Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର କାବୁଲଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରିଛନ୍ତି ।

“କାବୁଲରେ ଆତଙ୍କବାଦୀଙ୍କ ବିସ୍ଫୋରଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ । ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରଜନଙ୍କ ପ୍ରତି ଗଭୀର ସମବେଦନା ରହିଛି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।

ସମସ୍ତ ପ୍ରକାର ଆତଙ୍କବାଦର ମୁକାବିଲା ଦିଗରେ ଭାରତ ସବୁବେଳେ ଆଫଗାନିସ୍ତାନ ସହ ଛିଡା ହୋଇଛି । ଆତଙ୍କବାଦକୁ ସମର୍ଥନ କରୁଥିବା ଶକ୍ତିମାନଙ୍କୁ ପରାଭୂତ କରିବାର ଆବଶ୍ୟକତା ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********