ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ ବିଜୟ ଦିବସ ଅବସରରେ ଭାରତ ପାଇଁ ଲଢ଼େଇ କରିଥିବା ବୀର ସୈନିକମାନଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
“କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ଭାରତ ପାଇଁ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସଂଗ୍ରାମ କରିଥିବା ପ୍ରତ୍ୟେକ ବୀର ସୈନିକଙ୍କୁ ମୁଁ ମଥାପାତି ଶ୍ରଦ୍ଧାଞ୍ଜଳି ଜଣାଉଛି । ସେମାନଙ୍କ ବୀରତାପୂର୍ଣ୍ଣ ତ୍ୟାଗ ଓ ଆତ୍ମବଳୀ ଆମ୍ଭମାନଙ୍କୁ ପ୍ରେରଣା ଦିଏ ।
ସୀମାନ୍ତରେ ଅନୁପ୍ରବେଶକାରୀମାନଙ୍କୁ ତଡ଼ିବା ପାଇଁ ଭାରତୀୟ ଜବାନମାନେ ଅସୀମ ସାହସର ସହ ଯେଉଁ ଅବିସ୍ମରଣୀୟ ଏବଂ ଔଚିତ୍ୟପୂର୍ଣ୍ଣ ଜବାବ ଦେଲେ ସେହି ନିର୍ଭିକତାକୁ ଭାରତବାସୀ କେବେହେଲେ ଭୁଲିପାରିବେ ନାହିଁ ।
1999 ରେ ଭାରତର ରାଜନୈତିକ ନେତୃତ୍ୱ ଯେଉଁ ଦୃଢ଼ତା ପ୍ରଦର୍ଶନ କରିଥିଲା ତାକୁ ଆମେ ଆଜି ଗର୍ବର ସହ ପୁନଃସ୍ମରଣ କରୁଛୁ, ଯାହାକି କାର୍ଗିଲରେ ଏକ ନିଷ୍ପତିମୂଳକ ବିଜୟ ଆଣି ଦେଇଥିଲା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On Kargil Vijay Diwas I bow to every valiant soldier who fought for India till the very last breath. Their heroic sacrifices inspire us.
— Narendra Modi (@narendramodi) July 26, 2016
India will never forget the fearlessness with which our courageous soldiers gave a befitting & unforgettable reply to the intruders.
— Narendra Modi (@narendramodi) July 26, 2016
We recall with pride, the firmness demonstrated by India’s political leadership in 1999, which ensured a decisive victory in Kargil.
— Narendra Modi (@narendramodi) July 26, 2016