Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓଡିଶା ଓ ପଞ୍ଜାବର ସଡକ ପ୍ରକଳ୍ପଗୁଡିକୁ କେବିନେଟ ଅନୁମୋଦନ ଦ୍ୱାରା ଭିତ୍ତିଭୂମି ତଥା ଯୋଗାଯୋଗ ବ୍ୟବସ୍ଥା ବିକଶିତ ହେବ : ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କେବିନେଟ କମିଟି ଓଡିଶା ଏବଂ ପଞ୍ଜାବରେ ସଡକ ପ୍ରକଳ୍ପଗୁଡିକୁ ଅନୁମୋଦନ କରିଛନ୍ତି । ଯାହାକି ସେହି ଅଞ୍ଚଳର ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାକୁ ସମୁନ୍ନତ କରିବ । କ୍ରମାଗତ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି –

“ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେବିନେଟ କମିଟି ପଞ୍ଜାବର ଜାତୀୟ ରାଜପଥ – 344ଏ ର ଫଗୱାରା – ରୂପନଗର ସେକ୍ସନକୁ ଚାରି ଲେନ ରାସ୍ତାରେ ବିକଶିତ କରାଯିବ ।

ପ୍ରାୟ 80.82 କିଲୋମିଟର ଦୀର୍ଘର ଏହି ରାସ୍ତା ନିର୍ମାଣ ପାଇଁ 1444.42 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ପଞ୍ଜାବରେ ଏହି ସଡକ ପ୍ରକଳ୍ପ ସଂରଚନା କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ସ୍ଥାନୀୟ ଅଞ୍ଚଳର ସାମାଜିକ – ଆର୍ଥିକ ଅବସ୍ଥାରେ ଉନ୍ନତି ଘଟାଇବ ।

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେବିନେଟ କମିଟି ଓଡିଶାର ଜାତୀୟ ରାଜମାର୍ଗ – 42 ର ଅନୁଗୁଳ-ସମ୍ବଲପୁର ସେକ୍ସନକୁ ଚାରି ଲେନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ରାଜପଥକୁ ଏନଏଚ-55 ଭାବେ ନୂଆକରି ନାମିତ କରାଯାଇଛି ।

ପ୍ରାୟ 151 କିଲୋମିଟର ଦୀର୍ଘର ଏହି ରାଜପଥ ଉନ୍ନତିକରଣ ନିମନ୍ତେ 2491.53 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଏହି ପ୍ରକଳ୍ପଟି ଓଡିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ଏହା ମଧ୍ୟ ଅନୁଗୁଳ-ସମ୍ବଲପୁର ସେକ୍ସନରେ କ୍ରମବର୍ଦ୍ଧିଷ୍ଣୁ ପରିବହନ ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବ, ଯାହାକି ଯାତାୟତରେ ସମୟ ଓ ଖର୍ଚ୍ଚ ଭାରକୁ କମାଇବ ।

ଆର୍ଥକ ବ୍ୟାପାର ସଂକ୍ରାନ୍ତ କେବିନେଟ କମିଟି ମହାରାଷ୍ଟ୍ରର ଏନଏଚ-211 ମଧ୍ୟରେ ଥିବା ଔରଙ୍ଗାବାଦ-ତେଲବାଡି ସେକ୍ସନର ଚାରି ଲେନ କାର୍ଯ୍ୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

87 କିଲୋମିଟର ଦୈର୍ଘ୍ୟର ଏହି ସଡକ ପ୍ରକଳ୍ପ ପାଇଁ 2028.91 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଏହି ସଡକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମହାରାଷ୍ଟ୍ରର ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ଏବଂ ସାମାଜିକ-ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।”