ପିଏମଇଣ୍ଡିଆ
ଭାରତ ମାତାଙ୍କର ଜୟ ହେଉ, ଭାରତ ମାତାଙ୍କର ଜୟ ହେଉ । ଉତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପ ପୁରୀ ଜୀ, ଏଠାକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ସାଧ୍ୱୀ ନିରଞ୍ଜନ ଜ୍ୟୋତି ଜୀ, ଭାନୁପ୍ରତାପ ବର୍ମା ଜୀ, ଉତରପ୍ରଦେଶର ମନ୍ତ୍ରୀ ଶ୍ରୀ ସତୀଶ ମହାନା ଜୀ, ନୀଳିମା କଟିୟାର ଜୀ, ରଣବେନ୍ଦ୍ର ପ୍ରତାପ ଜୀ, ଲଖନ ସିଂହ ଜୀ, ଅଜିତ ପାଲ୍ ଜୀ, ଏଠାରେ ଉପସ୍ଥିତ ସମସ୍ତ ଆଦରଣୀୟ ସାଂସଦ, ସମସ୍ତ ଶ୍ରଦ୍ଧେୟ ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ! ଋଷି ମୁନି ମାନଙ୍କର ତପସ୍ଥଳୀ, ସ୍ୱାଧୀନତା ସଂଗ୍ରାମୀ ଏବଂ କ୍ରାନ୍ତିବୀର ମାନଙ୍କର ପ୍ରେରଣା ସ୍ଥଳୀ, ସ୍ୱାଧୀନ ଭାରତର ଓøଦ୍ୟୋଗିକ ସାମର୍ଥ୍ୟକୁ ଶକ୍ତି ପ୍ରଦାନ କରୁଥିବା ଏହି କାନପୁରକୁ ମୋର ଶତ ଶତ ପ୍ରଣାମ । ଏହି କାନପୁର ହେଉଛି ସେହି ସ୍ଥାନ ଯାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସୁନ୍ଦର ସିଂହ ଭଣ୍ଡାରୀ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱଙ୍କୁ ଗଢ଼ିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏବଂ ଆଜି କେବଳ କାନପୁର ଖୁସି ଅଛି, ସେମିତି ନୁହେଁ, ବରୁଣ ଦେବତା ମଧ୍ୟ ଏହି ଖୁସିରେ ସାମିଲ୍ ହେବା ନିମନ୍ତେ ମନ ବଳେଇଛନ୍ତି ।
ବନ୍ଧୁଗଣ,
କାନପୁରର ଲୋକମାନଙ୍କର ଯେଉଁ ମନୋଭାବ, କାନପୁରୀ ବିଚାରଧାରା ରହିଛି, ଯାହା ସେମାନଙ୍କର ଯେଉଁ ସଚ୍ଚୋଟତାପୂର୍ଣ୍ଣ ଭାବ ରହିଛି, ତାହାର ତୁଳନା କରାଯାଇ ନପାରେ । ଏହି (ଠଗୁ କେ ଲଡୁ) ଠଗୁର ଲଡୁରେ ଏଠାରେ କ’ଣ ଲେଖା ହୋଇଛି? ହଁ, ଠଗୁର ଲଡୁରେ ଏଠାରେ କ’ଣ ଲେଖା ହୋଇଛି? ଏମିତି କୌଣସି ସମ୍ପର୍କ ନାହିଁ, . . . ଏମିତି କୌଣସି ସମ୍ପର୍କ ନାହିଁ . . ଏବେ ଆଜି ପର୍ଯ୍ୟନ୍ତ ଆପଣମାନେ ଯାହା କହି ଆସିଛନ୍ତି, ତାହା କହି ଚାଲନ୍ତୁ । ବରଂ ମୁଁ ତ ଏହା କହିବି ଯେ, ଏବଂ ଯେତେବେଳେ ମୁଁ ଏହା କହିଥାଏ, ସେତେବେଳେ ମୁଁ କହିବି ଯେ ଏହା ସେହି କାନପୁର, ଯେଉଁଠାରେ ଏମିତି କେହି ନାହିଁ ଯାହାକୁ ସ୍ନେହ ମିଳି ନାହିଁ । ବନ୍ଧୁଗଣ, ଯେତେବେଳେ ସଙ୍ଗଠନର କାର୍ଯ୍ୟ ନିମନ୍ତେ ମୁଁ ଆପଣଙ୍କ ନିକଟକୁ ଆସୁଥିଲି, ସେତେବେଳେ ବହୁତ ଶୁଣିବାକୁ ପାଇଛି – ଝାଡେ ରହୋ କଲଟ୍ଟର – ଗଞ୍ଜ!!! ଝାଡେ ରହୋ କଲଟ୍ଟର – ଗଞ୍ଜ । ଆଜିକାଲି ଆପଣମାନେ ମଧ୍ୟ କହୁଛନ୍ତି, ନା ନୂତନ ପିଢ଼ିର ଲୋକମାନେ ଭୁଲି ଗଲେଣି ।
ବନ୍ଧୁଗଣ,
ଆଜି ମଙ୍ଗଳବାର ଅଟେ ଏବଂ ପନକୀବାଲା ହନୁମାନ ଜୀଙ୍କର ଆଶୀର୍ବାଦରୁ, ଆଜି ଉତରପ୍ରଦେଶର ବିକାଶରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହେଉଛି । ଆଜି କାନପୁରକୁ ମେଟ୍ରୋ ସଂଯୋଗୀକରଣ ସୁବିଧା ମିଳୁଛି । ଏହା ସହିତ ବୀଣା ବିଶୋଧନାଗାର ସହିତ ମଧ୍ୟ କାନପୁର ଏବେ ସଂଯୋଗ ହୋଇ ଯାଇଛି । ଏହା ଫଳରେ କାନପୁର ସହିତ ଉତରପ୍ରଦେଶର ଅନେକ ଜିଲ୍ଲାରେ ପେଟ୍ରୋଲିୟମ୍ ଉତ୍ପାଦ ଆହୁରି ସହଜରେ ମିଳି ପାରିବ । ଏହି ଦୁଇଟି ପ୍ରକଳ୍ପ ନିମନ୍ତେ ଆପଣ ସମସ୍ତଙ୍କୁ, ସମ୍ପୂର୍ଣ୍ଣ ଉତରପ୍ରଦେଶକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି! ଆପଣମାନଙ୍କ ସମସ୍ତଙ୍କ ନିକଟକୁ ଆସିବା ପୂର୍ବରୁ ଆଇଆଇଟି କାନପୁରରେ ମୋର କାର୍ଯ୍ୟକ୍ରମ ଥିଲା । ମୁଁ ପ୍ରଥମ ଥର ପାଇଁ ମେଟ୍ରୋରେ ଯାତାୟାତ କରିବା ଉପରେ କାନପୁରବାସୀଙ୍କର ମନୋଭାବ, ସେମାନଙ୍କର ଆକାଂକ୍ଷା- ଉତ୍ସାହକୁ ପ୍ରତ୍ୟକ୍ଷ କରିବାକୁ ଚାହୁଁଥିଲି । ଏହି କାରଣରୁ ମୁଁ ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିବା ନିମନ୍ତେ ନିଷ୍ପତି ନେଲି । ଏହା ମୋ ପାଇଁ ପ୍ରକୃତରେ ଏକ ଅବିସ୍ମରଣୀୟ ଅନୁଭବ ହୋଇ ପାରିଛି ।
ବନ୍ଧୁଗଣ,
ଉତରପ୍ରଦେଶରେ ପୂର୍ବରୁ ଯେଉଁ ସରକାର ଥିଲେ, ସେମାନେ ସମୟର ଗୁରୁତ୍ୱକୁ କେବେ ମଧ୍ୟ ବୁଝିପାରି ନଥିଲେ । ଏକବିଂଶ ଶତାବ୍ଦୀର ଯେଉଁ ସମୟରେ ଉତରପ୍ରଦେଶକୁ ଯେତେବେଳେ ଦ୍ରୁତଗତିରେ ପ୍ରଗତି କରିବାର ଥିଲା, ସେହି ଅମୂଲ୍ୟ ସମୟକୁ, ସେହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ପୂର୍ବରୁ ଥିବା ସରକାର ନଷ୍ଟ କରି ଦେଇଛନ୍ତି । ସେମାନଙ୍କର ପ୍ରାଥମିକତାଗୁଡିକ ମଧ୍ୟରେ ଉତରପ୍ରଦେଶର ବିକାଶ ନଥିଲା, ସେମାନଙ୍କର ପ୍ରତିବଦ୍ଧତା ଉତରପ୍ରଦେଶର ଲୋକମାନଙ୍କ ପାଇଁ ନଥିଲା । ଆଜି ଉତରପ୍ରଦେଶରେ ଯେଉଁ ଡବଲ୍ ଇଞ୍ଜିନ୍ (ଦୁଇ ଇଞ୍ଜିନ୍ବିଶିଷ୍ଟ) ସରକାର ଶାସନ କରୁଛନ୍ତି, ବିଗତ ଦିନରେ ଯେଉଁ ସମୟ ନଷ୍ଟ ହୋଇଛି, ତାହାକୁ ପୂରଣ କରିବା ନିମନ୍ତେ ଏବେର ସରକାର ଲାଗି ପଡିଛନ୍ତି । ଆମେ ଦୁଇ ଗୁଣ ଦ୍ରୁତ ଗତିରେ କାମ ଜାରି ରଖିଛୁ । ଆଜି ଦେଶର ସବୁଠାରୁ ବଡ ଆନ୍ତର୍ଜାତିକ ବିମାନ ବନ୍ଦର ଉତରପ୍ରଦେଶରେ ନିର୍ମିତ ହେଉଛି । ଆଜି ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ୍ ୱେ ଉତରପ୍ରଦେଶରେ ନିର୍ମିତ ହେଉଛି । ଆଜି ଦେଶର ପ୍ରଥମ ଆଂଚଳିକ ର୍ୟାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ ଉତରପ୍ରଦେଶରେ ତିଆରି ହେଉଛି । ଉତରପ୍ରଦେଶ ମଧ୍ୟ ଉତ୍ସର୍ଗୀକୃତ ପରିବହନ କରିଡର କେନ୍ଦ୍ର ହେବାକୁ ଯାଉଛି । ଯେଉଁ ଉତରପ୍ରଦେଶକୁ କେବେ ହାତହତିଆର ରଖୁଥିବା ଗ୍ୟାଙ୍ଗ ପାଇଁ ବଦନାମ୍ କରା ଯାଉଥିଲା, ତାହା ଦେଶର ସୁରକ୍ଷା ନିମନ୍ତେ ପ୍ରତିରକ୍ଷା କରିଡର ହେବାକୁ ଯାଉଛି । ବନ୍ଧୁଗଣ, ଏହି କାରଣରୁ ଉତରପ୍ରଦେଶର ଲୋକମାନେ ଏହା କହୁଛନ୍ତି ଯେ ପାର୍ଥକ୍ୟ ସ୍ପଷ୍ଟ ରୂପେ ଜଣା ପଡୁଛି! ଏହି ପାର୍ଥକ୍ୟ କେବଳ ଯୋଜନା – ପ୍ରକଳ୍ପଗୁଡିକୁ ନେଇ ନୁହେଁ, ବରଂ କାମ କରିବାର ଶୈଳୀରେ ମଧ୍ୟ ପାର୍ଥକ୍ୟ ପରିଲକ୍ଷିତ ହେଉଛି । ଡବଲ୍ ଇଞ୍ଜିନ୍ର ସରକାର ଯେଉଁ କାମକୁ ଆରମ୍ଭ କରିଥାଏ, ତାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମେ ଦିନ ରାତିକୁ ଏକ କରି ଦେଇଥାଉ । କାନପୁର ମେଟ୍ରୋର ନିର୍ମାଣ କାର୍ଯ୍ୟ ଆମ ସରକାରର ଶାସନ କାଳରେ ଆରମ୍ଭ ହେଲା ଏବଂ ଆମ ସରକାର ଏହାର ଲୋକାର୍ପଣ ମଧ୍ୟ କରୁଛନ୍ତି । ପୂର୍ବାଂଚଳ ଏକ୍ସପ୍ରେସ୍ ୱେର ଶିଳାନ୍ୟାସ ଆମ ସରକାର କରିଥିଲେ, ଆମ ସରକାର ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ମଧ୍ୟ କରିଛନ୍ତି । ଦିଲ୍ଲୀ –ମିରଟ ଏକ୍ସପ୍ରେସ୍ ୱେର ଶିଳାନ୍ୟାସ ଆମ ସରକାର କରିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ କରି ଜନତାଙ୍କୁ ସମର୍ପିତ କରିବାର କାର୍ଯ୍ୟ ମଧ୍ୟ ଆମେମାନେ ହିଁ କରିଛୁ । ମୁଁ ଆପଣଙ୍କୁ ଏମିତି ଅନେକ ପ୍ରକଳ୍ପକୁ ଗଣି ଗଣି ଶୁଣାଇ ଦେଇ ପାରିବି । ଅର୍ଥାତ୍ ପୂର୍ବ ହେଉ କିମ୍ବା ପଶ୍ଚିମ କିମ୍ବା ଆମ ଅଂଚଳ, ଉତରପ୍ରଦେଶରେ ସମସ୍ତ ପ୍ରକଳ୍ପ ସମୟ ଭିତରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ଚେଷ୍ଟା କରାଯାଉଛି । ଏବଂ ଏହା ଏଇଥିପାଇଁ ଜରୁରୀ ଅଟେ, କାରଣ ଯେତେବେଳେ ଯୋଜନା ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥାଏ, ସେତେବେଳେ ଦେଶର ଅର୍ଥର ଉପଯୁକ୍ତ ବିନିଯୋଗ ହୋଇଥାଏ, ଦେଶର ଲୋକମାନଙ୍କୁ ତାହାର ଲାଭ ମିଳିଥାଏ । ଅପଣ ମୋତେ କୁହନ୍ତୁ, ଟ୍ରାଫିକ୍ ଜାମ୍କୁ ନେଇ କାନପୁରର ଲୋକ ମାନଙ୍କର ବର୍ଷ ବର୍ଷ ଧରି ଅଭିଯୋଗ ରହି ଆସିଛି । ଆପଣ ମାନଙ୍କର ଅନେକ ସମୟ ଏଥିରେ ନଷ୍ଟ ହେଉଥିଲା, ଆପଣ ମାନଙ୍କର ଅନେକ ଟଙ୍କା ଏଥିରେ ନଷ୍ଟ ହେଉଥିଲା । ଏବେ ଆଜି ପ୍ରଥମ ପର୍ଯ୍ୟାୟରେ ୯ କିଲୋମିଟର ଲାଇନ୍ ଉପରେ ଏହି ଲାଇନ୍ ଆରମ୍ଭ ହେବା ଫଳରେ ଏହି ଅଭିଯୋଗ ଦୂର ହେବାର ଏକ ଶୁଭାରମ୍ଭ ହୋଇ ପାରିଛି । କରୋନାର କଷ୍ଟସାଧ୍ୟ ଆହ୍ୱାନ ସତ୍ୱେ ୨ ବର୍ଷ ମଧ୍ୟରେ ଏହି ବିଭାଗ ଆରମ୍ଭ ହେବା, ସ୍ୱୟଂ ହିଁ ଯଥେଷ୍ଟ ପ୍ରଶଂସନୀୟ ଅଟେ ।
ବନ୍ଧୁଗଣ,
ସ୍ୱାଧୀନତା ପରେ ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ଏକ ଚିନ୍ତାଧାରା ରହି ଆସିଥିଲା ଯେ, ଯାହା ବି କିଛି ନୂଆ ହେବ, ଭଲ ହେବ, ତାହା ତିନି – ଚାରିଟି ବଡ଼ ବଡ଼ ସହରରେ ମଧ୍ୟ ହେବ । ଦେଶର ବଡ଼ ବଡ଼ ମେଟ୍ରୋ ସହର ବ୍ୟତୀତ ଯେଉଁ ସବୁ ସହର ଥିଲା, ସେସବୁକୁ ସେମିତି ଛାଡି ଦିଆ ଯାଇଥିଲା । ଏହି ସହର ଗୁଡିକରେ, ରହୁଥିବା ଲୋକ ମାନଙ୍କର କେତେ ବଡ଼ ଶକ୍ତି ରହିଛି, ସେମାନଙ୍କୁ ସୁବିଧା ଦେବା କେତେ ଜରୁରୀ ଅଟେ, ଏହା ପୂର୍ବରୁ ଥିବା ସରକାର କେବେ ବି ବୁଝି ପାରି ନଥିଲେ । ପୂର୍ବରୁ ଯେଉଁ ସରକାର ଥିଲେ, ଏହି ସହର ଗୁଡିକର ଆଶା ଆକାଂକ୍ଷାକୁ, ଏଠାରେ ରହୁଥିବା କୋଟି କୋଟି ଲୋକ ମାନଙ୍କର ଆକାଂକ୍ଷା ଉପରେ ସେମାନେ ଧ୍ୟାନ ଦେଇ ନଥିଲେ । ଯେଉଁ ଲୋକମାନେ ପରିବେଶକୁ ଉତେଜିତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କର କୌଣସି ଉଦ୍ଦେଶ୍ୟ ହିଁ ନଥିଲା, ବିକାଶର କୌଣସି ଭାଗ୍ୟ ମଧ୍ୟ ନଥିଲା । ଏବେ ଆମ ସରକାର ଦେଶର ଏଭଳି ଗୁରୁତ୍ୱପୂର୍ଣ୍ଣ ସହର ଗୁଡିକର ବିକାଶ ଉପରେ ପ୍ରାଥମିକତା ଦେଉଛି । ଏହି ସହର ଗୁଡିକ ନିମନ୍ତେ ସଂଯୋଗ ଭଲ ହେଉ, ସେଠାରେ ଶିକ୍ଷାର ଭଲ ଅନୁଷ୍ଠାନ ହେଉ, ବିଦ୍ୟୁତ୍ର କୌଣସି ସମସ୍ୟା ନରହୁ, ପାଣିର କୌଣସି ସମସ୍ୟା ନରହୁ, ଆଧୁନିକ ପ୍ରଣାଳୀର ସିୱେଜ୍ (ମଇଳା ଜଳ) ନିଷ୍କାସନ ବ୍ୟବସ୍ଥା ହେଉ, ଏସବୁ ଉପରେ କାମ କରାଯାଉଛି । ଯଦି ମୁଁ କେବଳ ମେଟ୍ରୋ ବିଷୟରେ କହିବି, ତେବେ କାନପୁର ମେଟ୍ରୋର ପଥମ ପର୍ଯ୍ୟାୟ ଆଜି ଲୋକାର୍ପଣ ହୋଇଛି । ଆଗ୍ରା ଏବଂ ମିରଟ ମେଟ୍ରୋ ଉପରେ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି । ଆହୁରି କିଛି ଅନ୍ୟ ସହର ଗୁଡିକରେ ମେଟ୍ରୋ ସେବା ଚାଲୁ କରିବା ନିମନ୍ତେ ପ୍ରସ୍ତାବ ରହିଛି । ଲକ୍ଷ୍ନୌ, ନୋଏଡା ଏବଂ ଗାଜିଆବାଦରେ ମେଟ୍ରୋର ଅବିରତ ଭାବେ ବିସ୍ତାର କରାଯାଉଛି । ଯେଉଁ ଗତିରେ ଉତରପ୍ରଦେଶରେ ମେଟ୍ର୍ରୋର କାମ ଚାଲିଛି, ତାହା ଅଭୂତପୂର୍ବ ଅଟେ ।
ବନ୍ଧୁଗଣ,
ମୁଁ ଯେଉଁ ସଂଖ୍ୟା ଦେଉଛି, ସେହି ସଂଖ୍ୟାଗୁଡିକୁ ଟିକେ ମନଧ୍ୟାନ ଦେଇ ଶୁଣନ୍ତୁ । ଶୁଣିବେ ନା, ମନ ଦେଇ ଶୁଣିବେ ନା । ଦେଖନ୍ତୁ, ଶୁଣନ୍ତୁ ୨୦୧୪ ମସିହା ପୂର୍ବରୁ ଉତରପ୍ରଦେଶରେ ଯେତେ ମେଟ୍ରୋ ଚାଲୁଥିଲା, ତାହା ସମୁଦାୟ ୯ କିଲୋମିଟର ଦୀର୍ଘ ଥିଲା । ୨୦୧୪ ମସିହାରୁ ୨୦୧୭ ମଧ୍ୟରେ ମେଟ୍ରୋର ଦୀର୍ଘତା ବୃଦ୍ଧି ପାଇ ସମୁଦାୟ ୧୮ କିଲୋମିଟର ହୋଇଥିଲା । ଆଜିର କାନପୁର ମେଟ୍ରୋକୁ ସେଥିରେ ମିଶାଇ ଦେବା ପରେ ଉପରପ୍ରଦେଶରେ ମେଟ୍ରୋର ଦୂରତ୍ୱ ୯୦ କିଲୋମିଟରରୁ ଅଧିକ ହୋଇ ସାରିଛି । ପୂର୍ବ ସରକାର କିପରି କାମ କରୁଥିଲେ, ଏବେର ଯୋଗୀ ସରକାର କିଭଳି କାମ କରୁଛନ୍ତି, ତାହାକୁ ଲକ୍ଷ୍ୟ କରି ସମଗ୍ର ଉତରପ୍ରଦେଶ କହୁଛି ଯେ – ପାର୍ଥକ୍ୟ ସ୍ପଷ୍ଟ ରୂପେ ଜଣାପଡୁଛି ।
ବନ୍ଧୁଗଣ,
୨୦୧୪ ମସିହା ପୂର୍ବରୁ ଦେଶର ୫ଟି ସହରରେ ମେଟ୍ରୋ ଚଳାଚଳର ସୁବିଧା ଥିଲା । ଅର୍ଥାତ୍, ମେଟ୍ରୋ ରେଳ କେବଳ ମେଟ୍ରୋ କୁହାଯାଉଥିବା ସହର ଗୁଡିକରେ ରହିଥିଲା । ଆଜି କେବଳ ଉତରପ୍ରଦେଶରେ ୫ଟି ସହରରେ ମେଟ୍ରୋ ଚାଲୁଅଛି । ଆଜି ଦେଶର ୨୭ଟି ସହରରେ ମେଟ୍ରୋ ସେବାକୁ କାର୍ଯ୍ୟକ୍ଷମ କରିବାକୁ କାମ ଚାଲୁ ରହିଛି । ଏହି ସହର ଗୁଡିକରେ ରହୁଥିବା ଗରିବ ପରିବାର, ମଧ୍ୟବିତ ବର୍ଗର ପରିବାରଗୁଡିକୁ ଆଜି ମେଟ୍ରୋ ରେଳର ସୁବିଧା ଉପଲବ୍ଧ ହେଉଛି, ଯାହା କେବଳ ମେଟ୍ରୋ ସହରରେ ଉପଲବ୍ଧ ହେଉଥିଲା । ସହରରେ ବସବାସ କରୁଥିବା ଗରିବ ଲୋକ ମାନଙ୍କର ଜୀବନଧାରଣର ମାନକୁ ଉନ୍ନତ କରିବା ନିମନ୍ତେ ଯେଉଁ ପ୍ରୟାସ କରାଯାଇଛି, ସେଥିରେ ଟାୟର -୨, ଟାୟର -୩ ସହର ଗୁଡିକରେ ଯୁବକ ମାନଙ୍କର ଆତ୍ମବିଶ୍ୱାସ ବଢ଼ିବାରେ ଲାଗିଛି । ଉତରପ୍ରଦେଶରେ ଡବଲ ଇଞ୍ଜିନ୍ର ସରକାର ଗଠନ ହେବା ପରେ ଏହି କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହୋଇଛି ।
ବନ୍ଧୁଗଣ
କୌଣସି ଦେଶ ହେଉ କିମ୍ବା ରାଜ୍ୟ, ଅସନ୍ତୁଳିତ ବିକାଶ ସହିତ କେବେ ମଧ୍ୟ ଆଗକୁ ବଢ଼ି ପାରିବ ନାହିଁ । ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ଏହି ସ୍ଥିତି ରହିଛି ଯେ ଗୋଟିଏ ଅଂଶର ବିକାଶ ହୋଇଛି, ଅନ୍ୟ ଭାଗଟି ପଛକୁ ରହି ଯାଇଛି । ରାଜ୍ୟ ସ୍ତରରେ, ସମାଜ ସ୍ତରରେ ଏହି ଅସମାନତାକୁ ଦୂର କରିବା ମଧ୍ୟ ସେତିକି ଜରୁରୀ ଅଟେ । ଏଥିପାଇଁ ଆମ ସରକାର ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶର ମନ୍ତ୍ର ଉପରେ କାମ କରୁଛି । ସମାଜର ସମସ୍ତ ବର୍ଗ, ଦଳିତ – ଶୋଷିତ- ପୀଡିତ – ବଂଚିତ- ପଛୁଆ ଆଦିବାସୀ ସମସ୍ତଙ୍କୁ ଆମ ସରକାରଙ୍କ ଯୋଜନା ଗୁଡିକରୁ ସମାନ ଲାଭ ମିଳୁଛି । ଆମ ସରକାର ସେହି ଲୋକମାନଙ୍କ ଉପରେ ବିଶେଷ ଧ୍ୟାନ ଦେଉଛି, ଯେଉଁମାନଙ୍କୁ ପୂର୍ବରୁ କେହି ପଚାରୁ ନଥିଲେ, ଯେଉଁମାନଙ୍କ ଉପରେ କେବେ ଧ୍ୟାନ ଦିଆଯାଇ ନାହିଁ ।
ବନ୍ଧୁଗଣ,
ସହରରେ ରହୁଥିବା ଗରିବ ଲୋକମାନଙ୍କୁ ପୂର୍ବରୁ ମଧ୍ୟ ସରକାର ବହୁତ ଅଣଦେଖା କରିଛନ୍ତି । ଏହି ସହରାଂଚଳର ଗରିବ ଅଧବାସୀମାନଙ୍କ ନିମନ୍ତେ ଆଜି ପ୍ରଥମ ଥର ଆମ ସରକାର ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କାମ କରୁଛି । ମୁଁ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେଉଛି । ୨୦୧୭ ମସିହା ପୂର୍ବର ୧୦ ବର୍ଷ ମଧ୍ୟରେ ଉତରପ୍ରଦେଶରେ ସହରାଂଚଳର ଗରିବ ଲୋକମାନଙ୍କ ପାଇଁ କେବଳ ଅଢ଼େଇ ଲକ୍ଷ ପକ୍କା ଘର ନିର୍ମାଣ ହୋଇ ପାରିଥିଲା । ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଉତରପ୍ରଦେଶ ସରକାର ସହରାଂଚଳ ଗରିବମାନଙ୍କ ପାଇଁ ୧୭ ଲକ୍ଷରୁ ଅଧିକ ଘରକୁ ମଞ୍ଜୁରୀ ଦେଇଛନ୍ତି । ଏଗୁଡିକ ମଧ୍ୟରୁ ସାଢ଼େ ୯ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ବଳକା ଘର ଗୁଡିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।
ଭାଇ ଏବଂ ଭଉଣୀମାନେ,
ଆମ ଗାଁ ଗୁଡିକରୁ ବହୁତ ବନ୍ଧୁ ସହରକୁ କାମ କରିବା ପାଇଁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ବହୁତ ଲୋକ ସହର ଆସି ରାସ୍ତାକଡ଼/ ରେହଡି, ଠେଲାଗାଡ଼ି, ଫୁଟ୍ପାଥ୍/ ପଟରୀରେ ଜିନିଷ ବିକ୍ରି କରି ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି । ଆଜି ଆମ ସରକାର ଏହି ଲୋକମାନଙ୍କ କଥାକୁ ବିଚାରକୁ ନେଇଛନ୍ତି । ସେମାନଙ୍କୁ ବ୍ୟାଙ୍କରୁ କିପରି ସହଜରେ ଋଣ ମିଳିବାରେ ସାହାଯ୍ୟ ମିଳିବ, ଏହି ଲୋକମାନେ କିପରି ଡିଜିଟାଲ୍ ଉପାୟରେ ଟଙ୍କା ଦେଣନେଣ କରିବେ, ଏହି ଦିଗରେ ଆମ ସରକାର କାମ କରୁଛି । ପିଏମ୍ ସ୍ୱନିଧି ଯୋଜନା ଅନୁସାରେ ୭ ଲକ୍ଷରୁ ଅଧିକ ବନ୍ଧୁମାନଙ୍କୁ ୭୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦିଆ ସରିଛି ।
ଭାଇ ଏବଂ ଭଉଣୀମାନେ,
ଜନତା- ଜନାର୍ଦ୍ଦନଙ୍କର ଆବଶ୍ୟକତା ଗୁଡିକୁ ଜାଣିବା, ବୁଝିବା, ସେମାନଙ୍କର ସେବା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ । ଡବଲ ଇଞ୍ଜିନ୍ ସରକାର ଉତରପ୍ରଦେଶର ଆବଶ୍ୟକତାକୁ ବୁଝିପାରି, ବହୁତ ଭଲ କାମ କରୁଛନ୍ତି । ଉତରପ୍ରଦେଶର କୋଟି କୋଟି ଲୋକଙ୍କ ଘରେ ପାଇପ୍ ପାଣି ପହଂଚି ପାରୁ ନଥିଲା । ଆଜି ଆମେ ଘର୍ ଘର୍ ଜଲ୍ ମିଶନ ମାଧ୍ୟମରେ ଉତରପ୍ରଦେଶର ପ୍ରତ୍ୟେକ ଘରକୁ ବିଶୁଦ୍ଧ ଜଳ ପହଂଚାଇବାରେ ଲାଗି ପଡିଛେ । କରୋନାର ଏହି କଠିନ ସମୟରେ ଉତରପ୍ରଦେଶର ୧୫ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦେବାର ବ୍ୟବସ୍ଥା ଆମ ସରକାର କରିଛନ୍ତି ।
ବନ୍ଧୁଗଣ,
ଯେଉଁ ବ୍ୟକ୍ତିବିଶେଷମାନେ ପୂର୍ବ ସରକାରରେ ଥିଲେ, ସେମାନେ ଏହି ମାନସିକତା ସହିତ ସରକାର ଚଲାଉଥିଲେ ଯେ, ପାଂଚ ବର୍ଷ ନିମନ୍ତେ ସେମାନଙ୍କର ଲଟେରୀ ଲାଗିଛି, ଯେତେ ଅଧିକ ପରିମାଣରେ ହେବ ଉତରପ୍ରଦେଶକୁ ଲୁଟି ଚାଲ, ଲୁଟି ପକାଅ । ଆପଣ ମାନେ ନିଜେ ଦେଖିଛନ୍ତି ଯେ, ଉତରପ୍ରଦେଶର ପୂର୍ବ ସରକାର ଯେଉଁ ପ୍ରକଳ୍ପ ଆରମ୍ଭ କରୁଥିଲେ, ସେଥିରେ କିପରି ହଜାର ହଜାର କୋଟି ଟଙ୍କାର ଦୁର୍ନୀତି/ ଘୋଟାଲା ହୋଇ ଯାଉଥିଲା । ସେହି ଲୋକମାନେ କେବେ ବି ଉତରପ୍ରଦେଶ ନିମନ୍ତେ ମହତ ଉଦ୍ଦେଶ୍ୟ ନେଇ କାମ କରି ନଥିଲେ, ମହତ ଦୃଷ୍ଟିଭଙ୍ଗୀ ସହିତ କାମ କରି ନଥିଲେ । ସେମାନେ ନିଜକୁ କେବେ ଉତରପ୍ରଦେଶର ଜନତାମାନଙ୍କ ନିମନ୍ତେ ଉତରଦାୟୀ ମାନୁ ନଥିଲେ । ଆଜି ଡବଲ ଇଞ୍ଜିନ୍ର ସରକାର ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ, ସମ୍ପୂର୍ଣ୍ଣ ଉତରଦାୟିତ୍ୱର ସହିତ ଉତରପ୍ରଦେଶକୁ ବିକାଶର ନୂତନ ଉଚ୍ଚତାରେ ପହଚାଂଇବା ନିମନ୍ତେ କାମ ଜାରି ରଖିଛି । ଡବଲ୍ ଇଞ୍ଜିନ୍ ସରକାର ବଡ ଲକ୍ଷ୍ୟ ସ୍ଥିର କରିବା ଏବଂ ତାକୁ ସମ୍ପୂର୍ଣ୍ଣ କରିବା ଜାଣିଛି । କେହି କେବେ ଭାବିଥିଲା କି, ଉତରପ୍ରଦେଶରେ ବିଦ୍ୟୁତ୍ ଉତ୍ପାଦନଠାରୁ ଆରମ୍ଭ କରି ଟ୍ରାନ୍ସମିସନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପରିବର୍ତନ ହୋଇ ପାରିବ । ବିଜୁଳି କାହିଁକି ଚାଲିଗଲା, ଲୋକମାନେ ସେ ସମ୍ପର୍କରେ ଚିନ୍ତା କରୁ ନଥିଲେ । ସେମାନଙ୍କୁ ଜଣା ଥିଲା ଯେ, ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ ହେବ । ସେମାନେ ଏହାକୁ ନେଇ ନିଜକୁ ବୁଝାଇ ଦେଉଥିଲେ ଯେ, ପଡୋଶୀ ଘରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଛି ।
ବନ୍ଧୁଗଣ,
କେହି କେବେ ଭାବିଥିଲା କି, ଗଙ୍ଗା ନଦୀରେ ଆଜି ପଡୁଥିବା ସୀସାମଉ ଭଳି ବୃହତ୍, ଭୟାନକ ନାଳ ମଧ୍ୟ ଦିନେ ବନ୍ଦ ହୋଇ ପାରିବ । କିନ୍ତୁ ଏହି କାମ ଡବଲ୍ ଇଞ୍ଜିନ୍ ସରକାର କରି ଦେଖାଇଛନ୍ତି । ବିପିସିଏଲ୍ର ପନକୀ କାନପୁର ଡିପୋର କ୍ଷମତାକୁ ୪ ଗୁଣା ଅଧିକ ବୃଦ୍ଧି କରିବା ଫଳରେ କାନପୁରକୁ ଅଧିକ ସୁବିଧା ମିଳିବ ।
ଭାଇ ଏବଂ ଭଉଣୀମାନେ,
ସଂଯୋଗୀକରଣ ଏବଂ ଯୋଗାଯୋଗ ସହିତ ଯୋଡି ହୋଇଥିବା ଭିତିଭୂମି ସହିତ ଗ୍ୟାସ୍ ଏବଂ ପେଟ୍ରୋଲିୟମ୍ ପାଇପ୍ଲାଇନ୍ ଭିତିଭୂମି ଉପରେ ଯେଉଁ କାମ ହୋଇଛି, ତାହାର ବହୁତ ଲାଭ ମଧ୍ୟ ଉତରପ୍ରଦେଶକୁ ହୋଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ କେବଳ ୧୪ କୋଟି ଏଲ୍ପିଜି ଗ୍ୟାସ୍ ସଂଯୋଗ ଥିଲା, ଆଜି ୩୦ କୋଟିରୁ ଅଧିକ ଗ୍ୟାସ୍ ସଂଯୋଗ ରହିଛି । କେବଳ ଉତରପ୍ରଦେଶରେ ପ୍ରାୟ ୧ କୋଟି ୬୦ ଲକ୍ଷ ଗରିବ ପରିବାରକୁ ନୂତନ ଏଲ୍ପିଜି ଗ୍ୟାସ୍ ସଂଯୋଗ ଦିଆଯାଇଛି । ପାଇପ୍ ମାଧ୍ୟମରେ ଶସ୍ତା ଗ୍ୟାସ୍ ସଂଯୋଗର ପରିମାଣ ମଧ୍ୟ ୭ ବର୍ଷ ମଧ୍ୟରେ ୯ଗୁଣା ହୋଇ ସାରିଛି । ଏଥିପାଇଁ ଏହା ହୋଇ ପାରିଛି, କାରଣ ଗତ ବର୍ଷ ଗୁଡିକରେ ପେଟ୍ରୋଲିୟମ୍ ନେଟୱର୍କର ଅଭୂତପୂର୍ବ ବିସ୍ତାର କରାଯାଇଛି । ବୀଣା- ପନକୀ ବହୁମୁଖୀ ଉତ୍ପାଦ ପାଇପ୍ଲାଇନ୍ ଏହି ନେଟୱର୍କକୁ ଅଧିକ ସଶକ୍ତ କରିବ । ଏବେ ବୀଣା ବିଶୋଧନାଗାରରୁ ପେଟ୍ରୋଲ୍ – ଡିଜେଲ୍ ଭଳି ଉତ୍ପାଦଗୁଡିକ ନିମନ୍ତେ କାନପୁର ସମେତ ଉତରପ୍ରଦେଶର ଅନେକ ଜିଲ୍ଲାକୁ ଟ୍ରକ୍ଗୁଡିକ ଉପରେ ନିର୍ଭରଶୀଳ ହୋଇ ରହିବାକୁ ପଡିବ ନାହିଁ । ଏହା ଫଳରେ ଉତରପ୍ରଦେଶର ବିକାଶର ଇଞ୍ଜିନ୍କୁ ବିନା କୌଣସି ବାଧାରେ ଶକ୍ତି ମିଳି ଚାଲିଥିବ ।
ବନ୍ଧୁଗଣ,
କୌଣସି ବି ରାଜ୍ୟରେ ନିବେଶ ନିମନ୍ତେ, ଉଦ୍ୟୋଗ ଗୁଡିକ ନିମନ୍ତେ, ତାହା ଫଳପ୍ରଦ ହେବା ନିମନ୍ତେ ସବୁଠାରୁ ଜରୁରୀ ହେଉଛି କାନୁନ୍ ବ୍ୟବସ୍ଥା । ଉତରପ୍ରଦେଶରେ ପୂର୍ବରୁ ଯେଉଁ ସରକାର ଥିଲେ, ସେମାନେ ମାଫିଆବାଦର ବୃକ୍ଷକୁ ଏଭଳି ବିଛେଇ ରଖିଥିଲେ, ଯାହାର ଛାଇରେ ସମସ୍ତ ଉଦ୍ୟୋଗ ଏବଂ ବ୍ୟବସାୟ ବନ୍ଦ ହୋଇ ଯାଇଥିଲା । ଏବେ ଯୋଗୀଜୀଙ୍କ ସରକାର, କାନୁନ୍ ବ୍ୟବସ୍ଥାର ଶାସନକୁ ପୁନର୍ବାର ଫେରାଇ ଆଣିଛି । ଏହି କାରଣରୁ ଉତରପ୍ରଦେଶରେ ଏବେ ନିବେଶ ମଧ୍ୟ ବଢ଼ିବାରେ ଲାଗିଛି । ଏବଂ ଅପରାଧୀମାନେ ନିଜେ ନିଜର ଜାମିନ ଅବଧିକୁ ରଦ୍ଦ କରି ନିଜେ ଜେଲ୍ ଯାଉଛନ୍ତି । ଡବଲ୍ ଇଞ୍ଜିନ୍ର ସରକାର, ଏବେ ପୁଣି ଥରେ ଉତରପ୍ରଦେଶରେ ଔଦ୍ୟୋଗିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଲାଗିଛି । ଏଠାରେ କାନପୁରରେ ବୃହତ୍ ଚମଡା କ୍ଲଷ୍ଟରକୁ ମଞ୍ଜୁରୀ ପ୍ରଦାନ ସରିଛି । ଏଠାକାର ଯୁବକ ମାନଙ୍କର କୌଶଳର ବିକାଶ କରିବା ନିମନ୍ତେ ଫଜଲଗଞ୍ଜରେ ବୈଷୟିକ ଜ୍ଞାନକୌଶଳ କେନ୍ଦ୍ରର (ଟେକ୍ନୋଲୋଜି ସେଂଟର) ସ୍ଥାପନା ହୋଇଛି । ପ୍ରତିରକ୍ଷା କରିଡର ହେଉ କିମ୍ବା ଏକ ଜନପଦ, ଏକ ଉତ୍ପାଦ ଯୋଜନା, ତାହାର ଲାଭ କାନପୁରରେ ଥିବା ଆମର ଉଦ୍ୟମୀ ବନ୍ଧୁମାନଙ୍କୁ ମଧ୍ୟ ମିଳିବ ।
ବନ୍ଧୁଗଣ,
କେନ୍ଦ୍ର ସରକାରଙ୍କ ତରଫରୁ ଇଜ୍ ଅଫ୍ ଡୁଇଂ ବିଜିନେସ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ରମାଗତ ଭାବରେ କାର୍ଯ୍ୟ ଜାରି ରହିଛି । ନୂତନ ୟୁନିଟ୍ ନିମନ୍ତେ କର୍ପୋରେଟ୍ ଟିକସରେ ହ୍ରାସ କରି ୧୫ ପ୍ରତିଶତ କରିବା, ଜିଏସ୍ଟି ଦରରେ ହ୍ରାସ କରିବା, ଅନେକଗୁଡ଼ିଏ ଆଇନ୍ କାନୁନର ସମସ୍ୟାଭିତିକ ପ୍ରାବଧାନକୁ ଶେଷ କରିବା, ଫେସ୍ଲେସ୍ ଆସେସ୍ମେଂଟ ଏହି ସବୁ ଦିଗରେ ନିଆଯାଇଥିବା ପଦକ୍ଷେପ ଅଟେ । ନୂତନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ସରକାର ଉତ୍ପାଦନ ଭିତିକ ପ୍ରୋତ୍ସାହନ (ପ୍ରଡକ୍ସନ ଲିଙ୍କ୍ଡ ଇନ୍ସେଂଟିଭ୍) ଦେବା ମଧ୍ୟ ଆରମ୍ଭ କରିଛନ୍ତି । ସରକାର କମ୍ପାନୀ ନିୟମର ବହୁତ ପ୍ରକାରର ପ୍ରାବଧାନଗୁଡିକୁ ମଧ୍ୟ ଅବୈଧ କରି ଦେଇଛନ୍ତି, ଯାହା ଆମର ବ୍ୟବସାୟୀ ବନ୍ଧୁମାନଙ୍କ ସମସ୍ୟାକୁ ବୃଦ୍ଧି କରୁଥିଲା ।
ଭାଇ ଏବଂ ଭଉଣୀମାନେ,
ଯେଉଁ ଦଳର ଆର୍ôଥକ ନୀତି ହିଁ ଭ୍ରଷ୍ଟାଚାରପୂର୍ଣ୍ଣ, ଯାହାର ନୀତି ବାହୁବଳୀ ମାନଙ୍କର ଆଦର ଅଭ୍ୟର୍ଥନା କରିବା, ସେମାନେ ଉତରପ୍ରଦେଶର ବିକାଶ କରି ପାରିବେ ନାହିଁ । ଏହି କାରଣରୁ, ସେମାନଙ୍କୁ ସେହି ସମସ୍ତ ପଦକ୍ଷେପକୁ ନେଇ ସମସ୍ୟା ହୋଇଥାଏ, ଯାହା ଯୋଗୁଁ ସମାଜକୁ ଦୃଢ଼ତା ମିଳିଥାଏ, ସମାଜର ସଶକ୍ତିକରଣ ହୋଇଥାଏ । ଏଥିପାଇଁ ମହିଳା ସଶକ୍ତିକରଣ ନିମନ୍ତେ ନିଆ ଯାଇଥିବା ପଦକ୍ଷେପକୁ ମଧ୍ୟ ସେମାନେ ବିରୋଧ କରିଥାନ୍ତି । ତିନି ତଲାକ୍ ବିରୁଦ୍ଧରେ ଶକ୍ତ ଆଇନ୍ ବ୍ୟବସ୍ଥା ହେଉ କିମ୍ବା ପୁଅ ଏବଂ ଝିଅ ମାନଙ୍କର ବିବାହ ବୟସକୁ ସମାନ କରିବା ବିଷୟ ହେଉ, ଏମାନେ କେବଳ ବିରୋଧ ହିଁ କରିଥାନ୍ତି । ହଁ, ଯୋଗୀଜୀଙ୍କ ସରକାରଙ୍କର କାମକୁ ଦେଖି ଏହି ଲୋକମାନେ ନିଶ୍ଚିତ ଭାବେ କହିଥାନ୍ତି ଯେ, ଏହା ତ ଆମେ କରିଥିଲୁ, ଏହା ତ ଆମେ କରିଥିଲୁ । ମୁଁ ଭାବୁଥିଲି ଯେ, ବିଗତ ଦିନ ମାନଙ୍କରେ ଯେଉଁ ଟଙ୍କା ଭର୍ତି ହୋଇଥିବା ବାକ୍ସସବୁ ମିଳିଥିଲା, ତା’ ପରେ ବି ଏହି ଲୋକମାନେ ଏୟା କହିବେ ଯେ, ତାହା ବି ଆମେମାନେ କରିଛୁ ।
ବନ୍ଧୁଗଣ,
ଆପଣ କାନପୁରବାସୀ, ବ୍ୟବସାୟକୁ, ବେପାର – କାରବାରକୁ ବହୁତ ଭଲରେ ବୁଝିଛନ୍ତି । ୨୦୧୭ ମସିହା ପୂର୍ବରୁ ଭ୍ରଷ୍ଟାଚାରର ଯେଉଁ ଅତର ସେମାନେ ସମଗ୍ର ଉତରପ୍ରଦେଶରେ ଛିଂଚିଥିଲେ, ତାହା ପୁଣି ସମସ୍ତଙ୍କ ସାମନାକୁ ଆସି ଯାଇଛି । କିନ୍ତୁ ଏବେ ସେମାନେ ମୁହଁରେ ତାଲା ପକାଇ ବସିଛନ୍ତି, ତାହାର ପ୍ରଶଂସା ସାଉଁଟିବାକୁ ଆଗକୁ ଆସୁ ନାହାନ୍ତି । ନୋଟ୍ର ଯେଉଁ ପାହାଡ ସାରା ଦେଶ ଦେଖିଲା, ତାହା ସେମାନଙ୍କର ଉପଲବ୍ଧି, ତାହା ସେମାନଙ୍କର ବାସ୍ତବତା ଅଟେ । ଉତର ପ୍ରଦେଶର ଲୋକମାନେ ସବୁ ଦେଖୁଛନ୍ତି, ସବୁ ବୁଝି ପାରୁଛନ୍ତି । ଏହି କାରଣରୁ ସେମାନେ ଉତରପ୍ରଦେଶର ବିକାଶ କରୁଥିବା ଲୋକମାନଙ୍କ ସହିତ ଅଛନ୍ତି, ଉତରପ୍ରଦେଶକୁ ନୂତନ ଶିଖରରେ ପହଂଚାଇ ଥିବା ଲୋକମାନଙ୍କ ସହିତ ଅଛନ୍ତି । ଭାଇ ଏବଂ ଭଉଣୀମାନେ, ଆଜି ଏତେ ବଡ ଉପହାର ଆପଣମାନଙ୍କର ପାଦ ତଳେ ସମର୍ପିତ କରିବା ସମୟରେ ଅନେକ – ଅନେକ ପ୍ରକାରର ଖୁସିରେ ପୂର୍ଣ୍ଣ ଏହି ବାତାବରଣରେ ଆଜିର ଏହି ମହତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ଶୁଭ କାମନା!! ବହୁତ ବହୁତ ଧନ୍ୟବାଦ । ଭାରତ ମାତାଙ୍କର ଜୟ ହେଉ! ଭାରତ ମାତାଙ୍କର ଜୟ ହେଉ! ଭାରତ ମାତାଙ୍କର ଜୟ ହେଉ! ବହୁତ ବହୁତ ଧନ୍ୟବାଦ ।
SSP
Launching key development works in Kanpur. https://t.co/iFUn62ifY6
— Narendra Modi (@narendramodi) December 28, 2021
आज मंगलवार है और पनकी वाले हनुमान जी के आशीर्वाद से, आज यूपी के विकास में एक और सुनहरा अध्याय जुड़ रहा है।
— PMO India (@PMOIndia) December 28, 2021
आज कानपुर को मेट्रो कनेक्टिविटी मिली है।
साथ ही बीना रिफाइनरी से भी कानपुर अब कनेक्ट हो गया है: PM @narendramodi
आज उत्तर प्रदेश में जो डबल इंजन की सरकार चल रही है, वो बीते कालखंड में समय का जो नुकसान हुआ है, उसकी भरपाई में जुटी है।
— PMO India (@PMOIndia) December 28, 2021
हम डबल स्पीड से काम कर रहे हैं: PM @narendramodi
आज उत्तर प्रदेश में जो डबल इंजन की सरकार चल रही है, वो बीते कालखंड में समय का जो नुकसान हुआ है, उसकी भरपाई में जुटी है।
— PMO India (@PMOIndia) December 28, 2021
हम डबल स्पीड से काम कर रहे हैं: PM @narendramodi
डबल इंजन की सरकार जिस काम का शिलान्यास करती है उसे पूरा करने के लिए हम दिन रात एक कर देते है।
— PMO India (@PMOIndia) December 28, 2021
कानपुर मेट्रो का शिलान्यास हमारी सरकार ने किया, हमारी सरकार इसका लोकार्पण भी कर रही है।
पूर्वांचल एक्सप्रेसवे का शिलान्यास हमारी सरकार ने किया, हमारी ही सरकार ने इसका काम पूरा किया: PM
साल 2014 से पहले, यूपी में जितनी मेट्रो चलती थी, उसकी कुल लंबाई थी 9 किलोमीटर।
— PMO India (@PMOIndia) December 28, 2021
साल 2014 से लेकर 2017 के बीच मेट्रो की लंबाई बढ़कर हुई कुल 18 किलोमीटर।
आज कानपुर मेट्रो को मिला दें तो यूपी में मेट्रो की लंबाई अब 90 किलोमीटर से ज्यादा हो चुकी है: PM @narendramodi
दशकों तक हमारे देश में ये स्थिति रही कि एक हिस्सा का तो विकास हुआ, दूसरा पीछे ही छूट गया।
— PMO India (@PMOIndia) December 28, 2021
राज्यों के स्तर पर, समाज के स्तर पर इस असमानता को दूर करना उतना ही जरूरी है।
इसलिए हमारी सरकार सबका साथ-सबका विकास के मंत्र पर काम कर रही है: PM @narendramodi
डबल इंजन की सरकार यूपी की जरूरतों को समझते हुए, दमदार काम कर रही है।
— PMO India (@PMOIndia) December 28, 2021
यूपी के करोड़ों घरों में पहले पाइप से पानी नहीं पहुंचता था।
आज हम हर घर जल मिशन से, यूपी के हर घर तक साफ पानी पहुंचाने में जुटे हैं: PM @narendramodi
डबल इंजन की सरकार पूरी ईमानदारी से, पूरी जवाबदेही के साथ यूपी को विकास की नई ऊंचाई पर पहुंचाने के लिए काम कर रही है।
— PMO India (@PMOIndia) December 28, 2021
डबल इंजन की सरकार बड़े लक्ष्य तय करना और उन्हें पूरा करना जानती है।
कौन सोच सकता था कि यूपी में बिजली के उत्पादन से लेकर ट्रांसमिशन तक में सुधार हो सकता है: PM
यूपी में पहले जो सरकारें रहीं, उन्होंने माफियावाद का पेड़ इतना फैलाया कि उसकी छांव में सारे उद्योग-धंधे चौपट हो गए।
— PMO India (@PMOIndia) December 28, 2021
अब योगी जी की सरकार, कानून व्यवस्था का राज वापस लाई है।
इसलिए यूपी में अब निवेश भी बढ़ रहा है और अपराधी अपनी जमानत खुद रद्द करवा कर जेल जा रहे हैं: PM
Kanpur Metro…a remarkable boost for Kanpur’s infrastructure and an indication of our Government’s work culture of ensuring projects are completed fast. pic.twitter.com/kYYdy49sj6
— Narendra Modi (@narendramodi) December 28, 2021
Thanks to the Bina-Panki Multiproduct Pipeline Project, the people of Kanpur and surrounding areas will get access to a wide range of petroleum products. pic.twitter.com/B3edWsUC6M
— Narendra Modi (@narendramodi) December 28, 2021
फर्क साफ है… pic.twitter.com/F0qKaBikIr
— Narendra Modi (@narendramodi) December 28, 2021
आज डबल इंजन की सरकार पूरी ईमानदारी से, पूरी जवाबदेही के साथ यूपी को विकास की नई ऊंचाई पर पहुंचाने के लिए काम कर रही है। pic.twitter.com/hCPVZSKtix
— Narendra Modi (@narendramodi) December 28, 2021
यूपी में आज हो रहे विकास को देख कर कुछ लोग कहते हैं कि ये तो हमने किया था, वो तो हमने किया था। लेकिन यूपी के लोग सब देख रहे हैं, समझ रहे हैं। वे यूपी का विकास करने वालों के साथ हैं। pic.twitter.com/vr9YEhq3eD
— Narendra Modi (@narendramodi) December 28, 2021