ପିଏମଇଣ୍ଡିଆ
ରିଜେନେରେଟିଭ ଔଷଧ ଏବଂ 3ଡି ବାୟୋପ୍ରିଣ୍ଟିଙ୍ଗ, ନୂତନ ବୈଷୟିକ ଜ୍ଞାନ, ବୈଜ୍ଞାନିକ ବିଚାରଧାରା / ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ବୈଜ୍ଞାନିକ ଭିତ୍ତିଭୂମି ଯୁଗ୍ମ ଉପଯୋଗ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆନ୍ତଃ-ଆନୁଷ୍ଠାନିକ ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ମଞ୍ଜୁର ପ୍ରଦାନ କରିଛନ୍ତି ।
ଲାଭ-
ଏହି ରାଜିନାମା ଅଧିନରେ ଯୁଗ୍ମ ଗବେଷଣା ପ୍ରକଳ୍ପ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସମ୍ମିଳନୀ ଓ ଆଲୋଚନା ଚକ୍ର ଇତ୍ୟାଦି ସମସ୍ତ ଯୋଗ୍ୟ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିତ୍ ମାନଙ୍କ ପାଇଁ ଖୋଲା ରହିବ ଏବଂ ବୈଜ୍ଞାନିକ ପାରଦର୍ଶୀତା ଆଧାରରେ ସମର୍ଥନ ପ୍ରଦାନ କରାଯିବ । ନୂତନ ବୌଦ୍ଧିକ ସମ୍ପଦ, ପ୍ରକ୍ରିୟା, ପ୍ରୋଟୋଟାଇପ କିମ୍ବା ଉତ୍ପାଦ ସୃଷ୍ଟି ନେଇ ରିଜେନେରେଟିଭ ଔଷଧ ଏବଂ 3ଡି ବାୟୋ-ପ୍ରିଣ୍ଟିଙ୍ଗ କ୍ଷେତ୍ରରେ ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିଗତ ବିକାଶର କ୍ଷମତା ରହିବ ।
ଉଭୟ ଦେଶ ଅନୁମାନ କରୁଛନ୍ତି ଯେ, ଏହି ରାଜିନାମା ଅନ୍ତର୍ଗତ ଚିନ୍ତା କରାଯାଇଥିବା ସାଧାରଣ ଶିକ୍ଷା ବ୍ୟବସ୍ଥା ଅଦଳ ବଦଳ କରାଯିବା ଦ୍ୱାରା କେତେକ ସ୍ୱତନ୍ତ୍ର ପ୍ରକଳ୍ପ କ୍ଷେତ୍ରରେ ବିକାଶ ହୋଇପାରିବ, ଯେଉଁଗୁଡିକର କି ଶୈକ୍ଷିକ, ଚିକିତ୍ସା ସମ୍ବନ୍ଧିୟ ଏବଂ ବ୍ୟବସାୟିକ ଉପଯୋଗ ରହିଛି ।
ପ୍ରମୁଖ ବିଶେଷତ୍ୱ-
ଏହି ରାଜିନାମାର ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନମାନଙ୍କର ମିଳିତ ଉଦ୍ୟମ ମାଧ୍ୟମରେ ଉଭୟ ଦେଶର ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା । ଉଭୟ ଦେଶ ମଧ୍ୟରେ ପାରସ୍ପରିକ ଲାଭ ଥିବା ମିଳିତ ଏବଂ ଜ୍ଞାନ ଅଦଳ ବଦଳ କ୍ଷେତ୍ରଗୁଡିକ ହେଉଛନ୍ତି –
1) ବିଶେଷକରି 3ଡି ବାୟୋପ୍ରିଣ୍ଟିଙ୍ଗ କ୍ଷେତ୍ରରେ ପ୍ରଶିକ୍ଷଣ, ଅଧ୍ୟୟନ ଏବଂ ଗବେଷଣା ଲାଗି ଅଧ୍ୟାପକ ଏବଂ ଛାତ୍ର ଛାତ୍ରୀମାନଙ୍କର ଅଦଳ ବଦଳ
2) ଯୁଗ୍ମ ଭାବେ ପ୍ରକଳ୍ପଗୁଡିକୁ ନେଇ ଗବେଷଣା କାର୍ଯ୍ୟ
3) ସୂଚନା ଏବଂ ଶିକ୍ଷାନୁଷ୍ଠାନଗୁଡିକର ପ୍ରକାଶନର ଅଦଳ ବଦଳ
*******