Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାତାର ଅମିରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ


କାତାରର ଅମିର ଶେଖ ତମିମ ବିନ ଅହମ୍ମଦ ବିନ ଖଲିଫା ଅଲ ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
କାତାର ସହ ସଂପର୍କ ସୁଦୃଢ଼ କରିବାକୁ ଭାରତ ଗୁରୁତ୍ୱ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ କାତାର ଆମ ଘନିଷ୍ଠ ବନ୍ଧୁ ଓ ବିସ୍ତାରିତ ପଡ଼ୋଶୀ ବୋଲି କହିଥିଲେ । ମାନନୀୟ କାତାର ଅମିରଙ୍କୁ ତାଙ୍କ ନେତୃତ୍ୱ ପାଇଁ ତଥା ନିକଟ ଅତୀତରେ ଦ୍ରୁତ ଗତିରେ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ଼ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

ଉଭୟ ନେତା ଅଞ୍ଚଳିକ ପରିସ୍ଥିତି ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ବିପଦ ସୃଷ୍ଟି କରୁଛି ଓ ଏହା ଉଭୟ ଆଞ୍ଚଳିକ ତଥା ବିଶ୍ୱ ପ୍ରତି ବିପଜ୍ଜନକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସମସ୍ତ ପ୍ରକାର ଆତଙ୍କବାଦ ଓ ଏହା ପ୍ରତି ସମର୍ଥନ ବନ୍ଦ କରିବା ପାଇଁ ପ୍ରତ୍ୟକ୍ଷ ଓ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ କହିଥିଲେ ।

ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ (ଓଆଇସି)ର ଆବୁଧାବିରେ ଆୟୋଜିତ 46ତମ କାଉନସିଲ ଅଫ ଦ ଫରେନ ମିନିଷ୍ଟର୍ସରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର ଐତିହାସିକ ମହତ୍ୱ ରହିଛି ବୋଲି ଉଭୟ ନେତା ଏକମତ ହୋଇଥିଲେ ।

*****