Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକର ହାମ୍ପିରେ ଚାଲିଥିବା ୩ୟ ଜି -୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠି ବୈଠକରେ ମୋଟ୍‍ ୧୭୫୫ ବସ୍ତୁ ସହିତ “ଲମ୍ବାନି ବସ୍ତୁଗୁଡିକର ସର୍ବ ବୃହତ ପ୍ରଦର୍ଶନ” ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହାମ୍ପି ଠାରେ ଅନୁଷ୍ଠିତ ତୃତୀୟ ଜି –୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠି ବୈଠକରେ ମୋଟ ୧୭୫୫ ଟି ବସ୍ତୁ ସହିତ ‘ଲମ୍ବାନୀ ବସ୍ତୁଗୁଡିକର ସର୍ବ ବୃହତ ପ୍ରଦର୍ଶନ‘ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡକୁ ପ୍ରଶଂସା କରିଛନ୍ତି ।

ସଂସ୍କୃତି ମନ୍ତ୍ରଣାଳୟର ଏକ ଟୁଇଟ୍‌କୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ପ୍ରଶଂସନୀୟ ପ୍ରୟାସ, ଯାହା ଲମ୍ବାନୀ ସଂସ୍କୃତି, କଳା ଏବଂ ହସ୍ତଶିଳ୍ପକୁ ଲୋକପ୍ରିୟ କରିବ ଏବଂ ନାରୀ ଶକ୍ତିଙ୍କୁ ସାଂସ୍କୃତିକ କାର୍ଯ୍ୟରେ ଭାଗ ନେବାକୁ ଉତ୍ସାହିତ କରିବ ।”

HS