Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାନପୁରରେ ସହର ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି । ଏହି ପ୍ରକଳ୍ପରେ ଦୁଇଟି ରହିବ ଯାହା କାନପୁରର ପ୍ରମୁଖ ସ୍ଥାନ ସହିତ କ୍ଲଷ୍ଟର କ୍ଷେତ୍ରକୁ ସଂଯୋଗ କରିବ । ମେଟ୍ରୋ ରେଳ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସହରରେ ଯାନବାହନ ଚଳପ୍ରଚଳ କମିବ ଓ ସଡକରେ ଯିବାଆସିବା ସୁବିଧାଜନକ ହେବ । ମେଟ୍ରୋ ରେଳ ବ୍ୟବସ୍ଥା ଦ୍ୱାରା ମାର୍ଗ ଜନିତ ବିକାଶ ଉନ୍ନତ ହେବ, ଯାହାଦ୍ୱାରା କରିଡର ଆଖପାଖରେ ଆବାସିକ ଓ ବ୍ୟବସାୟିକ ପରିସର ଗଢି ଉଠିବା ସହଜ ହେବ ।

ବୈଶିଷ୍ଟ୍ୟ:

1. ଆଇଆଇଟି- ନୌବସ୍ତା କରିଡର 23.785 କିଲୋମିଟର ବିଶିଷ୍ଟ ହେବ । ଏହା ଆଂଶିକ ଭାବେ ଏଲିଭେଟେଡ ଓ ଆଂଶିକ ଭାବେ ଭୂତଳ ହେବ । ଏଥିରେ ସମୁଦାୟ 22ଟି (14ଟି ଏଲିଭେଟେଡ ଓ 8ଟି ଭୂତଳ) ଷ୍ଟେସନ ରହିବ ।

2. କୃଷି ବିଶ୍ୱବିଦ୍ୟାଳୟରୁ ବାରା-8 ପର୍ଯ୍ୟନ୍ତ କରିଡର 8.60 କିଲୋମିଟର ହେବ ଓ ଏଥିରେ 4ଟି ଏଲିଭେଟେଡ ଓ 4ଟି ଭୂତଳ ଷ୍ଟେସନ ରହିବ ।

3. ପ୍ରକଳ୍ପରେ 11,076.48 କୋଟି ଟଙ୍କା ବିନିଯୋଗ ହେବ ଓ ଏହା 5 ବର୍ଷରେ ସଂପୂର୍ଣ୍ଣ ହେବ ।

କନେକ୍ଟିଭିଟି ହାଇଲାଇଟ୍ସ:

ଆଇଆଇଟି- ନୌବସ୍ତା କରିଡର ସହର ମଧ୍ୟ ଦେଇ ଯିବ । ଏହି ରାସ୍ତାରେ ପ୍ରମୁଖ ଶିକ୍ଷା ସଂସ୍ଥାନ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ପଡିବ । ଯେପରିକି ଆଇଆଇଟି କାନପୁର, ସିଏସଜେଏମ ବିଶ୍ୱବିଦ୍ୟାଳୟ, ଜିଏସୱାଇଏମ ମେଡିକାଲ କଲେଜ, ଝାକରକାଟି ବସଷ୍ଟାଣ୍ଡ ଓ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନ ଆଦି ।

କୃଷି ବିଶ୍ୱବିଦ୍ୟାଳୟରୁ ବାରା-8 ପର୍ଯ୍ୟନ୍ତ କରିଡର କାକାଦେଓ, ଗୋବିନ୍ଦ ନଗର ଭଳି ଜନବହୁଳ ଅଞ୍ଚଳରେ ସୁବିଧାଜନକ ପରିବହନ ବ୍ୟବସ୍ଥା ପ୍ରଦାନ କରିବ ।

ଏହି ମେଟ୍ରୋ ସହର ବାସିନ୍ଦା, ଯାତ୍ରୀ, ଶିଳ୍ପ ସଂସ୍ଥା କର୍ମଚାରୀଙ୍କୁ ପରିବେଶ ଅନୁକୂଳ ଓ ସ୍ଥାୟୀ ସାର୍ବଜନୀନ ପରିବହନ ଉପଲବ୍ଧ କରାଇବ ।
ବ୍ୟାବସାୟିକ ପରିଚାଳନା ପରେ 40 ଲକ୍ଷ ଲୋକେ କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଲାଭାନ୍ୱିତ ହେବେ ।

ପ୍ରସ୍ତାବିତ କରିଡରକୁ ବିଭିନ୍ନ ସ୍ତରରେ ରେଳ ଷ୍ଟେସନ ସହ ସଂଯୋଗ କରାଯିବ । ଏଥିରେ ଫିଡର ବସ, ମଧ୍ୟବର୍ତ୍ତୀ ସାର୍ବଜନୀନ ପରିବହନ (IPT) ଓ ନନ-ମୋଟର ପରିବହନ (NMT)ର ସୁବିଧା ଉପଲବ୍ଧ ହେବ । ଏହି ପ୍ରକଳ୍ପରେ ଭଡା ଓ ବିଜ୍ଞାପନରୁ ନନ-ଫେୟାର ବକ୍ସ ରାଜସ୍ୱ ସାଙ୍ଗକୁ ମାର୍ଗଜନିତ ବିକାଶ ଓ ବିକାଶ ଅଧିକାର ହସ୍ତାନ୍ତରଣ (TDR) ବ୍ୟବସ୍ଥାରେ ଭାଲ୍ୟୁ କ୍ୟାପଚର ଫାଇନାନ୍ସିଂ (VCF) ମଧ୍ୟ ମିଳି ପାରିବ ।

ଏହି ମେଟ୍ରୋ ରେଳ କରିଡର ନିକଟବର୍ତ୍ତୀ ଆବାସିକ ଅଞ୍ଚଳଗୁଡିକ ଲାଭାନ୍ୱିତ ହେବେ । ଏହି ଅଞ୍ଚଳର ଲୋକେ ଆଖପାଖର ଷ୍ଟେସନରୁ ସହରର ବିଭିନ୍ନ ଅଞ୍ଚଳକୁ ଯିବା ପାଇଁ ଟ୍ରେନ ବ୍ୟବହାର କରିପାରିବେ ।

ପ୍ରକଳ୍ପ ବିବରଣୀ:

“ଲକ୍ଷ୍ନୌ ମେଟ୍ରୋ ରେଳ କର୍ପୋରେସନ” ପୁନଃଗଠିତ ହୋଇ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ 50:50 ଅନୁପାତ ଥିବା ସଂଯୁକ୍ତ ମାଲିକାନା କମ୍ପାନୀ ହେବ । ଯାହା “ଉତ୍ତର ପ୍ରଦେଶ ମେଟ୍ରୋ ରେଳ କର୍ପୋରେସନ” ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ ।

କାନପୁର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଅର୍ଥ ସଂଗ୍ରହ ସମାନ ଇକ୍ୱିଟି ଜରିଆରେ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଆଂଶିକ ଭାବେ ଓ ଦ୍ୱିପାକ୍ଷିକ/ବହୁପକ୍ଷୀୟ ଅନ୍ତର୍ଜାତୀୟ ଫଣ୍ଡିଂ ଏଜେନ୍ସି/ଏଜେନ୍ସି ଦ୍ୱାରା ଉଦାର ଋଣ ଜରିଆରେ କରାଯିବ ।

ଉତ୍ତର ପ୍ରଦେଶ ସରକାର ଆର୍ଥିକ ବର୍ଷ 2019-20ରେ ଏହି ଅବଧି ପାଇଁ 175 କୋଟି ଟଙ୍କା ପୂର୍ବରୁ ଆବଣ୍ଟିତ କରି ସାରିଛନ୍ତି ।

ପ୍ରଭାବ:

ଏହି ପ୍ରକଳ୍ପ ମାଧ୍ୟମରେ ସହରରେ ରହୁଥିବା ଲୋକେ ଶସ୍ତା, ବିଶ୍ୱସନୀୟ, ସୁରକ୍ଷିତ, ନିଶ୍ଚିତ ଓ ସରଳ ପରିବହନ ବ୍ୟବସ୍ଥା ପାଇପାରିବେ । ଏହାଦ୍ୱାରା ଦୁର୍ଘଟଣା, ପ୍ରଦୂଷଣ, ଯାତ୍ରା ସମୟ, ଶକ୍ତି ବିନିଯୋଗ, ଅସାମାଜିକ ଘଟଣା କମିବା ସାଙ୍ଗକୁ ସହର ବିକାଶ ଓ ନିରନ୍ତର ଉନ୍ନତି ପାଇଁ ଭୂମି ବ୍ୟବହାର ନିୟନ୍ତ୍ରିତ ହେବ ।