Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, 2015ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), 2015ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହାଫଳରେ ଶିଶୁଙ୍କ ଶ୍ରେଷ୍ଠ ହିତ ସାଧନ ସୁନିଶ୍ଚିତ କରିବା ଲାଗି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ଏହି ସଂଶୋଧନ ଫଳରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆଦେଶ ଜାରି କରିବାର ଅଧିକାର ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିପାରିବ। ଯାହାଦ୍ବାରା ମାମଲାଗୁଡ଼ିକର ତ୍ବରିତ ସମାଧାନ ସୁନିଶ୍ଚିତ ହେବା ସହିତ ଉତ୍ତରଦାୟିତ୍ବ ବୃଦ୍ଧି ପାଇବ। ଏହାଛଡ଼ା ଆଇନର ସୁଗମ କାର୍ଯ୍ୟକାରିତା ଏବଂ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କ ସପକ୍ଷରେ ସମନ୍ବିତ ପ୍ରୟାସ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏହି ଆଇନ ଅଧୀନରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି। ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ଲାଗି ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରିବା ଏବଂ ପୂର୍ବରୁ ପରିଭାଷିତ ହୋଇନଥିବା ଅପରାଧଗୁଡ଼ିକୁ ‘ଗମ୍ଭୀର ଅପରାଧ’ ଭାବେ ବର୍ଗୀକୃତ କରିବା ଆଦି କେତେକ ପ୍ରସ୍ତାବ ଏହି ସଂଶୋଧନରେ ସାମିଲ ରହିଛି ଆଇନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବା ଲାଗି ମଧ୍ୟ ସଂଶୋଧନ ଜରିଆରେ ପ୍ରୟାସ କରାଯାଇଛି।

 

********

 

PS