ପିଏମଇଣ୍ଡିଆ

ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଓଲି ମହୋଦୟ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦର ପ୍ରସାଦ ଅଧିକାରୀ ମହାଶୟ, ପଶୁପତି ଅଂଚଳ ବିକାଶ ଟ୍ରଷ୍ଟର ସଦସ୍ୟ ଡ଼କ୍ଟର ପ୍ରଦୀପ ଢ଼କଲ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମ୍ମାନନୀୟ ଅତିଥିଗଣ, ଦୂର ଦୂରାନ୍ତରୁ ଆସିଥିବା ଭୋଲେ ବାବାଙ୍କର ଭକ୍ତଗଣ ଏବଂ ନେପାଳର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ବାବା ବିଶ୍ୱନାଥଙ୍କ କାଶୀ ଧରଣୀର ଜଣେ ପୁତ୍ର ଆଜି ପଶୁପତିନାଥଙ୍କ ପ୍ରାଙ୍ଗଣରେ ଏକାଠି ହୋଇଥିବା ଆପଣମାନଙ୍କୁ ସମସ୍ତଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି । ଆଦରଣୀୟ ଓଲି ମହୋଦୟ, ଯାହା କହିଲେ କି ନେପାଳୀ ଭାଷା ଆଉ ଆମେ ଗୁଜରାଟ ବାଲାଙ୍କୁ ବୁଝିବା ହେଉଛି ବଡ଼ ସରଳ ।
ଭାରତ ଏବଂ ନେପାଳର ମନ୍ତ୍ରୀ, ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କର ସ୍ୱର୍ଗବାସ ହେଲା ତ ଆମେ ଜାଣୁ କି ଏହି ଦୁଃଖର ସମୟରେ ଯେତେବେଳେ କେହି ନିଜର ସ୍ୱଜନ ଆପଣଙ୍କ ପର୍ଯ୍ୟନ୍ତ ପହଂଚି ଥାଆନ୍ତି, ତ ଆପଣଙ୍କ ମନକୁ ଏକ ବହୁତ ବଡ଼ ଆଶ୍ୱାସନା ମିଳିଥାଏ । ଅଟଳ ଜୀଙ୍କର ସ୍ୱର୍ଗବାସର କିଛି ସମୟ ପରେ କୋଲି ମହାଶୟ ମୋତେ ଫୋନ କରି ଏହି ଦୁଃଖର ସମୟରେ ସାନ୍ତ୍ୱନା ଦେଲେ, ଏହା ଏକ ଔପଚାରିକତା ନ ଥିଲା । ଥିଲା ନିଜସ୍ୱ ଭାବର ଏକ ସ୍ୱାଭାବିକ ପ୍ରକିୟା ଆଉ ଅଟଳ ଜୀଙ୍କ ପ୍ରତି ଯେଉଁ ଆଦର ଏବଂ ଭାବର ସହିତ ବିଦେଶ ମନ୍ତ୍ରୀ ସ୍ୱୟଂ ତାଙ୍କର ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଆସିଥିଲେ । ଆଉ ଆଜି ଅଟଳ ଜୀଙ୍କର କବିତା ଗୁଡ଼ିକୁ ନେପାଳୀ ଭାଷାରେ ଅନୁବାଦ କରିବା ପାଇଁ ନେପାଳ ସ୍ଥିର କରିଛି । ମୁଁ ବୁଝୁଛି କି କୌଣସି ମଧ୍ୟ ମହାପୁରୁଷଙ୍କର ସ୍ମୃତି ତାଙ୍କ ବାର୍ତ୍ତାକୁ ଆମେ କିଭଳି ଧରି ରଖି ପାରୁଛେ, ସେ ଯେଉଁ ଜ୍ଞାନ ପରଷିଛନ୍ତି ସେହି ଜ୍ଞାନକୁ ଆମେ କିଭଳି ଆଗାମୀ ପିଢି ପାଖରେ ପହଂଚାଇ ପାରୁଛେ । ତାହାକୁ ଆମେ ଜୀବନରେ କେତେ ପରିମାଣରେ କାର୍ଯ୍ୟକାରୀ କରି ପାରୁଛେ । ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହୋଇଥାଏ । ଆଉ ନେପାଳ ସମ୍ପର୍କରେ ଅଟଳ ଜୀର ଏହି ଯେଉଁ ଚିନ୍ତନ ଥିଲା, ତାଙ୍କର ଯେଉଁ ଜ୍ଞାନ ଥିଲା, ତାହାକୁ ସେ କବିତାରେ ସନ୍ନିବେଶିତ କରିଥିଲେ । ତତ୍କାଳୀନ ପରିସ୍ଥିତିଗୁଡ଼ିକୁ ଦେଖିବାର ଏକ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରିଥିଲେ । ସେହି କବିତାଗୁଡ଼ିକୁ ନେପାଳର ଆଗାମୀ ପିଢି ପାଖରେ ପହଂଚାଇବା ପାଇଁ ଯେଉଁ ସଂକଳ୍ପ କରାଯାଇଛି, ଏହି ଉତ୍ତମରୁ ଅତି ଉତ୍ତମ ଶ୍ରଦ୍ଧାଞ୍ଜଳି ପାଇଁ ମୁଁ ଆଦରଣୀୟ ଓଲି ମହୋଦୟଙ୍କୁ, ନେପାଳ ସରକାରଙ୍କୁ, ନେପାଳର ନାଗରିକ ମାନଙ୍କୁ, ଅନ୍ତଃକରଣ ପୂର୍ବକ କୃତଜ୍ଞତା ବ୍ୟକ୍ତ କରୁଛି ।
ଆମର ସାଂସ୍କୃତିକ ସମ୍ବନ୍ଧ ହେଉଛି, ଶତାବ୍ଦୀ ଶତାବ୍ଦୀ ପୁରୁଣା ସମ୍ବନ୍ଧ, କିନ୍ତୁ ଏହା ନିଶ୍ଚିତ ଯେ ଦୁନିଆର କୌଣସି ଦେଶ ସହିତ ସମ୍ବନ୍ଧ ସେ ପର୍ଯ୍ୟନ୍ତ ସୁଦୃଢ ହୋଇ ନ ଥାଏ, ଯେ ପର୍ଯ୍ୟନ୍ତ ଦୀର୍ଘକାଳୀନ ନୀତି ହୋଇ ନ ଥାଏ । ଯେ ପର୍ଯ୍ୟନ୍ତ ଜନ ସମ୍ପର୍କର ଶକ୍ତି ବଢ଼ି ନ ଥାଏ । କେବଳ କାଠମାଣ୍ଡୁ ଆଉ ନୂଆଦିଲ୍ଲୀ ମିଶିଯିବେ, କେବଳ କାଠମାଣ୍ଡୁ ଆଉ ନୂଆଦିଲ୍ଲୀର ସରକାର ମିଶିଯିବେ, ଏତିକିରେ କଥା ହୋଇ ଯାଇ ନ ଥାଏ, ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନେପାଳୀ, ପ୍ରତ୍ୟେକ ହିନ୍ଦୁସ୍ଥାନୀ ଜଣେ – ଅନ୍ୟ ଜଣଙ୍କ ସହିତ ମିଳିମିଶି ନ ଥାଏ, ଶକ୍ତି ସୃଷ୍ଟି ହୋଇ ନ ଥାଏ । ଆଉ ଆଜି ଜନଶକ୍ତିକୁ ପ୍ରୋତ୍ସାହନ ଦେବାର ଉତ୍ସବ ନେପାଳ-ଭାରତ ମୈତ୍ରୀର ପ୍ରତୀକ ଏହି ଧର୍ମଶାଳାର ଏଠାରେ ଲୋକାର୍ପଣ ହେଉଛି ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଯେତେବେଳେ ମଧ୍ୟ ମୁଁ କାଠମାଣ୍ଡୁ ଆସିଥାଏ ଏଠାକାର ଲୋକଙ୍କର ସ୍ନେହ ଆଉ ଆପଣାର ଭାବ ମୁଁ ହୃଦୟର ସହିତ ଅନୁଭବ କରେ । ନା କେବଳ ମୋ ପାଇଁ, ବରଂ ଭାରତ ପ୍ରତି ମଧ୍ୟ ଏହି ଆତ୍ମୀୟତା ନେପାଳରେ ଦେଖିବାକୁ ମିଳିଥାଏ । ପ୍ରାୟ ଚାରି ବର୍ଷ ପୂର୍ବେ ମୁଁ ଶ୍ରାବଣ ମାସର ଶେଷ ସୋମବାରରେ ଏଠାରେ ପଶୁପତିନାଥଙ୍କ ପାଦ ତଳେ ଆସି ପୂଜା କରିବାର ସୁଯୋଗ ପାଇଥିଲି । କିଛି ମାସ ପୂର୍ବେ ଯେତେବେଳେ ମୁଁ ଏଠାକୁ ଆସିଥିଲି ତ ମୋତେ ପଶୁପତିନାଥ, ମୁକ୍ତିନାଥ ଏବଂ ଜାନକୀଧାମ – ତିନୋଟି ବଡ଼ ତୀର୍ଥସ୍ଥାନକୁ ଯିବାର ସୌଭାଗ୍ୟ ମିଳିଥିଲା । ମୁଁ ଭକ୍ତି ଭାବରେ ଗଦଗଦ୍ ହୋଇ ଉଠିଛି, କାରଣ ଆଜି ବାବା ପଶୁପତିନାଥ ପୁଣି ଥରେ ମୋତେ ଦର୍ଶନ ଦେଇଛନ୍ତି, ସିଧା ତାଙ୍କ ପାଦ ତଳକୁ ଆସିବା ପାଇଁ ମୋତେ ସୌଭାଗ୍ୟ ମିଳିଛି । ଏହା କେବଳ ମୋର ଭାବନା ନୁହେଁ, ବରଂ ଭାରତ ଏବଂ ବିଶ୍ୱର କୋଟି କୋଟି ଆଧ୍ୟାତ୍ମିକ ଜୀବନକୁ ସ୍ୱୀକାର କରିଥିବା ଲୋକ, ଧାର୍ମିକ ପରମ୍ପରାକୁ ସ୍ୱୀକାର କରିଥିବା ଲୋକ, ପ୍ରଭୁ ଭକ୍ତିରେ ଲୀନ ହେଉଥିବା ଶିବ ଭକ୍ତଙ୍କ ଇଚ୍ଛା ଥାଏ କି ଜୀବନରେ ଅତି କମରେ ଥରେ ପଶୁପତିନାଥଙ୍କର ଦର୍ଶନ କରିବେ । ଭାରତ ଏବଂ ନେପାଳ ମଧ୍ୟରେ ଶିବଭକ୍ତି ଏବଂ ଭକ୍ତଙ୍କ ସମ୍ବନ୍ଧ ଏତେ ସୁଦୃଢ଼ ଯେ, ନା ସମୟର ତା ଉପରେ ପ୍ରଭାବ ପଡ଼ିଛି, ଆଉ ନା ହିଁ ଦୂରତାର ପ୍ରଭାବ ପଡ଼ିଛି, ଆଉ ନା ହିଁ ରାସ୍ତାର ପ୍ରଭାବ ପଡ଼ିଛି । କାଠମାଣ୍ଡୁ ଏବଂ କନ୍ୟାକୁମାରୀ ମଧ୍ୟରେ ହଜାର ହଜାର କିଲୋମିଟରର ଦୂରତା ଅଛି, କିନ୍ତୁ ପ୍ରାୟ ଦେଢ ହଜାର ବର୍ଷ ପୂର୍ବରୁ ହିଁ ତାମିଲନାଡୁରେ ପଶୁପତିନାଥଙ୍କର ଗାଥା ଗୁଂଜରିତ ହେଉଛି ।
ଶୈବ କୁରୁବରଙ୍କର ଥୈବରମ୍ ରେ ଭଗବାନ ପଶୁପତିନାଥଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି, ଉତ୍ତମ ସ୍ଥାନ ଅଛି । ଆଉ ବାବା ପଶୁପତିନାଥ ସୁଦୂର ଦକ୍ଷିଣ ଭାରତର ନିଜର ଅନନ୍ତ ଭକ୍ତମାନଙ୍କୁ ପିଢି ପରେ ପିଢି ଶହ ଶହ ବର୍ଷ ଧରି ଗଣେଶ ଏବଂ କାର୍ତ୍ତିକଙ୍କ ଭଳି ନିଜେ ଏହି ମନ୍ଦିରରେ ସ୍ଥାନ ଦେଇଛନ୍ତି । ଆଉ ଏଥିପାଇଁ ଆଜି ମୋର ପରମ ବନ୍ଧୁ ପ୍ରଧାନମନ୍ତ୍ରୀ ଓଲି ମହୋଦୟଙ୍କ ସହିତ ମିଶି ‘ନେପାଳ-ଭାରତ ମୈତ୍ରୀ ପଶୁପତି ଧର୍ମଶାଳା’କୁ ସାରା ସଂସାରର ଯାତ୍ରୀମାନଙ୍କ ପାଇଁ, ପର୍ଯ୍ୟଟକମାନଙ୍କ ପାଇଁ, ଶିବ ଭକ୍ତମାନଙ୍କ ପାଇଁ ସମର୍ପିତ କରିବା ବେଳେ ମୋ ଆନନ୍ଦର କୌଣସି ସୀମା ନାହିଁ । ସାରା ଦୁନିଆରୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶହେ ପଚିଶ କୋଟି ଭାରତବାସୀଙ୍କ ତରଫରୁ ପଶୁପତିନାଥଙ୍କ ପାଦତଳେ ଏହା ଏକ ଛୋଟ ଉପହାର ଦେବାର ସୌଭାଗ୍ୟ ମୋତେ ମିଳିଛି ।
ସାଥୀଗଣ,
ପଶୁପତିନାଥ, ମୁକ୍ତିନାଥ ଏବଂ ଜାନକୀ ଧାମ ନେପାଳର ବିବିଧତାକୁ ଏକତା ସହିତ ଗୁନ୍ଥିଥାଏ, ଏହା ସହିତ ସେ ମଧ୍ୟ ଭାରତ ସହିତ ସଂପର୍କର ଡୋରକୁ ମଧ୍ୟ ପ୍ରତି କ୍ଷଣରେ ନୂତନ ଦୃଢ଼ତା ଦେଇଥାଏ । କାଶୀ ଏବଂ କାଠମାଣ୍ଡୁକୁ ବାବ ବିଶ୍ୱନାଥ ଏବଂ ପଶୁପତିନାଥ ଯୋଡୁଛନ୍ତି । ଆଉ ମୁଁ ସୋମନାଥଙ୍କ ମାଟିରୁ ଆସିଛି । ସୋମନାଥରୁ ବିଶ୍ୱନାଥ, ବିଶ୍ୱନାଥରୁ ପଶୁପତିନାଥ ସେହି ପ୍ରକାରରେ ମାତା ସୀତା ଏବଂ ପ୍ରଭୁ ଶ୍ରୀ ରାମଙ୍କର ସଂପର୍କ ଜନକପୁରକୁ ଅଯୋଧ୍ୟା ସହିତ ଏବଂ ମୁକ୍ତିନାଥ ମସ୍ତଙ୍ଗକୁ ଭଗବାନ ଜଗନ୍ନାଥ ପୁରୀ ସହିତ ଯୋଡୁଛନ୍ତି । ସୁନ୍ଦର ବାଗମତୀ ଘାଟି ମଧ୍ୟରେ ବିରାଜମାନ ପଶୁପତିନାଥ ଗୋଟିଏ ପ୍ରକାରରେ ଧୌଲାଗିରି ଏବଂ ଅନ୍ନପୂର୍ଣ୍ଣା ଆଉ ଅନ୍ୟ ପଟରେ ସାଗରମାଥା ଏବଂ କାଂଚନଜଙ୍ଗା । ଏହା ସମଗ୍ର ଦୁନିଆର ଶିବ ଭକ୍ତମାନଙ୍କୁ ଏବଂ ପର୍ଯ୍ୟଟକମାନଙ୍କକୁ ଏକ ସୁନ୍ଦର ଏବଂ ଅଦ୍ଭୁତ ଅନୁଭବ ଦେଇଥାଏ । କାଠମାଣ୍ଡୁର ଏହି ପବିତ୍ର ଧରଣୀ ହେଉଛି ହିନ୍ଦୁ ଏବଂ ବୌଦ୍ଧ ଆସ୍ଥାର ଏକ ପ୍ରକାରର ସଙ୍ଗମ ସ୍ଥଳୀ । ଏହି ଦୁଇଟି ମତ କିଭଳି ଭାବରେ ଗୋଟିଏ ଅନ୍ୟଟି ପ୍ରତି ସମାବେଶୀ ଅଟନ୍ତି, ତାହାକୁ ମାନୁଥିବା ଲୋକଙ୍କ ମଧ୍ୟରେ କିଭଳି ମିଳା – ମିଶା ଭାବ ରହିଛି । କାଠମାଣ୍ଡୁର ଗଳିକନ୍ଦି ଏବଂ ସାହି ବସ୍ତି ଦେଇ ଯାଉଥିବା ଯେ କୌଣସି ଯାତ୍ରୀ ଅନୁଭବ କରି ପାରିବେ । ଯେ କେହି ଅନୁଭବ କରିପାରିବେ । ଭଗବାନ ପଶୁପତିନାଥଙ୍କର ଏହି ଧାମ ମଧ୍ୟ ବହୁତ ଆସ୍ଥାର ଅନେକୁଡିଏ କେନ୍ଦ୍ର ସହିତ ଘେରି ହୋଇ ରହିଛି । ବୌଦ୍ଧ ଭିକ୍ଷୁଙ୍କ ପାଦଧୂଳିରେ ଗୁତଥା ଏବଂ ଏବେ ପ୍ରଦୀପ ମହାଶୟ କହୁଥିଲେ – ଓମ୍ ମଣି ପଦ୍ମେ ହମ୍ – ଏବଂ ଶିବ ଭକ୍ତଙ୍କ ମୁଖରୁ ଓମ୍ ନମଃ ଶିବାୟର ଜପ କେବେ ଏକାକାର ହୋଇ ଯାଇଥାଏ ଜଣାପଡି ନ ଥାଏ । ଏହି ପରମ୍ପରା ମଧ୍ୟ ନେପାଳ ଏବଂ ଭାରତ ମଧ୍ୟରେ ହେଉଛି ସମ୍ପର୍କର ଏକ ମହତ୍ୱପୂର୍ଣ୍ଣ ଶୃଙ୍ଖଳ । ନେପାଳର ଲୁମ୍ବିନୀ ବିଶ୍ୱକୁ ଗୌତମ ଦେଇଛି, ତ ଭାରତର ବୁଦ୍ଧଗୟା ବୁଦ୍ଧଙ୍କୁ ଦେଇଛି । ଗୌତମ ବୁଦ୍ଧଙ୍କ ପ୍ରଦର୍ଶୀତ ପଥ ଆଜି ଅତିବାଦ ଏବଂ ଆତଙ୍କବାଦ ଭଳି ଦୁନିଆର ଅନେକ ସମସ୍ୟାର ଗୁଡିକର ସମାଧାନ କରିବାର ହେଉଛି ପ୍ରେରଣା ସ୍ରୋତ ।
ସାଥୀଗଣ,
ଭାରତ ଏବଂ ନେପାଳ ମଧ୍ୟରେ ଆସ୍ଥା, ଅସ୍ମିତା ଏବଂ ଆପଣାର ଭାବର ଐତିହାସିକ ଭାଗିଦାରୀ ଅଛି । ଏହା ହେଉଛି ଆମର ଅତୁଟ ଶକ୍ତି, ହେଉଛି ମୂଲ୍ୟବାନ ସଂପଦ, ହେଉଛି ମୂଲ୍ୟବାନ ପରମ୍ପରା । ହଜାର ହଜାର ବର୍ଷର ଆମର ଗୌରବପୂର୍ଣ୍ଣ ଇତିହାସ, ବସୁଧୈବ କୁଟୁମ୍ବକମ୍ ପ୍ରତି ଆମର ନିଷ୍ଠା ହେଉଛି ସେହି ମୂଲ୍ୟ ଯାହା ଆମ ଦୁଇ ଦେଶକୁ ଦୁନିଆର ଅନେକ ସମସ୍ୟାରୁ ଅଲଗା କରିଥାଏ । ଏବେ ଓଲି ମହୋଦୟ କହୁଥିଲେ – ସର୍ବେ ଭବନ୍ତୁ ସୁଖିନଃ । ସର୍ବେ ସନ୍ତୁ ନିରାମୟାଃ । ପ୍ରତ୍ୟକଙ୍କର କଲ୍ୟାଣର କାମନା, କେବଳ ନିଜର ନୁହେଁ, ସର୍ବେ ଭବନ୍ତୁ ସୁଖିନଃ । ଏହା ହେଉଛି ଦୁଇ ଦେଶର ମୂଳ ଧାରଣା । ଆଉ ଏହି ସମୃଦ୍ଧିରୁ ବାହାରିଥିବା ଆତ୍ମବିଶ୍ୱାସ ହିଁ ବିଶ୍ୱରେ ଆମର ସ୍ଥାନ ସୁନିଶ୍ଚିତ କରିବ । ଦୁଇ ଦେଶର ଭବିଷ୍ୟତ ଏହି ଭାବନାରୁ ସ୍ଥିର ହେବ । ଆଜି ଆମେ ଯାହା ମଧ୍ୟ ହାସଲ କରି ପାରିଛୁ, ତାହା ସେତେବେଳେ ସାର୍ଥକ ହେବ, ଯେତେବେଳେ ସମସ୍ତଙ୍କର ବିକାଶ ହେବ, ବିଶେଷକରି ସେଥିରୁ ଯେଉଁମାନେ ବଂଚିତ ଅଛନ୍ତି, ପୀଡିତ ଅଛନ୍ତି, ଶୋଷିତ ଅଛନ୍ତି ସେମାନଙ୍କର ବିକାଶ ହେବ । ଆଜି ଭାରତ ଆର୍ଥିକ ବିକାଶର ନୂତନ ଶିଖରକୁ ଛୁଉଁଛି । ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନର ରାସ୍ତାରେ ଅଗ୍ରସର ହୋଇ ବିକାଶର ଆକାଶରେ ଏହା ଧ୍ରୁବ ତାରା ଭଳି ଆଜି ଚମକୁଛି । ‘ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ’ର ଯେଉଁ ମନ୍ତ୍ରକୁ ନେଇ ଆମେ କାର୍ଯ୍ୟ କରୁଛୁ, ସେଥିରେ ଆମର ନେପାଳୀ ଭାଇ ଓ ଭଉଣୀମାନଙ୍କର ମଧ୍ୟ ସେତିକି ସ୍ଥାନ ଅଛି, ‘ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ’ର କଥା କହିଥାଉ ତ ଏହା ସମସ୍ତଙ୍କ ପାଇଁ ଥାଏ । ପଡୋଶୀମାନଙ୍କ କାର୍ଯ୍ୟରେ ଆସିବା, ଆଉ ସୁଖ ସମୃଦ୍ଧି ପାଇଁ ସାଙ୍ଗରେ ଚାଲିବା ହେଉଛି ଆମ ପରମ୍ପରାର ଅଂଶ, ସେହି ଅନୁସାରେ ବାବା ପଶୁପତିନାଥଙ୍କ ଆଶୀର୍ବାଦରେ ଦୁଇ ଦେଶର ଏହି ସଂପର୍କ ମଧ୍ୟ ଆଗକୁ ବଢୁଛି ।
ସାଥୀଗଣ,
ପ୍ରତ୍ୟେକ ହିନ୍ଦୁସ୍ଥାନୀ ଏହା ଦେଖି ଆନନ୍ଦିତ ହୋଇଥାଏ କି ନେପାଳରେ ଆଜି ରାଜନୈତିକ ସ୍ଥିରତା ଅଛି । ଏହାର ପରିଣାମ ହେଉଛି କି ପ୍ରଗତିପଥରେ ନେପାଳ ନିଜ ଗତି ଦ୍ରୁତ କରିଛି । ମୁଁ ଏଠାରେ ଉପସ୍ଥିତ ନେପାଳ ନେପାଳର ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ, ନେପାଳର ପ୍ରତ୍ୟେକ ଜନତାଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି ଆପଣ ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ପାଇଁ ଏକ ବିଶ୍ୱାସର ପାତ୍ର, ବନ୍ଧୁ ଭାବେ ଭାରତର ସଦଭାବନା ଏବଂ ସହଯୋଗ ସବୁବେଳେ, ସବୁ ସମୟରେ, ସଦା ସର୍ବଦା ଆପଣମାନଙ୍କ ସହିତ ରହିଛି । ବାବା ପଶୁପତିନାଥଙ୍କ ଆଶିଷ ସଦାସର୍ବଦା ଏହି ମାଟି ଉପରେ ଥାଉ, ଆଉ ନେପାଳ – ଭାରତ ମୈତ୍ରୀ ଉପରେ ତାଙ୍କର କୃପା ଦୃଷ୍ଟି ରହୁ, ଏହା ହେଉଛି ମୋର ପ୍ରାର୍ଥନା । ଆସ୍ଥା, ସଭ୍ୟତା, ଏବଂ ସଂସ୍କୃତିର ଏହି ନିର୍ବିରୋଧ ଗତି ଭାରତ ଏବଂ ନେପାଳର କୋଟି କୋଟି ଜନତାଙ୍କ ଜୀବନକୁ ସମୃଦ୍ଧ କରି ଚାଲିଛି । ଏହି କାମନା ସହିତ ଭାରତ – ନେପାଳ ମୈତ୍ରୀ ଧର୍ମଶାଳା, ଆଉ ମୁଁ ଜାଣିଛି କି ଏହା ତ କୌଣସି ଭବନ ନୁହେଁ କେବଳ ସେଠାକୁ କେହି ଅଜଣା ଲୋକ ଆସିବେ, କେହି ଯାତ୍ରୀ ଆସିବେ, ସେ ସେଠାରେ ରହିବେ ତ, ତାହା କେବଳ ମାତ୍ର ରହିବାର ସ୍ଥାନ ନୁହେଁ । ପ୍ରତି କ୍ଷଣରେ ଭାରତ – ନେପାଳ ମୈତ୍ରୀର ସ୍ପର୍ଶଭାବ ତାହା ମନ ମନ୍ଦିରରେ ଗୁଂଜରିତ ହେବ ଆଉ ନିଜ ଘରକୁ ଫେରିବେ ସେତେବେଳେ ମଧ୍ୟ ସେ ଭାରତ – ନେପାଳ ମୈତ୍ରୀର ଚିରଂଜୀବୀ ଭାବ ନିଜ ମନରେ ନେଇ କରି ଚାଲି ଯିବେ । ଏହା ନିଜକୁ ନିଜ ମଧ୍ୟରେ ପ୍ରତୀକ ହେଉଛି କି, ବ୍ୟବସ୍ଥା ଗୁଡିକ ଭଲ ହେଉ, କିନ୍ତୁ ତାହା ଏକ ଜୀବନ୍ତ ଶକ୍ତି ଦେଇଥାଏ ଆଉ ଏହି ଧର୍ମଶାଳା ହେଉଛି ତାହାର ପ୍ରତୀକ, ଯାହା ଆମକୁ ଶକ୍ତି ଦେଇଥାଏ । ଏହି ବ୍ୟବସ୍ଥା କେବଳ ପଥଚାରୀଙ୍କ ପାଇଁ ପର୍ଯ୍ୟଟକଙ୍କ ପାଇଁ ରାତି କାଟିବାର ସ୍ଥାନ ସେତିକି ନୁହେଁ । ଏହା ନେପାଳର ପର୍ଯ୍ୟଟନକୁ ଶକ୍ତି ଦେବ । ଏହି ବ୍ୟବସ୍ଥା ଗୁଡିକ ନେପାଳକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଅତିରିକ୍ତ ସ୍ଥାନର ସୁଯୋଗ ଦେବ । ସାଧାରଣ ଆୟ କରୁଥିବା ବ୍ୟକ୍ତି ମଧ୍ୟ ଏହି ବ୍ୟବସ୍ଥା ଗୁଡିକରୁ ଲାଭ ପାଇପାରିବେ, ସେତେବେଳେ ଏହି ଭବନ କେବଳ ଭବନ ହୋଇ ରହିବ ନାହିଁ, ବସିବା, ଶୋଇବାର ଜାଗା ହୋଇ ରହିବ ନାହିଁ, ଏହି ଶାଖା ନେପାଳର ପର୍ଯ୍ୟଟନ ସହିତ ଜଡିତ ହୋଇଥିବା ଆର୍ଥିକ କାର୍ଯ୍ୟକଳାପକୁ ଏକ ନୂତନ ଉର୍ଜ୍ଜା ଦେଇଥାଏ, ନୂତନ ବଳ ଦେଇଥାଏ, ନୂତନ ଶକ୍ତି ଦେଇଥାଏ । ଆଉ ପର୍ଯ୍ୟଟନ ହେଉଛି ଏଭଳି ଏକ କ୍ଷେତ୍ର, ଯେଉଁଠାରେ କମ୍ ରୁ ଅତି କମ୍ ପୁଞ୍ଜି ନିବେଶରେ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେବାର ସମ୍ଭାବନା ରହିଛି, ଆଉ ଯେତେବେଳେ ଏଭଳି ବ୍ୟବସ୍ଥା ଗୁଡିକ ସାଧାରଣ ଜନତାଙ୍କ ପାଇଁ ଉପଳବ୍ଧ ହୋଇଥାଏ, ତ ପର୍ଯ୍ୟଟକମାନଙ୍କୁ ମଧ୍ୟ ଆସିବା ପାଇଁ ଇଚ୍ଛା ହୋଇଥାଏ, ସେମାନଙ୍କର ମଧ୍ୟ ଏଠାରେ ରହିବା ପାଇଁ ଇଚ୍ଛା ହୋଇଥାଏ ଆଉ ଯେତେ ବେଳେ ପର୍ଯ୍ୟଟକ ରହିଥାଏ ତ ନିଶ୍ଚୟ କିଛି ନା କିଛି ଦେଇ କରି ଯାଇଥାଏ ।
ମୋର ବିଶ୍ୱାସ ଅଛି ଯେ ଏହି ନେପାଳ – ଭାରତ ମୈତ୍ରୀ ପଶୁପତିନାଥ ଧର୍ମଶାଳା, ଏହା ନା କେବଳ ଏକ ଭବନ ନୁହେଁ, ଜଣେ ପଥଚାରୀର ରହିବାର ସ୍ଥାନ ନୁହେଁ, କିନ୍ତୁ ଏକ ମୈତ୍ରୀର ସ୍ତମ୍ଭ, ଏକ ମୈତ୍ରୀ, ଏକ ଏଭଳି ଆର୍ଥିକ ବ୍ୟବସ୍ଥାକୁ ଗତି ଦେବା ଭଳି ଉର୍ଜ୍ଜାର କେନ୍ଦ୍ର ହେବ, ଏହିଭଳି ଏକ ସଂମ୍ପୂର୍ଣ୍ଣ ଭରସାର ସହିତ ମୁଁ ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି, କାରଣ ବିମଷ୍ଟେକ୍ ଏତେ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା ଆଉ ସେ ମଧ୍ୟ ଏକ ଉତ୍ତମ ଭାବେ ଆଜି କାଠମାଣ୍ଡୁର ଧରଣୀରୁ ବିଶ୍ୱକୁ ବାର୍ତ୍ତା ଯାଇଛି । ବିଶ୍ୱର 22 ପ୍ରତିଶତ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ବିମଷ୍ଟେକ୍ ଶିଖର ବୈଠକ ଳେପାଳ ମାଟି ହେଉ, ପଶୁପତିନାଥ ଭଗବାନଙ୍କ ପାଦତଳେ ହେଉ, ତ ଏଠାରେ କରାଯାଇଥିବା ସଂକଳ୍ପ ସିଦ୍ଧ ନ ହୋଇ ରହି ପାରିବ ନାହିଁ । ଆଉ ଏଥି ପାଇଁ ମୋର ବିଶ୍ୱାସ ଅଛି କି ଓଲି ମହୋଦୟଙ୍କ ନେତୃତ୍ୱରେ କାଠମାଣ୍ଡୁର ଧରଣୀରୁ ହିମାଳୟର କୋଳରୁ ବାହାରିଥିବା ସଂକଳ୍ପ ଏହି ସମଗ୍ର ଭୂ-ଭାଗକୁ ଆଉ ସଂମ୍ପୂର୍ଣ୍ଣ କ୍ଷେତ୍ରକୁ ସୁଖ ଏବଂ ଶାନ୍ତିର ମାର୍ଗରେ ଯିବା ପାଇଁ ପଥ ଦେଖାଇବାରେ ବହୁତ ବଡ଼ ନିର୍ଣ୍ଣାୟକ ଭୁମିକା ତୁଲାଇବ ଆଉ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଦରଣୀୟ ଓଲି ମହୋଦୟ ତୁଲାଇଛନ୍ତି, ଏଥିପାଇଁ ମଧ୍ୟ ସେ ହେଉଛନ୍ତି ସାଧୁବାଦର ପାତ୍ର, ହେଉଛନ୍ତି ଅଭିନନ୍ଦନର ଅଧିକାରୀ ଆଉ ଏଥିପାଇଁ ମୁଁ ତାଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ପୁଣି ଥରେ ଏହି ସମାରୋହ ପାଇଁ ଆପଣମାନେ ସମୟ ବାହାର କରିଛନ୍ତି, ଆମ ସହିତ ମିଳିମିଶି ଆମକୁ ଆଜି ଏକ ଉପହାର ଦେବାର ସୌଭାଗ୍ୟ ମିଳିଲା, ହିନ୍ଦୁସ୍ଥାନରେ ମଧ୍ୟ ଏହି ବ୍ୟବସ୍ଥା ସହିତ ଲୋକ ଖୁସି ହେବେ, ନେପାଳର ଲୋକ ମଧ୍ୟ ଏହି ବ୍ୟବସ୍ଥା ଯୋଗୁଁ ଖୁସି ହେବେ ଆଉ ଏହି ବ୍ୟବସ୍ଥା ଦ୍ୱାରା ଏକ ନୂତନ ଆର୍ଥିକ ଗତି ଦେବାର ସୁଯୋଗ ମଧ୍ୟ ସୃଷ୍ଟି କରିବ, ଏହି ଗୋଟିଏ ଭାବନା ସହିତ ମୁଁ ପୁଣି ଥରେ ଭଗବାନ ପଶୁପତିନାଥଙ୍କ ପାଦ ତଳେ ନିଜର ମୁଣ୍ଡ ନୁଆଁଇ, ପ୍ରଣାମ କରି ମୋ କଥାକୁ ବିରାମ ଦେଉଛି, ବହୁତ – ବହୁତ ଧନ୍ୟବାଦ ।
***