ପିଏମଇଣ୍ଡିଆ

ଭିତ୍ତିଭୂମି ହେଉ, ଗୁଣାତ୍ମକ ଜୀବନ ହେଉ, ଶାସନ ହେଉ, ଜୀବନ୍ତ ଅର୍ଥନୈତିକ ବ୍ୟବସ୍ଥା ହେଉ, ଆତ୍ମନିର୍ଭରଶୀଳ ପରିବାର ହେଉ ଆମେ ଏହି ସମସ୍ତ ବିଷୟକୁ ଏକାଠି କରି କିପରି ଭାବେ ବିକାଶ କରାଯାଇ ପାରିବ, ଏହାର ଏକ ଖୁବ ସୁନ୍ଦର ମଡେଲ ମୋତେ ଦେଖିବାକୁ ମିଳିଛି ଏବଂ ଆମ ମନ ମଧ୍ୟ ସେଥିରେ ଏତେ ପରିମାଣରେ ଲାଗିଗଲା ଯେ ଆମକୁ ଏଠାରେ ପହଂଚିବାରେ ଡେରି ହୋଇଗଲା ।
ମୁଁ ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ, ଯାହାଙ୍କୁ ଏଠାକୁ ଆସିବାର ଅବସର ମିଳିଛି । ମାତ୍ର ମୁଁ ଖୁବ ଖୁସି ଯେ ଭାରତର ବହୁତ ବଡ ବ୍ୟବସାୟିକ ପ୍ରତିନିଧି ଦଳ ମୋ ସହିତ ଆସିଛିନ୍ତି । ଏହା ଏହି କଥାର ପ୍ରମାଣ ଯେ ଭାରତ ତ ଦ୍ରୂତ ଗତିରେ ଆଗକୁ ବଢ଼ୁଛି । ମାତ୍ର ଆମର ମନ୍ତ୍ର ହେଉଛି ସବ୍କା ସାଥ ସବ୍କା ବିକାଶ ଏବଂ ଏଥିପାଇଁ ଆମେ ତ ଆଗକୁ ବଢ଼ିବା ମାତ୍ର ଆମ ସହିତ ଜଡିତ ହୋଇ ଚାଲୁଥିବା ଯେଉଁସବୁ ଲୋକ ଅଛନ୍ତି ସେମାନେ ସମସ୍ତଙ୍କୁ ଆଗକୁ ବଢ଼ିବାରେ ସହାୟତା କରିବା ଏବଂ ଆମେ ଏକାଠି ହୋଇ ଚାଲିବା । ଏହା ହେଉଛି ମୂଳଭୁତ ଭାବେ ଆମର କଳ୍ପନା ।
ବିଶେଷ କରି ଭାରତୀୟ ବ୍ୟବସାୟିକ ଫୋରମର ଯେଉଁ ଜନସାଧାରଣ ଆସିଛନ୍ତି ମୁଁ ସେମାନଙ୍କୁ କହିବାକୁ ଚାହିଁବି ଯେ ଆପଣ ଏହା ଭାବନ୍ତୁ ନାହିଁ କି ଆପଣ କେବଳ ରୱାଣ୍ଡା ଆସିଛନ୍ତି । ଆଜି ସ୍ଥିତି ଏଇଆ ଯେ ରୱାଣ୍ଡା ଆସିବାର ଅର୍ଥ ହେଉଛି ଆପଣମାନଙ୍କ ମାଧ୍ୟମରେ ପୁରା ଆଫ୍ରିକାର ଦ୍ୱାର ଖୋଲିଯାଉଛି କାରଣ ଚାବି ଏଠାରେ ଅଛି । ପୁରା ଆଫ୍ରିକାରେ ରୱାଣ୍ଡା ମଡେଲରେ ଚର୍ଚ୍ଚା ହୁଏ ଏବଂ ଏହାର ଉନ୍ନୟନର ଚର୍ଚ୍ଚା ହୁଏ । ତାଙ୍କର ଶାସନର ଚର୍ଚ୍ଚା ହୋଇଥାଏ । ଆଫ୍ରିକାରେ ଏକପ୍ରକାର ନୂତନ ମିଜାଜ ତିଆରି ହୋଇଛି ଏବଂ ରାଷ୍ଟ୍ରପତି ପଲ କଗାମେ ଏହାର ନେତୃତ୍ୱ ନେଉଛନ୍ତି । ଆପଣମାନେ ଏଠାକୁ ଆସିବାର ଅର୍ଥ ହେଉଛି ଯେ ଆପଣମାନେ ଗୋଟିଏ ଦେଶର ସୀମା ମଧ୍ୟରେ ବାନ୍ଧି ହୋଇନାହାନ୍ତି । ଏହାକୁ ମାନି ଚାଲିଲେ ଆପଣମାନଙ୍କୁ ଆହୁରି ଅଧିକ ସମ୍ଭାବନା ନଜରକୁ ଆସିବ ଏବଂ ଅଧିକ ଆହ୍ୱାନ ମଧ୍ୟ ଆସିବ ଏବଂ ଅଧିକ ଅବସର ମଧ୍ୟ ମିଳିବ । ଆଉ ମୁଁ ମାନୁଛି ଯେ ଆପଣ ଏହି ଅବସରକୁ ଯିବାକୁ ଦେବେ ନାହିଁ ।
ମୁଁ କାଲିଠାରୁ ଦେଖୁଛି ଯେ ରାଷ୍ଟ୍ରପତି ଜୀ ବାସ୍ତବବାଦୀ ଅଛନ୍ତି । ସୁଶାସନ, ଉନ୍ନୟନ ଏବଂ ଜନସାଧାରଣଙ୍କ ବିକାଶ, ଜନସାଧାରଣଙ୍କ ସମୃଦ୍ଧି, ସମାଜରେ ଶାନ୍ତି ଏସବୁ ବିଷୟ ତାଙ୍କ କେନ୍ଦ୍ରରେ ରହିଛି । ଆମ ଭାରତର ଲୋକମାନଙ୍କ ପାଇଁ ସବୁ ବିଷୟ ଅନୁକୂଳ । ଏହା ଆମ ପ୍ରକୃତିକୁ ଖୁବ୍ ଖାପ ଖାଇଥାଏ ।
ଏବେ ଏ ଦେଶ ଏପରି ରହିଛି ଯେ ଯେତେବେଳେ ପୃଥିବୀର ଧ୍ୟାନ ଆଫ୍ରିକା ଉପରେ ନଥିଲା, କାହାର ମନ ହେଉନଥିଲା ଏଠାକୁ ଆସିବା ପାଇଁ, ସେହି ସମୟରେ ହିନ୍ଦୁସ୍ଥାନ ଏହି ଧରିତ୍ରୀ ଉପରକୁ ଆସିବା ପସନ୍ଦ କରିଥିଲା । ମୁଁ ଭାବୁଛି ଯେ ଗୁଜରାଟର ଏକ ପରିବାର ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏଠାକୁ ଆସିଥିଲେ । ସେହି ଦିନଠାରୁ ଭାରତର ଲୋକ ଏଠାକୁ ଆସୁଛନ୍ତି । ଏଠାକାର ଲୋକମାନଙ୍କ ସହ ମିଶି ଯାଇଛନ୍ତି । ଏପରିକି ବିକାଶ ଯାତ୍ରାରେ ଭାଗିଦାର ହୋଇଯାଇଛନ୍ତି । ଏହା ଠିକ ଯେ ଏବେ ବିଶ୍ୱର ଧ୍ୟାନ ଏହା ଉପରେ ପଡିଛି । ବିଶ୍ୱ ଏଠାକୁ ଆସିବାକୁ ମନ କରୁଛି । ମାତ୍ର ଆମେ ସେହି ସମୟରେ ଏଠାକୁ ଆସିଛୁ ଯେତେବେଳେ କି ନିଶ୍ଚିତ ଭାବେ ଏଠାକୁ ଆସିବାର ଆବଶ୍ୟକତା ରହିଥିଲା । ଏବଂ ଆଜି ଆମେ ଏଥିପାଇଁ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ କି ଆମେ ମିଳିତ ଭାବେ ବିଶ୍ୱର କାମରେ ଆସିପାରିବୁ । ଦୁନିଆରେ ଏବେବି ଯେଉଁମାନେ ପଛରେ ଅଛନ୍ତି, ଯେଉଁମାନଙ୍କୁ ସେମାନଙ୍କ ପାଇଁ କିଛି କରିବାର ଅବସର ମିଳିନାହିଁ, ସେମାନଙ୍କ ପାଇଁ କିଛି କରିବା । ଏହି ଇଚ୍ଛା ନେଇ ଆମେ ବିଶ୍ୱବ୍ୟାପୀ ଯାଉଛୁ । ବିଶ୍ୱର ଜନସାଧାରଣଙ୍କୁ ସାଙ୍ଗରେ ନେଉଛୁ । ବିଶ୍ୱ ସହିତ ମିଶି ଆମେ ପୃଥିବୀର ଏହି ଭୂଭାଗର ଉନ୍ନତି ପାଇଁ କାମ କରିବାକୁ ଚାହୁଁଛୁ ।
ରାଷ୍ଟ୍ରପତୀ ଜୀ ଗୁଜରାଟ ଆସିଥିଲେ ଏବଂ ସେ ଗୁଜରାଟରେ ଅନେକ ଜିନିଷ ଦେଖିଥିଲେ ଓ ବୁଝିଥିଲେ । ଭାରତକୁ ମଧ୍ୟ ଯେତେବେଳେ ଆସିଥିଲେ ଅନେକ ବିକାଶଶୀଳ ଜିନିଷ ଦେଖିବାରେ ତାଙ୍କ ରୁଚି ରହିଥିଲା । ସେ ପ୍ରତ୍ୟକ୍ଷ ଜିନିଷକୁ ଦେଖନ୍ତି, ବୁଝନ୍ତି ଏବଂ ଲୋକମାନଙ୍କୁ ନିମନ୍ତ୍ରଣ କରନ୍ତି ।
ଯେଉଁ ଦେଶର ମୂଖ୍ୟଙ୍କର ବିକାଶ ପ୍ରତି ଏତେ ପରିମାଣରେ ସଂକଳ୍ପବଦ୍ଧତା ରହିଛି, ନୂଆ ନୂଆ ଜିନିଷକୁ ବୁଝିବା, ସ୍ୱୀକାର କରିବା ଏବଂ ପ୍ରମାଣିତ କରିବା ଯାହାର ପ୍ରବୃତି, ମୁଁ ଭାବୁଛି ଏହିପରି ଦେଶରେ କାମ କରିବା ପାଇଁ କୌଣସି ପ୍ରତିବନ୍ଧକ ରହିନଥାଏ । ଅଗଣିତ ଅବସର ରହିଛି । ଆଉ ଆପଣ ଗୋଟିଏ ଝରକା ଖୋଲିବେ ତ ଆଉ ଏକ ଝରକା ନଜରକୁ ଆସିବ । ଆପଣ ଆଗକୁ ବଢ଼ିବେ, ବଢ଼ି ଚାଲିବେ, ପାଇ ଚାଲିବେ । ଏହି ସମ୍ଭାବନା ମୁଁ ଏଠାରେ ସ୍ପଷ୍ଟ ଭାବେ ଦେଖିପାରୁଛି । ଏବଂ ଏଥିପାଇଁ ଭାରତରେ ମଧ୍ୟ ଏତେ ପରିମାଣରେ ସମ୍ଭାବନା ରହିଛି ।
ରୱାଣ୍ଡାରେ ଏହିପରି ବ୍ୟବସାୟୀ ବ୍ୟକ୍ତି ଯଦି ଭାରତରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଭାରତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦେବାକୁ ପ୍ରସ୍ତୁତ । ମୁଁ ସେମାନଙ୍କୁ ନିମନ୍ତ୍ରଣ ପ୍ରଦାନ କରୁଛି । ମାତ୍ର ମୁଁ ଭାରତର ଜନସାଧାରଣଙ୍କଠାରୁ ଆଗ୍ରହ କରିବାକୁ ଚାହିଁବି ଯେ ରୱାଣ୍ଡା ଯେଉଁ ଆଧୁନିକତା ଦିଗରେ ଆଗକୁ ଯାଉଛି, ଏହା ଭିତ୍ତିଭୂମି ହେଉ, ଗ୍ରାମୀଣ ବିକାଶ ହେଉ କିମ୍ବା ଅର୍ଥନୈତିକ କାର୍ଯ୍ୟକଳାପ ହେଉ କ୍ଷୁଦ୍ର ଶିଳ୍ପର ନେଟୱର୍କ ନିର୍ମାଣ କରିବାକୁ ଚାହୁଁଛନ୍ତି । କୁଟୀର ଶିଳ୍ପର ନେଟୱର୍କ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏଠାକାର ଉତ୍ପାଦର ବୈଶ୍ୱିକ ବଜାର ନିର୍ମାଣ କରିବାକୁ ଚାହୁଁଛନ୍ତି । ଏସବୁ ବିଷୟ ଏପରି ଯେ ଯେଉଁଥିରେ ଭାରତର ବ୍ୟାପାର ଉଦ୍ୟୋଗର ବ୍ୟକ୍ତି ମିଶି ବହୁତ କିଛି କରିପାରିବେ ।
ଭାରତରେ ମେକ ଇନ ଇଣ୍ଡିଆ ଆନ୍ଦୋଳନ ଚାଲିଛି । ଏହି ମେକ ଇନ ଇଣ୍ଡିଆ ଆନ୍ଦୋଳନକୁ ଆମେ ରୱାଣ୍ଡା ସହିତ ସେୟାର କରିପାରିବା । ଆନ୍ତର୍ଜାତିକ ସୌର ମେଣ୍ଟ (International Solar Alliance) ମାଧ୍ୟମରେ ଆମେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବା ପାଇଁ ଅଗ୍ରସର ହୋଇଛେ ମାତ୍ର ଜୀବନ କିପରି ସ୍ୱଚ୍ଛନ୍ଦ ହେବ, ଏହା ଉପରେ ସୌର ଶକ୍ତି କିପରି ଭାବେ କାର୍ଯ୍ୟ କରିବ, ତାହା ଉପରେ ଏକ ବହୁତ ବଡ ଅଭିଯାନ ଚାଲୁ କରାଯାଉଛି । ମୁଁ ଚାହୁଁଛି ରୱାଣ୍ଡାର ଜନସାଧାରଣ ଆଗକୁ ଆସନ୍ତୁ । ଆଜି ମୁଁ ରାଷ୍ଟ୍ରପତି ଜୀଙ୍କ ସହିତ ଯାତ୍ରା କରୁଥିଲି । ମୁଁ ଏଲଇଡି ବଲ୍ବର ପ୍ରୟୋଗ ସମ୍ବନ୍ଧରେ କହିଲି ।
ଭାରତରେ ଏଲଇଡି ବଲ୍ବ ମଧ୍ୟବିତ୍ତ ଲୋକଙ୍କୁ, ମଧ୍ୟବିତ୍ତ ପରିବାରଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଅନେକ ସହାୟତା କରିଛି । ଯେଉଁ ବିଜୁଳୀ ବିଲ ଆସିଥିଲା ଏବେ ତାହାର ଏକ ତୃତୀୟାଂଶ ଆସୁଛି । ଯଦି ରୱାଣ୍ଡାରେ ମଧ୍ୟ ଏଲଇଡି ବଲ୍ବର ଏହି ଅଭିଯାନ ଚାଲେ ତେବେ ସେଠାକାର ଜନସାଧାରଣଙ୍କ ଶକ୍ତି ସଂଚୟ ହେବ ଏବଂ ଏହାଫଳରେ ଏଠାକାର ଗରିବ ଓ ମଧ୍ୟବିତ୍ତ ଜନସାଧାରଣଙ୍କୁ ଲାଭ ମିଳିବ । ଏହାଦ୍ୱାରା ଶକ୍ତି ଆବଶ୍ୟକତା କମ ହେବା ଫଳରେ ଶକ୍ତି ପାଇଁ ପ୍ଳାଂଟ ଲଗାଇବା ପଛରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥାଏ ତାହାକୁ ମଧ୍ୟ କମ କରାଯାଇ ପାରେ । ଯେଉଁ ଶକ୍ତି ସଂଚୟ ହେବ ତାହାର ଉପଯୋଗ ଆମେ ଉଦ୍ୟୋଗ କ୍ଷେତ୍ରରେ କରିପାରିବା ଯାହାକି ଆଜି ଘରୋଇ କାମରେ ଲାଗିଯାଏ । ଅର୍ଥାତ ଏକ ଛୋଟିଆ କଥା ମଧ୍ୟ କିପରି ଏକ ବଡ ପରିବର୍ତ୍ତନ ଆଣିପାରେ । ଏହି ଦିଗରେ ଆମେ ମିଳିତ ଭାବେ କାମ କରିପାରିବା । ଗୋପାଳନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଦୁଗ୍ଧ ବିପ୍ଳବର ସମ୍ଭାବନା ରହିଛି । ଭାରତ ଏକ୍ଷେତ୍ରରେ ସଫଳ ହୋଇଛି । ଆମେ ଏଥିସହିତ ଜଡିତ ହୋଇ ସେମାନଙ୍କ ସହିତ କାମ କରିପାରିବା । ଅର୍ଥାତ ଏକ ପ୍ରକାର ଭାବେ ଗ୍ରାମରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ଭାରତ ପାଖରେ ଯାହା ମଧ୍ୟ ସାମର୍ଥ୍ୟ ରହିଛି, ଭାରତୀୟ ଉଦ୍ୟୋଗ ପାଖରେ ଯେଉଁ ସାମର୍ଥ୍ୟ ରହିଛି, ଭାରତର ବ୍ୟବସାୟିକ ସମ୍ପ୍ରଦାୟ ପାଖରେ ଯେଉଁ ସାମର୍ଥ୍ୟ ରହିଛି, ଏହାର ଭରପୁର ଉପଯୋଗ ରୱାଣ୍ଡାର ବିକାଶ ପାଇଁ ଆମେ କରିପାରିବା । ରୱାଣ୍ଡା ହେଉଛି ଆମର ଏକ ମିତ୍ର ଦେଶ । ଏହାର ପ୍ରତ୍ୟେକ ବିଷୟକୁ ଯଦି ଆପଣ ନିକଟରୁ ଦେଖିବେ ତେବେ ଜାଣିପାରିବେ ଯେ ଭାରତର ଜନସାଧାରଣ ଯେଉଁ ସଂସ୍କୃତିରେ ବଂଚନ୍ତି ତାହା ସହିତ ଏହାର ସାମଞ୍ଜସ୍ୟ ରହିଛି । ପ୍ରତ୍ୟେକ କଥାରେ ଆପଣଙ୍କୁ ନିଜସ୍ଵପଣ ଜଣାପଡିବ । ଆଉ ଯେଉଁଠାରେ ନିଜସ୍ଵପଣ ରହିଛି, ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି, ସ୍ୱଚ୍ଛ ଶାସନ ରହିଛି, ସାମର୍ଥ୍ୟ ରହିଛି ଏବଂ ସଂକଳ୍ପବଦ୍ଧ ନେତୃତ୍ୱ ରହିଛି, ସେ ଦେଶରେ କାମ କରିବା କେତେ ସରଳ ହୋଇଥାଏ ତାହା ଆପଣମାନେ ଭଲ ଭାବେ ବୁଝିପାରିବେ ।
ମୁଁ କାଲି ବିମାନବନ୍ଦରରେ ଓହ୍ଲାଇଛି । ସେବେଠାରୁ ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସମୟ ମୋତେ ଦେଇଛନ୍ତି । ଏହା ଖୁବ କ୍ୱଚିତ ହୋଇଥାଏ । ତାଙ୍କର ପୁରା ସରକାର ମୋ ସହିତ ରହିଛି ଏବଂ ବିଶ୍ୱରେ ଦେଶମାନଙ୍କୁ ଯିବା ଆସିବା ତ ଲାଗି ରହିଥାଏ, ମାତ୍ର ଗୋଟିଏ ଗୋଟିଏ ମିନିଟର କିପରି ଭାବେ ଉପଯୋଗ କରାଯିବ ତାହା ରାଷ୍ଟ୍ରପତିଙ୍କଠାରୁ ଶିକ୍ଷାଲାଭ କରିବା ଆବଶ୍ୟକ । ମୁଁ ଖୁବ ଆନନ୍ଦିତ । ମୁଁ ପୁଣିଥରେ ତାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।
**********
We want to boost economic ties between India and Rwanda. Our nations can do a lot together. There are several opportunities in rural development and small scale industries: PM @narendramodi tells CEOs from India and Rwanda
— PMO India (@PMOIndia) July 24, 2018
Furthering ties of trade and commerce...President @PaulKagame and I addressed leading CEOs from India and Rwanda. pic.twitter.com/DGVcmPixIN
— Narendra Modi (@narendramodi) July 24, 2018