍ଡିଆଠାରୁ ନବଗଠିତ ଏସପିଭି କମ୍ପାନୀଗୁଡ଼ିକୁ ସହଜରେ ହୋଇଯିବ । ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାର ଉପଯୋଗ ଏୟାର ଇଣ୍ଡିଆର କାର୍ଯ୍ୟଶୀଳ ପୁଞ୍ଜି ଦେୟତାକୁ ଆରମ୍ଭ କରିବା ଲାଗି କରାଯାଇପାରିବ ଯାହାକୁ ଏସପିଭିରେ ରଖାଯାଇଥିବା କୌଣସି ସମ୍ପତ୍ତିର ସୁରକ୍ଷା ହାସଲ ହୋଇନାହିଁ ।
**********