Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କରୁର ରାଜନୈତିକ ଶୋଭାଯାତ୍ରାରେ ପ୍ରାଣହାନି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।  ରାଷ୍ଟ୍ର ପୀଡ଼ିତଙ୍କ ପରିବାର ସାଥୀରେ ଦୃଢ଼ତାର ସହ ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆବଶ୍ୟକ ସମର୍ଥନ ଓ ସହାୟତା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।

ଏକ ସ୍ୱତନ୍ତ୍ର ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ପରିଜନଙ୍କୁ ହରାଇଥିବା ପରିବାରଙ୍କ ପାଇଁ ମୋର ସମବେଦନା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଶକ୍ତି ମିଳୁ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।”

SR