Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଔଦ୍ୟୋଗିକ ସମ୍ପର୍କ ସଂହିତା ବିଲ 2019କୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଔଦ୍ୟୋଗିକ ସମ୍ପର୍କ ସଂହିତା ବିଲ 2019କୁ ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଲାଭ:

ଦୁଇ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ (ଜଣେ ସଦସ୍ୟଙ୍କ ସ୍ଥାନରେ) ଗଠନ ଜରିଆରେ ଏପରି ଏକ ଅବଧାରଣା ଆରମ୍ଭ କରାଯାଇଛି, ଯାହାଦ୍ୱାରା କେତେକ ଗୁରୁତ୍ଵପୂର୍ଣ୍ଣ ମାମଲାରେ ମିଳିତ ଭାବେ ବିଚାର କରାଯାଇ ରାୟ ଦିଆଯାଇପାରିବ । ଅବଶିଷ୍ଟ ମାମଲାରେ ଜଣେ ସଦସ୍ୟଙ୍କ ଦ୍ଵାରା ଶୁଣାଣି କରାଯାଇପାରିବ, ଫଳରେ ମାମଲାଗୁଡିକର ସମାଧାନ ଦ୍ରୁତ ଗତିରେ ହୋଇପାରିବ ।

• “ଏକ୍ଜିଟ” ବ୍ୟବସ୍ଥା (ଛଟେଇ ଆଦି ସହ ଜଡିତ)ରେ ନମନୀୟତା ଆସିବ, ଯାହାର ଅନ୍ତର୍ଗତ ସମ୍ପୃକ୍ତ ସରକାରଙ୍କ ଆଗୁଆ ମଞ୍ଜୁରି ଲାଗି ଆବଶ୍ୟକ ପ୍ରାରମ୍ଭିକ ସୀମାକୁ 100 କର୍ମଚାରୀଙ୍କ ସ୍ତରରେ ଯଥାନୁଯାୟୀ ରଖା ଯାଇଛି ।

• ରି-ସ୍କିଲିଙ୍ଗ ଫଣ୍ଡ, ଯାହାର ଉପଯୋଗ ଶ୍ରମଜୀବୀମାନଙ୍କୁ ଋଣ ଦେବା ଲାଗି କରାଯିବ, ତେବେ ଏହାର ପଦ୍ଧତି ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ ।

• ନିର୍ଦ୍ଧାରିତ ଅବଧିର ନିଯୁକ୍ତି ପରିଭାଷା, ଏହାର ଅନ୍ତର୍ଗତ କୌଣସି ନୋଟିସ ଅବଧି ନାହିଁ, ତଥା ଛଟେଇ ଲାଗି କ୍ଷତିପୂରଣ ପ୍ରଦାନ ମଧ୍ୟ ସାମିଲ ନାହିଁ ।

ଜୋରିମାନା ଆକାରରେ ପେନାଲ୍ଟି ସହ ଜଡିତ ବିବାଦ ଉପରେ ଶୁଣାଣି ଲାଗି ସରକାରୀ ଅଧିକାରୀମାନଙ୍କୁ କ୍ଷମତା ଦିଆଯିବ, ଫଳରେ ଟ୍ରିବ୍ୟୁନାଲର କାର୍ଯ୍ୟଭାର ହ୍ରାସ ପାଇବ ।

******