ପିଏମଇଣ୍ଡିଆ
ମଞ୍ଚ ଉପରେ ଉପସ୍ଥିତ ସମସ୍ତ ମହାନୁଭବ, କାର୍ ନିକୋବାରର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ମୁଁ କାଲି କାଶୀରେ ମାଆ ଗଙ୍ଗାଙ୍କ ପାଖରେ ଥିଲି ଆଉ ଆଜି ସକାଳେ ଏଠାରେ ଏହି ବିରାଟ ସମୁଦ୍ର କୂଳରେ ଆପଣ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ଅଛି । ମାଆ ଗଙ୍ଗା ନିଜର ପବିତ୍ରତା ଦ୍ୱାରା ଯେଭଳି ଭାରତର ଜନସାଧାରଣଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି, ସେହିଭଳି ଭାବେ ଏହି ସାଗର ଅନନ୍ତକାଳରୁ ମାଆ ଭାରତୀଙ୍କର ଚରଣ ବନ୍ଦନା କରୁଛି, ରାଷ୍ଟ୍ରର ସୁରକ୍ଷା ଏବଂ ସାମର୍ଥ୍ୟକୁ ଉର୍ଜ୍ଜା ପ୍ରଦାନ କରୁଛି ।
ସାଥୀଗଣ, ଆଜି ଯେତେବେଳେ ମୁଁ ଏଠାକୁ ଆସିଛି, ସେତେବେଳେ ଆପଣଙ୍କ ସହିତ ପ୍ରଥମ ଥର ମୁଁ କାର୍ ନିକୋବାର ସହିତ ଏଠାକାର୍ ସମସ୍ତ ଦ୍ୱୀପଗୁଡ଼ିକରେ ବସବାସ କରୁଥିବା ଆମର ପୂର୍ବପୁରୁଷଙ୍କୁ ପ୍ରଣାମ କରୁଛି, ଯେଉଁମାନେ ସ୍ୱାଧୀନତା ପାଇଁ, ଏଠାକାର୍ ବିକାଶ ପାଇଁ ନିଜର ଜୀବନକୁ ସମର୍ପିତ କରି ଦେଇଥିଲେ ।
ସାଥୀଗଣ, ଆପଣଙ୍କ ପାଖରେ ପ୍ରକୃତିର ଅଦ୍ଭୁତ ଗନ୍ତାଘର ତ ହିଁ ରହିଛି, ଆପଣଙ୍କର ସଂସ୍କୃତି, ପରମ୍ପରା, କଳା ଏବଂ କୌଶଳ ମଧ୍ୟ ହେଉଛି ଉନ୍ନତ ଧରଣର । କିଛି ସମୟ ପୂର୍ବରୁ ଏଠାରେ ଯେଉଁ ନୃତ୍ୟ କୌଶଳ ପ୍ରସ୍ତୁତ କରାଗଲା, ପିଲାମାନେ ଯେଉଁ କଳା ପ୍ରଦର୍ଶନ କଲେ, ତାହା ଦେଖାଇଥାଏ କି ଭାରତର ସାଂସ୍କୃତିକ ସମ୍ପନ୍ନତା ଭାରତ ମହାସାଗର ଭଳି ବିରାଟ ।
ବିଶେଷ କରି ଆପଣମାନେ ସଂଯୁକ୍ତ ପରିବାରର ଯେଉଁ ପରମ୍ପରା ସହିତ ଯୋଡି ହୋଇ ରହିଛନ୍ତି- ଯୌଥ ପରିବାର, ତାହା ହେଉଛି ଭାରତୀୟ ଜୀବନ-ଶୈଳୀର ଏକ ବହୁତ ବଡ଼ ଶକ୍ତି । କାମର, ସଂସାଧନର, ଶ୍ରମର କିଭଳି ଭାବେ ଉଚିତ ଉପଯୋଗ ହୋଇପାରିବ, କିଭଳି ଭାବେ ମିଳିମିଶି ଜୀବନ ବଂଚାଯାଇ ପାରେ; ଏହା ହେଉଛି ତାହାର ସତ୍ୟ ଉଦାହରଣ । କାର୍ଗିଲରୁ ନେଇ କାର୍ ନିକୋବାର ପର୍ଯ୍ୟନ୍ତ, କଚ୍ଛରୁ ନେଇ କୋହିମା ପର୍ଯ୍ୟନ୍ତ ଆମ ସମାଜରେ ଏହି ପାରିବାରିକ ସଂଗଠନ, ପରିବାର ବ୍ୟବସ୍ଥା ହେଉଛି ବହୁତ ଶକ୍ତିଶାଳୀ ।
ସାଥୀଗଣ, କିଛି ସମୟ ପୂର୍ବରୁ ମୁଁ ସୁନାମୀ ସ୍ମାରକୀ, ୱାଲ ଅଫ୍ ଲଷ୍ଟ୍ ସୋଲ୍ସ ଯାଇଥିଲି । ସେଠାରେ ମୁଁ ସେହି ଭୀଷଣ ବିପଦରେ ଜୀବନ ହରାଇଥିବା ସଜ୍ଜନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲି । 14-15 ବର୍ଷ ପୂର୍ବେ ସେହି ହୃଦୟ ବିଦାରକ ଘଟଣା ଏଠାକାର୍ ଜନସାଧାରଣଙ୍କୁ, ଆପଣ ସମସ୍ତଙ୍କର ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିଲା, ନିଜର ସ୍ୱଜନମାନଙ୍କୁ ଦୂର କରି ଦେଇଥିଲା । କିନ୍ତୁ ଯେଉଁଭଳି ଭାବେ ନିଜର ପୁରୁଷାର୍ଥ ଦ୍ୱାରା ଆପଣମାନେ ସମସ୍ତେ କାର୍ ନିକୋବାରକୁ ପୁଣି ଠିଆ କରାଇଦେଲେ, ତାହା ପ୍ରକୃତରେ ହେଉଛି ପ୍ରଶଂସନୀୟ ।
ଭାଇ ଓ ଭଉଣୀମାନେ, କାର୍ ନିକୋବାରରେ ଜୀବନ ଜୀଇଁବା ଆହୁରି ସହଜ ହେଉ, ଆପଣମାନଙ୍କୁ ଉନ୍ନତଧରଣର ସୁବିଧା ମିଳୁ, ସୁଯୋଗ ମିଳୁ- ଏଥିପାଇଁ ଆଜି କୋଟି କୋଟି ଟଙ୍କାର ପ୍ରକଳ୍ପର ଏଠାରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏଥିରେ ଶିକ୍ଷାରୁ ନେଇ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ, ରୋଜଗାରରୁ ନେଇ କୌଶଳ ବିକାଶ ପର୍ଯ୍ୟନ୍ତ, ପରିବହନରୁ ନେଇ ବିଜୁଳି ପର୍ଯ୍ୟନ୍ତ, କ୍ରୀଡ଼ାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ ଅନେକଗୁଡ଼ିଏ ପ୍ରକଳ୍ପ ସାମିଲ ଅଛି । ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଏହା ହେଉଛି ଦେଶର ବିକାଶ ପାଇଁ ଆମର ସେହି ଚିନ୍ତାଧାରାର ବିକାଶ, ଯାହାର ମୂଳରେ ରହିଛି ଭିତ୍ତିଭୂମି, ଯୋଗାଯୋଗ । ‘ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ’ ଅର୍ଥାତ ବିକାଶ ପ୍ରକ୍ରିୟାରୁ ଦେଶର କୌଣସି ମଧ୍ୟ ନାଗରିକ ଛାଡ଼ି ହୋଇ ରହି ନଯାଉ ଆଉ କୌଣସି କୋଣ ମଧ୍ୟ ବଳକା ରହି ନଯାଉ, ଏହା ହେଉଛି ଏହି ଭାବନାର ପ୍ରକଟୀକରଣ ।
ଦେଶର ବିସ୍ତୃତ ଅଂଚଳର ଦୂରତା ମଧ୍ୟ ହ୍ରାସ ପାଉ ଏବଂ ହୃଦୟରେ ସହ-ଅସ୍ତିତ୍ୱର ଭାବନା ମଧ୍ୟ ସୁଦୃଢ଼ ହେଉ, ଏହି ଲକ୍ଷ୍ୟକୁ ନେଇ ଆମେ କାର୍ଯ୍ୟ କରୁଛୁ । ବିଗତ ଚାରି ବର୍ଷ ମଧ୍ୟରେ ଏହା ନିରନ୍ତର ଭାବେ ମୋର ପ୍ରୟାସ ରହି ଆସିଛି କି ପ୍ରଧାନମନ୍ତ୍ରୀ ହେବା କାରଣରୁ ମୁଁ ନିଜେ ଦେଶର କୋଣ ଅନୁକୋଣକୁ ଯିବି ଆଉ ଆପଣମାନଙ୍କ ସହିତ ସାକ୍ଷାତ କରି ଆପଣମାନଙ୍କ ସହିତ ବାର୍ତାଳାପ କରିପାରିବି ।
ସାଥୀଗଣ, କିଛି ସମୟ ପୂର୍ବରୁ ଯେଉଁସବୁ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ସେଥିରେ ସମୁଦ୍ର ପ୍ରାଚୀର (ସି ୱାଲ)ର ପ୍ରକଳ୍ପ ମଧ୍ୟ ସାମିଲ ଅଛି । ଆପଣମାନଙ୍କର ସମସ୍ତଙ୍କର ଦୀର୍ଘ ଦିନ ଧରି ଏହି ଦାବି ରହିଥିଲା କି ମାଟିର ଦ୍ୱାର ବା ଗେଟ୍ ରହିବା ଦ୍ୱାରା ଯେଉଁ ବିପଦ ସୃଷ୍ଟି ହେଉଥିଲା, ସେଥିରୁ ବାହାରିବାର ଉପାୟ କରାଯାଉ । ଆପଣଙ୍କର ଦାବିକୁ ଦୃଷ୍ଟିରେ ରଖି ପ୍ରାୟ 50 କୋଟି ଟଙ୍କା ବ୍ୟୟରେ ସି ୱାଲ ଏଠାରେ ନିର୍ମାଣ କରାଯିବ, ଯାହାର ଶିଳାନ୍ୟାସ ଆଜି କରିବାର ସୌଭାଗ୍ୟ ମୋତେ ମିଳିଛି । ଏବେ ଏଥି ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ହେବ ଆଉ ଯେତେବେଳେ ଏହି ନିର୍ମାଣ ସଂପୂର୍ଣ୍ଣ ହୋଇଯିବ ତ ଏହି ସମୁଦ୍ର ପ୍ରାଚୀର କାର୍ ନିକୋବାର ପାଇଁ ସୁରକ୍ଷା କବଚ ଭଳି କାର୍ଯ୍ୟ କରିବ ।
ସାଥୀଗଣ, ସୁରକ୍ଷା ସହିତ କାର୍ ନିକୋବାରରେ ବିକାଶର ପଂଚଧାରା ବହୁ-ପିଲାମାନଙ୍କୁ ପାଠ, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ସାଧାରଣ ଜନତାଙ୍କର ଶୁଣାଣୀ, ଏସମସ୍ତ ସୁବିଧା ମିଳୁ, ଏଥିପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି । ମୋତେ ଏହି କଥାର ଅନୁଭବ ରହିଛି କି ଏଠାକାର ଯୁବ ସାଥୀଙ୍କୁ ଶିକ୍ଷା ପାଇଁ, ପ୍ରଶିକ୍ଷଣ ପାଇଁ ଦୂର ଦୂରାନ୍ତରକୁ ଯିବାକୁ ପଡ଼ୁଥିଲା । ଏବେ ଆରୋଙ୍ଗ ଗାଁରେ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅର୍ଥାତ ଆଇଟିଆଇ ହେବା ଦ୍ୱାରା ଆପଣମାନଙ୍କୁ, ଯୁବକମାନଙ୍କୁ ବହୁତ ବଡ଼ ଲାଭ ମିଳିବାକୁ ଯାଉଛି । ଏଠାରୁ ଏବେ କାର୍ ନିକୋବାରର ଯୁବକ ଇଲେକ୍ଟ୍ରିସିଆନ, ପ୍ଲମ୍ବର, ଅଟୋମୋଟିଭ ଟେକ୍ନିସିଆନ ହୋଇ ବାହାରିବେ ଆଉ ସାରା ଦେଶରେ କେଉଁଠି ହେଲେ ମଧ୍ୟ ରୋଜଗାର ପାଇଁ ସମର୍ଥ ହେବେ ।
ସାଥୀଗଣ, କାର୍ ନିକୋବାରର ଯୁବକ ପାରମ୍ପରିକ ରୋଜଗାର ସହିତ ଆଜିର ଶିକ୍ଷା, ଚିକିତ୍ସା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଆଗକୁ ବଢ଼ୁଛନ୍ତି । କ୍ରୀଡ଼ା କୌଶଳ ତ, ଏଠାକାର ଯୁବକ ସାଥୀମାନଙ୍କ ରକ୍ତ କୋଣ ଅନୁକୋଣରେ ରହିଛି । ଆପଣମାନଙ୍କର ରକ୍ତରେ ଖେଳକୁଦ ରହିଛି । କାର୍ ନିକୋବାର ଫୁଟବଲ ସମେତ ଅନେକଗୁଡ଼ିଏ ଖେଳରେ ଦେଶର ପ୍ରତିଭାଶାଳୀ କ୍ରୀଡ଼ା ପ୍ରତିଭା ପାଇଁ ମଧ୍ୟ ବିଶେଷ ଭାବେ ସୁପରିଚିତ ହେଉଛି । କିଛି ସମୟ ପୂର୍ବରୁ ଏଠାକାର ପ୍ରତିଭାଶାଳୀ ଖେଳାଳୀମାନଙ୍କ ସହିତ ମୋତେ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ମୋତେ ଅବଗତ କରାଯାଇଛି କି ଏଠାକାର କନିଷ୍ଠ ଫୁଟବଲ ଟିମ୍ ଚାରିଥର ପ୍ରତିଷ୍ଠିତ ସୁବ୍ରତ ମୁଖାର୍ଜି କପ୍ ଜିତିଛନ୍ତି ।
ସାଥୀଗଣ, ଏଠାକାର ପ୍ରତିଭାଙ୍କୁ, ଏଠାକାର ଉଦୀୟମାନ ପ୍ରତିଭାଙ୍କୁ ଆହୁରି ଉନ୍ନତ କରିବା ପାଇଁ ଏବେ ଲପାତି ଗାଁରେ ନିର୍ମିତ ହୋଇଥିବା ଆଧୁନିକ କ୍ରୀଡ଼ା ପରିସର ଆପଣମାନଙ୍କ ପାଇଁ ସମର୍ପିତ । ଏହା ହେଉଛି ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହର ଏକ ମାତ୍ର ଏଭଳି ପରିସର । ପ୍ରାୟ 8 କୋଟି ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ଏହି କ୍ରୀଡ଼ା ପରିସରରେ ସମସ୍ତ ସୁବିଧାମାନ ପ୍ରସ୍ତୁତ କରାଯାଇଛି । ବାଳକ ଏବଂ ବାଳିକା ହଷ୍ଟେଲ ସହିତ ଏଠାରେ ମଧ୍ୟ ଏକ ସିନ୍ଥେଟିକ ଟ୍ରାକ ନିର୍ମାଣ କରାଯାଇଛି ।
ସାଥୀଗଣ, ଫୁଟବଲ ବ୍ୟତୀତ ସାଇକେଲ ଚାଳନା ହେଉ, ବନ୍ଧୁକ ଚାଳନା ହେଉ, ରୋଇଂ ହେଉ- କାର୍ ନିକୋବାରର ଅନେକ ପ୍ରତିଭାଶାଳୀ ଖେଳାଳୀ ଆପଣ ଦେଶକୁ ଦେଇଛନ୍ତି । ଆଜି ଯେଉଁ ଖେଳ ପରିଷଦର ଲୋକାର୍ପଣ ହୋଇଛି, ଭବିଷ୍ୟତରେ ଏଠାରେ ସାଇକେଲ ଚାଳନା ପାଇଁ ବେଲୋଡ୍ରୋମ ଏବଂ ସୁଇମିଂପୁଲ୍ ତିଆରି କରିବାର ଯୋଜନା ମଧ୍ୟ ରହିଛି ।
ସାଥୀଗଣ, କେନ୍ଦ୍ର ସରକାର ଆଣ୍ଡାମାନ ଏବଂ ନିକୋବାରରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ଜୀବନ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟବସ୍ଥାକୁ ସହଜ କରିବାରେ ଲାଗି ପଡ଼ିଛନ୍ତି । ଶସ୍ତା ରାଶନ ହେଉ, ସ୍ୱଚ୍ଛ ପାଣି ହେଉ, ଗ୍ୟାସ ସଂଯୋଗ ହେଉ, କିରୋସିନ ତେଲ ହେଉ, ପ୍ରତ୍ୟେକ ସୁବିଧାକୁ ସହଜ କରିବାର ପ୍ରୟାସ କରାଯାଉଛି । ବିଶେଷ ଭାବେ ଏଠାରେ ରହୁଥିବା ଆପଣ ସମସ୍ତ ଜନତାଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଦେବା ପାଇଁ ମଧ୍ୟ ସରକାର ହେଉଛନ୍ତି ପ୍ରତିଶୃତିବଦ୍ଧ । ଡିଗଲିପୁରର ଉପ-ଜିଲ୍ଲା ହାସ୍ପାତାଳର ବିସ୍ତାର ହେବା ଫଳରେ ସ୍ୱାସ୍ଥ୍ୟ ସେବାରେ ବହୁତ ସୁଧାର ହେବାକୁ ଯାଉଛି ।
ସାଥୀଗଣ, କେନ୍ଦ୍ର ସରକାର ଏଠାକାର ଆବଶ୍ୟକତା, ଏଠାକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ହିଁ ବିକାଶ କରିବାରେ ଲାଗି ପଡ଼ିଛନ୍ତି । ସରକାରଙ୍କର ଏହା ହେଉଛି ପ୍ରୟାସ କି ପର୍ଯ୍ୟାବରଣ ଏବଂ ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ସହିତ ହିଁ ବିକାଶ ହେଉ । ଏହି ଭାବନାକୁ ଦୃଷ୍ଟିରେ ରଖି ସରକାର ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ଆଣ୍ଡାମାନ ନିକୋବାର ସମେତ ଦେଶର ସମୁଦ୍ରକୂଳ ଅଂଚଳଗୁଡ଼ିକରେ ରହୁଥିବା କୋପ୍ରା ଏବଂ ନଡ଼ିଆ ଚାଷ ସହିତ ଜଡ଼ିତ କୃଷକମାନଙ୍କ ପାଇଁ ଗୋଟିଏ ବଡ଼ ନିଷ୍ପତ୍ତି ସରକାର ନେଇଛନ୍ତି । କୋପ୍ରାରେ, ଯେଉଁ କୋପ୍ରାର ଏମସିପିରେ 200 ଟଙ୍କା ପ୍ରତି କ୍ୱିଂଟାଲକୁ ବୃଦ୍ଧି କରାଯାଇଛି, ଯେଉଁ କୋପ୍ରା ମିଲିଂ ହୋଇଥାଏ, ତାହାର ସମର୍ଥନ ମୂଲ୍ୟ ଏବେ 7,750 ଟଙ୍କାରୁ ବୃଦ୍ଧି କରାଯାଇ 9500ଟଙ୍କା କ୍ୱିଂଟାଲ ପ୍ରତି କରାଯାଇଛି ତ, ସେଠି ବଲ କୋପ୍ରାର ସମର୍ଥନ ମୂଲ୍ୟ ଏବେ 7750ଟଙ୍କାରୁ ବୃଦ୍ଧି କରାଯାଇ 9920 ଟଙ୍କା କ୍ୱିଂଟାଲ ପ୍ରତି କରାଯାଇଛି । ଏହି ବୃଦ୍ଧି ଫଳରେ କୋପ୍ରାର ଚାଷ ସହିତ ଜଡ଼ିତ ଅନେକ କୃଷକମାନଙ୍କୁ ଲାଭ ହେବ ।
ସାଥୀଗଣ, କେନ୍ଦ୍ର ସରକାର ଆମର ମତ୍ସ୍ୟଜୀବୀମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି । ନିକଟରେ ହିଁ ଦେଶରେ ମତ୍ସ୍ୟପାଳନକୁ ଲାଭକାରୀ ବ୍ୟବସାୟ କରିବା ପାଇଁ ସାତ ହଜାର କୋଟି ଟଙ୍କାର ଏକ ବିଶେଷ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ଉଚିତ ଦରରେ ଋଣ ଉପଲବ୍ଧ କରାଯାଉଛି ।
ଆମର ସମୁଦ୍ର କୂଳ ହେଉଛି ନୀଳ ବିପ୍ଳବର କେନ୍ଦ୍ର ହେବାରେ ସକ୍ଷମ- ଏହି ଚିନ୍ତାଧାରା ସହିତ ସରକାର ଆଗକୁ ବଢ଼ୁଛନ୍ତି । ମତ୍ସ୍ୟ ସହିତ ଜଡ଼ିତ ବ୍ୟବସାୟ ହେଉ, ସମୁଦ୍ରଘାସର ଚାଷ ହେଉ, ଏଭଳି ଅନେକ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି । ଆଧୁନିକ ବୋଟ୍ ବା ଡଙ୍ଗା ପାଇଁ ସରକାର ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି । ଏହି ଦୃଷ୍ଟିଭଙ୍ଗୀ ସହିତ ଏଠାରେ ମତ୍ସ୍ୟପାଳନ, ଚାଷ ଏବଂ ପଶୁପାଳନ ସହିତ ଜଡ଼ିତ ଅନେକ ଯୋଜନାଗୁଡ଼ିକ ପାଇଁ ପ୍ୟାକେଜ୍ ଦିଆଯାଇଛି ।
ଭାଇ ଓ ଭଉଣୀମାନେ, କାର୍ ନିକୋବାରର ପର୍ଯ୍ୟାବରଣକୁ ସଂରକ୍ଷିତ ରଖି ସୌରଶକ୍ତିର ସମ୍ଭାବନାକୁ ଖୋଜାଯାଉଛି, ସୁନ୍ଦରଭାବେ ଗଢ଼ି ତୋଳୁଛନ୍ତି । ଆଜି ଭାରତ ଦୁନିଆର ସେହି ଦେଶମାନଙ୍କ ମଧ୍ୟରୁ ହେଉଛି ଗୋଟିଏ ଯେଉଁଠାରେ ଶକ୍ତିର ଉତ୍ପାଦନ ଏବଂ ଉପଯୋଗ ସବୁଠାରୁ ଦ୍ରୁତଗତିରେ ଆଗକୁ ବଢ଼ୁଛି । ସୌରଶକ୍ତି ଦ୍ୱାରା ଦେଶକୁ ଶସ୍ତା ଏବଂ ସବୁଜ ଶକ୍ତି ଦେବା ପାଇଁ ଆମେ ପ୍ରତିବଦ୍ଧ ଅଟୁ । ଆଜି ଆନ୍ତର୍ଜାତୀୟ ସୌର ମେଂଟଣ୍ଟ ମାଧ୍ୟମରେ ସମଗ୍ର ଦୁନିଆରେ ସୌର ଉର୍ଜ୍ଜାର ବିପ୍ଳବ ପାଇଁ ଭାରତ ନେତୃତ୍ୱ ନେଉଛି, ଆଗକୁ ବାହାରୁଛି । ୱାନ ୱାର୍ଲ୍ଡ, ୱାନ ସନ୍, ୱାନ ଗ୍ରୀଡ଼୍, ଅର୍ଥାତ ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ଼ର ବ୍ୟାପକ ଦୃଷ୍ଟିଭଙ୍ଗୀ ପାଇଁ ଭାରତ କାର୍ଯ୍ୟ କରୁଛି ।
ସାଥୀଗଣ, ଭାରତର ଯେଉଁ ସାମୁଦ୍ରିକ ଉପକୂଳ ରହିଛି, ଏଠାରେ ତ ଅସରନ୍ତି ଶକ୍ତି ପାଇଁ ବହୁତ ଅଧିକ ସମ୍ଭାବନା ରହିଛି । ଏହି ସମ୍ଭାବନାଗୁଡ଼ିକୁ ଆମେ ସୁଯୋଗରେ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରି ଚାଲିଛୁ । ଏହି ଯୋଜନା ମାଧ୍ୟମରେ କାର୍ ନିକୋବାରରେ 300 କିଲୋୱାଟର ଛାତ ଉପରେ ସୌର ପ୍ଲାଂଟ ଲଗାଇବାର ଲକ୍ଷ୍ୟ ରଖାଯାଇଛି । ମୋତେ ଅବଗତ କରାଯାଇଛି କି ଏଠାକାର୍ ସ୍କୁଲମାନଙ୍କରେ, ହାସ୍ପାତାଳ ସମେତ ଅନେକ ସ୍ଥାନମାନଙ୍କରେ 50-50କିଲୋୱାଟର ପାନେଲ କାର୍ଯ୍ୟକାରୀ ଅବସ୍ଥାରେ ରହିଛି, ଲଗାଯାଇ ସାରିଛି । ସରକାରଙ୍କ ପ୍ରୟାସ ହେଉଛି କି ଆଗାମୀ ସମୟରେ କାର୍ ନିକୋବାରର ସମସ୍ତ ବିଜୁଳିଜନିତ ଆବଶ୍ୟକତା ସୌର ଉର୍ଜ୍ଜାରୁ ହିଁ ପୂରଣ ହେଉ ।
ସାଥୀଗଣ, ଆମର ଏହି କାର୍ ନିକୋବାର, ଏହି ସମସ୍ତ ସମୁଦ୍ରିକ କ୍ଷେତ୍ର, ଦେଶ, ଏହି ମାଲାକ୍କା ପ୍ରଣାଳୀ, ସଂସାଧନ ଏବଂ ସୁରକ୍ଷା ଦୁଇଟି ଯାକ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଏହା ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ହେଉଛି ଏକ ପ୍ରମୁଖ ସିପିଂ ପ୍ରଣାଳୀ । ଏହା ହେଉଛି ମାଲବାହୀ ଜାହାଜଗୁଡ଼ିକ ପାଇଁ ଦୁନିଆର ସବୁଠାରୁ ବ୍ୟସ୍ତତମ ରାସ୍ତା । ଏହାକୁ ଧ୍ୟାନରେ ରଖି ଏଠାରେ ପରିବହନ ମାଧ୍ୟମଗୁଡ଼ିକର ମଧ୍ୟ ବିକାଶ କରାଯାଉଛି । ଏହାଦ୍ୱାରା ଆପଣମାନଙ୍କୁ ସମସ୍ତଙ୍କୁ ସୁବିଧା ମଧ୍ୟ ମିଳିବ ଆଉ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ ।
ଭାଇ ଓ ଭଉଣୀମାନେ, ଦେଶର ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି ଏଠାରେ ଆଜି Trans-shipment Port ର ଆଧାରଶିଳା ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ସାଗରର ଦକ୍ଷିଣ ଅଂଶରେ ନୂତନ ଉଦ୍ୟାଗଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି ହେବ ।
ଏହା ସହିତ-ସହିତ ସାଗରମାଳା ଯୋଜନା ମାଧ୍ୟମରେ ସମଗ୍ର ଦେଶର ଉପକୂଳ ଅଂଚଳକୁ ବିକଶିତ କରିବା, ଏଠାରେ ଭିତ୍ତିଭୂମି ବିକଶିତ କରିବାର ଏକ ବଡ଼ ଯୋଜନା ଚାଲୁ ରହିଛି । ଏହି ଯୋଜନା ମାଧ୍ୟମରେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟରେ ହଜାର ହଜାର ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି । ସାରା ଦେଶରେ 14 ଉପକୂଳ ନିଯୁକ୍ତି ଅଂଚଳ ଅର୍ଥାତ ସିଇଜେଡ୍ସର ବିକାଶ ଆଗାମୀ ସମୟରେ ଦେଶର ସମୁଦ୍ର କୂଳର ଆଖପାଖରେ ହେବାକୁ ଯାଉଛି ।
ସାଥୀଗଣ, ସାଗରମାଳା ପ୍ରକଳ୍ପ ଅଧୀନରେ କାର୍ ନିକୋବାରରେ ମଧ୍ୟ Campbell Bay ରେ ପ୍ରାୟ 50 କୋଟି ଟଙ୍କା ବ୍ୟୟରେ Campbell Bay ଜେଟିର ସମ୍ପ୍ରସାରଣ ପ୍ରାୟ 150 କିଲୋମିଟର ପର୍ଯ୍ୟନ୍ତ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ସହିତ ହିଁ ମୁସ୍ ଜେଟିର ଗଭୀରତା ବୃଦ୍ଧି କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଫଳରେ ଏଠାରେ ବଡ଼ ବଡ଼ ଜାହାଜକୁ ରହିବାରେ ଅସୁବିଧା ନ ହେଉ ।
ଭାଇ ଓ ଭଉଣୀମାନେ, ଆଗାମୀ ସମୟରେ ଏଠାରେ ଉଡ଼ାଜାହାଜ ସେବାକୁ ଉନ୍ନତ ଯୋଗାଯୋଗ ଆଡ଼କୁ ନେବାପାଇଁ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି । ସରକାର ଆପଣମାନଙ୍କର ସମସ୍ତଙ୍କର ଜୀବନସ୍ତରକୁ ଉପରକୁ ଉଠାଇବା ପାଇଁ, ଆପଣମାନଙ୍କର ଜୀବନକୁ ସହଜ କରିବା ପାଇଁ ପ୍ରୟାସରତ ।
ସାଥୀଗଣ, ମୁଁ ଆଦିବାସୀ ପରିଷଦକୁ ମଧ୍ୟ ହୃଦୟପୂର୍ବକ କୃତଜ୍ଞତା ଜ୍ଞାପନ କରୁଛି । ଆପଣମାନେ ସମସ୍ତେ ଦେଶର ଲୋକତନ୍ତ୍ରକୁ ସୁଦୃଢ଼ କରିବାରେ ଆଉ ଏଠାକାର ବିକାଶର ଗତିକୁ ଦ୍ରୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ମୋତେ ଅବଗତ କରାଯାଇଛି କି ଏଠାରେ ଯେଉଁ ଗ୍ରାମ ପରିଷଦ ରହିଛି, ସେଥିରେ ଭଉଣୀ-ଝିଅମାନଙ୍କର ଭଲଭାବେ ଭାଗୀଦାରୀ ରହିଛି । ଏହା ମଧ୍ୟ ହେଉଛି ଏକ ସ୍ୱାଗତଯୋଗ୍ୟ ପ୍ରୟାସ ।
ସାଥୀଗଣ, କାର୍ ନିକୋବାରର ବିକାଶ ପାଇଁ ସରକାର ହେଉଛନ୍ତି ସଂପୂର୍ଣ୍ଣ ଭାବେ ପ୍ରତିଶୃତିବଦ୍ଧ । ଆଗାମୀ ନୂତନ ବର୍ଷରେ ମଧ୍ୟ ଆମର ପ୍ରୟାସ ନୂତନ ଉତ୍ସାହ, ନୂଆ ଉନ୍ମାଦ ସହିତ ଜାରି ରହିବ । ଶେଷରେ ପୁଣି ଆଉ ଥରେ ଆପଣ ସମସ୍ତଙ୍କୁ ବିକାଶର ସମସ୍ତ ଯୋଜନାଗୁଡ଼ିକ ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।
ବହୁତ-ବହୁତ ଧନ୍ୟବାଦ ।
ଜୟହିନ୍ଦ ।
**********
मैं कल काशी में था और आज यहां विराट समंदर की गोद में आप सभी के बीच मौजूद हूं
— PMO India (@PMOIndia) December 30, 2018
मां गंगा अपनी पवित्रता से जिस प्रकार भारत के जन-मानस को आशीर्वाद देती रही है,
उसी प्रकार ये सागर अनंत काल से मां-भारती के चरणों का वंदन कर रहा है, राष्ट्र की सुरक्षा और सामर्थ्य को ऊर्जा दे रहा है: PM
आपके पास प्रकृति का अद्भुत खज़ाना तो है ही, आपकी संस्कृति, परंपरा, कला और कौशल भी बेहतरीन है।
— PMO India (@PMOIndia) December 30, 2018
थोड़ी देर पहले यहां पर जो नृत्य प्रस्तुत किया गया, बच्चों ने जो कला का प्रदर्शन किया, वो दिखाता है कि भारत की सांस्कृतिक संपन्नता हिंद महासागर जितनी ही विराट है: PM
ये देश के विकास के लिए हमारी उस सोच का विस्तार है, जिसके मूल में Infrastructure है, Connectivity है।
— PMO India (@PMOIndia) December 30, 2018
सबका साथ, सबका विकास, यानि विकास से देश का कोई नागरिक भी ना छूटे और कोई कोना भी अछूता ना रहे, इसी भावना का ये प्रकटीकरण है: PM
सुरक्षा के साथ-साथ कार-निकोबार में विकास की पंचधारा बहे, बच्चों को पढ़ाई, युवाओं को कमाई, बुजुर्गों को दवाई, किसानों को सिंचाई, जन-जन की सुनवाई, ये सभी सुविधाएं मिलें, इसके लिए भी काम किया जा रहा है: PM
— PMO India (@PMOIndia) December 30, 2018
कार-निकोबार के युवा पारंपरिक रोज़गार के साथ-साथ आज शिक्षा, चिकित्सा और दूसरे कामों में भी आगे बढ़ रहे हैं।
— PMO India (@PMOIndia) December 30, 2018
स्पोर्ट्स की स्किल तो यहां के युवा साथियों में रची-बसी है। कार-निकोबार फुटबॉल समेत अनेक खेलों में देश के बेहतरीन स्पोर्टिंग टैलेंट के लिए भी मशहूर हो रहा है: PM
केंद्र सरकार अंडमान और निकोबार में रहने वाले हर नागरिक के लिए जीवन से जुड़ी हर व्यवस्था को आसान करने में जुटी है।
— PMO India (@PMOIndia) December 30, 2018
सस्ता राशन हो, स्वच्छ पानी हो, गैस कनेक्शन हो, केरोसिन हो, हर सुविधा को आसान करने का प्रयास किया जा रहा है: PM
केंद्र सरकार हमारे मछुआरों को सशक्त करने में जुटी है।
— PMO India (@PMOIndia) December 30, 2018
हाल में ही देश में मछलीपालन को लाभकारी व्यवसाय बनाने के लिए 7 हज़ार करोड़ रुपए के एक विशेष फंड का प्रावधान किया गया है।
इसके तहत मछुआरों को उचित दरों पर ऋण उपलब्ध कराया जा रहा है: PM
कार-निकोबार के पर्यावरण को संरक्षित रखते हुए, सौर ऊर्जा की संभावनाओं को तलाशा जा रहा है, तराशा जा रहा है।
— PMO India (@PMOIndia) December 30, 2018
आज भारत दुनिया के उन देशों में है जहां सौर ऊर्जा का उत्पादन और उपयोग सबसे तेज़ी से बढ़ रहा है। सौर ऊर्जा से देश को सस्ती और ग्रीन एनर्जी देने के लिए हम प्रतिबद्ध हैं: PM
देश की ज़रूरतों को ध्यान में रखते हुए यहां Trans-shipment Port की आधारशिला आज रखी गई है। इस परियोजना से खाड़ी के दक्षिणी हिस्से में नए उद्यमों के लिए अवसर बनेंगे।
— PMO India (@PMOIndia) December 30, 2018
इसी के साथ सागरमाला योजना के तहत देशभर के समुद्री तटों को विकसित करने की बड़ी योजना चल रही है: PM
कार-निकोबार में कैंबल बे में करीब 50 करोड़ रुपए की लागत से कैंबल बे जेट्टी का विस्तार करीब डेढ़ सौ किलोमीटर तक किए जाने का निर्णय लिया गया है।
— PMO India (@PMOIndia) December 30, 2018
इसके साथ-साथ मूस जेट्टी की गहराई बढ़ाने के लिए भी योजना बनाई गई है, ताकि यहां बड़े जहाज़ों को रुकने में मुश्किल ना हो: PM
Today in Car Nicobar, we inaugurated and laid the foundation stones for several development works.
— Narendra Modi (@narendramodi) December 30, 2018
These are projects relating to education, healthcare, skill development, transportation, energy and sports.
Congratulations to the citizens! pic.twitter.com/SXKuK2HaCg
Giving wings to the aspirations of our Yuva Shakti.
— Narendra Modi (@narendramodi) December 30, 2018
The upcoming ITI will greatly benefit youngsters.
The Government is building vital sporting infrastructure, which will further popularize sports in the UT and boost fitness levels. pic.twitter.com/JzBy1qaJKU
Happy to announce important decisions relating to agriculture and fisheries. These will help protect local culture of the Andaman and Nicobar islands as well as increase livelihood opportunities. pic.twitter.com/1LcPF8HDWt
— Narendra Modi (@narendramodi) December 30, 2018
Central Government’s efforts such as Sagarmala will have an extremely positive impact on the Andaman and Nicobar Islands. At the same time, we are working towards a Trans-shipment Port that will boost economic prospects. Connectivity will also be enhanced. pic.twitter.com/NBdcPs0Ykq
— Narendra Modi (@narendramodi) December 30, 2018