Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁପୋଷଣ ରୋକିବା ନେଇ ପଦକ୍ଷେପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତରେ କୁପୋଷଣ ଓ ଏଥି ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ହ୍ରାସ କରିବା ନେଇ ଗ୍ରହଣ କରାଯାଇଥିବା  ପ୍ରୟାସ ଓ ପଦକ୍ଷେପର ପ୍ରଗତି ଉପରେ ସମୀକ୍ଷା କରିଥିଲେ । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ଅନ୍ୟାନ୍ୟ ମନ୍ତ୍ରଣାଳୟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

କୁପୋଷଣ ଏବଂ ପୃଷ୍ଟିହୀନତା ସମ୍ପର୍କିତ ସମସ୍ୟାର ସାମ୍ପ୍ରତିକ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା । ପୋଷଣକୁ ନେଇ ଅନ୍ୟ କେତେକ ବିକାଶଶୀଳ ରାଷ୍ଟ୍ରମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଫଳ କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

କୁପୋଷଣ, ପୃଷ୍ଟିହୀନତା, ଜନ୍ମ ସମୟରେ କମ ଓଜନ ଏବଂ ରକ୍ତହୀନତା ଆଦି ହ୍ରାସ କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ ଅବସରରେ 2022 ସୁଦ୍ଧା ଏ ବାବଦରେ ଆଖିଦୃଶିଆ ଫଳାଫଳ ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ ପ୍ରକାଶ କରିଥିଲେ ।

ଶେଷରେ ପୋଷଣ କ୍ଷେତ୍ରରେ ପ୍ରଗତିକୁ ନେଇ ସମୟାନୁଯାୟୀ ବିଶେଷ କରି ଏକ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାମାନଙ୍କରେ ଆବଶ୍ୟକ ପରିଚାଳନା ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ବରିଷ୍ଠ ଅଧିକାରୀମାନେ ନିରନ୍ତର ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ – ସ୍ୱଚ୍ଛ ଭାରତ ଅଭିଯାନ, ମିଶନ ଇନ୍ଦ୍ରଧନୁଷ, ବେଟି ବଚାଓ-ବେଟି ପଢ଼ାଓ ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଆଦି ଯୋଜନା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ସେ ପ୍ରକାଶ କରିଥିଲେ ଯେ ଏହି ଯୋଜନାଗୁଡ଼ିକ ଦ୍ୱାରା କୁପୋଷଣ ରୋକିବା ନେଇ ସକାରାତ୍ମକ ଫଳାଫଳ ମିଳିଛି । ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସମସ୍ତ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯାହାଫଳରେ କି ପୋଷଣ ପ୍ରଦାନକୁ ଏଗୁଡ଼ିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ କରିବେ ।

ସେ କହିଲେ ଯେ ଉପଯୁକ୍ତ ଫଳାଫଳ ହାସଲ କରିବା ପାଇଁ ପୋଷଣର ଗୁରୁତ୍ୱ ସମ୍ବନ୍ଧରେ ସାମାଜିକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।  ଏହି ସଚେତନତା ସୃଷ୍ଟି କରିବା ପାଇଁ ଅଣଆନୁଷ୍ଠାନିକ ମାଧ୍ୟମଗୁଡ଼ିକର ବ୍ୟବହାରକୁ ନେଇ ସେ ଗୁରୁତ୍ୱାରୋପ କରିଥିଲେ ।