ପିଏମଇଣ୍ଡିଆ

ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଆଜି ମୁଁ ଦ୍ଵାରିକାର ମନୋଭାବ କିଛି ଅଲଗା ଥିବାର ଦେଖିଲି, ଚାରିଆଡେ ଉତ୍ସାହ, ଉଦ୍ଦୀପନା, ଯେପରି ଏକ ନୂଆ ଚେତନା ଦ୍ଵାରିକାରେ ମୁଁ ଅନୁଭବ କରୁଛି । ମୁଁ ଦ୍ଵାରିକାବାସୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଆଜି ଦ୍ଵାରିକାନଗରୀରେ ଯେଉଁ କାମର ଆରମ୍ଭ ହେଉଛି ତାହା କେବଳ ଭେଟ୍ ଦ୍ଵାରିକାରେ ପହଂଚିବା ପାଇଁ ଏକ ସେତୁ ନୁହେଁ । ଖାଲି ଇଟା, ପଥର, ଳୁହାରେ ତିଆରି ହେବାକୁ ଥିବା ଏକ ଢ଼ାଂଚାଗତ ବ୍ୟବସ୍ଥା ଏମିତି ନୁହେଁ । ଏହି ସେତୁ ଭେଟ୍ ଦ୍ଵାରିକାର ସାଂସ୍କୃତିକ ପରମ୍ପରା ସହିତ ସେହି ହଜାର ବର୍ଷର ପୁରୁଣା ସଂପର୍କକୁ ଯୋଡିବାର ଶୃଙ୍ଖଳା ଭାବେ ଆଜି ତାହାର କାର୍ଯ୍ୟ ହେଉଛି ।
ଯେବେ ମଧ୍ୟ ମୁଁ ଭେଟ୍ ଆସୁଥିଲି, ଆଉ ସେଠାକାର ସେତୁକୁ ଦେଖୁଥିଲି । ନିର୍ମଳ ଜଳ ଦେଖାଯାଉଥିଲା । ପର୍ଯ୍ୟଟନର ଖୁବ ସମ୍ଭାବନା ଦେଖୁଥିଲି । କିନ୍ତୁ ଭାରତ ସରକାରଙ୍କ ତରଫରୁ, ଆପଣ ତ ଜାଣନ୍ତି ଅତୀତରେ ଭାରତ ସରକାରଙ୍କର ଗୁଜରାଟ ପ୍ରତି କିଭଳି ଭଲ ପାଇବା ଥିଲା । କେତେ କଷ୍ଟରେ ଆମେ ସମୟ ଅତିବାହିତ କରୁଥିଲେ । ମୋର ସଂପୂର୍ଣ୍ଣ ମନେ ଅଛି । ଯେତେବେଳେ ଭେଟ୍ ର ଲୋକଙ୍କ ସ୍ଥିତି ମୁଁ ଦେଖୁଥିଲି । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ହିଁ ସମସ୍ତ କାମ ପୂରା କରିବାକୁ ପଡ଼ୁଥିଲା । ରାତିରେ ଗମନାଗମନ ବନ୍ଦ ହୋଇ ଯାଉଥିଲା । ଆଉ ତାହା ମଧ୍ୟ ଜଳ ମାର୍ଗରେ ଯିବା ଆସିବା କରିବାକୁ ପଡ଼ୁଥିଲା । କଷ୍ଟକର ଜୀବନ ଅତିବାହିତ କରିବାକୁ ପଡ଼ୁଥିଲା । ଯଦି କେହି ହଠାତ୍ ରୋଗଗ୍ରସ୍ତ ହୋଇ ପଡ଼ନ୍ତି ଆଉ ତାଙ୍କୁ ଡାକ୍ତରଖାନାରେ ପହଂଚାଇବାକୁ ଅଛି, ଆଉ ଯଦି ତାହା ରାତି ସମୟ ହୋଇଥିବ ତ କେତେ କଷ୍ଟ ହେଉଥିଲା ତାହା ମୋର ଭେଟ୍ ର ପ୍ରିୟ ଭାଇ ଭଉଣୀମାନେ ଭଲ ଭାବରେ ଜାଣିଛନ୍ତି ଆଉ ଏଥିପାଇଁ ଏକ ଏଭଳି ବ୍ୟବସ୍ଥା ଯାହା ସାରା ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ହେଉଛି ଗୋଟିଏ ବହୁତ ବଡ଼ ଉପହାର ।
ଏକ ଏଭଳି ବ୍ୟବସ୍ଥା ଯାହା ଭେଟ୍ ର ନାଗରିକମାନଙ୍କ ପାଇଁ ଯାହା ତାଙ୍କର ହେଉଛି ଏକ ସାଧାରଣ ଆବଶ୍ୟକତା ତାହାକୁ ପୂରଣ କରିବା ଭଳି ହେବାକୁ ଯାଉଛି । ଏକ ଏଭଳି ବ୍ୟବସ୍ଥା ଯାହା ଭେଟ୍ ସହିତ ଯୋଡ଼ି ହୋଇଥିବା ସମୁଦ୍ର କୂଳର ବେଳାଭୂମିକୁ ବହୁତ ବଡ଼ ପର୍ଯ୍ୟଟନ କ୍ଷେତ୍ର ରୂପେ ବିକଶିତ କରିବାର ସମ୍ଭାବନାଗୁଡ଼ିକୁ ଶକ୍ତି ଦେବ । ଯଦି ଜଣେ ଅଧେ ଯାତ୍ରୀ ଆସି ଠାକୁରଙ୍କ ପାଦତଳେ ମୁଣ୍ଡ ନୁଆଇ ପଳାଇବେ ତ ତା’ଦ୍ୱାରା ଦ୍ଵାରିକାର ଅର୍ଥବ୍ୟବସ୍ଥାକୁ ବେଶୀ ଲାଭ ହୁଏ ନାହିଁ । କିନ୍ତୁ ଯଦି ସେ ରାତିରେ ରୁହନ୍ତି । ଦୁଇ ଦିନ ରହନ୍ତି ତ ହଜାରେ ଦୁଇ ହଜାର ଟଙ୍କା ଖର୍ଚ୍ଚ କରନ୍ତି । ତ ଦ୍ୱାରିକାର ଆର୍ଥିକ ବ୍ୟବସ୍ଥାରେ ଗରିବରୁ ଗରିବ ଲୋକଙ୍କୁ ରୋଜଗାର ମିଳିଥାଏ । ଲୋକ ଦ୍ୱାରିକା ଆସନ୍ତି ତାହା ଭଗବାନ ଦ୍ୱାରିକାଧୀଶଙ୍କ କୃପାରୁ । କିନ୍ତୁ ଲୋକମାନେ ଦ୍ୱାରିକାରେ ରହିବେ ସେଥିପାଇଁ ଯଦି ଆମେ ବ୍ୟବସ୍ଥା ଠିଆ କରାଇ ପାରିବା ତା’ହେଲେ ରହିବେ । ଆଉ ଏଥିପାଇଁ ଆମେ ବିକାଶକୁ ପ୍ରାଥମିକତା ଦେଇଛୁ । ଯେଉଁଠିକୁ ଯାତ୍ରୀ ଆସିବେ, ତାଙ୍କୁ ରହିବା ପାଇଁ ମନ ହେବ । ଗୋଟିଏ-ଦୁଇଟି ଦିନ ବିତାଇବା ପାଇଁ ମନ ହେବ । ସମୁଦ୍ରର ଲହରୀମାଳ ସାମ୍ନାରେ ସନ୍ଧ୍ୟା ବିତାଇବା ପାଇଁ ମନ ହେବ । ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ମନ ପ୍ରଫୁଲ୍ଲିତ ହୋଇଯିବ । ଏହି ପରିବେଶ ସୃଷ୍ଟି କରିବା ପାଇଁ ଏହି ସରକାର ଲଗାତାର ଚେଷ୍ଟା କରୁଛନ୍ତି ।
ଆଜକୁ ଆଠ-ଦଶ ବର୍ଷ ତଳର ଦ୍ଵାରିକାର କଳ୍ପନା ଆପଣ କରନ୍ତୁ ଆଉ ଆଜିର ଦ୍ଵାରିକାର କଳ୍ପନା କରନ୍ତୁ । କେତେ ପରିବର୍ତ୍ତନ ଆସିଛି । ଆଉ ପର୍ଯ୍ୟଟନ ଗୋଟିଏ କୋଣରେ ବିକାଶ ହେବା ଦ୍ୱାରା ହୋଇ ନଥାଏ । ତା’କୁ ଯୋଗାଯୋଗ ଦରକାର । ଗୋଟିଏରୁ ଦ୍ୱିତୀୟ, ଦ୍ୱିତୀୟରୁ ତୃତୀୟ, ତୃତୀୟ ସହିତ ଚତୁର୍ଥ ଯୋଡ଼ି ହୋଇଥିବା ଆବଶ୍ୟକ । ସମଗ୍ର ଦୁନିଆ ଗିର୍ ସିଂହ ଦେଖିବା ପାଇଁ ଆସିଥାଆନ୍ତି । ଯଦି ଗିର୍ ସିଂହ ଦେଖିବା ପରେ ପୋରବନ୍ଦର ଆଉ ଦ୍ଵାରିକା ଯିବା ପାଇଁ ଛଅ ଲାଇନ୍, ଚାରି ଲାଇନ୍, ଦୁଇ ଲାଇନ୍ ର ବଡ଼ ବଡ଼ ସଡ଼କ ମିଳିଯାଉଛି ତ ଯାତ୍ରୀମାନଙ୍କ ପାଇଁ ସୁବିଧା ହୋଇଥାଏ । ପର୍ଯଟକଙ୍କ ମନ ଲୋଭାଇଥାଏ । ଆଉ ଯିଏ ଗିର୍ ସିଂହ ଦେଖିବା ପାଇଁ ଆସିବେ, ସେ ଦ୍ଵାରିକାଧୀଶଙ୍କ ପାଦ ତଳକୁ ମଧ୍ୟ ଆସିବେ । ଏହିଭଳି ପରିସ୍ଥିତି ସୃଷ୍ଟି ହେବା ଦରକାର । । ଆଉ ଯିଏ ଦ୍ଵାରିକାଧୀଶଙ୍କ ପାଖକୁ ଆସିବେ, ତାଙ୍କୁ ମଧ୍ୟ ଗିର୍ ସିଂହ ଦେଖିବାକୁ ମନ ହେବ ଏଭଳି ବ୍ୟବସ୍ଥା ହେବା ଦରକାର । ଆଉ ଏଥିପାଇଁ ଭାରତ ସରକାର ଜାତୀୟ ରାଜପଥର ନେଟୱାର୍କକୁ ସେହିଭଳି ଭାବରେ ତିଆରି କରିବା ଦିଗରେ ଆଧୁନିକୀକରଣ କରିଛନ୍ତି, କି ରାସ୍ତା ତ ତିଆରି ହେଉ, ସୁବିଧା ହେଉ, ବେଗ ତ ଆସୁ କିନ୍ତୁ ତା’ସହିତ ଆର୍ଥିକ କାର୍ଯ୍ୟକ୍ରମ ସଙ୍ଗେ ତାହାର ସିଧା ସଳଖ ସମ୍ପର୍କ ଥିବା ଦରକାର । ସେହି ବ୍ୟବସ୍ଥା ଦ୍ୱାରା ଆର୍ଥିକ ଗତିବିଧିକୁ ଶକ୍ତି ମିଳିବା ଦରକାର ।
ଆଜି ଯେଉଁ ଜାତୀୟ ରାଜପଥର ପ୍ରଶସ୍ତିକରଣର କାମ ହେଉଛି । ଆଉ ଯେବେ ମୁଁ ଧଣୁକୁ ମନେ ପକାଉଛି ତ ମତେ ମୋ ପିଲାମାନଙ୍କର କଥା ମନେ ପଡ଼ିଯାଉଛି । ଆମର ବହୁତ ପୁରୁଣା କାର୍ଯ୍ୟକର୍ତ୍ତା ଅଛନ୍ତି । କୃଷକ କିନ୍ତୁ । ତାଙ୍କୁ ଏହି ସମସ୍ତ କଥାର ବିଚାର ତାଙ୍କ ମନରେ ହିଁ ରହୁଥିଲା କି ଏପରି କରାଗଲେ ଭଲ ହେବ, ଏପରି କରାଗଲେ ଭଲ ହେବ । ସେମାନେ ଲଗାତାର ଚିନ୍ତା କରୁଥିଲେ । ଆଜି ସେହି ଧଣୁ ପର୍ଯ୍ୟନ୍ତ ଏହି ରାସ୍ତାକୁ, ପ୍ରଶସ୍ତିକରଣର ଦିଗରେ ଜାତୀୟ ରାଜପଥ ପାଇଁ ଅଧିକ ମାତ୍ରାରେ ଆମେ ଖର୍ଚ୍ଚ କରିବାକୁ ଯାଉଛୁ । ଆଜି ଏହି ଏକ କାର୍ଯ୍ୟକ୍ରମରେ ଆଉ ଗୋଟିଏ ଜିଲ୍ଲା ମୁଖ୍ୟତଃ ଆଉ ସେହିଭଳି ଜାମନଗରରେ, ଜୁନାଗଡ ଜିଲ୍ଲାକୁ ସଂଯୋଗ କରି, ପୋରବନ୍ଦର ଜିଲ୍ଲାକୁ ସଂଯୋଗ କରି ପାଖା-ପାଖି ଛଅ ହଜାର କୋଟି ଟଙ୍କାର ବ୍ୟୟ ଅଟକଳର ପ୍ରକଳ୍ପ ଆପଣ କଳ୍ପନା କରି ପାରୁଛନ୍ତି । ସେହି ଦିନ କଥା ମନେ ପକାନ୍ତୁ ଯେବେ ମାଧବ ସିଂହ ସୋଲାଙ୍କି ମୁଖ୍ୟମନ୍ତ୍ରୀ ଥିଲେ । ତ ଖବରକାଗଜର ପ୍ରଥମ ପୃଷ୍ଠାରେ ଗୋଟିଏ ଛବି ପ୍ରକାଶିତ ହେଇଥିଲା । ସହି ଛବି ଆଜି ମଧ୍ୟ ମୋର ମନେ ଅଛି ସେତେବେଳେ ତ ମୁଁ ରାଜନୀତିରେ ନଥିଲି । ମୁଁ ସାମାଜିକ କ୍ଷେତ୍ରରେ କାମ କରୁଥିଲି । ଜାମନଗରରେ, ଜାମନଗର କିମ୍ବା ଜାମନଗର ଜିଲ୍ଲାରେ ଗୋଟିଏ ପାଣି ଟାଙ୍କିର ଉଦ୍ଘାଟନ କରିବା ପାଇଁ ସେହି ସମୟର ମୁଖ୍ୟମନ୍ତ୍ରୀ ମାଧବ ସିଂହ ଆସିଥିଲେ । ଏବେ ସେହି ସମୟର ସରକାରଙ୍କ କଳ୍ପନା ଆଉ ଏହି ସରକାରଙ୍କ କଳ୍ପନା ଦେଖନ୍ତୁ କିଭଳି ସେତୁ ନିର୍ମାଣ କରୁଛନ୍ତି, କିଭଳି ରାସ୍ତା ନିର୍ମାଣ କରୁଛନ୍ତି । ଗୋଟିଏ ପାଣି ଟାଙ୍କିର ଉଦ୍ଘାଟନ କରି ସାରା ପୃଷ୍ଠାରେ ବିଜ୍ଞାପନ ଦେଇ ଆପଣ ପ୍ରଥମ ପୃଷ୍ଠାରେ ଛବି ଛାପିବା ତାଙ୍କର ବିକାଶ ପାଇଁ ଚିନ୍ତା କରିବାର ପରିସୀମା ମଧ୍ୟ ସେତିକି ମର୍ଯ୍ୟାଦାପୂର୍ଣ୍ଣ ଥିଲା ।
ଦୁନିଆ ବଦଳି ଯାଇଛି ଆଉ ଏହି ପରିବର୍ତ୍ତିତ ଦୁନିଆରେ ବିକାଶକୁ ନୂତନ ଶିଖରକୁ ନେଇ ଯିବା ତ, ପ୍ରତ୍ୟେକ ଭାରତୀୟ ଦୁନିଆ ସମ୍ମୁଖରେ ଛାତି ଫୁଲେଇ ଠିଆ ହୋଇ ପାରିବେ । ଏଭଳି ହିନ୍ଦୁସ୍ଥାନ ତିଆରି କରିବାର ସ୍ୱପ୍ନ ହେଉଛି ପ୍ରତ୍ୟେକ ହିନ୍ଦୁସ୍ଥାନୀର । ଏହି ସ୍ୱପ୍ନ କେବଳ ନରେନ୍ଦ୍ର ମୋଦୀର ନୁହେଁ । ଶହେ ପଚିଶ କୋଟି ଦେଶବାସୀଙ୍କର ଏହା ହେଉଛି ସ୍ୱପ୍ନ । ମୁଁ ତ କେବଳ ଆପଣଙ୍କ ସ୍ୱପ୍ନକୁ ରଙ୍ଗ ଭରିବା ପାଇଁ, ତାହାକୁ ଚରିତାର୍ଥ କରିବା ପାଇଁ ଚେଷ୍ଟା କରୁଛି । ପରିଶ୍ରମ କରୁଛି । ଏବେ ନିତୀନ୍ ମହୋଦୟ କହୁଥିଲେ । ନୀଳ ଅର୍ଥବ୍ୟବସ୍ଥା ସମ୍ବନ୍ଧରେ ହେଉଛି ଏକ ଏଭଳି କ୍ଷେତ୍ର । କି ଯେଉଁ ସାମୁଦ୍ରିକ ସଂପଦକୁ ଗୁଜରାଟର ଏବଂ ଦେଶର ଅର୍ଥବ୍ୟବସ୍ଥାରେ ଏକ ବହୁତ ବଡ଼ ଶକ୍ତି ଦେବାର ସାମର୍ଥ୍ୟ ରହିଛି । 1600 କିଲୋମିଟରର ସାମୁଦ୍ରିକ ଉପକୂଳ ଗୁଜରାଟ ପାଖରେ ଅଛି । ଆମର ମତ୍ସ୍ୟଜୀବୀ ଭାଇ-ଭଉଣୀ ସମୁଦ୍ର କୂଳରେ ରହନ୍ତି । ନୀଳ ଅର୍ଥବ୍ୟବସ୍ଥାର ସଂପୂର୍ଣ୍ଣ ସମ୍ଭାବନା ଆମର ସମୁଦ୍ର ଉପକୂଳରେ ରହିଛି । ଆମେ ବନ୍ଦରଗୁଡ଼ିକର ବିକାଶ କରିବାକୁ ଚାହୁଁଛୁ କିନ୍ତୁ ଆମେ ବନ୍ଦର ଆଧାରିତ ବିକାଶ ମଧ୍ୟ କରିବାକୁ ଚାହୁଁଛୁ । ଆମେ ସେହି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଚାହୁଁଛୁ କି ଯାହା ବନ୍ଦରକୁ ରାସ୍ତା ସହିତ ଯୋଡ଼ୁ, ରେଳ ସହିତ ଯୋଡ଼ୁ, ବିମାନବନ୍ଦର ସହିତ ଯୋଡ଼ୁ, ଗୋଦାମ ଗୃହ, ଶୀତଳଭଣ୍ଡାର ହେଉ, ଦୁନିଆର ବଜାରରେ ଭାରତର କୃଷକଙ୍କ ଦ୍ୱାରା ଉତ୍ପାଦିତ ଜିନିଷ ବିଶ୍ୱ ବଜାରରେ ଅତି କମ୍ ସମୟ ମଧ୍ୟରେ ପହଁଚୁ । ଦେଶର କୃଷକଙ୍କୁ ଅଧିକରୁ ଅଧିକ ମୂଲ୍ୟ ମିଳୁ । ଏଥିପାଇଁ ଏହି ବ୍ୟବସ୍ଥାଗୁଡ଼ିକୁ ବିକଶିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଉଠାଉଛୁ । ଆମେ ଗୋଟିଏ ଯୋଜନା ପ୍ରସ୍ତୁତ କରିଛୁ । ଆଉ ତାହା ମଧ୍ୟ ମୋର ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆଉ ନୀଳ ଅର୍ଥବ୍ୟବସ୍ଥା ମାଧ୍ୟମରେ ପ୍ରସ୍ତୁତ କରିଛୁ । ଆଉ ସେହି ଯୋଜନାଟି ହେଉଛି ଆଜି ଆମର ମତ୍ସ୍ୟଜୀବୀ, ମାଛଧରାଳି ଯାହା ପାଖରେ ଛୋଟ-ଛୋଟ ଡଙ୍ଗା ଅଛି, ସେ ତାକୁ ନେଇ ସମୁଦ୍ରରେ ମାଛ ଧରିବାକୁ ଯାଉଛନ୍ତି । ଦଶ ବାର ନଟିକାଲ ମାଇଲ ଆଗକୁ ଯାଇ ପାରୁନାହାଁନ୍ତି ଆଉ ଏତିକି ଅଂଚଳରେ ଯେତିକି ଦରକାର ସେତିକି ମାତ୍ରାରେ ମାଛ ତାଙ୍କୁ ମିଳୁ ନାହିଁ । ସେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରନ୍ତି ପୁଣି ପରେ ଅଧା-ଅଧୁରା ଭର୍ତ୍ତି କରି ଫେରି ଆସନ୍ତି । କ’ଣ ମୋର ମାଛଧରାଳି ଭାଇ ଭଉଣୀମାନଙ୍କୁ ଏଭଳି ଜୀବନ ବଂଚିବା ପାଇଁ ବାଧ୍ୟ କରିବି । କ’ଣ ମୁଁ ତାଙ୍କୁ ତାଙ୍କ ଭାଗ୍ୟ ଉପରେ ଛାଡ଼ିଦେବି । କ’ଣ ମୋର ମାଛଧରାଳି ଭାଇ ଭଉଣୀମାନଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ଇଚ୍ଛା ହୁଏ ନାହିଁ କି? କ’ଣ ମୋର ମାଛଧରାଳି ଭାଇ ଭଉଣୀମାନଙ୍କୁ ଭଲ ଶିକ୍ଷା-ଦୀକ୍ଷା ଦେବାର ମନ କରିବ ନାହିଁ କି? କ’ଣ ମୋର ମାଛଧରାଳି ଭାଇ ଭଉଣୀମାନଙ୍କୁ ନୂଆଣିଆ ଚାଳ ଘରେ ବସ୍ତି ବାଲାଙ୍କ ଭଳି ଜୀବନରୁ ବାହାରକୁ ବାହାରି ଭଲ ଜୀବନ ଜୀଇଁବାର ମନ ହେବ ନା ହେବ ନାହିଁ । ଯଦି ତାହା କରିବାର ଅଛି ତା’ହେଲେ ତାହାର ଆର୍ଥିକ ଶକ୍ତି ବଢ଼ାଇବାକୁ ପଡିବ । ସେମାନଙ୍କୁ ସଶକ୍ତ କରାଇବାକୁ ପଡିବ । ତାଙ୍କର ସଶକ୍ତୀକରଣ କରାଇବାକୁ ପଡିବ । ଆଉ ଏଥିପାଇଁ ଆମେ ଗୋଟିଏ ଏଭଳି ଯୋଜନା ଆଣିଲୁ କି ଆମର କିଛି ମତ୍ସ୍ୟଜୀବୀ ଭାଇ ଭଉଣୀମାନେ ଏକାଠି ହୁଅନ୍ତୁ, ମାଛଧରାଳି ଭାଇ ଭଉଣୀମାନେ ଏକାଠି ହୁଅନ୍ତୁ । ସରକାର ତାଙ୍କୁ ଋଣ ଦେବେ । କମ୍ ସୁଧରେ ଋଣ ଦେବେ । ଆଉ ଦେଢ଼ କୋଟି, ଦୁଇ କୋଟି ଟଙ୍କାରେ ବଡ଼ ବୋଟ ସେ ଆଣି ପାରିବେ । ତାହାର ବ୍ୟବସ୍ଥା କରାଇବେ । ଆଉ ଯଦି ସେ ଦେଢ଼ କୋଟି, ଦୁଇ କୋଟିର ବଡ଼ ବୋଟ୍ ରଖିବେ ତ ଦଶ ବାର ନଟିକାଲ ମାଇଲ ଆଗକୁ ସମୁଦ୍ରରେ ଯାଇ ସେଠାରେ ତ ସମୁଦ୍ର ଭିତରେ ମାଛମାନଙ୍କର ସାଗର ରହିଥାଏ । ଗଭୀର ସମୁଦ୍ରକୁ ଯଦି ସେ ସେଠାକୁ ଚାଲି ଯିବ, ଯେଉଁ କାମ ତାକୁ ତିନି ଦିନରେ କରିବାକୁ ହୋଇଥାଏ ସେ ଅଧା-ଏକ ଦିନରେ ସଂପୂର୍ଣ୍ଣ କାମ କରି ତିନି ଗୁଣା ଚାରି ଗୁଣା ରୋଜଗାର କରିବାବାଲା ବ୍ୟବସ୍ଥା କରି ନିଜର କୂଳକୁ ଫେରି ଆସି ପାରିବ । ଆଉ ସେଥିରେ ଶୀତଳ ଭଣ୍ଡାର ସମେତ ସମସ୍ତ ବ୍ୟବସ୍ଥା ରହିବ । ଏହି ପ୍ରକାରର ସୁବିଧା ଆମେ ଆମର ମାଛଧରାଳି ଭାଇ ଭଉଣୀମାନଙ୍କୁ ଏହି ବ୍ୟବସ୍ଥା ଦେବାକୁ ଚାହୁଁଛୁ । ପ୍ରତ୍ୟେକ ମାଛଧରାଳି ଭାଇ ଏହାର ଲାଭ ଉଠାଇ ପାରିବେ ସେଥିପାଇଁ ଆମେ ତାହାକୁ ଆଗକୁ ବଢ଼ାଉଛୁ ଯାହା ମାଛଧରାଳିଙ୍କ ଜୀବନ ବଦଳାଇଦେବ । କାଣ୍ଡଲା ବନ୍ଦର କୁହନ୍ତୁ ଯେଉଁଭଳି ଭାବେ ତାହାର ବିକାଶ ହୋଇଛି ।
ଯେବେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ କାଣ୍ଡଲା ବନ୍ଦର ଥିଲା । ଆଉ ଅବସ୍ଥା କ’ଣ ଥିଲା ତାହା ମୋତେ ସଂପୂର୍ଣ୍ଣଭାବେ ଜଣାଅଛି । ଆମେ ଭାରତ ସରକାରଙ୍କୁ କହୁଥିଲୁ ଏହାକୁ ପ୍ରାଥମିକତା ଦେବା ପାଇଁ । ଗୋଟିଏ ସୁଯୋଗ ଅଛି । କିନ୍ତୁ ତାଙ୍କ ତାଲିକାରେ କାଣ୍ଡଲା ବନ୍ଦର ନଥିଲା । ଯେବେଠାରୁ ଭାରତ ସରକାରରେ ଆମକୁ କାମ କରିବାର ସୁଯୋଗ ମିଳିଛି ଆମେ ଗୁଜରାଟର ବନ୍ଦରଗୁଡ଼ିକର ବିକାଶ ଉପରେ ମଧ୍ୟ ସେତିକି ଧ୍ୟାନ ଦେଇଛୁ ଆଉ ଯେଉଁ କାରଣରୁ ଆଜି କାଣ୍ଡଲାର ଅଭିବୃଦ୍ଧି ବିଗତ 25 ବର୍ଷରେ ଯାହା ହୋଇ ନଥିଲା, ସେତିକି ଅଭିବୃଦ୍ଧି ଆଜି ଦ୍ରୁତ ଗତିରେ କାଣ୍ଡଲାର ହେଉଛି । ଆଉ ସେହି କାରଣରୁ ଲୋକଙ୍କୁ ପେଟ-ପାଟଣା ପାଇଁ ରୋଜଗାର ମିଳୁଛି । ଆମର ଅଲଙ୍ଗ କେତେ ବର୍ଷ ଧରି ଅଲଙ୍ଗର ଅଭିଯୋଗ ରହୁଥିଲା । ଅଲଙ୍ଗର ବିକାଶର ଚର୍ଚ୍ଚା ରହୁଥିଲା । ଅଲଙ୍ଗର ସ୍ୱାସ୍ଥ୍ୟକର ପରିବେଶର ଚର୍ଚ୍ଚା ରହୁଥିଲା । ଭାବନଗରର ଅଲଙ୍ଗ ଗୋଟିଏ ପ୍ରକାରରେ ଦୁନିଆରେ ଆମର ପରିଚୟ ମଧ୍ୟ ଥିଲା । କିନ୍ତୁ ତା’ସହିତ ପରିବେଶ ନାମରେ ହଜାର-ହଜାର ପ୍ରଶ୍ନ ଚିହ୍ନ ମଧ୍ୟ ଥିଲା । ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ନୂଆ-ନୂଆ ପ୍ରଶ୍ନ ଉଠାଉଥିଲେ । ଏହା ଭାରତ ସରକାରଙ୍କ ଦାୟିତ୍ୱ ଥିଲା କି ସେଥି ପାଇଁ କିଛି ଚିନ୍ତା କରିବା, ସାହାଯ୍ୟ କରିବା । ଅଲଙ୍ଗରେ କାମ କରୁଥିବା ଶ୍ରମିକଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ ସେଥି ପାଇଁ କିଛି କରିବା । କ୍ରମାଗତ ପ୍ରଚେଷ୍ଟା କରିବା ପରେ ମଧ୍ୟ ମୁଁ ସେ ସମୟରେ ଭାରତ ସରକାରଙ୍କ ନିଦ ଭାଙ୍ଗି ପାରିଲା ନାହିଁ । କିନ୍ତୁ ଆଜି ଯେବେ ଆମକୁ ସେବା କରିବାର ସୁଯୋଗ ମିଳିଛି ତ ଆମେ ମଧ୍ୟ ଜାପାନ ସହିତ, ଲୋକ କେବଳ ବୁଲେଟ୍ ଟ୍ରେନ୍ ପାଇଁ ଜାପାନକୁ ମନେ ରଖୁଛନ୍ତି ତା’ନୁହଁ । ସେମାନେ ଭୁଲି ଯାଉଛନ୍ତି କି ଜାପାନ ସହିତ ମିଶି ଆମେ ଅଲଙ୍ଗର ବିକାଶ ପାଇଁ ମଧ୍ୟ ବଡ଼ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ୁଛୁ । ଆଉ ସେହି କାରଣରୁ ଅଲଙ୍ଗର ମୋର ଶ୍ରମିକ ଭାଇ-ଭଉଣୀଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।
ଏ ଯେଉଁ ପରିବର୍ତ୍ତନର ମାର୍ଗ ଆମେ ଧରିଛୁ, ସାଧାରଣ ମଣିଷର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିକାଶର ନୂଆ ନୂଆ କ୍ଷେତ୍ରରେ ଆମେ ପ୍ରୟାସ କରି ଚାଲିଛୁ । ସେଥିରୁ ଏହି ପରିଣାମ ଆସିବାର ଅଛି । ମାଙ୍ଗରୋଲ ଏବଂ ବେରାବଲ ଆମର ପରମ୍ପରାଗତ ମାଛଧରା କେନ୍ଦ୍ର ଭାବେ ରହିଆସିଛି । ଏବେ ଆମ ଭାରତର ରାଷ୍ଟ୍ରପତି ମହୋଦୟ ଆସିଥିଲେ । ମୁଁ ତାଙ୍କ ନିକଟରେ ବହୁତ କୃତଜ୍ଞ କି ସେ ମାଙ୍ଗରୋଲ ଭିତରେ ଏହି କାମକୁ ଆଗେଇ ନେବାରେ ଏକ ବହୁତ ବଡ଼ ଶିଳାନ୍ୟାସ କରିଛନ୍ତି ବହୁତ ବଡ଼ ଯୋଜନାକୁ ସ୍ୱରୂପ ଦେଇଛନ୍ତି । ଏହି ମାଛଧରା କେନ୍ଦ୍ର ଆଗାମୀ ଦିନରେ ଏହି ସମ୍ପୂର୍ଣ୍ଣ ଭେଟ୍ ର ମତ୍ସ୍ୟ ଉଦ୍ୟୋଗ ପାଇଁ ବହୁତ ବଡ଼ ଶକ୍ତି ଭାବେ ବିକଶିତ ହେବ । ଏହି ସମ୍ପୂର୍ଣ୍ଣ ସମୁଦ୍ର କୂଳ ନୀଳ ଅର୍ଥବ୍ୟବସ୍ଥା ଦ୍ୱାରା, ପର୍ଯ୍ୟଟନ ଅର୍ଥବ୍ୟବସ୍ଥା ଦ୍ୱାରା ଭିତ୍ତିଭୂମି ଦ୍ୱାରା ଆଗକୁ ବଢ଼ୁଅଛି । ତା’ସହିତ ମାନବ ସମ୍ବଳ ବିକାଶ ମାନବ ସଂସାଧନର ବିକାଶ ।
ମୁଁ ଗୁଜରାଟବାସୀଙ୍କୁ ଏକ ଉପହାର ଦେବାପାଇଁ ଆଜି ଘୋଷଣା କରିବାକୁ ଚାହୁଁଛି । ଏହା କେବଳ ଗୁଜରାଟ ନୁହେଁ ସମଗ୍ର ହିନ୍ଦୁସ୍ଥାନର କାମରେ ଆସିଲା ଭଳି କଥା । କିନ୍ତୁ ଆମ ସମୁଦ୍ର କୂଳରେ ହେବ ଆଉ ଦେବଭୂମୀ ଦ୍ଵାରିକାରେ ହେବ । ଆମର ସମୁଦ୍ର କୂଳର ସୁରକ୍ଷା ପାଇଁ ସାମୁଦ୍ରିକ ପୁଲିସ ହେଉଛି ଏକ ଏଭଳି କ୍ଷେତ୍ର ଯାହାକୁ ଭାରତ ହିଁ ବହୁତ ଆଧୁନିକ କରିବା ଦିଗରେ କାମ କରୁଛି । ସାଧାରଣ ପୁଲିସ ଠାରୁ ଏମାନଙ୍କର ତାଲିମ ଅଲଗା ହେବ କାରଣ ସମୁଦ୍ରରେ, ସମୁଦ୍ର କୂଳରେ ପାଞ୍ଚ କିଲୋମିଟର ସମ୍ପୂର୍ଣ୍ଣ ସୁରକ୍ଷାର ବ୍ୟବସ୍ଥା ସହିତ ସେମାନେ ଯୋଡି ହେବେ ତ ଏପରି ସାରା ଦେଶର ସାମୁଦ୍ରିକ ପୁଲିସ ତାଲିମର ପ୍ରତିଷ୍ଠାନ ଗବେଷଣା ସଂସ୍ଥା ଦେଶର ସର୍ବ ବୃହତ ଓ ସର୍ବ ପ୍ରଥମ ଅନୁଷ୍ଠାନ ଦେବଭୂମୀ ଦ୍ୱାରିକାରେ ମୋଜପ ପାଖରେ ନିର୍ମାଣ କରାଯିବ । ସାରା ଦେଶରେ ଯେପରି ଜାମନଗର ଭିତରେ ବିମାନବନ୍ଦରରେ ଆମର ଏକ ତାଲିମ ଅନୁଷ୍ଠାନ ଅଛି । ବାୟୁସେନା ପାଇଁ ସାରା ଦେଶର ଲୋକ ତାହାର ଲାଭ ନେଉଛନ୍ତି । ସେହିଭଳି ଏହି ଦେବଭୂମୀ ଦ୍ୱାରିକାରେ ଏହି ସାମୁଦ୍ରିକ ପୁଲିସ ପ୍ରତିଷ୍ଠାନ ସାରା ହିନ୍ଦୁସ୍ଥାନର ପୁଲିସ ଚାକିର କରିଥିବା ଲୋକଙ୍କର ତାଲିମ ଆଉ ଏହା ମଧ୍ୟ ନିଜକୁ ନିଜେ ଏକ ଏଭଳି ଅନୁଷ୍ଠାନ ଯେଉଁଠାରେ ହଜାର ହଜାର ଲୋକ ରହୁଥିବେ, ଯିବା ଆସିବା ଲାଗିଥିବ । କେତେ ବଡ଼ ଆର୍ଥିକ ବ୍ୟବସ୍ଥା ମଧ୍ୟ ଏହା ସହିତ ଯୋଡି ହେବ । ଏହା ଆପଣ ଭଲଭାବେ ଅନୁମାନ କରିପାରିବେ ।
ଭାଇ ଓ ଭଉଣୀମାନେ ଆପଣ ସମସ୍ତେ ଦୀପାବଳି ପ୍ରସ୍ତୁତିରେ ଲାଗିଛନ୍ତି । ଆଉ ଗୁଜରାଟରେ ଦୀପାବଳି ପର୍ବର ବଡ଼ ବିଶେଷତ୍ୱ ରହିଛି । ବ୍ୟବସାୟୀମାନଙ୍କ ପାଇଁ ଆହୁରି ଅଧିକ ବିଶେଷତ୍ୱ ରଖିଥାଏ । ଆଉ ମୁଁ ଆଜି ସାରା ଦେଶର ସମ୍ବାଦପତ୍ର ଦେଖିଲି ସେଥିରେ ମୁଖ୍ୟ ସମ୍ବାଦ ଥିଲା କି ଦୀପାବଳି ପନ୍ଦର ଦିନ ପୂର୍ବରୁ ଆସି ଯାଇଛି । ଚାରିଆଡେ ଏକ ଦୀପାବଳିର ପରିବେଶ ସୃଷ୍ଟି ହୋଇଛି । ଯେତେବେଳେ କାଲି ଆମେ ଜିଏସଟି ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଲୁ । ଆଉ ଆମେ ପ୍ରଥମରୁ କହିଥିଲୁ କି ଥରେ ଲାଗୁ କରିବା ପରେ ତିନିମାସ ପର୍ଯ୍ୟନ୍ତ ତା’ର ଅଧ୍ୟୟନ କରିବୁ ଆଉ ତିନି ମାସରେ ଯେଉଁଠି ଯେଉଁଠି ଅସୁବିଧା ଆସୁଛି, ବ୍ୟବସ୍ଥାରେ ତୃଟି ରହିଥିବ, ଟେକ୍ନୋଲଜିରେ ତୃଟି ରହିଥିବ, ନିୟମରେ ଜଟିଳତା ଥିବ, ଦର ବୁଝାମଣା ନେଇ ଅଭିଯୋଗ ଥିବ, ବ୍ୟବସାୟୀ ଗୋଷ୍ଠୀର ପ୍ରତ୍ୟକ୍ଷ ଅନୁଭବରେ ଅସୁବିଧା ହେଉଥିବ, କାରଣ ଆମେ ଚାହୁଁନାହୁଁ କି ଦେଶର ବ୍ୟବସାୟୀ ଅଲଗା ଦର ଝାମେଲାରେ ଫସି ଯାଉ, ଫାଇଲ ଭିତରେ ଫସିଯାଉ, ବାବୁମାନଙ୍କ ମଧ୍ୟରେ ସାହେବ ଲୋକଗିରିରେ ଫସି ଯାଉ, ଏହା ଆମେ କେବେ ହିନ୍ଦୁସ୍ଥାନରେ ଚାହିଁବୁ ନାହିଁ । ଆଉ ଏଥିପାଇଁ ତିନିମାସ ଭିତରେ ଯାହା ତଥ୍ୟ ଅସିଲା ସେହି ଆଧାରରେ କାଲି ଆମର ଅର୍ଥମନ୍ତ୍ରୀ ମହୋଦୟ ଜିଏସଟି ପରିଷଦରେ ସମସ୍ତଙ୍କୁ ମନାଇ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଉ ମୁଁ ଖୁସି ଯେ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ଗୋଟିଏ-ଗୋଟିଏ ସ୍ୱରରେ ଏହାର ସ୍ୱାଗତ ହୋଇଛି ଆଉ ଏହାତ ହେଉଛି ଦେଶର ଶକ୍ତି । ଯେତେବେଳେ ଗୋଟିଏ ସରକାର ଉପରେ ବିଶ୍ୱାସ ଆସିଥାଏ । ନିୟମ ପଛରେ ସଚ୍ଚୋଟତା ଦୃଷ୍ଟିଗୋଚର ହୋଇଥାଏ । ତ ଦେଶ ଅସୁବିଧା ସତ୍ତ୍ୱେ ମଧ୍ୟ ମନ ପ୍ରାଣ ଦେଇ ଏକାଠି ହୋଇଯାଇଥାଏ । ତାହା ମୁଁ ଅନୁଭବ କରୁଛି । ଆଉ ଏଥିପାଇଁ ମୁଁ ଦେଶବାସୀଙ୍କ ନିକଟରେ କୃତଜ୍ଞ । ଜିଏସଟିରେ ଆମେ ଆହୁରି ଅଧିକ ସରଳ ଟିକସକୁ ଆହୁରି ଅଧିକ ସରଳ କରିବାକୁ ପ୍ରୟାସ କରିଛୁ । ତାହାକୁ ସ୍ୱାଗତ କରାଯାଇଛି । ସେଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକଟ କରିବା ସହିତ ଅଭିନନ୍ଦନ ବ୍ୟକ୍ତ କରୁଛି ।
**********
Today I am seeing a very different mood here in Dwarka. There is tremendous enthusiasm here. What we are working towards is not merely a bridge to reach Bet Dwarka, it connects us to our history and culture: PM @narendramodi pic.twitter.com/3DPwCOI79A
— PMO India (@PMOIndia) October 7, 2017
I still recall how tough it was for people of Bet Dwarka. Lack of infrastructure meant transportation was tough, people faced difficulties if an emergency came up. We wanted to change this with a push on infrastructure: PM @narendramodi pic.twitter.com/bE57rpOHd6
— PMO India (@PMOIndia) October 7, 2017
Development of the tourism sector cannot be in isolation. If we want to draw more tourists to Gir, we should also inspire the tourist to visit other parts like Dwarka: PM @narendramodi pic.twitter.com/KOOwRom8Xt
— PMO India (@PMOIndia) October 7, 2017
Building of infrastructure should enhance economic activities and add to the atmosphere of development: PM @narendramodi pic.twitter.com/x72LCGJCg5
— PMO India (@PMOIndia) October 7, 2017
When Madhavsinh Solanki ji was CM, I recall front page advertisements for the CM coming to Jamnagar to inaugurate a water tank. This is how narrow their conception of development was. We have come a long way since then & are looking at more all round & extensive progress: PM
— PMO India (@PMOIndia) October 7, 2017
When Madhavsinh Solanki ji was CM, I recall front page advertisements for the CM coming to Jamnagar to inaugurate a water tank. This is how narrow their conception of development was. We have come a long way since then & are looking at more all round & extensive progress: PM
— PMO India (@PMOIndia) October 7, 2017
Government of India is taking steps towards the empowerment of fishermen. We do not want our fishermen to live in poverty, we want to create more opportunities for them: PM @narendramodi
— PMO India (@PMOIndia) October 7, 2017
Kandla Port is seeing unprecedented growth. This is because we devoted resources to improve the port. New lease of life was added to Alang, steps were taken for the welfare of the labourers working there. These are steps we are taking towards development: PM @narendramodi
— PMO India (@PMOIndia) October 7, 2017
Marine policing is a sector we are looking at very closely. We are modernising marine security apparatus. An institute for this will be set up in this Devbhoomi of Dwarka. It will draw people and experts from all over India: PM @narendramodi
— PMO India (@PMOIndia) October 7, 2017
Diwali has come early for our citizens due to the decisions taken in the GST Council. We had said we will study all aspects relating to GST for 3 months, including the shortcomings. And thus, the decisions were taken with consensus at the GST council: PM @narendramodi
— PMO India (@PMOIndia) October 7, 2017
When there is trust in a government and when policies are made with best intentions, it is natural for people to support us for the best interests of the nation: PM @narendramodi
— PMO India (@PMOIndia) October 7, 2017
The common citizen of India wants the fruits of development to reach him or her. Nobody wants their children to live in poverty. We want to help our people fulfil that dream and want to fight poverty: PM @narendramodi
— PMO India (@PMOIndia) October 7, 2017
The world's attention is being drawn to India. People are coming to invest here. All this will bring opportunities for the people of India. I see Gujarat contributing actively to the development of India & congratulate the Gujarat Government: PM @narendramodi
— PMO India (@PMOIndia) October 7, 2017