ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ କାରଗିଲ ବିଜୟ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଏହାକୁ ସମ୍ବୋଧନ କରିଥିଲେ ।
ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ଭାରତୀୟ ଆଜି ରାଷ୍ଟ୍ରର ଶୌର୍ଯ୍ୟ ଏବଂ ସମର୍ପଣର ଏକ ପ୍ରେରଣାଦାୟକ ଗାଥାକୁ ସ୍ମରଣ କରୁଛି । ସେ କାରଗିଲର ଶିଖରକୁ ସୁରକ୍ଷା କରୁଥିବା ସମୟରେ ନିଜର ପ୍ରାଣ ଦାନ କରୁଥିବା ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଜାମ୍ମୁ କାଶ୍ମୀରର ଜନସାଧାରଣଙ୍କୁ ମଧ୍ୟ ପ୍ରଶଂସା କରିଥିଲେ, ଯେଉଁମାନେ ରାଷ୍ଟ୍ର ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ପୁରଣ କରିଛନ୍ତି । ସେ କହିଲେ ଯେ 20 ବର୍ଷ ପୂର୍ବରୁ କାରଗିଲର ଉଚ୍ଚତାରେ ଯେଉଁ ବିଜୟଶ୍ରୀ ଆମକୁ ମିଳିଛି, ତାହା ଆମର ଅନେକ ଆଗାମୀ ପିଢ଼ୀକୁ ପ୍ରେରିତ କରିବ ।
ପ୍ରଧାନମନ୍ତ୍ରୀ କାରଗିଲ ବିଜୟକୁ ଭାରତର ପୁଅ ଓ ଝିଅଙ୍କ ବୀରତ୍ୱ ରୂପରେ, ଭାରତର ସଂକଳ୍ପ ଏବଂ ଭାରତର କ୍ଷମତା ଏବଂ ସାହସର ବିଜୟ ବୋଲି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଯୁଦ୍ଧ କେବଳ ସରକାରଙ୍କ ଦ୍ୱାରା ନୁହେଁ, ବରଂ ସମଗ୍ର ରାଷ୍ଟ୍ର ଦ୍ୱାରା ଲଢ଼ା ଯାଇଥାଏ । ସେ କହିଲେ ଯେ ଆଗାମୀ ପିଢ଼ୀ ପାଇଁ ଆମ ସୈନିକ ସେମାନଙ୍କ ପ୍ରାଣ ଦାନ କରିଥା’ନ୍ତି । ସେ କହିଲେ ଯେ ସୈନିକମାନଙ୍କ କାର୍ଯ୍ୟ ସମସ୍ତ ଭାରତୀୟ ଜନସାଧାରଣଙ୍କ ପାଇଁ ଏକ ଗର୍ବର ବିଷୟ ।
ପ୍ରଧାନମନ୍ତ୍ରୀ କହିଲେ ଯେ 2014ରେ ପଦଭାର ଗ୍ରହଣ କରିବାର କିଛି ମାସ ପରେ ହିଁ ସେ କାରଗିଲ ଯାଇଥିଲେ । ସେ ସ୍ମରଣ କରି କହିଲେ ଯେ କାରଗିଲ ଯୁଦ୍ଧ ଜୋରସୋର ଚାଲିଥିଲା ବେଳେ ସେ 20 ବର୍ଷ ପୂର୍ବେ କାରଗିଲ ଯାଇଥିଲେ । କାରଗିଲରେ ଯବାନମାନଙ୍କ ଶୌର୍ଯ୍ୟକୁ ସ୍ମରଣ କରି ସେ କହିଲେ ଯେ ସମଗ୍ର ଦେଶ ସୈନିକମାନଙ୍କ ସହ ଠିଆ ହୋଇଛି । ସୈନିକମାନଙ୍କ ପାଇଁ ଯୁବକମାନେ ରକ୍ତଦାନ କରିବା ସହିତ ପିଲାମାନେ ରକ୍ତଦାନ କରୁଛନ୍ତି ।
ସେ ସ୍ମରଣ କରି କହିଲେ ଯେ ତତକାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀ କହିଲେ ଯେ ଯଦି ଆମେ ସୈନିକମାନଙ୍କ ଦେଖାଶୁଣା କରିପାରିବା ନାହିଁ ତେବେ ଆମେ ଆମ ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନ କରିବାରେ ବିଫଳ ସାବ୍ୟସ୍ତ ହେବା । ସେ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ, କେନ୍ଦ୍ର ସରକାର ସୈନିକ ଏବଂ ସେମାନଙ୍କ ପରିଜନମାନଙ୍କ କଲ୍ୟାଣ ପାଇଁ ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସନ୍ଦର୍ଭରେ ସେ ‘ସମାନ ରାଙ୍କ ସମାନ ପେନସନ’, ଶହୀଦର ପିଲାମାନଙ୍କ ପାଇଁ ଅଧିକ ଛାତ୍ରବୃତ୍ତି ଏବଂ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ପାକିସ୍ତାନ କାଶ୍ମୀରରେ ବାରମ୍ବାର ବିଶ୍ୱାସଘାତକତା କରିଛି ଏବଂ ଆମେ ସେମାନଙ୍କୁ 1999ରେ ସଫଳ ହେବାକୁ ଦେଇ ନଥିଲୁ । ସେ ପାକିସ୍ତାନକୁ ଉପଯୁକ୍ତ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପାୟୀଙ୍କ ସଂକଳ୍ପକୁ ସ୍ମରଣ କରିଥିଲେ, ଯାହାର କି ଶତୃମାନଙ୍କ ପାଖରେ କୌଣସି ଜବାବ ନଥିଲା । ସେ କହିଲେ ଯେ ବାଜପାୟୀ ସରକାରଙ୍କ ଦ୍ୱାରା ଏହା ପୂର୍ବରୁ ଗ୍ରହଣ କରାଯାଇଥିବା ଶାନ୍ତି ପଦକ୍ଷେପ ଫଳରେ ସମଗ୍ର ବିଶ୍ୱରେ ଭାରତ ପ୍ରତି ଏକ ଉତ୍ତମ ବୁଝାମଣା ସୃଷ୍ଟି ହୋଇଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇତିହାସରେ ଭାରତ କେବେ ବି ଆକ୍ରମଣକାରୀ ରହି ନାହିଁ । ଭାରତୀୟ ସଶସ୍ତ୍ର ବଳଙ୍କୁ ସମଗ୍ର ବିଶ୍ୱରେ ମାନବତା ଏବଂ ଶାନ୍ତିର ରକ୍ଷକ ମନେ କରାଯାଏ । ସେମାନେ ଭାରତୀୟ ସୈନିକମାନଙ୍କ ଦ୍ୱାରା ଇସ୍ରାଏଲରେ ହାଇଫାର ମୁକ୍ତି ସହିତ ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ପ୍ରାଣଦାନ କରୁଥିବା ଭାରତୀୟ ସୈନିକମାନଙ୍କ ପାଇଁ ଫ୍ରାନ୍ସରେ ନିର୍ମିତ ସ୍ମାରକ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା କରିଥିଲେ । ସେ କହିଲେ ଯେ ବିଶ୍ୱଯୁଦ୍ଧ ଏବଂ ଜାତିସଂଘ ଶାନ୍ତି ରକ୍ଷକ ଅଭିଯାନରେ ଏକ ଲକ୍ଷରୁ ଅଧିକ ଭାରତୀୟ ସୈନିକ ଶହୀଦ ହୋଇଛନ୍ତି । ଭାରତୀୟ ସୈନିକ ସବୁଠାରୁ ଅଧିକ ସଂଖ୍ୟାରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ସେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଶସ୍ତ୍ର ବଳଙ୍କ ସମର୍ପଣ ଏବଂ ସେବା ସମ୍ବନ୍ଧରେ ଚର୍ଚ୍ଚା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ସମଗ୍ର ବିଶ୍ୱ ଆତଙ୍କବାଦ ଏବଂ ଛଦ୍ମ ଯୁଦ୍ଧର ସାମନା କରୁଛି । ସେ କହିଲେ ଯେ ଯୁଦ୍ଧରେ ଯେଉଁମାନଙ୍କୁ ହରାଗଲା, ସେମାନେ ଛାୟା ଯୁଦ୍ଧରେ ଲାଗିଛନ୍ତି ଏବଂ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଆତଙ୍କବାଦର ସମର୍ଥନ କରୁଛନ୍ତି । ସେ କହିଲେ ଯେ ଏହା ହେଉଛି ସମୟର ଆହ୍ୱାନ କି ମାନବତାରେ ବିଶ୍ୱାସ ରଖୁଥିବା ସମସ୍ତ ଜନସାଧାରଣ ସଶସ୍ତ୍ର ବଳଙ୍କ ସମର୍ଥନରେ ଆଗେଇ ଆସନ୍ତୁ । ସେ କହିଲେ ଯେ ଆତଙ୍କବାଦର ପ୍ରଭାବୀ ମୁକାବିଲା କରିବା ଅନିବାର୍ଯ୍ୟ ।
ପ୍ରଧାନମନ୍ତ୍ରୀ କହିଲେ ଯେ ବିବାଦ ଅନ୍ତରୀକ୍ଷ ଏବଂ ସାଇବର ଦୁନିଆରେ ପହଞ୍ଚିଛି, ଏଥିପାଇଁ ସେ କହିଲେ ଯେ ସଶସ୍ତ୍ର ବଳର ଆଧୁନିକୀକରଣ କରିବା ଆବଶ୍ୟକ । ସେ କହିଲେ ଯେ ଯେତେବେଳେ ରାଷ୍ଟ୍ରୀୟ ସୁରକ୍ଷାର କଥା ଉଠୁଛି, ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଅଥବା କୌଣସି ରୂପରେ ଅଭାବବୋଧ ମଧ୍ୟରେ ରହିବ ନାହିଁ । ଏହି ସନ୍ଦର୍ଭରେ ସେ ଅରିହନ୍ତ ମାଧ୍ୟମରେ ପରମାଣୁ ପରୀକ୍ଷଣ ଏବଂ ଏ-ସ୍ୟାଟର ପରୀକ୍ଷଣର ଚର୍ଚ୍ଚା କରିଥିଲେ । ସେ କହିଲେ ଯେ ସଶସ୍ତ୍ର ବଳର ଦ୍ରୂତ ଆଧୁନିକୀକରଣ କରାଯାଉଛି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ‘ମେକ ଇନ ଇଣ୍ଡିଆ’ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରିତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ସେ ସଶସ୍ତ୍ର ବଳର ତିନୋଟି ବିଭାଗ ମଧ୍ୟରେ ଏକଜୁଟତାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ।
ସେ କହିଲେ ଯେ ସୀମାବର୍ତ୍ତୀ କ୍ଷେତ୍ରରେ ଆଧାରଭୂତ ସୁବିଧା ଗୁଡ଼ିକୁ ମଜଭୁତ କରାଯାଉଛି । ସେ ସୀମାବର୍ତ୍ତୀ କ୍ଷେତ୍ରରେ ବିକାଶ ସହିତ ସେଠାରେ ରହୁଥିବା ଜନସାଧାରଣଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା କରିଥିଲେ ।
ଶେଷରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମ୍ପୂର୍ଣ୍ଣ ରାଷ୍ଟ୍ର 1947ରେ ସ୍ୱାଧୀନତା ହାସଲ କରିଥିଲା, ସମଗ୍ର ରାଷ୍ଟ୍ର ପାଇଁ 1950ରେ ସମ୍ବିଧାନ ଲେଖା ଯାଇଥିଲା ଏବଂ ସମଗ୍ର ଦେଶ ପାଇଁ 500ରୁ ଅଧିକ ବୀର ସୈନିକ କାରଗିଲର ବରଫାବୃତ୍ତ ଉଚ୍ଚତାରେ ସେମାନଙ୍କ ପ୍ରାଣ ଦାନ କରିଛନ୍ତି ।
ସେ ଏହା ସୁନିଶ୍ଚିତ କରିବା ପାଇଁ ଏକ ସାମୂହିକ ସଂକଳ୍ପର ଆହ୍ୱାନ କରିଥିଲେ ଯେ ଏହି ତ୍ୟାଗ ଯେପରି ବେକାର ନଯାଏ, ଏହି ଶହୀଦମାନଙ୍କର କାର୍ଯ୍ୟରୁ ପ୍ରେରଣା ଗ୍ରହଣ କରି ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା ।
*********
Remembering the heroes of Kargil. Watch. https://t.co/EVXydyBZYI
— Narendra Modi (@narendramodi) July 27, 2019
कारगिल में विजय, भारत के वीर बेटे-बेटियों के अदम्य साहस की जीत थी,
— Narendra Modi (@narendramodi) July 27, 2019
कारगिल में विजय, भारत के संकल्पों की जीत थी... pic.twitter.com/43mJmo4aDM
सैनिक वर्तमान के साथ ही आने वाली पीढ़ियों के लिए भी अपना जीवन बलिदान करते हैं।
— Narendra Modi (@narendramodi) July 27, 2019
सैनिक जिंदगी और मौत में भेद नहीं करते, उनके लिए तो कर्तव्य ही प्रमुख है।
मुझे गर्व है कि बीते 5 वर्षों में सैनिकों और सैनिकों के परिवारों के कल्याण से जुड़े अनेक महत्वपूर्ण फैसले लिए गए हैं। pic.twitter.com/vgzURZ349G
आज समय की मांग है कि मानवता में विश्वास रखने वाली सभी शक्तियां सशस्त्र बलों के साथ उनके समर्थन में खड़ी हों। तभी आतंकवाद का प्रभावी तौर पर मुकाबला किया जा सकता है। pic.twitter.com/LkrDCLdKH8
— Narendra Modi (@narendramodi) July 27, 2019
जल-थल हो या नभ, हमारी सेना अपने-अपने क्षेत्रों में उच्चतम शिखर को प्राप्त करने का सामर्थ्य रखे और आधुनिक बने, यही हमारा प्रयास है। pic.twitter.com/wjadZ9P1yF
— Narendra Modi (@narendramodi) July 27, 2019
PM @narendramodi attended a programme to mark Kargil Vijay Diwas.
— PMO India (@PMOIndia) July 27, 2019
He highlighted the valour of our forces and their unwavering commitment to protect our nation. He recalled the heroic efforts of our forces in Kargil.
PM emphasised on the need for unity and harmony in society. pic.twitter.com/UPS8Me37br