ପିଏମଇଣ୍ଡିଆ
ନମସ୍କାର!
ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ , ସଂସଦ ଏବଂ ବିଧାନସଭାର ସଦସ୍ୟ, ମହାମହିମ , ଶିଳ୍ପ ଜଗତର ପ୍ରତିନିଧି, ଅନ୍ୟ ସମ୍ମାନିତ ଅତିଥିଗଣ , ମହିଳା ଏବଂ ଭଦ୍ର ଲୋକମାନୋ
୨୦୨୬ ଆରମ୍ଭ ପରେ ଏହା ମୋର ପ୍ରଥମ ଗୁଜରାଟ ଗସ୍ତ। ଏହା ବିଶେଷ ଭାବରେ ଶୁଭ , କାରଣ ଏହି ବର୍ଷ ମୋର ଯାତ୍ରା ସୋମନାଥ ଦାଦାଙ୍କ ପାଦ ତଳେ ମୁଣ୍ଡ ନୁଆଁଇ ଆରମ୍ଭ ହୋଇଥିଲା। ଏବଂ ଏବେ, ମୁଁ ରାଜକୋଟରେ ଅଛି, ଏହି ମହାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛି। ବିକାଶ ଏବଂ ଐତିହ୍ୟ – ଏହି ମନ୍ତ୍ର ସବୁଠି ପ୍ରତିଧ୍ୱନିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଦେଶ ଏବଂ ବିଶ୍ୱରୁ ଆସିଥିବା ଆପଣ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଉଛି।
ବନ୍ଧୁଗଣ,
ଯେତେବେଳେ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ମଞ୍ଚ ସ୍ଥିର ହୁଏ, ମୁଁ ଏହାକୁ କେବଳ ଏକ ଶିଖର ସମ୍ମିଳନୀ ଭାବରେ ଦେଖେ ନାହିଁ। ମୁଁ ଏକବିଂଶ ଶତାବ୍ଦୀରେ ଆଧୁନିକ ଭାରତର ଯାତ୍ରାକୁ ଦେଖେ – ଏକ ସ୍ୱପ୍ନ ସହିତ ଆରମ୍ଭ ହୋଇଥିବା ଯାତ୍ରା ବର୍ତ୍ତମାନ ଏକ ଅଟଳ ବିଶ୍ୱାସରେ ପହଞ୍ଚିଛି। ଦୁଇ ଦଶନ୍ଧି ମଧ୍ୟରେ, ଭାଇବ୍ରାଣ୍ଟ ଗୁଜରାଟର ଏହି ଯାତ୍ରା ଏକ ବିଶ୍ୱ ମାନଦଣ୍ଡ ପାଲଟିଛି। ଏ ଯାଏ ଦଶଟି ସଂସ୍କରଣ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି, ଏବଂ ପ୍ରତ୍ୟେକ ସଂସ୍କରଣ ସହିତ, ଏହି ଶିଖର ସମ୍ମିଳନୀର ପରିଚୟ ଏବଂ ଭୂମିକା ଆହୁରି ମଜବୁତ ହୋଇଛି।
ବନ୍ଧୁଗଣ,
ମୁଁ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ଆରମ୍ଭରୁ ଏହାର ଦୃଷ୍ଟିକୋଣ ସହିତ ଜଡିତ। ପ୍ରାରମ୍ଭିକ ଦିନରେ, ଆମର ଲକ୍ଷ୍ୟ ଥିଲା ବିଶ୍ୱକୁ ଗୁଜରାଟର ସମ୍ଭାବନା ବିଷୟରେ ସଚେତନ କରିବା, ଏଠାରେ ଲୋକଙ୍କୁ ନିମନ୍ତ୍ରଣ କରିବା, ନିବେଶକୁ ଉତ୍ସାହିତ କରିବା – ଯାହା ଦ୍ଵାରା ଭାରତ ଲାଭବାନ ହେବ ଏବଂ ବିଶ୍ୱ ନିବେଶକମାନେ ମଧ୍ୟ ଲାଭବାନ ହେବେ। କିନ୍ତୁ ଆଜି, ଏହି ଶିଖର ସମ୍ମିଳନୀ ନିବେଶ ଠାରୁ ଆଗକୁ ବଢ଼ିଛି; ଏହା ବିଶ୍ୱର ଅଭିବୃଦ୍ଧି, ଅନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗୀତା ପାଇଁ ଏକ ଦୃଢ଼ ମଞ୍ଚ ପାଲଟିଛି। ବର୍ଷ ବର୍ଷ ଧରି, ବିଶ୍ୱ ସହଭାଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି, ଏବଂ ସମୟ ସହିତ, ଏହି ଶିଖର ସମ୍ମିଳନୀ ମଧ୍ୟ ଅନ୍ତର୍ଭୁକ୍ତିର ଏକ ମହାନ ଉଦାହରଣ ପାଲଟିଛି। ଏଠାରେ, କର୍ପୋରେଟ୍ ଗୋଷ୍ଠୀ, ସମବାୟ, ଏମଏସଏମଇ, ଷ୍ଟାର୍ଟ-ଅପ୍, ବହୁପାକ୍ଷିକ ଏବଂ ଦ୍ୱିପାକ୍ଷିକ ସଂଗଠନ, ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ , ସମସ୍ତେ ଏଠାରେ ଏକାଠି ହୁଅନ୍ତି, ଆଲୋଚନାରେ ସାମିଲ ହୁଅନ୍ତି, ବିଚାରବିମର୍ଶ କରନ୍ତି ଏବଂ ଗୁଜରାଟର ବିକାଶ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିଥାନ୍ତି।
ବନ୍ଧୁଗଣ,
ଗତ ଦୁଇ ଦଶନ୍ଧି ଧରି, ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ନିରନ୍ତର ଭାବେ କିଛି ନୂତନ, କିଛି ବିଶେଷ ପରିଚୟ ପ୍ରଦାନ କରିଛି। ଏହି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଏପରି ଆଉ ଏକ ଉଦାହରଣ। ଏହାର ଧ୍ୟାନ ଗୁଜରାଟର ବିଭିନ୍ନ ଅଂଶର ଅବ୍ୟବହୃତ ସମ୍ଭାବନାକୁ କାର୍ଯ୍ୟଦକ୍ଷତାରେ ପରିଣତ କରିବା । ଉଦାହରଣ ସ୍ୱରୂପ, କିଛି ଅଞ୍ଚଳରେ ଉପକୂଳ ରେଖାର ଶକ୍ତି ଅଛି, ଅନ୍ୟ ଅଞ୍ଚଳରେ ଏକ ଲମ୍ବା ଆଦିବାସୀ କ୍ଷେତ୍ର ଅଛି, କିଛି ଅଞ୍ଚଳରେ ଶିଳ୍ପ କ୍ଲଷ୍ଟରର ଏକ ବଡ଼ ଇକୋସିଷ୍ଟମ ଅଛି, ଯେତେବେଳେ ଅନ୍ୟ ଅଞ୍ଚଳରେ କୃଷି ଏବଂ ପଶୁପାଳନର ଏକ ସମୃଦ୍ଧ ପରମ୍ପରା ଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ , ଗୁଜରାଟର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଅନନ୍ୟ ଶକ୍ତି ଅଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଏହି ଆଞ୍ଚଳିକ ସମ୍ଭାବନା ଉପରେ ଧ୍ୟାନ ଦେଇ ଆଗକୁ ବଢ଼ୁଛି।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତିଗଲାଣି। ଏହି ବର୍ଷଗୁଡ଼ିକରେ, ଭାରତ ଦ୍ରୁତ ଗତିରେ ପ୍ରଗତି କରିଛି, ଏବଂ ସେଥିରେ ଗୁଜରାଟର ଏବଂ ଆପଣ ସମେସ୍ତ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତଠାରୁ ବିଶ୍ୱର ଆଶା ନିରନ୍ତର ବୃଦ୍ଧି ପାଉଛି। ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବୃହତ ଅର୍ଥନୀତି , ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। କୃଷି ଉତ୍ପାଦନରେ, ଭାରତ ନୂତନ ରେକର୍ଡ ସ୍ଥାପନ କରୁଛି। କ୍ଷୀର ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ଅଛି। ଜେନେରିକ ଔଷଧ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ଅଛି। ଏବଂ ଯେତେବେଳେ ଟୀକା ତିଆରି କରିବାର କଥା ଆସେ, ତେବେ ବିଶ୍ୱରେ ସର୍ବାଧିକ ଟୀକା ଉତ୍ପାଦନ କରୁଥିବା ଦେଶ ହେଉଛି ଭାରତ।
ବନ୍ଧୁଗଣ,
ଭାରତର ଅଭିବୃଦ୍ଧିର ତଥ୍ୟ ପତ୍ର ହେଉଛି ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର ମନ୍ତ୍ରର ସଫଳତାର କାହାଣୀ। ଗତ ଏଗାର ବର୍ଷ ମଧ୍ୟରେ, ଭାରତ ମୋବାଇଲ୍ ଡାଟାର ବିଶ୍ୱର ସର୍ବବୃହତ ଗ୍ରାହକ ପାଲଟିଛି। ଆମର ୟୁପିଆଇ ବିଶ୍ୱର ଏକ ନମ୍ବର ରିଅଲ୍-ଟାଇମ୍ ଡିଜିଟାଲ୍ କାରବାର ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ସମୟ ଥିଲା ଯେତେବେଳେ , ଦଶଟି ମୋବାଇଲ୍ ଫୋନ୍ ମଧ୍ୟରୁ ନଅଟି ବାହାରୁ ଆମଦାନି କରାଯାଉଥିଲା। ଆଜି, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ନିର୍ମାତା। ଭାରତରେ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ଅଛି। ସୌରଶକ୍ତି ଉତ୍ପାଦନରେ ମଧ୍ୟ ଭାରତ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଅଛି। ଆମେ ତୃତୀୟ ବୃହତ୍ତମ ବିମାନ ବଜାର, ଏବଂ ମେଟ୍ରୋ ନେଟୱାର୍କ ଦୃଷ୍ଟିରୁ ମଧ୍ୟ ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଅଛି।
ବନ୍ଧୁଗଣ,
ଆଜି, ପ୍ରତ୍ୟେକ ବିଶ୍ୱ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନ ଭାରତ ପ୍ରତି ଉତ୍ସାହୀ। ଅଇ ଏମ୍ ଏଫ୍ ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି କହିଛି । ଏସ୍ & ପି ଅଠର ବର୍ଷ ପରେ ଭାରତର ମୂଲ୍ୟାଙ୍କନକୁ ଉନ୍ନତ କରିଛି। ଫିଚ୍ ରେଟିଂସ୍ ଭାରତର ମାକ୍ରୋ ସ୍ଥିରତା ଏବଂ ଆର୍ଥିକ ବିଶ୍ୱସନୀୟତାକୁ ପ୍ରଶଂସା କରିଥାଏ । ବିଶ୍ୱର ଭାରତ ଉପରେ ବିଶ୍ୱାସ ରହିଛି କାରଣ, ମହାନ ବିଶ୍ୱ ଅନିଶ୍ଚିତତା ମଧ୍ୟରେ, ଭାରତ ନିଶ୍ଚିତତାର ଏକ ଅଭୂତପୂର୍ବ ଯୁଗ ଦେଖିପାରୁଛି , ଅନୁଭବ କରିପାରୁଛି। ଆଜି, ଭାରତରେ ରାଜନୈତିକ ସ୍ଥିରତା, ନୀତି ନିରନ୍ତରତା ଏବଂ ବୃଦ୍ଧି ପାଉଥିବା କ୍ରୟ ଶକ୍ତି ସହିତ ଏକ ବିସ୍ତାରଶୀଳ ନବ-ମଧ୍ୟମ ଶ୍ରେଣୀର ସମୟ ବଢିବାରେ ଲାଗିଛି । ଏହି କାରଣଗୁଡ଼ିକ ଭାରତକୁ ଅସୀମ ସମ୍ଭାବନାର ଦେଶ କରିଦେଇଛି। ଯେପରି ମୁଁ ଲାଲକିଲ୍ଲାରୁ କହିଥିଲି – ଏହି ସମୟ, ସଠିକ୍ ସମୟ। ଭାରତ ଏବଂ ବିଶ୍ୱର ପ୍ରତ୍ୟେକ ନିବେଶକଙ୍କ ପାଇଁ, ଏହି ସୁଯୋଗଗୁଡ଼ିକୁ ହାସଲ କରିବାର ଏହା ସଠିକ୍ ସମୟ। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ମଧ୍ୟ ସମସ୍ତ ନିବେଶକଙ୍କୁ ସମାନ ବାର୍ତ୍ତା ଦେଉଛି – ସୌରାଷ୍ଟ୍ର-କଚ୍ଛରେ ନିବେଶ-ଏହା ହିଁ ସଠିକ୍ ସମୟ ା
ବନ୍ଧୁଗଣ,
ଆପଣମାନେ ସମସ୍ତେ ଜାଣନ୍ତି ଯେ, ସୌରାଷ୍ଟ୍ର ଏବଂ କଚ୍ଛ ଏପରି ଅଞ୍ଚଳ ଯାହା ଆମକୁ ଶିଖାଏ ଯେ ଯେତେ ବଡ଼ ଚ୍ୟାଲେଞ୍ଜ ହେଉ ନା କାହିଁକି, ଯଦି ଜଣେ ସଚ୍ଚୋଟତା ଏବଂ କଠିନ ପରିଶ୍ରମ ସହିତ ଅଟଳ ରୁହେ, ତେବେ ସଫଳତା ନିଶ୍ଚିତ। ଏହା ସେହି କଚ୍ଛ ଯାହା ଏହି ଶତାବ୍ଦୀର ଆରମ୍ଭରେ ଏକ ବିନାଶକାରୀ ଭୂମିକମ୍ପ ସହ୍ୟ କରିଥିଲା। ଏହା ସେହି ସୌରାଷ୍ଟ୍ର ଯାହା ବର୍ଷ ବର୍ଷ ଧରି ମରୁଡ଼ିର ସମ୍ମୁଖୀନ ହୋଇଥିଲା। ମା‘ ଏବଂ ଭଉଣୀମାନଙ୍କୁ ପିଇବା ପାଣି ପାଇଁ ମାଇଲ ମାଇଲ ଚାଲିବାକୁ ପଡୁଥିଲା। ବିଦ୍ୟୁତ ସଂଯୋଗ ଅନିଶ୍ଚିତ ଥିଲା, ଏବଂ ସବୁଠି ସବୁ ସ୍ଥାନରେ ଅସୁବିଧା ଥିଲା।
ବନ୍ଧୁଗଣ,
ଆଜିର ୨୦-୨୫ ବର୍ଷର ଯୁବକମାନେ କେବଳ ସେହି ଯୁଗର କାହାଣୀ ଶୁଣିଛନ୍ତି। ବାସ୍ତବତା ଥିଲା ଯେ ଲୋକମାନେ କଚ୍ଛ କିମ୍ବା ସୌରାଷ୍ଟ୍ରରେ ଅଧିକ ସମୟ ରହିବାକୁ ଇଚ୍ଛୁକ ନଥିଲେ। ସେତେବେଳେ, ଏପରି ଲାଗୁଥିଲା ଯେ ଏହି ପରିସ୍ଥିତି କେବେ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଇତିହାସ ସାକ୍ଷୀ ଅଛି – ସମୟ ପରିବର୍ତ୍ତନ ହୁଏ, ଏବଂ ଏହା ନିଶ୍ଚିତ ଭାବରେ ପରିବର୍ତ୍ତନ ହୁଏ। ସୌରାଷ୍ଟ୍ର ଏବଂ କଚ୍ଛର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ସେମାନଙ୍କର ଭାଗ୍ୟ ପରିବର୍ତ୍ତନ କରିଥିଲେ।
ବନ୍ଧୁଗଣ,
ଆଜି, ସୌରାଷ୍ଟ୍ର ଏବଂ କଚ୍ଛ କେବଳ ସୁଯୋଗର କ୍ଷେତ୍ର ନୁହେଁ , ସେମାନେ ଭାରତର ଅଭିବୃଦ୍ଧିର ଏଙ୍କର ଅଞ୍ଚଳ ପାଲଟିଛନ୍ତି। ସେମାନେ ଆତ୍ମନିର୍ଭର ଭାରତ ଅଭିଯାନକୁ ପରିଚାଳିତ କରୁଥିବା ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେଉଛନ୍ତି। ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର କରିବାରେ, ସୌରାଷ୍ଟ୍ର ଏବଂ କଚ୍ଛ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ା ଏବଂ ଏହି ଭୂମିକା ବଜାର-ଚାଳିତ ଅଟେ। ଏହା ନିବେଶକମାନଙ୍କ ପାଇଁ ସର୍ବୋତ୍ତମ ଆଶ୍ୱାସନା। ଏହି ରାଜକୋଟରେ, ଅଢେଇ ଲକ୍ଷରୁ ଅଧିକ ଏମ୍ଏସ୍ଏମ୍ଇ ଅଛି , ଏହାର ବିବିଧ ଶିଳ୍ପ କ୍ଲଷ୍ଟରରେ, ସବୁକିଛି ଉତ୍ପାଦିତ ହୁଏ ସ୍କ୍ରଁୁଡ୍ରାଇଭର ଠାରୁ ଅଟୋ ପାର୍ଟସ, ମେସିନ୍ ଟୁଲ୍ସ, ଲଗଜୁରୀ କାର୍ ଲାଇନରର୍ସ, ବିମାନ, ଲଢ଼ୁଆ ବିମାନ ଏବଂ ରକେଟ୍ର ପାର୍ଟର ଉପାଦାନ । ଅର୍ଥାତ୍ ଏହି ଅଞ୍ଚଳ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସମର୍ଥନ କରେ ା କମ ମୂଲ୍ୟର ଉତ୍ପାଦନ ଠାରୁ ଉଚ୍ଚ-ସଠିକତା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ପର୍ଯ୍ୟନ୍ତ। ଏବଂ ଏଠାକାର ଅଳଙ୍କାର ଶିଳ୍ପ ବିଶ୍ୱ ପ୍ରସିଦ୍ଧ। ଏହି କ୍ଷେତ୍ର ସ୍କେଲ୍, ଦକ୍ଷତା ଏବଂ ବିଶ୍ୱ ସଂଯୋଗ ତିନୋଟିର ଏକ ଜ୍ୱଳନ୍ତ ଉଦାହରଣ।
ବନ୍ଧୁଗଣ,
ଅଲଙ୍ଗ ହେଉଛି ବିଶ୍ୱର ସର୍ବବୃହତ ଜାହାଜ ଭାଙ୍ଗିବା ୟାର୍ଡ, ଯେଉଁଠାରେ ବିଶ୍ୱର ଏକ ତୃତୀୟାଂଶ ଜାହାଜ ପୁନଃଚକ୍ରିତ ହୁଏ। ଏହା ବୃତ୍ତାକାର ଅର୍ଥନୀତିରେ ଭାରତର ନେତୃତ୍ୱର ପ୍ରମାଣ। ଭାରତ ସବୁଠାରୁ ବଡ଼ ଟାଇଲ୍ସ ଉତ୍ପାଦକ ଦେଶମାନଙ୍କ ମଧ୍ୟରେ ଅନ୍ୟତମ, ଏଥିରେ ମୋରବି ଜିଲ୍ଲା ଏକ ବଡ଼ ଅବଦାନ ରଖିଛି। ଏଠାରେ ଉତ୍ପାଦନ ମୂଲ୍ୟ-ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ବିଶ୍ୱ ସ୍ତରରେ ମାନଦଣ୍ଡିତ ମଧ୍ୟ ଅଟେ। ମୁଁ ମନେ ରଖିଛି , ସୌରାଷ୍ଟ୍ରର ସାମ୍ବାଦିକମାନେ ଏଠାରେ ଥିବେ, ଆପଣଙ୍କ ମଧ୍ୟରୁ ଅନେକ ମନେ ରଖିଥିବେ, ଥରେ ଏଠାରେ ଏକ ଭାଷଣରେ ମୁଁ କହିଥିଲି ଯେ ମୁଁ ଏପରି ଏକ ସମୟ ଦେଖିବି ଯେତେବେଳେ ମୋରବି, ଜାମନଗର ଏବଂ ରାଜକୋଟ ଏକ କ୍ଷୁଦ୍ର-ଜାପାନ ପରି ଏକ ତ୍ରିଭୁଜ ଗଠନ କରିବେ। ସେତେବେଳେ ମୋତେ ଉପହାସ କରାଯାଇଥିଲା, କିନ୍ତୁ ଆଜି ମୁଁ ମୋ ଆଖି ଆଗରେ ସେହି ଦୃଷ୍ଟିକୋଣକୁ ବାସ୍ତବତାରେ ପରିଣତ ହେଉଥିବା ଦେଖୁଛି। ଆମେ ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ର ଉପରେ ମଧ୍ୟ ଗର୍ବିତ। ଆଜି, ଏହି ସହର ଆଧୁନିକ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି। ଧୋଲେରାରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ନିର୍ମାଣ ହେଉଛି। ଏହି ଅଞ୍ଚଳ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଭାରତକୁ ପ୍ରାରମ୍ଭିକ-ପ୍ରବର୍ତ୍ତକ ସୁବିଧା ପ୍ରଦାନ କରୁଛି। ଏଠାରେ ଆପଣଙ୍କ ନିବେଶ ପାଇଁ ଭୂମି ସମ୍ପୂର୍ଣ୍ଣ ପ୍ରସ୍ତୁତ ା ଭିତ୍ତିଭୂମି ପ୍ରସ୍ତୁତ ଅଛି , ନୀତି ପୂର୍ବାନୁମାନଯୋଗ୍ୟ ଏବଂ ଦୃଷ୍ଟିକୋଣ ଦୀର୍ଘକାଳୀନ ରହିଛି।
ବନ୍ଧୁଗଣ,
ସୌରାଷ୍ଟ୍ର ଏବଂ କଚ୍ଛ ମଧ୍ୟ ଭାରତର ସବୁଜ ଅଭିବୃଦ୍ଧି, ସବୁଜ ଗତିଶୀଳତା ଏବଂ ଶକ୍ତି ସୁରକ୍ଷାର ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି । କଚ୍ଛରେ, ତିରିଶ ଗିଗାୱାଟ କ୍ଷମତାର ଏକ ନବୀକରଣୀୟ ଶକ୍ତି ପାର୍କ ନିର୍ମାଣ କରାଯାଉଛି, ବିଶ୍ୱର ସର୍ବବୃହତ ହାଇବ୍ରିଡ୍ ଶକ୍ତି ପାର୍କ। କଳ୍ପନା କରନ୍ତୁ, ଏହି ପାର୍କ ପ୍ୟାରିସ ସହର ଅପେକ୍ଷା ପାଞ୍ଚ ଗୁଣ ବଡ଼ ହେବ। ଏଠାରେ, ସ୍ୱଚ୍ଛ ଶକ୍ତି କେବଳ ଏକ ପ୍ରତିବଦ୍ଧତା ନୁହେଁ ବରଂ ଏକ ବାଣିଜ୍ୟିକ-ସ୍ତରରେ ବାସ୍ତବତା। ଆପଣ ସମସ୍ତେ ସବୁଜ ହାଇଡ୍ରୋଜେନର କ୍ଷମତା ଏବଂ ସମ୍ଭାବନା ବିଷୟରେ ଜାଣନ୍ତି। ଭାରତ ଏହି ଦିଗରେ ଅଭୂତପୂର୍ବ ଗତି ଏବଂ ସ୍ତରରେ କାମ କରୁଛି। କଚ୍ଛ ଏବଂ ଜାମନଗର ସବୁଜ ହାଇଡ୍ରୋଜେନ ଉତ୍ପାଦନର ପ୍ରମୁଖ କେନ୍ଦ୍ର ହୋଇଉଠିଛି। କଚ୍ଛରେ ଏକ ବିଶାଳ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (ବିଇଏସ୍ଏସ୍) ମଧ୍ୟ ପ୍ରତିଷ୍ଠିତ ହେଉଛି। ଏହା ନବୀକରଣୀୟ ଶକ୍ତି ସହିତ ଗ୍ରୀଡ୍ ସ୍ଥିରତା ଏବଂ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରେ।
ବନ୍ଧୁଗଣ,
କଚ୍ଛ ଏବଂ ସୌରାଷ୍ଟ୍ରର ଆଉ ଏକ ବହୁତ ବଡ଼ ଶକ୍ତି ଅଛି। ଏହି ଅଞ୍ଚଳ ଭାରତର ବିଶ୍ୱସ୍ତରୀୟ ବନ୍ଦର ସହିତ ସଜ୍ଜିତ। ଭାରତର ରପ୍ତାନିର ଏକ ବଡ଼ ଅଂଶ ଏଠାରୁ ଗତି କରିଥାଏ । ପିପାଭାଭ ଏବଂ ମୁନ୍ଦ୍ରା ଭଳି ବନ୍ଦରଗୁଡ଼ିକ ଭାରତର ଅଟୋମୋବାଇଲ୍ ରପ୍ତାନିର ପ୍ରମୁଖ କେନ୍ଦ୍ର ପାଲଟିଛି। ଗତ ବର୍ଷ ହିଁ, ଗୁଜରାଟର ବନ୍ଦର ଦେଇ ପ୍ରାୟ ଏକ ଲକ୍ଷ ପଞ୍ଚସ୍ଥରି ହଜାର ଯାନବାହନ ରପ୍ତାନି କରାଯାଇଥିଲା। ଏବଂ ଏହା କେବଳ ଲଜିଷ୍ଟିକ୍ସ ନୁହେଁ , ବନ୍ଦର ନେତୃତ୍ୱାଧୀନ ବିକାଶର ପ୍ରତ୍ୟେକ ଦିଗରେ ଅସୀମ ନିବେଶ ପାଇଁ ସୁଯୋଗ ରହିଛି। ଏହା ସହିତ, ଗୁଜରାଟ ସରକାର ମତ୍ସ୍ୟପାଳନ କ୍ଷେତ୍ରକୁ ବିଶେଷ ପ୍ରାଥମିକତା ଦେଉଛନ୍ତି। ମତ୍ସ୍ୟପାଳନ ଭିତ୍ତିଭୂମି ଉପରେ ବଡ଼ ଧରଣର କାର୍ଯ୍ୟ କରାଯାଇଛି, ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣରେ ନିବେଶକମାନଙ୍କ ପାଇଁ ଏଠାରେ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରାଯାଇଛି।
ବନ୍ଧୁଗଣ,
ଭିତ୍ତିଭୂମି ସହିତ, ଏକ ଶିଳ୍ପ-ପ୍ରସ୍ତୁତ କର୍ମଶକ୍ତି ଆଜିର ସବୁଠାରୁ ବଡ଼ ଆବଶ୍ୟକତା। ଗୁଜରାଟ ଏହି କ୍ଷେତ୍ରରେ ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିତତା ପ୍ରଦାନ କରୁଛି। ଏଠାରେ, ଶିକ୍ଷା ଏବଂ ଦକ୍ଷତା ବିକାଶର ଏକ ଅନ୍ତର୍ଜାତୀୟ ଇକୋସିଷ୍ଟମ ବିଦ୍ୟମାନ। ଗୁଜରାଟର ସ୍କିଲ୍ ୟୁନିଭର୍ସିଟି ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁରର ବିଶ୍ୱବିଦ୍ୟାଳୟ ସହିତ ସହଯୋଗରେ କାର୍ଯ୍ୟ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତା ସହିତ ଯୁବପିଢ଼ିକୁ ପ୍ରସ୍ତୁତ କରୁଛି। ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ହେଉଛି ଭାରତର ପ୍ରଥମ ଜାତୀୟ ସ୍ତରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ। ଗତି ଶକ୍ତି ବିଶ୍ୱବିଦ୍ୟାଳୟ ରାସ୍ତା, ରେଳ, ବାୟୁପଥ, ଜଳପଥ ଏବଂ ଲଜିଷ୍ଟିକ୍ସ ଆଦି ପ୍ରତ୍ୟେକ କ୍ଷେତ୍ର ପାଇଁ ଦକ୍ଷ ମାନବଶକ୍ତି ପ୍ରସ୍ତୁତ କରୁଛି । ଏହାର ଅର୍ଥ ହେଉଛି ନିବେଶ ସହିତ, ପ୍ରତିଭା ପାଇପଲାଇନ ମଧ୍ୟ ନିଶ୍ଚିତ। ଆଜି, ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ନୂତନ ସୁଯୋଗ ଦେଖୁଛନ୍ତି, ଏବଂ ଗୁଜରାଟ ସେମାନଙ୍କର ପସନ୍ଦର ଗନ୍ତବ୍ୟସ୍ଥଳ ହେଉଛି। ଦୁଇଟି ପ୍ରମୁଖ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏଠାରେ ସେମାନଙ୍କର କ୍ୟାମ୍ପସ ଆରମ୍ଭ କରିସାରିଛନ୍ତି, ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ।
ବନ୍ଧୁଗଣ,
ଗୁଜୁରାଟ ପ୍ରକୃତି, ସାହସିକତା, ସଂସ୍କୃତି ଏବଂ ଐତିହ୍ୟ ପ୍ରଦାନ କରେ। ଜଣେ ଯାହା ପର୍ଯ୍ୟଟନ ଅଭିଜ୍ଞତା ଚାହୁଁଛି, ତାହା ଏଠାରେ ଉପଲବ୍ଧ। ଲୋଥାଲ ହେଉଛି ଭାରତର ସାଢେ ଚାରି ବର୍ଷ ପୁରୁଣା ସାମୁଦ୍ରିକ ଐତିହ୍ୟର ପ୍ରତୀକ। ଏଠାରେ ବିଶ୍ୱର ସବୁଠାରୁ ପୁରୁଣା ମାନବ ନିର୍ମିତ ଡକୟାର୍ଡ ମିଳିଛି, ଏବଂ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ ସଂକଳନ ବିକଶିତ ହେଉଛି। କଚ୍ଛରେ ଆଜିକାଲି ରଣ ଉତ୍ସବ ପାଳନ କରାଯାଉଛି, ଏବଂ ଏହାର ତମ୍ବୁ ନଗରୀରେ ରହିବା ଏକ ଅନନ୍ୟ ଅଭିଜ୍ଞତା।
ବନ୍ଧୁଗଣ,
ଯେଉଁମାନେ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ଉତ୍ସାହୀ ସେମାନଙ୍କ ପାଇଁ, ଗିର୍ ଜଙ୍ଗଲରେ ଏସୀୟ ସିଂହ ଦେଖିବାଠାରୁ ଭଲ ଆଉ କ’ଣ ହୋଇପାରେ? ପ୍ରତିବର୍ଷ ନଅ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାକୁ ପରିଦର୍ଶନ ପାଇଁ ଏଠାକୁ ଆସନ୍ତି। ଯେଉଁମାନେ ସମୁଦ୍ରକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଶିବରାଜପୁର ବେଳାଭୂମି ଅଛି, ଯାହା ନୀଳ ପତାକା ପ୍ରମାଣିତ। ଏହା ବ୍ୟତୀତ, ମାଣ୍ଡଭି, ସୋମନାଥ ଏବଂ ଦ୍ୱାରକା ମଧ୍ୟ ବେଳାଭୂମି ପର୍ଯ୍ୟଟନ ପାଇଁ ଅପାର ସମ୍ଭାବନା ପ୍ରଦାନ କରଛି । ଏହା ନିକଟବର୍ତ୍ତୀ ଅଂଚଳରେ ଦିଉ ଜଳକ୍ରୀଡା ଏବଂ ବେଳାଭୂମି ଖେଳ ପାଇଁ ଏକ ଚମତ୍କାର ଗନ୍ତବ୍ୟସ୍ଥଳ ହୋଇଉଠିଛି। ଏହି ସମଗ୍ର ଅଞ୍ଚଳ ନିବେଶକଙ୍କ ପାଇଁ ଶକ୍ତି ଏବଂ ସୁଯୋଗରେ ପରିପୂର୍ଣ୍ଣ। ମୁଁ ଆପଣଙ୍କୁ ଏହାର ସର୍ବାଧିକ ଉପଯୋଗ କରିବାକୁ ଅନୁରୋଧ କରୁଛି। ଏବଂ ଯେପରି ମୁଁ ବହୁତ ଦିନ ଧରି କହି ଆସିଛି – ଯଦି ଆପଣ ବିଳମ୍ବ କରନ୍ତି, ତେବେ ମୋତେ ଦୋଷ ଦେବେ ନାହିଁ। ସୌରାଷ୍ଟ୍ର-କଚ୍ଛରେ ଆପଣ କରୁଥିବା ପ୍ରତ୍ୟେକ ନିବେଶ ଗୁଜରାଟର ବିକାଶ ଏବଂ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ। ଏବଂ ସୌରାଷ୍ଟ୍ରର ଶକ୍ତି ରୱାଣ୍ଡାର ହାଇକମିଶନର କହୁଥିଲେ ଯେତେବେଳେ ସେ ରୱାଣ୍ଡା ଗସ୍ତ କରିବା ସମୟରେ 200ଟି ଗିର୍ ଗାଈ ଉପହାର ଦେଇଥିଲେ।ସେହି ୨୦୦ଟି ଗାଈ ଆମର ଗିର୍ ଗାଈ ଥିଲାା କିନ୍ତୁ ତାହାର ଏକ ବିଶେଷତା ଥିଲା , ଯେତେବେଳେ ଆମେ ସେହି ୨୦୦ ଗାଈ ସେଠିକାର ଗ୍ରାମୀଣ ଅର୍ଥନୀତି ପାଇଁ , ତେବେ ସେଥିରେ ଏକ ନିୟମ ଅଛି , ଗାଈ ତ ଆପଣଙ୍କୁ ଦେବେ , କିନ୍ତୁ ଜନ୍ମ ହୋଇଥିବା ପ୍ରଥମ ମାଈ ବାଛୁରୀକୁ ଫେରାଇବାକୁ ପଡୁଥିଲା, ଏବଂ ତା’ପରେ ତାହାକୁ ଅଲଗା ଏକ ପରିବାରକୁ ଦେବାକୁ ପଡୁଥିଲା। ସେହି 200ଟି ଗାଈ ମଧ୍ୟରୁ, ଆଜି ରୱାଣ୍ଡାର ହଜାର ହଜାର ପରିବାରରେ ସେହି ଗାଈ ଅଛି। ପ୍ରତ୍ୟେକ ଘରେ ଗିର୍ ଗାଈ ଦେଖାଯାଉଛି, ଯାହା ରୱାଣ୍ଡାର ଗ୍ରାମୀଣ ଅର୍ଥନୀତିକୁ ବହୁତ ଶକ୍ତି ଦେଉଛି। ଏହା ହେଉଛି ମୋର ସୌରାଷ୍ଟ୍ରର ଆତ୍ମା।
ବନ୍ଧୁଗଣ,
ଆଜିର ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ କାମ କରୁଛି। ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ, ରିଫର୍ମ ଏକ୍ସପ୍ରେସ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରିଫର୍ମ ଏକ୍ସପ୍ରେସର ଅର୍ଥ ହେଉଛି ପ୍ରତ୍ୟେକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର। ସମ୍ପ୍ରତି, ଭାରତ ପରବର୍ତ୍ତୀ ପିଢ଼ିର ଜିଏସ୍ ଟି ସଂସ୍କାର କାର୍ଯ୍ୟକାରୀ କରିଛି, ଯାହାର ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିଛି, ବିଶେଷକରି ଆମର ଏମ୍ ଏସ୍ ଏମ୍ ଇ ଗୁଡ଼ିକୁ ଲାଭ ପହଞ୍ଚାଇଛି। ରିଫର୍ମ ଏକ୍ସପ୍ରେସରେ ଯାତ୍ରା କରି, ଭାରତ ବୀମା କ୍ଷେତ୍ରରେ ଶତ ପ୍ରତିଶତ ଏଫ୍ ଡ଼ି ଆଇ ପାଇଁ ଅନୁମତି ଦେଇଛି । ଏହା ନାଗରିକମାନଙ୍କୁ ସାର୍ବଜନୀନ ବୀମା କଭରେଜ୍ ପ୍ରଦାନ କରିବା ଅଭିଯାନକୁ ତ୍ୱରାନ୍ୱିତ କରିବ। ସେହିପରି, ପ୍ରାୟ ଛଅ ଦଶନ୍ଧି ପରେ, ଆୟକର ଆଇନକୁ ଆଧୁନିକୀକରଣ କରାଯାଇଛି, ଯାହା ଲକ୍ଷ ଲକ୍ଷ କରଦାତାଙ୍କୁ ଲାଭ ପହଞ୍ଚାଇଛି। ଭାରତ ମଧ୍ୟ ଐତିହାସିକ ଶ୍ରମ ସଂସ୍କାର କାର୍ଯ୍ୟକାରୀ କରିଛି, ଯାହା ମଜୁରୀ, ସାମାଜିକ ସୁରକ୍ଷା ଏବଂ ଶିଳ୍ପକୁ ଏକ ସମନ୍ୱିତ ଢାଞ୍ଚା ପ୍ରଦାନ କରିଛି। ଶ୍ରମିକ ଏବଂ ଶିଳ୍ପ ଉଭୟ ଏଥିରୁ ଉପକୃତ ହେଉଛନ୍ତି।
ବନ୍ଧୁଗଣ,
ଆଜି ଭାରତ, ତଥ୍ୟ-ଚାଳିତ ନବସୃଜନ, ଏ ଆଇ ଗବେଷଣା ଏବଂ ଅର୍ଦ୍ଧପରିବାହୀ ଉତ୍ପାଦନ ପାଇଁ ଏକ ବିଶ୍ୱ କେନ୍ଦ୍ର ହେବାକୁ ଯାଉଛି। ଅର୍ଥାତ୍ ଭାରତର ବିଦ୍ୟୁତ ଚାହିଦା ନିରନ୍ତର ବୃଦ୍ଧି ପାଉଛି, ଏବଂ ନିଶ୍ଚିତ ଶକ୍ତି ଅତ୍ୟାବଶ୍ୟକ। ଏହାର ଏକ ପ୍ରମୁଖ ଉତ୍ସ ହେଉଛି ପରମାଣୁ ଶକ୍ତି। ଏହାକୁ ମନେ ରଖି, ଆମେ ପରମାଣୁ ଶକ୍ତି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ପ୍ରଚଳନ କରିଛୁ। ସଂସଦର ଗତ ଶେଷ ଅଧିବେଶନରେ, ଶାନ୍ତି ଆଇନ ମାଧ୍ୟମରେ, ବେସାମରିକ ପରମାଣୁ ଶକ୍ତିକୁ ଘରୋଇ ସହଭାଗୀତା ପାଇଁ ଖୋଲାଯାଇଛି। ଏହା ନିବେଶକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଅଟେ।
ବନ୍ଧୁଗଣ,
ମୁଁ ଏଠାରେ ଉପସ୍ଥିତ ସମସ୍ତ ନିବେଶକଙ୍କୁ ବିଶ୍ୱାସ ଦେଉଛି , ଆମର ସଂସ୍କାର ଏକ୍ସପ୍ରେସ , ଏବେ ବନ୍ଦ ହେବ ନାହିଁ। ଭାରତର ସଂସ୍କାର ଯାତ୍ରା ଏବେ ସଂସ୍ଥାଗତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହୋଇଛି।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଏଠାକୁ କେବଳ ଏକ ବୁଝାମଣାପତ୍ର ନେଇ ଆସିନାହାଁନ୍ତି। ଆପଣ ସୌରାଷ୍ଟ୍ର-କଚ୍ଛର ବିକାଶ ଏବଂ ଐତିହ୍ୟ ସହିତ ଯୋଡ଼ି ହେବାକୁ ଏଠାକୁ ଆସିଛନ୍ତି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ଆପଣଙ୍କ ନିବେଶର ପ୍ରତ୍ୟେକ ଟଙ୍କା ଏଠାରେ ଉତ୍କୃଷ୍ଟ ଲାଭ ଦେବ। ପୁଣିଥରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ଗୁଜରାଟ ସରକାର ଏବଂ ଏହାର ଦଳକୁ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଏବଂ ପ୍ରଶଂସା କରୁଛି। ୨୦୨୭ର ଭାଇବ୍ରାଣ୍ଟ ଶିଖର ସମ୍ମିଳନୀ ପୂର୍ବରୁ, ଏହି ଆଞ୍ଚଳିକ ଶିଖର ସମ୍ମିଳନୀ ଏକ ମୂଲ୍ୟବାନ ପରୀକ୍ଷଣ ବୋଲି ପ୍ରମାଣିତ ହେଉଛି। ଏବଂ ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ଯେ ମୁଁ ଯେଉଁ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇଥିଲି ତାହା ଏବେ ମୋର ସହକର୍ମୀମାନଙ୍କ ଦ୍ୱାରା ବିସ୍ତାରିତ ହେଉଛି ଏବଂ ନୂତନ ଶକ୍ତିରେ ସଞ୍ଚିତ ହେଉଛି। ଏହା ମୋର ଖୁସିକୁ ଅନେକ ଗୁଣ ବୃଦ୍ଧି କରୁଛି। ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଏବଂ ବହୁତ-ବହୁତ ଶୁଭେଚ୍ଛା , ବହୁତ-ବହୁତ ଶୁଭକାମନା ଜଣାଉଛି।
ଧନ୍ୟବାଦ!
NS
****
Speaking at the Vibrant Gujarat Regional Conference for Kutch and Saurashtra Region.
— Narendra Modi (@narendramodi) January 11, 2026
https://t.co/4LDjmAU1gy
India is the world's fastest-growing large economy. pic.twitter.com/HlhiPzjkNx
— PMO India (@PMOIndia) January 11, 2026
The fact sheet on India's growth is a success story of the Reform-Perform-Transform mantra. pic.twitter.com/NVqWs8UqW7
— PMO India (@PMOIndia) January 11, 2026
At a time of great global uncertainty, India is moving ahead with remarkable certainty. pic.twitter.com/bbvyoIlFmz
— PMO India (@PMOIndia) January 11, 2026
Along with infrastructure, an industry-ready workforce is today's biggest need. pic.twitter.com/dNnMFn6lr8
— PMO India (@PMOIndia) January 11, 2026
Today's India is moving rapidly towards becoming a developed nation. The Reform Express is playing a crucial role in achieving this objective. pic.twitter.com/nKpNTNtR6E
— PMO India (@PMOIndia) January 11, 2026