Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକର ଟୁମକୁରୁଠାରେ ଯୁବ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ


କର୍ଣ୍ଣାଟକର ଟୁମକୁରୁଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ସମ୍ମେଳନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମ୍ମେଳନ ଯୁବଶକ୍ତି-ନୂତନ ଭାରତର ସଂକଳ୍ପ ବିଷୟବସ୍ତୁ ଉପରେ ଆୟୋଜନ କରାଯାଇଥିଲା  ।

ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷ ପୂର୍ତ୍ତି ଏବଂ ଭଗିନୀ ନିବେଦିତାଙ୍କ 150ତମ ଜୟନ୍ତୀ ତଥା ଟୁମକୁରୁସ୍ଥିତ ରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଟୁମକୁରୁଠାରେ ଏହି ସମ୍ମେଳନ ଆୟୋଜନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଯଥାସମ୍ଭବ ଯୁବପିଢ଼ିଙ୍କ ସହିତ ମିଶିବା ଲାଗି ଚେଷ୍ଟା କରିଥାନ୍ତି ଏବଂ ସେମାନଙ୍କ ଆଶା ଓ ଆକାଂକ୍ଷାକୁ ଜାଣିବା ସହ ତଦନୁଯାୟୀ କାର୍ଯ୍ୟ କରିବା ଲାଗି ପ୍ରୟାସ କରିଥା’ନ୍ତି  । ସେ କହିଥିଲେ ଯେ ଆଜିର ଆୟୋଜନର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ ।

ସେ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଭିନ୍ନସ୍ତରରେ  ସ୍ୱାଧୀନତା ହାସଲ ଲାଗି ସମସ୍ତେ ଏକମନରେ ସଂକଳ୍ପ ନେଇଥିଲେ  । ଏଥିରେ ସାମାଜିକ ସଂସ୍କାର ପାଇଁ ମଧ୍ୟ ପ୍ରୟାସ ସାମିଲ ଥିଲା  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 4 ବର୍ଷ ଧରି କେନ୍ଦ୍ର ସରକାର ଉତ୍ତର-ପୂର୍ବର ଭାବଗତ ଏକତ୍ରୀକରଣ ପାଇଁ ପ୍ରୟାସ କରି ସଫଳ ହୋଇଛନ୍ତି  । ସେ କହିଥିଲେ ଯେ ଏକତ୍ରୀକରଣ ଦ୍ୱାରା ହିଁ ଉଗ୍ରବାଦର ମୁକାବିଲା କରିହେବ  ।

ଏହାକୁ ହାସଲ କରିବା ଦିଗରେ ଜୀବନକୁ ସମର୍ପିତ କରିବା ଲାଗି ସଂକଳ୍ପ ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ  । ସେ କହିଥିଲେ ଯେ ଯୁବପିଢ଼ି ରାଷ୍ଟ୍ରନିର୍ମାଣରେ ସେମାନଙ୍କ ଶକ୍ତିର ଉପଯୋଗ କରିବା ଉଚିତ ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୂଦ୍ରା ଯୋଜନା, ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ ବିଷୟରେ ସେ ସୂଚନା ଦେଇଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଏକ ଉତ୍ତମ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଅତୀତରୁ ଶିକ୍ଷା ଲାଭ କରିବାକୁ ଚାହୁଁଛି  ।

 

**********