ପିଏମଇଣ୍ଡିଆ

କିରଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ସୋରୋନବେ ଶାରିପୋଭିଚ୍ ଜିନବେକୋଭ ମେ 30, 2019ରେ ଆୟୋଜିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ ।
କିରଗିଜସ୍ତାନ ବର୍ତ୍ତମାନ ସାଙ୍ଘାଇ ସହଯୋଗ ସଂଗଠନରେ ଅଧ୍ୟକ୍ଷତା କରୁଛି । ଏହି ରାଷ୍ଟ୍ର ଦକ୍ଷିଣ ଏସିଆରେ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ରାଷ୍ଟ୍ରପତି ଜିନବେକୋଭ ପ୍ରଧାନମନ୍ତ୍ରୀଙ୍କୁ ଉଦାରତାର ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏଥିସହିତ ସାଂଘାଇ ଶିଖର ସମ୍ମିଳନୀ ଓ ଏକ ଦ୍ୱିପାକ୍ଷିକ ଗସ୍ତ ନିମନ୍ତେ 13-15 ଜୁନ, 2019ରେ କିରଗିଜସ୍ତାନ ଗସ୍ତ କରିବା ଲାଗି ନିମନ୍ତ୍ରଣ ଜଣାଇଥିଲେ ।
ଭାରତ ଏବଂ କିରଗିଜସ୍ତାନ ମଧ୍ୟରେ ଉଦାର ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ବିଗତ ବର୍ଷଗୁଡ଼ିକରେ ସୁଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଶପଥ ଗ୍ରହଣ ସମାରୋହରେ ଉପସ୍ଥିତି ନିମନ୍ତେ ରାଷ୍ଟ୍ରପତି ଜିନବେକୋଭଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏଥିସହିତ କୃତଜ୍ଞତା ପୂର୍ବକ ତାଙ୍କର ନିମନ୍ତ୍ରଣକୁ ସ୍ୱୀକାର କରିବା ସହିତ କିର୍ଗିଜସ୍ତାନ ଗସ୍ତ ନିମନ୍ତେ ଆଗ୍ରହୀ ଥିବା ପ୍ରକାଶ କରିଥିଲେ ।