ପିଏମଇଣ୍ଡିଆ
ସଂସଦରେ କାରଖାନା (ସଂଶୋଧନ) ବିଲ୍ 2016 ପ୍ରବର୍ତ୍ତକ ପୂର୍ବକ କାରଖାନା ଆଇନ 1948 ର ଧାରା-64 ଏବଂ ଧାରା–65ରେ ସଂଶୋଧନ ଏବଂ ଏହି ଆଇନର ଧାରା–115ର ପରିଣାମକ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କେବିନେଟ କାର୍ଯୋତ୍ତର ମଞ୍ଜୁରି ପ୍ରଦାନ କରିଛନ୍ତି ।
ମଞ୍ଜୁର ସଂଶୋଧନ ଉତ୍ପାଦନ ସେକ୍ଟରକୁ ପ୍ରୋତ୍ସାହନ ଯୋଗାଇବ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ ବ୍ୟବସାୟ କରିବା ସହଜସାଧ୍ୟ ଲାଗି ସୁଯୋଗ ସୃଷ୍ଟି କରିବ । ଏହି ସଂଶୋଧନରେ ଓଭରଟାଇମ ଅବଧି (ଘଣ୍ଟା)କୁ ବର୍ତ୍ତମାନ ପ୍ରଚଳିତ ଥିବା ପ୍ରତି ତିନି ମାସରେ 50 ଘଣ୍ଟାରୁ 100 ଘଣ୍ଟାକୁ (ଧାରା -64) ଏବଂ ପ୍ରତି ତିନି ମାସରେ ବର୍ତ୍ତମାନ ପ୍ରଚଳିତ ଥିବା 75 ଘଣ୍ଟାରୁ 125 ଘଣ୍ଟାକୁ (ଧାରା -65) ବୃଦ୍ଧି କରିବ ।