Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁସ୍ତି 50 କିଲୋଗ୍ରାମ ବର୍ଗରେ ସ୍ଵର୍ଣ୍ଣ ବିଜୟୀ ବିନିଶ ଫୋଗାତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରିଡା 2018ରେ 50 କିଲୋଗ୍ରାମ କୁସ୍ତି ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣିଥିବା ବିନିଶ ଫୋଗାତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଏଥର ଆଉ ଗୋଟିଏ ପ୍ରତିଯୋଗିତା ସହ ଆଉ ଏକ ପଦକ! ବିନିଶ ଫୋଗାତଙ୍କ ବିଜୟ କୃତିରେ ଭାରତ ଉଲ୍ଲସିତ । ଅଷ୍ଟାଦଶ ଏସୀୟ କ୍ରିଡା 2018ରେ ମହିଳା 50 କିଲୋଗ୍ରାମ କୁସ୍ତି ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣିଥିବା ବିନିଶ ଫୋଗାତଙ୍କୁ ଅଭିନନ୍ଦନ । ବିନିଶଙ୍କ କ୍ରମାଗତ ସଫଳତା ଉଦୀୟମାନ କ୍ରୀଡାବିତଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଦେବ” ।

 

**********