Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରରେ ରାମାୟଣ ଦର୍ଶନକ ପ୍ରଦର୍ଶନୀର ଉଦ୍ଘାଟନୀ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରରେ ରାମାୟଣ ଦର୍ଶନକ ପ୍ରଦର୍ଶନୀର ଉଦ୍ଘାଟନୀ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.01.2017) ଭିଡିଓ କନଫେରେନ୍ସିଙ୍ଗ ଜରିଆରେ କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ରରେ ଅନୁଷ୍ଠିତ ରାମାୟଣ ଦର୍ଶନମ ପ୍ରଦର୍ଶନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ସେ କହିଛନ୍ତି ଯେ, ଜାନୁୟାରୀ 12 ତାରିଖ କୌଣସି ସାମାନ୍ୟ ଦିବସ ନୁହେଁ । ସ୍ଵାମୀ ବିବେକାନନ୍ଦଙ୍କ ପ୍ରଭାବଶାଳୀ ଚିନ୍ତାଧାରା ଜନମାନସକୁ ପ୍ରଭାବିତ କରିଆସିଛି । ଆଜିର ଭାରତ ହେଉଛି ଯୁବ ଭାରତ ଏବଂ ଏହା ବସ୍ତୁଗତ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିକଶିତ ହେବାକୁ ପଡିବ । ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ଚିନ୍ତନ ସବୁବେଳେ ଯୁବଶକ୍ତିକୁ ଦେଶ ଗଠନରେ ବ୍ରତୀ ହେବାକୁ ଅନୁପ୍ରାଣିତ କରିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁୱାଲୁବର ଏବଂ ଏକନାଥ ରାନାଡେଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମାନବ ପାଇଁ ଶିକ୍ଷଣ ପ୍ରକ୍ରିୟାର କେବେହେଲେ ଅନ୍ତ ଘଟେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ସ୍ମରଣ କରାଇ ଦେଇଥିଲେ ।