Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କତାର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କତାରର ଅମୀର ଶେଖ ତମିମ୍ ବିନ୍ ହମଦ ଅଲ୍ ଥାନିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

କତାରର ‘ଫାଦର ଅମୀର’ (ପୂର୍ବତନ ଅମୀର) ଶେଖ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।

ଆଧୁନିକ କତାରର ମୁଖ୍ୟ ନିର୍ମାତା ଭାବେ ‘ଫାଦର ଅମୀର’ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହିତ, ବର୍ଷ ବର୍ଷ ଧରି ଭାରତ ଓ କତାର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ତଥା ଭାରତ ଓ କତାରରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ପ୍ରତି ତାଙ୍କର ଗଭୀର ସ୍ନେହଭାବକୁ ମଧ୍ୟ ସେ ମନେ ପକାଇଥିଲେ ।

ଫୋନ୍ କରିଥିବାରୁ କତାରର ଅମୀର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ଦୁଃଖ ସମୟରେ ତାଙ୍କର ସାନ୍ତ୍ୱନା ଏବଂ ସମ୍ବେଦନମୂଳକ ବାର୍ତ୍ତା ପାଇଁ କୃତଜ୍ଞତା ଜଣାଇଥିଲେ ।

ଉଭୟ ନେତା ‘ଫାଦର ଅମୀର’ଙ୍କ ଉତ୍ତାଧିକାରକୁ ଆଗକୁ ବଢ଼ାଇବା  ଏବଂ ଭାରତ-କତାର ରଣନୈତିକ ଭାଗୀଦାରୀ ତଥା ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନିଜର ସଂକଳ୍ପ ଦୋହରାଇଥିଲେ ।

ଉଭୟ ନେତା ପରସ୍ପର ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ ।

 

 

SR