ପିଏମଇଣ୍ଡିଆ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀମାନ ୟେଦ୍ୟୁରପ୍ପା ମହାଶୟ, ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡି ମହାଶୟ, ଡିଆରଡିଓର ଅନ୍ୟ ବରିଷ୍ଠ ଅଧିକାରୀଗଣ, ଶୀର୍ଷ କମିଟିର ସଭ୍ୟଗଣ ! ଯୁବ ବୈଜ୍ଞାନିକମାନଙ୍କ ଗବେଷଣାଗାରର ନିର୍ଦ୍ଦେଶକ ।
ସାଥୀଗଣ, ଆପଣ ସମସ୍ତଙ୍କୁ ସର୍ବପ୍ରଥମେ ନବବର୍ଷର ବହୁତ ବହୁତ ଶୁଭକାମନା । ହାପି ନ୍ୟୁ ଇୟର… ଏହା ହେଉଛି ଏକ ସଂଯୋଗ ମାତ୍ର କି ଏବେ କିଛି ସମୟ ପୂର୍ବରୁ ମୁଁ କୃଷକମାନଙ୍କର କାର୍ଯ୍ୟକ୍ରମରେ ଥିଲି ତୁମକୁରରେ ଏବଂ ଏବେ ଏଠାରେ ଦେଶର ଯୁବକ ଏବଂ ଆପଣମାନଙ୍କ ଭଳି ସର୍ବଦା ଗବେଷଣାରତ ସାଥୀଙ୍କ ଗହଣରେ ଅଛି । ଆଉ କାଲି ମୁଁ ବିଜ୍ଞାନ କଂଗ୍ରେସକୁ ଯିବି । ଗୋଟିଏ ପ୍ରକାରରେ କର୍ଣ୍ଣାଟକର ମୋର ଏହି ପ୍ରବାସ ଏବଂ 2020ର ମୋର ଏହି ପ୍ରଥମ ରହଣୀ, ଜୟ ଜୱାନ, ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ, ଏହା ନ୍ୟୁ ଇଣ୍ଡିଆର ଭାବନାକୁ ଗୋଟିଏ ପ୍ରକାରରେ ସମର୍ପିତ । ଆଉ ଏହା ମଧ୍ୟ ଆମ ସମସ୍ତଙ୍କ ପାଇଁ ହେଉଛି ଏକ ଗୌରବର ବିଷୟ କି ଏହି ଆୟୋଜନ ବୈମାନିକ ବିକାଶ ପ୍ରତିଷ୍ଠାନରେ ହେଉଛି, ଯେଉଁଠାରେ ଆମ ସମସ୍ତଙ୍କର ଶ୍ରଦ୍ଧେୟ ଡ.ଏ.ପି.ଜେ. ଅବଦୁଲ କଲାମ ଡିଆରଡିଓ ସହିତ ଯୋଡ଼ି ହୋଇଥିଲେ।
ସାଥୀଗଣ, ଏହି ଦଶକ ନ୍ୟୁ ଇଣ୍ଡିଆ ରୂପରେ ତ ଗୁରୁତ୍ୱପୂର୍ଣ୍ଣ ହିଁ ଅଟେ । କାରଣ ଯେତେବେଳେ 2020 ଆସିଛି ତ, ସେତେବେଳେ କେବଳ ଗୋଟିଏ ବର୍ଷ ନୁହେଁ ସଂପୂର୍ଣ୍ଣ ଦଶକ ଆମ ସାମ୍ନାକୁ ଆସିଛି । ଆଉ ଆଗାମୀ ବର୍ଷମାନଙ୍କରେ ଭାରତର ଶକ୍ତି କ’ଣ ହୋଇଥିବ, ବିଶ୍ୱରେ ଆମର ସ୍ଥାନ କେଉଁଠି ରହିଥିବ । ଏହି ଦଶକ ଏହା ମଧ୍ୟ ସ୍ଥିର କରିବାକୁ ଯାଉଛି । ଏହା ହେଉଛି ସେହି ଦଶକ ଯାହା ହେଉଛି ସଂପୂର୍ଣ୍ଣ ରୂପେ ଯୁବକମାନଙ୍କର ସ୍ୱପ୍ନର, ଆମ ଯୁବ ନବସୃଜନ ମାନଙ୍କର । ବିଶେଷ ଭାବେ ସେହି ନବସୃଜକ ଯେଉଁମାନେ ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଛନ୍ତି କିମ୍ବା ଏକବିଂଶ ଶତାବ୍ଦୀରେ ଯୁବକ ହୋଇଛନ୍ତି । ମୁଁ ଯେତେବେଳେ ଆପଣମାନଙ୍କୁ ଅନୁରୋଧ କରିଥିଲି କି ଡିଆରଡିଓକୁ ପୁନର୍ବିଚାର ଏବଂ ନିଜକୁ ପୁନର୍ଗଠନ କରିବା ଆବଶ୍ୟକ । ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକ ସହିତ ଲଢ଼ିବା ପାଇଁ ନୂତନ ଉର୍ଜ୍ଜା ସହିତ କାର୍ଯ୍ୟ କରିବା ଦରକାର । ଏହା ପଛରେ ମୋର ଏକ ଚିନ୍ତାଧାରା ରହିଥିଲା । ଏହାର ଅର୍ଥ ଏହା ନୁହେଁ କି ଯେଉଁମାନେ 36 ବର୍ଷ ବୟସର ହୋଇଗଲେଣି ସେମାନେ ବେକାର ହୋଇ ଯାଇଛନ୍ତି… ଏହା ପଛରେ ମୋର ଏହି ଉଦ୍ଦେଶ୍ୟ ରହିଛି କି ଯେଉଁମାନେ 60 ବର୍ଷ, 50 ବର୍ଷ, 55 ବର୍ଷ ଏତେ ତପସ୍ୟା କରି ଏଠାରେ ପହଞ୍ଚିଛନ୍ତି ଯଦି ସେମାନଙ୍କ କାନ୍ଧରେ ସେହି 35 ବର୍ଷରୁ କମ୍ ବୟସର ଲୋକଙ୍କୁ ବସାଇଦେବା ତ ଦୁନିଆକୁ ଏକ ନୂତନ ଭାରତର ଦର୍ଶନ ହେବ । ଏ ଯେଉଁ ପୁରୁଣା ଲୋକମାନେ ରହିଛନ୍ତି ସେମାନଙ୍କର ଦୃଢ଼ତା ବିନା ନୂତନ ଲୋକ ଉପରକୁ ଯିବା ସମ୍ଭବପର ନୁହେଁ । ଆଉ ଏଥିପାଇଁ ଏହାର ଏକ ମେଳକ ହେବା ଆବଶ୍ୟକ । ଆଉ ଏହି ବିଚାରଧାରାର ପଛରେ ମୋର ନିଜର ମଧ୍ୟ ଏକ ଅନୁଭବ ରହିଛି । ମୁଁ ରାଜନୈତିକ ଜୀବନକୁ ବହୁତ ଡେରିରେ ଆସିଲି ଆଉ ଆରମ୍ଭରୁ ମୁଁ ମୋ ଦଳର ଦଳୀୟ କାର୍ଯ୍ୟକ୍ରମ କଥା ବୁଝୁଥିଲି । ନିର୍ବାଚନ କିମ୍ବା ଅଭିଯାନ ସହ ଜଡିତ କାର୍ଯ୍ୟ ଗୁଡ଼ିକ କରୁଥିଲି । ମୁଁ ଯେତେବେଳେ ଗୁଜରାଟରେ କାର୍ଯ୍ୟ ଆରମ୍ଭ କଲି, ମୋ ସମ୍ମୁଖରେ ପ୍ରଥମେ ଏକ ବଡ଼ ନିର୍ବାଚନର ଦାୟିତ୍ୱ ଆସିଲା । ମୁଁ ସଂପୂର୍ଣ୍ଣ ନୂଆ ଥିଲି, ଆଉ ସେହି ସମୟରେ ଖବରକାଗଜଗୁଡ଼ିକ ଏହି ବିଷୟକୁ ବଡ଼ ବିସ୍ତାର ଭାବେ ଲେଖିଥିଲେ । କାରଣ ସେ ସମୟରେ ପ୍ରାୟ 90 ଜଣ ମୋ କାର୍ଯ୍ୟାଳୟରେ, ମୋ ତତ୍ୱାବଧାନରେ କାର୍ଯ୍ୟ କରୁଥିଲେ । ସଂପୂର୍ଣ୍ଣ ନିର୍ବାଚନ ସମଗ୍ର ରାଜ୍ୟରେ ଲଢ଼ା ଯାଉଥିଲା କିନ୍ତୁ ଅଫିସ୍ ପରିଚାଳନାରେ ପ୍ରାୟ 90 ଜଣ ଲୋକ ଥିଲେ । ଆଉ ଯେଉଁମାନେ ସ୍ଵୟଂସେବକ ଭାବେ ଆସିଥିଲେ, ସେମାନେ କେବଳ 2-3 ମାସ କାମ କରିବା ପାଇଁ ଆସିଥିଲେ । ଏ ଯେଉଁ 90 ଲୋକ ଥିଲେ, ଏହି ସଂପୂର୍ଣ୍ଣ ଟିମର ହାରାହାରି ବୟସ 23 ଅର୍ଥାତ 23 ବର୍ଷର ହାରାହାରି ବୟସର ଗ୍ରୁପରେ ମୁଁ ନିର୍ବାଚନ ଲଢ଼ିଥିଲି, ଆଉ ଲଢ଼େଇଥିଲି ଆଉ ଆମେ ପ୍ରଥମଥର ପାଇଁ ବିଜୟୀ ହୋଇଥିଲୁ ।
ଯୁବକମାନଙ୍କ ମଧ୍ୟରେ ଅପାର କ୍ଷମତା ରହିଥାଏ । ଆପଣ ଯେତେ ଭଲ କବାଡ଼ି ଖେଳାଳୀ ହୁଅନ୍ତୁ, କେତେ ମଧ୍ୟ ବଢ଼ିଆ କିନ୍ତୁ ଭାବନ୍ତୁ ଜୀବନରେ 20 ବର୍ଷ ପର୍ଯ୍ୟନ୍ତ କବାଡ଼ି ଖେଳିଛନ୍ତି । ଜାତୀୟ, ଅନ୍ତର୍ଜାତୀୟ ଖେଳିଛନ୍ତି କିନ୍ତୁ 60-70 ବର୍ଷ ବୟସ ପରେ ଗୋଟିଏ କବାଡ଼ିର ଖେଳ ଚାଲୁଅଛି ଆଉ ଆପଣ ସେଠାକୁ କେବଳ ଦେଖିବା ପାଇଁ ଯାଇଛନ୍ତି । କାହିଁକି ନା ସାରା ଜୀବନ କବାଡ଼ି ଖେଳିଛନ୍ତି ଆଉ କୌଣସି 18-20 ବର୍ଷ ବୟସର ଯୁବକ ଯେଉଁଭଳି ଭାବେ ଦ୍ରୁତ ଗତିରେ ମୁଭମେଣ୍ଟ କରୁଛି, ଉଠୁଛି, ପକଉଛି, ତ ଆପଣ ବାହାରେ ବସି ମନକୁ ମନ ଆରେ ଆରେ ପଡ଼ିଯିବ, ଆରେ ଆରେ ଖଣ୍ଡିଆ ହୋଇ ଯାଇପାରେ… ଆପଣ ନିଜେ ମଧ୍ୟ ତ ଆଗରୁ କେବେ ଏହା କରି ଆସିଥିଲେ । କିନ୍ତୁ ଏବେ ସେ ଦେଖି ପାରୁ ନାହାଁନ୍ତି ଲାଗୁଛି ଆରେ-ଆରେ ପଡ଼ିଯିବ ନାହିଁ ତ । ଏପରି ଗୋଟିଏ ମନସ୍ତାତ୍ୱିକ ଭାବନା କାର୍ଯ୍ୟ କରୁଥିବ । ଏହା ହେଉଛି ଯୁବକ ମନ ଏବଂ ଅନୁଭବୀ ମନ ମଧ୍ୟରେ ରହିଥିବା ପ୍ରଭେଦ । ଆଉ ଏଥିପାଇଁ ଏକ ମନୋବୈଜ୍ଞାନିକ ପରିବର୍ତ୍ତନ ବିଶ୍ୱର ଆହ୍ୱାନଗୁଡ଼ିକୁ ସ୍ୱୀକାର କରିବା ପାଇଁ ଡିଆରଡିଓରେ ଏ ଦୁହିଁଙ୍କର ମେଳକ କିଭଳି ହେବ । କେବେ କେବେ ଗୋଟିଏ ବହୁତ ବଡ଼ ବୃକ୍ଷ ତଳେ ଗୋଟିଏ ଛୋଟିଆ ଗଛ ଉଧେଇ ପାରେ ନାହିଁ । ବୋଷ ବଡ଼ ବୃକ୍ଷର ନୁହେଁ । ଛୋଟଗଛକୁ ମଧ୍ୟ ଏହା ଲାଗିଥାଏ କି ତାଙ୍କ ସମ୍ମୁଖରେ ମୁଁ ଏହିପରି ହିଁ ରହିବା ଉଚିତ । କାହାର ମଧ୍ୟ ଦୋଷ ନୁହେଁ । କିନ୍ତୁ ଯଦି ସେହି ଗଛକୁ କେଉଁଠି ଖୋଲାରେ ଛାଡ଼ି ଦିଆଯିବ ତ ଦେଖୁ ଦେଖୁ ବଟବୃକ୍ଷ ମଧ୍ୟ ଗର୍ବ ଅନୁଭବ କରିବ କି ବାଃ.. ଏହା ମଧ୍ୟ ମୋ ସହିତ ବୃଦ୍ଧି ହେଉଛି । ଏହି ଏକ ଭୂମିକାକୁ ନେଇ ଏହି ପାଞ୍ଚଟି ଲ୍ୟାବର ଆରମ୍ଭ କରାଯାଇଛି । ଆଉ ମୁଁ ଚାହୁଁଛି କି ସେମାନେ ଭୁଲ କରନ୍ତୁ ଏହି ପାଞ୍ଚଟି ଲ୍ୟାବରେ ସଂପୂର୍ଣ୍ଣ ବଜେଟକୁ ଥରଟିଏ ଉଡେଇ ଦିଅନ୍ତୁ । ଜଣେ ବୈଜ୍ଞାନିକ ନିଜ ଜୀବନକୁ ନଷ୍ଟ କରିଦିଏ, ସେତେବେଳେ ଯାଇ ଦେଶକୁ କିଛି ମିଳିଥାଏ । ତ ପୁଣି ଟଙ୍କା ହେଉଛି କ’ଣ, ଆପଣ ତ ଆପଣଙ୍କର ଜୀବନ ବାଜି ଲଗାଇ ଦେଉଛନ୍ତି ତ ସରକାରଙ୍କୁ ନିଜର ଭଣ୍ଡାର ଲଗାଇବାରେ କେଉଁଠି ଅସୁବିଧା ରହିଛି ।
ଆଉ ମୁଁ ସନ୍ତୁଷ୍ଟ କି ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ 5ଟି ଲ୍ୟାବ୍ ସ୍ଥାପିତ କରିବାର ପରାମର୍ଶ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ ହେଲା ଆଉ ଆଜି ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ ଏବଂ ମୁମ୍ବାଇରେ ଏଭଳି 5ଟି ସଂସ୍ଥାନ ଆରମ୍ଭ ହୋଇଛି । ଆଉ ମୋର ଏହି ବିଶ୍ୱାସ ରହିଛି କି ଏହି ଲ୍ୟାବ୍ ଯୁବ ବୈଜ୍ଞାନିକଙ୍କ ବିଚାର ଏବଂ ବ୍ୟବହାରକୁ ନୂତନ ଉଡାଣ ପ୍ରଦାନ କରିବ । ଏହାର ଅର୍ଥ ଏହା ହେଲା କି ଏହା ଏବେ ପରିଚିତ କରାଯିବ କି ଡିଆରଡିଓ-ୱାଇ କିନ୍ତୁ କହିଲା ବେଳେ ଶୁଭିବ ଡିଆରଡିଓ-ହ୍ୱାଇ ଆଉ ମୁଁ ବୁଝୁଛି କି ଏହି ପାଞ୍ଚଟି ଲ୍ୟାବ ଡିଆରଡିଓ-ୱାଇକୁ ଉତ୍ତର ଦେବାର କ୍ଷମତା ରଖୁଛନ୍ତି ଏହି ବିଶ୍ୱାସ ମୋର ରହିଛି । ଆଉ ଆମ ସମସ୍ତଙ୍କୁ ମିଳିମିଶି ଏହାକୁ ଶକ୍ତି ପ୍ରଦାନ କରିବାର ଅଛି । ଏହି ଲ୍ୟାବରୁ ମିଳିବାକୁ ଥିବା ଫଳାଫଳ ଅତ୍ୟାଧୁନିକ ଟେକ୍ନୋଲୋଜି ପାଇଁ ଆମର ରାଷ୍ଟ୍ରୀୟ ପ୍ରୟାସର ଗଭୀରତା ସ୍ଥିର କରିବ । ଏହି ଲ୍ୟାବଗୁଡ଼ିକ ଦେଶରେ ଉଦୀୟମାନ ଟେକ୍ନୋଲୋଜି କ୍ଷେତ୍ରରେ, ଗବେଷଣା ଏବଂ ବିକାଶର ସ୍ୱରୂପକୁ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିବ ।
ଆଉ ହଁ, ଆମର ଯୁବ ବୈଜ୍ଞାନିକ ଏବଂ ମୁଁ ଏହି ସାଥୀମାନଙ୍କୁ ନିଶ୍ଚତ ରୂପେ ଏହା କହିବାକୁ ଚାହିଁବି କି ଏହି ଗବେଷଣାଗାର, କେବଳ ମାତ୍ର ଟେକ୍ନୋଲୋଜିର ପରୀକ୍ଷା କରିବ ନାହିଁ, ନ ହେଲେ ତ କେବେ କେବେ ତ ଏହା ଲାଗିଥାଏ କି ଏହା ଟେକ୍ନୋଲୋଜି କ୍ଷେତ୍ରରେ 2 ପାଦ ଗଲେ, 5 ପାଦ ଗଲେ, ମୋ ହିସାବରେ ଏହା କେବଳ ଟେକ୍ନୋଲୋଜିର ପରୀକ୍ଷଣ କରିବ ନାହିଁ । ଏହା ମୋର ଯୁବ ବୈଜ୍ଞାନିକମାନଙ୍କର ସ୍ୱଭାବ ଏବଂ ଧୈର୍ଯ୍ୟକୁ ମଧ୍ୟ ପରୀକ୍ଷା କରିବାକୁ ଯାଉଛି ଆଉ ଏହା ହେଉଛି ତାହାର ସବୁଠାରୁ ବଡ଼ ମାନଦଣ୍ଡ ।
ଆପଣମାନଙ୍କୁ ସର୍ବଦା ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ କି ଆପଣଙ୍କର ପ୍ରୟାସ ଏବଂ ନିରନ୍ତର ଅଭ୍ୟାସ ଫଳରେ ହିଁ ଭାରତ ସଫଳତାର ପଥରେ ଆଗକୁ ନେଇ ଚାଲିଯିବ । କେବଳ ସକରାତ୍ମକ କିମ୍ବା ଉଦ୍ଦେଶ୍ୟ ଏହା ହିଁ ଆପଣମାନଙ୍କର ପ୍ରେରଣାର ସ୍ରୋତ ହେବା ଆବଶ୍ୟକ । ଆପଣମାନଙ୍କୁ ସର୍ବଦା ଏହି ବିଷୟକୁ ଧ୍ୟାନରେ ରଖିବାକୁ ହେବ କି 130 କୋଟି ଜନତାଙ୍କର ଜୀବନ ସୁରକ୍ଷିତ ଏବଂ ସହଜ କରିବାର ଦାୟିତ୍ୱ ଆପଣଙ୍କର କାନ୍ଧରେ ନ୍ୟସ୍ତ ରହିଛି ।
ସାଥୀଗଣ, ଆଜିର ଏହି କାର୍ଯ୍ୟକ୍ରମ ତ ହେଉଛି ଏକ ଆରମ୍ଭ ମାତ୍ର । ଆପଣଙ୍କ ସମ୍ମୁଖରେ କେବଳ ଅଗାମୀ ଏକ ବର୍ଷ ନାହିଁ, ଆଗାମୀ ଦଶକ ରହିଛି । ଏହି ଏକ ଦଶକରେ ଡିଆରଡିଓର ମଧ୍ୟମ ଏବଂ ଦୀର୍ଘମିଆଦୀ ରୋଡମ୍ୟାପ୍ କ’ଣ ହେବ, ଏହା ଉପରେ ଗମ୍ଭୀରତାର ସହିତ ବିଚାର କରାଯିବା ଦରକାର । ଆଉ ମୁଁ ଆଉ ଏକ ପରାମର୍ଶ ଦେଉଛି । ଆଉ ଏହି ପାଞ୍ଚଟି ପରୀକ୍ଷାଗାର 35 ଏବଂ ତା’ତଳର ଟିମ୍ ରହିଛନ୍ତି ଆଉ ଯେତେବେଳେ ଏହି ଟିମ୍ ରେ 36 ହୋଇଯିବେ ତ କ’ଣ ହେବ ତ ମୁଁ ସେହି ଲୋକମାନଙ୍କୁ ଆଶ୍ୱାସନା ଦେଉଛି କି ଏବେ ଏହି ପାଞ୍ଚଟି ଲ୍ୟାବକୁ 45 ହେବାରେ ମଧ୍ୟ ସ୍ୱାଧୀନତା ରହିଛି ଏବଂ 55 ହେବାରେ ମଧ୍ୟ ସ୍ୱାଧୀନତା ରହିଛି । ଆପଣଙ୍କୁ ନୂତନ ପାଞ୍ଚ ଗବେଷଣାଗାର 35ଭଳି ତିଆରି କରିବାକୁ ହେବ 35ଟିର ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ ନାହିଁ ଏହି 35 ବାଲାକୁ 40 ହେବାକୁ ଦିଅନ୍ତୁ, ଏହି 35 ବାଲାକୁ 45 ହେବାକୁ ଦିଅନ୍ତୁ । ଏବେ ନୂତନ ପାଞ୍ଚଟି 35 ବାଲା କରନ୍ତୁ । ସେମାନେ ଯେତେବେଳେ 35 ଅତିକ୍ରମ କରିବେ ତ ପୁଣି ନୂଆ 35 ବାଲା ପାଞ୍ଚଟି କରନ୍ତୁ, ଏହି ଶୃଙ୍ଖଳ ଚାଲୁ ରହିବା ଆବଶ୍ୟକ । ଯଦି ଏହି ଶୃଙ୍ଖଳ ଚାଲିବ ନାହିଁ ତ ଏଠାରେ 32 ବାଲା ବସିଛନ୍ତି ସେ ଚିନ୍ତା କରିବେ କି ମୋ ପାଇଁ ଏଠାରେ 3 ବର୍ଷ ଅଛି ମୁଁ କ’ଣ କରିବି, ପୁଣି ନହେଲେ ତ ମୋର ସବୁ ସ୍ୱପ୍ନ ଭାଙ୍ଗିଯିବ । ତେଣୁ ଯେଉଁମାନଙ୍କୁ ଏହି ଲ୍ୟାବ୍ ଦିଆ ଯାଇଛି ସେମାନେ ଯେ ପର୍ଯ୍ୟନ୍ତ ଥକି ଯାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ତାହା ଦାୟିତ୍ୱରେ ଛାଡ଼ି ଦିଅନ୍ତୁ । ସେମାନେ ପଚାଶର ହୋଇ ଯାଆନ୍ତୁ କିମ୍ବା ପଞ୍ଚାବନ ବର୍ଷର ହୋଇ ଯାଆନ୍ତୁ ଷାଠିଏ ବର୍ଷର ହୋଇ ଯାଆନ୍ତୁ କରିବାକୁ ଦିଅନ୍ତୁ । 5ଟି ନୂଆ ଲ୍ୟାବ୍ 35 ବାଲା କରି ଦିଅନ୍ତୁ । ଆଉ ଏହି ପାଞ୍ଚଟିର କ୍ରମ ଚାଲୁ ରହୁ । ତେବେ ଦେଖନ୍ତୁ ଆପଣ ନୂତନତାର ଏକ କ୍ଷେତ୍ର ଲଗାତାର ଗଢ଼ି ଚାଲିବେ । ଆଉ ଏହା ଆମକୁ ସର୍ବଶେଷ ଲାଭ ପ୍ରଦାନ କରିବ । ଆଉ ଆମେ କେବଳ ମାତ୍ର ବିଚାର କରିବା ଉପରେ ରହି ନ ଯାଉ । ନିର୍ଦ୍ଧାରିତ ସମୟ ଭିତରେ କ୍ରିୟାତ୍ମକ ବିନ୍ଦୁ ଉପରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବା ଦରକାର ।
ମୁଁ ଡିଆରଡିଓକୁ ସେହି ଉଚ୍ଚତାରେ ଦେଖିବାକୁ ଚାହୁଁଛି ଯେଉଁଠି ସେ ନା କେବଳ ଭାରତର ବୈଜ୍ଞାନିକ ସଂସ୍ଥାନଗୁଡ଼ିକର ଦିଗ ଏବଂ ଅବସ୍ଥା ନିର୍ଦ୍ଧାରିତ କରିବ, ବରଂ ଦୁନିଆର… ଆଉ ମୁଁ ଖୁବ୍ ଦାୟିତ୍ୱବାନ୍ ଭାବେ କହୁଛି । ଦୁନିଆର… ଏବଂ ଅନ୍ୟ ବଡ଼ ସଂସ୍ଥାନଗୁଡ଼ିକ ପାଇଁ ମଧ୍ୟ ଡିଆରଡିଓ ଏବଂ ଆମର ୟଙ୍ଗ ଲ୍ୟାବ୍ ପ୍ରେରଣା ସ୍ରୋତ ହୋଇ ପାରିବ । ମୁଁ ଏପରି କାହିଁକି କହୁଛି ତାହାର ନିର୍ଦ୍ଦିଷ୍ଟ କାରଣ ରହିଛି.. କାରଣ ହେଉଛି ଡିଆରଡିଓର ଇତିହାସ, ଡିଆରଡିଓର ପ୍ରଦର୍ଶନ, ଡିଆରଡିଓ ହେଉଛି ଦେଶର ଭରସା ।
ସାଥୀଗଣ, ଆଜି ଦେଶର ଉନ୍ନତତମ ବୈଜ୍ଞାନିକ ମସ୍ତିଷ୍କ ଡିଆରଡିଓ ପାଖରେ ରହିଛି । ଡିଆରଡିଓର ଉପଲବ୍ଧି ହେଉଛି ଅନନ୍ତ । ଏବେ ମୁଁ ଯେଉଁ ପ୍ରଦର୍ଶନୀ ଦେଖିଛି ଯେଉଁଥିରେ ବର୍ତ୍ତମାନର ଉପଲବ୍ଧି ସହିତ ଭବିଷ୍ୟତର ଆପଣଙ୍କର ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ଧାରଣା ରହିଛି । ଆଉ ମୋତେ ଏତେ ସରଳ ଭାଷାରେ ଆପଣଙ୍କର ଯୁବକମାନେ ବୁଝାଇଲେ କି ମୋର ମଧ୍ୟ ଧାରଣା ଆସିଗଲା କି ହଁ ଏହା ତ ମୁଁ ମଧ୍ୟ କରି ପାରିବି । ନହେଲେ ସ୍କୁଲରେ ତ କିଛି ବୁଝା ପଡ଼ୁ ନଥିଲା । ଆଜି ଆପଣ ବୁଝେଇଦେଲେ । ଆପଣ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଦୁନିଆର ସବୁଠାରୁ ଉତ୍କୃଷ୍ଟ କାର୍ଯ୍ୟକ୍ରମ ମଧ୍ୟରେ ସାମିଲ କରିଛନ୍ତି । ଆଉ ଗତ ବର୍ଷ ତ ମହାକାଶ ଏବଂ ଏୟାର ଡିଫେନ୍ସ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ନୂତନ ଦିଗ ପ୍ରଦାନକାରୀ ରହିଛି । ଏ-ସେଟ୍… ଏ-ସେଟ୍ ରୂପରେ ଅତ୍ୟାଧୁନିକ ମହାକାଶ ଟେକ୍ନୋଲୋଜିର ସଫଳ ପରୀକ୍ଷଣ ଏହା ନିଶ୍ଚିତ ରୂପେ ଏକବିଂଶ ଶତାବ୍ଦୀର ଭାରତର ଦକ୍ଷତାକୁ ପରିଭାଷିତ କରିବ ।
ଆପଣମାନଙ୍କ ସମସ୍ତଙ୍କ ପ୍ରୟାସ ଫଳରେ ଆଜି ଭାରତ ସେହି ଖୁବ୍ କମ୍ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି ଯାହା ପାଖରେ ଏୟାରକ୍ରାଫ୍ଟ ଠାରୁ ନେଇ ଏୟାରକ୍ରାଫ୍ଟ କ୍ୟାରିୟର ପର୍ଯ୍ୟନ୍ତ ସବୁକିଛି ନିର୍ମାଣ କରିବାର କ୍ଷମତା ରହିଛି । କିନ୍ତୁ କ’ଣ ଏତିକି ମାତ୍ର କରିବାଟା ଯଥେଷ୍ଟ ହେବ । ଆଜ୍ଞା ନୁହେଁ… ସାଥୀଗଣ.. ଏବଂ… ଘରେ ମଧ୍ୟ ଦେଖିଥିବେ ଯେଉଁ ପିଲାଟି ଭଲ କାମ କରିଥାଏ ବାପା ମାଆ ତାକୁ ବେଶୀ ବ୍ୟସ୍ତ କରି ଥାଆନ୍ତି, ସେ ପାଞ୍ଚଟି କରିଥାଏ, ତ କୁହନ୍ତି ସାତୋଟି କର । ସାତୋଟି କରିଥାଏ ତ କୁହନ୍ତି ଦଶଟି କର.. ଆଉ ଯିଏ କରେ ନାହିଁ ଆରେ ଛାଡିଦିଅ… ସେ କରିବ ନାହିଁ ସେ… ତାକୁ ଛାଡ଼ି ଦେଇ ଥାଆନ୍ତି ତ ଆପଣଙ୍କ ସମସ୍ୟା ହେଉଛି କି ଆପଣମାନଙ୍କୁ ଲୋକମାନେ କାମ ବତାଇ ଚାଲିଥିବେ ।
ଦେଖନ୍ତୁ ରାମଚରିତ ମାନସରେ ଏକ ବହୁତ ବଢ଼ିଆ କଥା କୁହାଯାଇଛି । ରାମଚରିତ ମାନସରେ କୁହାଯାଇଛ :
କୱନ ଯୋ କାମ କଠିନ୍ ଜଗ୍ ମାହିଁ ।
ଯୋ ନହିଁ ହୋଇ ତାତ୍ ତୁହ୍ମ୍ ପାହିଁ । ।
ଅର୍ଥାତ ଏହି ଧରଣୀରେ ଏଭଳି କୌଣସି କାର୍ଯ୍ୟ ନାହିଁ ଯାହା ଆପଣଙ୍କ ଦ୍ୱାରା ହୋଇ ପାରିବ ନାହିଁ । ତ ସବୁକିଛି ହୋଇ ପାରିବ ଆପଣଙ୍କ ପାଇଁ କୌଣସି ମଧ୍ୟ କାର୍ଯ୍ୟ କଠିନ ନୁହେଁ । ଯେପରିକି ଯେତେବେଳେ ରାମଚରିତ ମାନସ ଲେଖା ଯାଇଥିଲା, ସେତେବେଳେ ତାଙ୍କୁ ଜଣା ନଥିଲା କି କେବେ ଡିଆରଡିଓ ଭଳି ସଂସ୍ଥା ହେବ । ମୁଁ ଡିଆରଡିଓ ପାଇଁ ମଧ୍ୟ ଏହା ଦୋହରାଇବାକୁ ଚାହୁଁଛି । ଆପଣ ହେଉଛନ୍ତି ଅସୀମ କ୍ଷମତାର ଅଧିକାରୀ, ଆପଣ ବହୁତ କିଛି କରି ପାରିବେ । ନିଜ ପରିସରର ସମ୍ପ୍ରସାରଣ କରନ୍ତୁ, ନିଜ ପ୍ରଦର୍ଶନ ଏବଂ ମାନଦଣ୍ଡକୁ ବଦଳାନ୍ତୁ । ନିଜ ଡେଣାକୁ ସଂପୂର୍ଣ୍ଣ କ୍ଷମତାର ସହିତ ଉନ୍ମୁକ୍ତ କରି ଆକାଶରେ ଏକଛତ୍ର ଶାସନ କରିବାର ସାହସ ତ ଦେଖାନ୍ତୁ । ସୁଯୋଗ ରହିଛି ଆଉ ମୁଁ ଆପଣମାନଙ୍କ ସହିତ ରହିଛି ।
ଦେଶର ପ୍ରଧାନମନ୍ତ୍ରୀ ଭାବେ ମୁଁ ଆପଣମାନଙ୍କ ସାମ୍ନାରେ ଠିଆ ହୋଇ କହୁଛି କି ସରକାର ସଂପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଅଛନ୍ତି, ଦେଶର ବୈଜ୍ଞାନିକଙ୍କ ସହିତ ନବସୃଜନକାରୀଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବା ପାଇଁ ଆଜି ହିନ୍ଦୁସ୍ତାନ ପ୍ରସ୍ତୁତ ହୋଇଛି । ଆପଣ ସମସ୍ତେ ଏହି କଥା ସହିତ ପରିଚିତ ଅଛନ୍ତି କି ଆଗାମୀ ଦିନରେ ଆକାଶ ଏବଂ ସମୁଦ୍ର ସହିତ ସାଇବର୍ ଏବଂ ମହାକାଶ ମଧ୍ୟ ଦୁନିଆର ବହୁମୁଖୀ ରଣନୀତିକୁ ସ୍ଥିର କରିବ । ଏହା ସହିତ ବୌଦ୍ଧିକତା କଳ ଭବିଷ୍ୟତରେ ପ୍ରତିରକ୍ଷା ଏବଂ ସୁରକ୍ଷା କଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ଏଭଳି ସ୍ଥିତିରେ ଭାରତ କାହାଠାରୁ ମଧ୍ୟ ପଛରେ ରହି ପାରିବ ନାହିଁ । ନିଜ ନାଗରିକମାନଙ୍କୁ, ନିଜ ସୀମା ଏବଂ ନିଜ ହିତର ରକ୍ଷା ପାଇଁ ଭବିଷ୍ୟତର ଟେକ୍ନୋଲୋଜି ଉପରେ ନିବେଶ ମଧ୍ୟ ଜରୁରୀ ଏବଂ ନବସୃଜନର ମଧ୍ୟ ଆବଶ୍ୟକତା ରହିଛି ।
ମୋର ବିଶ୍ୱାସ ରହିଛି କି ଯେ ନ୍ୟୁ ଇଣ୍ଡିଆର ଆବଶ୍ୟକତାଗୁଡ଼ିକୁ ଏବଂ ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ପାଇଁ ଆପଣମାନେ କେବେ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ । ବରଂ ମୁଁ ଏହା ତ କହିବି କି ଆପଣମାନଙ୍କ ପରିସର କେବଳ ଭାରତ ଭିତରେ ସୀମିତ ରହିବା ଅନୁଚିତ । ଡିଆରଡିଓ ଭଳି ସଂସ୍ଥାନ ବିଶ୍ୱରେ ମାନବତାକୁ ବହୁତ କିଛି ଦେଇ ପାରିବ । ବିଶ୍ୱ ସୁରକ୍ଷାରେ ଆପଣମାନେ ବହୁତ ବଡ଼ ଭୂମିକା ତୁଲାଉଛନ୍ତି । ଆଜି ଦୁନିଆର ବହୁତଗୁଡ଼ିଏ ଦେଶ ଅଛି ଯେଉଁମାନଙ୍କ ପାଇଁ ସୀମାରେ ଆକ୍ରମଣର ବିପଦ ନାହିଁ । ଆଖପାଖର ସମସ୍ତେ ମିତ୍ର ଦେଶ ଅଛନ୍ତି। କିନ୍ତୁ ଏହି ଦେଶ ମଧ୍ୟ ଯିଏ କେବେ ଚିନ୍ତା କରି ନଥିଲା କି ସେମାନଙ୍କୁ ମଧ୍ୟ ବନ୍ଧୁକ ଉଠାଇବାକୁ ପଡ଼ିବ । କାରଣ ଆଖପାଖରେ କେବେ ଯୁଦ୍ଧର ବିପଦ ହିଁ ନଥିଲା । ସୀମାଗୁଡ଼ିକ ସୁରକ୍ଷିତ ଥିଲା, ଶାନ୍ତ ଥିଲା, ଉନ୍ମୁକ୍ତ ଥିଲା, ସ୍ନେହର ବାତାବରଣ ଥିଲା କିନ୍ତୁ ସେହି ଦେଶ ମଧ୍ୟ ଆତଙ୍କବାଦର କବଳକୁ ଆସି ଯାଇଛି । ସେମାନଙ୍କୁ ମଧ୍ୟ ବନ୍ଧୁକ ଉଠାଇବାକୁ ପଡ଼ିଲା ।
ଡିଆରଡିଓ ଏଭଳି ଦେଶରେ ମଧ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧିରେ ନିଜର ଯୋଗଦାନ ଦେଇ ପାରିବ । ଯେଉଁ ଛୋଟ ଛୋଟ ଦେଶର ଲୋକମାନଙ୍କୁ ମୁଁ ଭେଟୁଛି, ସେମାନଙ୍କର ଏତେ ଆବଶ୍ୟକତା ବଢ଼ି ଯାଇଛି, ସୀମିତ ସଂସାଧନ ଥାଇ ମଧ୍ୟ ଏହି ବିପଦ ପାଇଁ ସେମାନଙ୍କୁ କିଛି କିଛି ନୂଆ ଚିନ୍ତା କରିବାକୁ ପଡ଼ିବ । ଆମେ ଏଭଳି ଛୋଟ ଛୋଟ ଲୋକଙ୍କ ହାତ ଧରି ସେମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେଇ ପାରିବା । ଏହା ହେବ ମାନବିକତାର କାର୍ଯ୍ୟ । ଆଉ ଆପଣମାନଙ୍କ ଦ୍ୱାରା କରାଯାଇଥିବା ଏଭଳି ପ୍ରତ୍ୟେକ କାର୍ଯ୍ୟ ମାନବତାର ବହୁତ ବଡ଼ ସେବା ହେବ ଆଉ ବିଶ୍ୱ ମଞ୍ଚରେ ଭାରତର ଭୂମିକାକୁ ମଧ୍ୟ ଆହୁରି ସୁଦୃଢ଼ କରିବ ।
ସାଥୀଗଣ, ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ, ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଡିଆରଡିଓକୁ ନୂତନ ଉଦ୍ଭାବନ ସହିତ ଆଗକୁ ଆସିବାକୁ ପଡ଼ିବ । ଦେଶରେ ଏକ ଜୀବନ୍ତ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବାରେ, ମେକ୍ ଇନ୍ ଇଣ୍ଡିଆକୁ ସୁଦୃଢ଼ କରିବାରେ ଡିଆରଡିଓର ଉଦ୍ଭାବନର ବହୁତ ବଡ଼ ଭୂମିକା ରହିଛି । ଆଉ ଏଥିପାଇଁ ଆମର ଏହି ନିରନ୍ତର ପ୍ରୟାସ ହେବା ଉଚିତ କି ଡିଜାଇନରୁ ନେଇ ବିକାଶ ପର୍ଯ୍ୟନ୍ତ ଆମେ ସଂପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ ହେଉ । ଆମକୁ ଏଭଳି ଇକୋ-ସିଷ୍ଟମ୍ ବିକଶିତ କରିବାକୁ ହେବ, ଯେଉଁଠାରେ ସମନ୍ୱିତ ଏବଂ ନବସୃଜନ ଉପରେ ସଂପୂର୍ଣ୍ଣ ଧ୍ୟାନ ରହିବ ।
ସାଥୀଗଣ, ଆଜି ଭାରତ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସଂସ୍କାର ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି । ବିଶ୍ୱରେ ଯେତେ ଦ୍ରୁତ ଗତିରେ ପରିସ୍ଥିତି ବଦଳୁଛି, ଟେକ୍ନୋଲୋଜି ନିରନ୍ତର ଭାବେ ଭାରୀ ପଡ଼ୁଛି । ଭାରତ କେବଳ ପୁରୁଣା ବ୍ୟବସ୍ଥାଗୁଡ଼ିକ ଉପରେ ଭରସା କରି ପାରିବ ନାହିଁ । ଊନବିଂଶ ଶତାବ୍ଦୀର ବ୍ୟବସ୍ଥାଗୁଡ଼ିକ ଦ୍ୱାରା ଏକବିଂଶ ଶତାବ୍ଦୀ ଅତିକ୍ରମ କରି ପାରିବା ନାହିଁ । ଏବେ ଚଳିତ ସପ୍ତାହରେ, ସରକାରଙ୍କ ଦ୍ୱାରା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତି ଦିଆ ଯାଇଛି । ଏହି ସିଡିଏସ୍ ନିଜକୁ ନିଜ ମଧ୍ୟରେ ବହୁତ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ତାହାର ସିଧାସଳଖ ସମ୍ବନ୍ଧ ଡିଆରଡିଓକୁ ଯିବ । ବର୍ଷ ବର୍ଷ ପୂର୍ବରୁ ଏହି କଥାର ଆବଶ୍ୟକତା ଅନୁଭବ କରାଯାଇଥିଲା କି ଭାରତରେ ତିନି ସେନା ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ, ଏକତ୍ରିତ ଏବଂ ସାମଗ୍ରିକ କାର୍ଯ୍ୟ ପାଇଁ ଏଭଳି ପଦ ରହିବା ଦରକାର, ବ୍ୟବସ୍ଥା ହେବା ଆବଶ୍ୟକ । ଏହି ପଦ ଆମ ସରକାରଙ୍କ ତରଫରୁ ଦେଶ ପାଇଁ ବଡ଼ ଦିନର ଉପହାର ଥିଲା, ଯାହାକୁ ଆମେ ସଂପୂର୍ଣ୍ଣ କରିଛୁ ।
ସାଥୀଗଣ, ଆମକୁ ପରିବର୍ତ୍ତନର ଏହି ସମୟ ସହିତ ନିଜକୁ ନିରନ୍ତର ସୁଦୃଢ଼ କରିବାକୁ ହେବ । ଏହା ଦେଶର ସର୍ବଦା ଆଶା ରହିବ ଏବଂ ଯୁବ ବୈଜ୍ଞାନିକମାନଙ୍କ ଗବେଷଣାଗାର ସ୍ଥାପନା ପଛରେ ମଧ୍ୟ ଏହି ଦୃଷ୍ଟିକୋଣ ରହିଛି । ଆଜି ଭବିଷ୍ୟତର ବୈଷୟିକ ଆହ୍ୱାନର ମୁକାବିଲା କରିବା ଏହା ସହିତ ଡିଆରଡିଓର କାର୍ଯ୍ୟ ସଂସ୍କୃତିରେ ମଧ୍ୟ ନୂତନ ଉର୍ଜ୍ଜାର ସଞ୍ଚାର କରିବା, ଏହି କାମନା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ପୁଣି ଥରେ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା ।
ଆପଣମାନଙ୍କୁ ଏବଂ ଆପଣମାନଙ୍କ ପରିବାରକୁ ପୁଣିଥରେ ନବବର୍ଷର ମଙ୍ଗଳକାମନା ।
ବହୁତ ବହୁତ ଧନ୍ୟବାଦ!
Furthering innovation among youngsters.
— Narendra Modi (@narendramodi) January 2, 2020
In Bengaluru, I had the honour of dedicating to the nation five labs for our young scientists.
Located in different parts of India, these labs will have a very positive impact as far as improving research in science is concerned. pic.twitter.com/HfzqRyRTSr
DRDO has many bright minds associated with it.
— Narendra Modi (@narendramodi) January 2, 2020
An organisation like DRDO can make rich contributions to the global security apparatus. pic.twitter.com/yc6THka7JY
ये भी हम सबके लिए बहुत गौरव का विषय है कि ये आयोजन Aeronautical Development Establishment में हो रहा है, जहां हम सभी के श्रद्धेय डॉ. ए पी जे अब्दुल कलाम DRDO से जुड़े थे: PM @narendramodi
— PMO India (@PMOIndia) January 2, 2020
मुझे संतोष है कि AdvancedTechnologies के क्षेत्र में 5 Labs स्थापित करने के सुझाव पर गंभीरता से काम हुआ और आज बेंगलुरु, कोलकाता, चेन्नई, हैदराबाद और मुंबई में 5 ऐसे संस्थान शुरु हो रहे हैं: PM @narendramodi
— PMO India (@PMOIndia) January 2, 2020
ये Labs, देश में उभरती हुई Technologies के क्षेत्र में, Research और Development के स्वरूप को तैयार करने में मदद करेंगी: PM @narendramodi
— PMO India (@PMOIndia) January 2, 2020
अपने युवा वैज्ञानिक साथियों से मैं ये भी कहूंगा कि ये Labs, सिर्फ टेक्नॉलॉजी को टेस्ट नहीं करेंगी, आपके टेंपरामेंट और पेशेंस को भी टेस्ट करने वाली हैं। आपको हमेशा ये ध्यान रखना होगा कि आपके प्रयास और निरंतर अभ्यास ही हमें सफलता के रास्ते पर ले जाएंगे: PM @narendramodi
— PMO India (@PMOIndia) January 2, 2020
आज का ये कार्यक्रम तो एक शुरुआत भर है।
— PMO India (@PMOIndia) January 2, 2020
आपके सामने सिर्फ अगला एक साल नहीं, अगला एक दशक है।
इस एक दशक में DRDO का मीडियम और लॉन्ग टर्म रोडमैप क्या हो, इस पर बहुत गंभीरता से विचार किया जाना चाहिए: PM @narendramodi
मैं DRDO को उस ऊँचाई पर देखना चाहता हूं जहां वो न सिर्फ भारत के वैज्ञानिकसंस्थानों की दिशा और दशा तय करे, बल्कि दुनिया के अन्य बड़े संस्थानों के लिए भी प्रेरणास्रोत बनें: PM @narendramodi
— PMO India (@PMOIndia) January 2, 2020
आपने भारत के मिसाइल कार्यक्रम को दुनिया के सबसे उत्कृष्ट कार्यक्रमों में शामिल किया है। बीता वर्ष तो स्पेस और एयर डिफेंस के क्षेत्र में भारत के सामर्थ्य को नई दिशा देने वाला रहा है: PM @narendramodi
— PMO India (@PMOIndia) January 2, 2020
देश के प्रधानमंत्री के नाते मैं आपके सामने खड़ा होकर कह रहा हूं कि सरकार पूरी तरह आपके साथ, देश के वैज्ञानिकों के साथ, innovators के साथ कंधे से कंधे मिलाकर चलने के लिए तत्पर है: PM @narendramodi
— PMO India (@PMOIndia) January 2, 2020
भारत किसी से भी पीछे नहीं रह सकता। अपने नागरिकों, अपनी सीमाओं और अपने हितों की रक्षा के लिए भविष्य की तकनीक पर Investment भी ज़रूरी है और Innovation भी आवश्यक है: PM @narendramodi
— PMO India (@PMOIndia) January 2, 2020
Defence Manufacturing के क्षेत्र में, भारत को आत्मनिर्भर बनाने के लिए DRDO को नए Innovations के साथ सामने आना होगा।
— PMO India (@PMOIndia) January 2, 2020
देश में एक Vibrant Defense Sector को बढ़ावा देने में, मेक इन इंडिया को मजबूत करने में DRDO के Innovations की बहुत बड़ी भूमिका है: PM @narendramodi