ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୦.୧୦.୨୦୨୧) କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଭାରତ ହେଉଛି ବୁଦ୍ଧ ଚେତନାର କେନ୍ଦ୍ରବିନ୍ଦୁ । ଆଜି କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦରର ଉଦ୍ଘାଟନ ସେମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ସଦୃଶ । ଏହି ଅଞ୍ଚଳ ଭଗବାନ ବୁଦ୍ଧଙ୍କ ଦିବ୍ୟଜ୍ଞାନ ପ୍ରାପ୍ତିଠାରୁ ଆରମ୍ଭ କରି ମହାପରିନିର୍ବାଣ ସହ ଓତଃପ୍ରୋତଃ ଜଡିତ । ଆଜିଠାରୁ ଏହି ଅଞ୍ଚଳ ବିଶ୍ୱର ଅନ୍ୟାନ୍ୟ ସ୍ଥାନ ସହ ସିଧାସଳଖ ସଂଯୋଗ ହେଉଛି ।
ଭଗବାନ ବୁଦ୍ଧଙ୍କ ସହ ଯୋଡି ହୋଇଥିବା ସ୍ଥାନଗୁଡିକକୁ ଉନ୍ନତ ସଂଯୋଗ ଓ ଭକ୍ତମାନଙ୍କୁ ସୁବିଧାସୁଯୋଗ ଉପଲବ୍ଧ କରାଇ ସେ ସବୁର ବିକାଶ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୁଶୀନଗରରେ ଅବତରଣ କରିଥିବା ଶ୍ରୀଲଙ୍କା ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ ଜଣାଇଥିଲେ । ଆଜି ମହର୍ଷି ବାଲ୍ମୀକୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ଦେଶ ସବ୍କା ସାଥ୍ ସବ୍କା ପ୍ରୟାସକୁ ଆଧାର କରି ସବ୍କା ବିକାଶ ପଥରେ ଆଗେଇ ଚାଲିଛି ବୋଲି କହିଥିଲେ । “କୁଶୀନଗରର ବିକାଶ ଉଭୟ ଉତ୍ତରପ୍ରଦେଶ ଓ କେନ୍ଦ୍ରର ଅଗ୍ରାଧିକାର ବୋଲି ସେ କହିଛନ୍ତି ।
ସେ ବିଶ୍ୱାସ ହେଉ ବା ଆମୋଦପ୍ରମୋଦ, ପର୍ଯ୍ୟଟନ ନିମନ୍ତେ ନିର୍ମଳ ପରିବେଶ ସହ ରେଳ, ସଡକ, ବିମାନପଥ, ଜଳପଥ, ହୋଟେଲ, ହସ୍ପିଟାଲ, ଇଣ୍ଟରନେଟ ସଂଯୋଗ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଉନ୍ନତ ଭିତ୍ତିଭୂମି ଆବଶ୍ୟକ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । “ଏହି ସମସ୍ତ କ୍ଷେତ୍ର ପରସ୍ପର ସହ ଯୋଡି ହୋଇଥିବାରୁ ସବୁଗୁଡିକର ଏକକାଳୀନ ବିକାଶ ଅପରିହାର୍ଯ୍ୟ । ଆଜିର ଏକବିଂଶ ଶତାବ୍ଦୀର ଭାରତବର୍ଷ ଏହାକୁ ପାଥେୟ କରି ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ୯୦୦ ନୂତନ ବିମାନପଥ ଉଡାନ ଯୋଜନା ଅଧୀନରେ ଅନୁମୋଦିତ ହୋଇଛି ଓ ସେଥିରୁ ୩୫୦ରୁ ଅଧିକ ପଥରେ ବିମାନ ସେବା ଆରମ୍ଭ ହୋଇସାରିଛି । ଆଗରୁ ବିମାନ ସେବା ଦେଇ ନ ଥିବା ୫୦ରୁ ଅଧିକ ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି।
ଉତ୍ତରପ୍ରଦେଶର ବିମାନ ଉଡାଣ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବିମାନ ସଂଯୋଗ ନିରବଚ୍ଛିନ୍ନଭାବେ ବୃଦ୍ଧି ପାଉଛି । କୁଶୀନଗର ବିମାନବନ୍ଦର ପୂର୍ବରୁ ଉତ୍ତରପ୍ରଦେଶରେ ଆଠଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି । ଲକ୍ଷ୍ନୌ, ବାରଣାସୀ ଓ କୁଶୀନଗର ପରେ ଦେୱର ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟ ଏବେ ଚାଲୁରହିଛି । ଏହାଛଡା ଅଯୋଧ୍ୟା, ଆଲିଗଡ, ଆଜମଗଡ,ଚିତ୍ରକୂଟ, ମୋରାଦାବାଦ ଏବଂ ଶ୍ରାବସ୍ତୀରେ ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ।
ନିକଟରେ ଏୟାର ଇଣ୍ଡିଆ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଉଡାଣ କ୍ଷେତ୍ରରେ ବୃତ୍ତିଗତ ଓ ସୁରକ୍ଷାଗତ ଉନ୍ନତି ଘଟିବ । “ଏହି ପଦକ୍ଷେପ ଦେଶର ଉଡାଣ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ । ସେହିପରି ଆଉ ଏକ ପଦକ୍ଷେପ ହେଉଛି ପ୍ରତିରକ୍ଷା ମହାକାଶକୁ ବେସାମରିକ ଉଦ୍ଦେଶ୍ୟରେ ପ୍ରୟୋଗ” ବୋଲି ସେ କହିଛନ୍ତି । ଏହି ପଦକ୍ଷେପ ଯୋଗୁଁ ବିଭିନ୍ନ ସ୍ଥାନ ମଧ୍ୟରେ ନଭମଣ୍ଡଳୀୟ ଦୂରତା ହ୍ରାସ ପାଇବ । କୃଷିରୁ ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ପରିଚାଳନାଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ନିକଟରେ ଆରମ୍ଭ କରାଯାଇଥିବା ଡ୍ରୋନ ନୀତି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନିକଟରେ ଆରମ୍ଭ କରାଯାଇଥିବା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସଡକ, ରେଳ, ବିମାନ ଇତ୍ୟାଦି ସମସ୍ତ ପ୍ରକାର ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକକୁ ଆରକର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
भारत, विश्व भर के बौद्ध समाज की श्रद्धा का, आस्था का, केंद्र है।
आज कुशीनगर इंटरनेशनल एयरपोर्ट की ये सुविधा, उनकी श्रद्धा को अर्पित पुष्पांजलि है।
भगवान बुद्ध के ज्ञान से लेकर महापरिनिर्वाण तक की संपूर्ण यात्रा का साक्षी ये क्षेत्र आज सीधे दुनिया से जुड़ गया है: PM
— PMO India (@PMOIndia) October 20, 2021
देश का एविएशन सेक्टर प्रोफेशनली चले, सुविधा और सुरक्षा को प्राथमिकता मिले, इसके लिए हाल में एयर इंडिया से जुड़ा बड़ा कदम देश ने उठाया है।
ये कदम भारत के एविएशन सेक्टर को नई ऊर्जा देगा।
ऐसा ही एक बड़ा रिफॉर्म डिफेंस एयरस्पेस को सिविल यूज़ के लिए खोलने से जुड़ा है: PM
— PMO India (@PMOIndia) October 20, 2021
हाल ही में पीएम गतिशक्ति- नेशनल मास्टर प्लान भी लॉन्च किया गया है।
इससे गवर्नेंस में तो सुधार आएगा ही ये भी सुनिश्चित किया जाएगा कि सड़क हो, रेल हो, हवाई जहाज़ हो, ये एक दूसरे को सपोर्ट करें, एक दूसरे की क्षमता बढ़ाएं: PM @narendramodi
— PMO India (@PMOIndia) October 20, 2021
****
TM / SLP
Kushinagar airport will boost connectivity and tourism. Here is my speech. https://t.co/5pXUE3rQho
— Narendra Modi (@narendramodi) October 20, 2021
भारत, विश्व भर के बौद्ध समाज की श्रद्धा का, आस्था का, केंद्र है।
— PMO India (@PMOIndia) October 20, 2021
आज कुशीनगर इंटरनेशनल एयरपोर्ट की ये सुविधा, उनकी श्रद्धा को अर्पित पुष्पांजलि है।
भगवान बुद्ध के ज्ञान से लेकर महापरिनिर्वाण तक की संपूर्ण यात्रा का साक्षी ये क्षेत्र आज सीधे दुनिया से जुड़ गया है: PM
भगवान बुद्ध से जुड़े स्थानों को विकसित करने के लिए, बेहतर कनेक्टिविटी के लिए, श्रद्धालुओं की सुविधाओं के निर्माण पर भारत द्वारा आज विशेष ध्यान दिया जा रहा है।
— PMO India (@PMOIndia) October 20, 2021
कुशीनगर का विकास, यूपी सरकार और केंद्र सरकार की प्राथमिकताओं में है: PM @narendramodi
उड़ान योजना के तहत बीते कुछ सालों में 900 से अधिक नए रूट्स को स्वीकृति दी जा चुकी है, इनमें से 350 से अधिक पर हवाई सेवा शुरु भी हो चुकी है।
— PMO India (@PMOIndia) October 20, 2021
50 से अधिक नए एयरपोर्ट या जो पहले सेवा में नहीं थे, उनको चालू किया जा चुका है: PM @narendramodi
देश का एविएशन सेक्टर प्रोफेशनली चले, सुविधा और सुरक्षा को प्राथमिकता मिले, इसके लिए हाल में एयर इंडिया से जुड़ा बड़ा कदम देश ने उठाया है।
— PMO India (@PMOIndia) October 20, 2021
ये कदम भारत के एविएशन सेक्टर को नई ऊर्जा देगा।
ऐसा ही एक बड़ा रिफॉर्म डिफेंस एयरस्पेस को सिविल यूज़ के लिए खोलने से जुड़ा है: PM
हाल ही में पीएम गतिशक्ति- नेशनल मास्टर प्लान भी लॉन्च किया गया है।
— PMO India (@PMOIndia) October 20, 2021
इससे गवर्नेंस में तो सुधार आएगा ही ये भी सुनिश्चित किया जाएगा कि सड़क हो, रेल हो, हवाई जहाज़ हो, ये एक दूसरे को सपोर्ट करें, एक दूसरे की क्षमता बढ़ाएं: PM @narendramodi
Come to Kushinagar, get inspired by the noble principles of Lord Buddha. pic.twitter.com/i1zajn5tNL
— Narendra Modi (@narendramodi) October 20, 2021
The airport in Kushinagar fulfils a long-standing dream of the people of this great land, which is closely associated with Lord Buddha.
— Narendra Modi (@narendramodi) October 20, 2021
Congratulations to the people of Kushinagar and surrounding areas. pic.twitter.com/thBlFYld88
We envision our aviation sector to run with utmost professionalism, where public convenience is given top priority. Guided by that, a number of reforms have been ushered, which have been widely appreciated. pic.twitter.com/RwrbMFBwDT
— Narendra Modi (@narendramodi) October 20, 2021