ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତର କେନ୍ଦ୍ରୀୟ ଔଷଧିୟ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଏବଂ ଇଣ୍ଡୋନେସିଆର ନେସନାଲ ଏଜେନ୍ସି ଫର ଡ୍ରଗ ଏଣ୍ଡ ଫୁଡ କଣ୍ଟ୍ରୋଲ (BPOM) ମଧ୍ୟରେ ଔଷଧିୟ ଉତ୍ପାଦ, ଔଷଧିୟ ପଦାର୍ଥ, ଜୈବବିଜ୍ଞାନ ଉତ୍ପାଦ ଏବଂ କସମେଟିକ୍ସ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣା ପତ୍ର (MOU)କୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ଏହି ଏମଓୟୁ 29 ମେ, 2018ରେ ଜାକାର୍ତ୍ତାଠାରେ ସ୍ୱାକ୍ଷରିତ ହୋଇଥିଲା ।
ଆଶା କରାଯାଉଛି ଯେ ଏହି ଏମଓୟୁ ଦ୍ୱାରା ପରସ୍ପରର ନିୟାମକ ସମ୍ବନ୍ଧୀୟ ଆବଶ୍ୟକତା ବିଷୟରେ ବୁଝାମଣାକୁ ଉନ୍ନତ କରିବାରେ ସହାୟତା ମିଳିବ ଏବଂ ଏହା ଦୁଇ ଦେଶ ଲାଗି ଲାଭଜନକ ସାବ୍ୟସ୍ତ ହେବ । ଏହାଦ୍ୱାରା ଔଷଧିୟ ଉତ୍ପାଦର ରପ୍ତାନିକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।
ଏହି ସମାନତା, ପାରସ୍ପରିକତା ଏବଂ ଆପୋସ ସ୍ୱାର୍ଥ ଆଧାରରେ ଔଷଧିୟ ଉତ୍ପାଦର ନିୟନ୍ତ୍ରଣ ଦ୍ୱାରା ସମ୍ପୃକ୍ତ ବ୍ୟାପାରରେ ଉଭୟ ଦେଶ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ ଲାଗି ଏକ ଢାଞ୍ଚା ମଧ୍ୟ ପ୍ରତିଷ୍ଠା କରିବ । ଏଥିସହିତ ଏହା ଉଭୟ ଦେଶର ନିୟାମକ ପ୍ରାଧିକରଣ ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ସୁନିଶ୍ଚିତ କରିବ ।