Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କଲ୍ୟାଣମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ବାଂଲାଦେଶକୁ ୪.୫ ବିଲିଅନ ଆମେରିକୀୟ ଡଲାର ତୃତୀୟ ଲାଇନ୍ ଋଣ ସହାୟତା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ କଲ୍ୟାଣମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ବାଂଲାଦେଶକୁ 4.5 ବିଲିଅନ ଆମେରିକୀୟ ଡଲାର ତୃତୀୟ ଲାଇନ୍ ଋଣ ସହାୟତା ପ୍ରସ୍ତାବ ସଂକ୍ରାନ୍ତୀୟ ବୁଝାମଣାପତ୍ର (MoU)କୁ ପିଛିଲା ଭାବେ ଅନୁମୋଦନ ମିଳିଛି ।

ଗତ ଏପ୍ରିଲ୍ 2017ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ସମୟରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ, ବାଂଲାଦେଶରେରେ ଭିତିଭୂମି ବିକାଶ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ଉତ୍ତରପୂର୍ବାଂଚଳ ସହ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର, ବାଂଲାଦେଶରେ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ବ୍ୟବସାୟ ସୁଯୋଗ ଆଦି ସୁବିଧା ରହିଛି ।

ବାଂଲାଦେଶକୁ ଏହି ଆର୍ଥିକ ସହାୟତା ବ୍ୟବସ୍ଥା ଦ୍ୱାରା ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିବ ।

*************