Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ଖୋଲା ଶୌଚମୁକ୍ତ ଅଭିଯାନ ଲକ୍ଷ୍ୟ ହାସଲର ଅଗ୍ରଗତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ଖୋଲା ଶୌଚମୁକ୍ତ ଅଭିଯାନ ଲକ୍ଷ୍ୟ ହାସଲର ଅଗ୍ରଗତି ନେଇ  ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଚାରୋଟି ରାଜ୍ୟ ଉତ୍ତର ପ୍ରଦେଶ, ବିହାର ଏବଂ ଜାମ୍ମୁ-କାଶ୍ମୀରର ଜିଲ୍ଲାପାଳମାନଙ୍କ ସହ ଖୋଲା ଶୌଚମୁକ୍ତ କାର୍ଯ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ  ।

ପ୍ରଧାନମନ୍ତ୍ରୀ ସଂପୃକ୍ତ ରାଜ୍ୟଗୁଡିକରେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ସ୍ୱଚ୍ଛତା ଲକ୍ଷ୍ୟ ପୂରଣ ଦିଗରେ ଏ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସଂପର୍କରେ ସେମାନଙ୍କର ମତ ଏବଂ ଅନୁଭୂତି ବିଷୟରେ ଜଣାଇବା ପାଇଁ ପ୍ରୋତ୍ସାହିତ କରିଥିଲେ  । ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀ  ଅବସରରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଉପରେ ସେ ଜୋର ଦେଇଥିଲେ  । ସେ କହିଥିଲେ ଯେ ଏହି କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟବେକ୍ଷକ ଦଳ ଗଠନ କରାଯିବାର ଆବଶ୍ୟକତା ରହିଛି  ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକୁ ଏକ ଜନ-ଆନ୍ଦୋଳନରେ ପରିବର୍ତ୍ତିତ କରିବାକୁ ପଡିବ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ଏବଂ ସ୍କୁଲ ପିଲାମାନେ ଏ କ୍ଷେତ୍ରରେ ସଚେତନତାର ବାର୍ତ୍ତାବାହକ ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

 

**********