Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଔଷଧ ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ଔଷଧୀୟ ଉତ୍ପାଦର କାରବାର, ଉଦ୍ୟୋଗ ଏବଂ ଗବେଷଣା ତଥା ବିକାଶ ସମ୍ବନ୍ଧୀତ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । 01 ଅକ୍ଟୋବର, 2018ରେ ଉଜବେକିସ୍ତାନର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିବେ । ଏହି ଅବସରରେ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯିବ ।

ଉଭୟ ଦେଶ ମଧ୍ୟରେ ଔଷଧ ଉଦ୍ୟୋଗର ବିକାଶ ଏବଂ ଔଷଧ କ୍ଷେତ୍ରରେ ବ୍ୟବସାୟ, ଉତ୍ପାଦନ, ଗବେଷଣା ଏବଂ ବିକାଶରେ ଦ୍ୱିପାକ୍ଷିକ ସହଯୋଗର ଗୁରୁତ୍ୱକୁ ଧ୍ୟାନରେ ରଖି ଦୁଇ ଦେଶ ଦ୍ୱିପାକ୍ଷିକ ସହଯୋଗ ଲାଗି ଏକ ଔପଚାରିକ ପ୍ରଣାଳୀ ପ୍ରସ୍ତୁତ କରିବାର ପ୍ରୟାସ କରାଯାଉଛି । ବୁଝାମଣା ଦ୍ୱାରା ଉଭୟ ଦେଶରେ ବିଭିନ୍ନ ଚିକିତ୍ସା ବର୍ଗରେ ସକ୍ରିୟ ଔଷଧିୀୟ ଉପାଦାନ (ଏପିଆଇ) ସହିତ ଔଷଧ ଉତ୍ପାଦଗୁଡ଼ିକର ରପ୍ତାନୀ ଏବଂ ଆମଦାନି ଲାଗି ଆଇନଗତ ଏବଂ ନିୟମନ ଆବଶ୍ୟକତା ସମ୍ପର୍କରେ ସୂଚନାର ଆଦାନପ୍ରଦାନ ମଧ୍ୟ ସମ୍ଭବ ହେବ । ବୁଝାମଣା ଦ୍ୱାରା ଔଷଧୀୟ ଉତ୍ପାଦର ବ୍ୟବସାୟ, ଉଦ୍ୟୋଗ ଏବଂ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଉଜବେକିସ୍ତାନ ଗଣରାଜ୍ୟ ସହିତ ସହଯୋଗ ବୃଦ୍ଧି ପାଇବ ।

***